ପ୍ରତିଦ୍ୱନ୍ଦ୍ୱିତାରେ ପୁରୁଖା ନେତା

ଚଣ୍ଡିଖୋଲ,୧୨ା୨(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକର ୧୯ ନଂ. ଜୋନ୍‌ ଜିଲା ପରିଷଦ ଆସନରେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ, ଭାଜପା ଓ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଏଠାରେ ବିଜେଡି ପକ୍ଷରୁ ବ୍ଲକ ବିଜେଡି ସଭାପତି ଅରବିନ୍ଦ ସାମଲ, କଂଗ୍ରେସ ପକ୍ଷରୁ ଜିଲା ସେବାଦଳ ଅଧ୍ୟକ୍ଷ ଶ୍ରୀକାନ୍ତ ମଲ୍ଲିକ, ଭାଜପା ପକ୍ଷରୁ ସମିତିସଭ୍ୟ କିଶୋର ରାଉତ ଓ ଆମ୍‌ ଆଦ୍‌ମୀ ପାର୍ଟି ପକ୍ଷରୁ ମୋକିମ ଖାଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ଚାରିନଙ୍ଗଳ, ନଳିପୁର, ବରପଦା, ମଝିପଡ଼ା, ଅଚ୍ୟୁତବସନ୍ତ, ମାଣ୍ଡୁକା, ବାଲିଚନ୍ଦ୍ରପୁର ଓ ପତରାଜପୁର ୯ ପଞ୍ଚାୟତର ୧୨୭ ୱାର୍ଡକୁ ନେଇ ଏହି ଜୋନ୍‌ ଗଠିତ। ଉକ୍ତ ଜୋନ୍‌ର ମୋଟ୍‌ ଭୋଟର ସଂଖ୍ୟା ୪୦,୭୦୦। ଯେଉଁଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା ୨୦,୭୬୩ ହୋଇଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧୯,୩୩୫ ରହଛି। ୨୦୧୭ ପଞ୍ଚାୟତ ନିର୍ବାଚନ ଫଳାଫଳ ଶାସକ ବିଜେଡି ସପକ୍ଷରେ ରହିଥିଲା। ବିଜେଡି ପ୍ରାର୍ଥୀ ଇତିଶ୍ରୀ ସାମଲ ୧୧,୭୯୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ନିକଟତମ କଂଗ୍ରେସ ପ୍ରାର୍ଥୀ ଗୀତାଞ୍ଜଳି ରାଉତ ୮,୨୨୯ ଭୋଟ ପାଇଥିବାବେଳେ ଭାଜପା ପ୍ରାର୍ଥୀ ଅମିତା ଜେନା ୫,୧୭୯ ଖଣ୍ଡ ଭୋଟ୍‌ ପାଇଥିଲେ। ସେହିଭଳି ସ୍ବାଧୀନ ପ୍ରାର୍ଥୀ ସଙ୍ଗୀତା ବଳ ୧୧୩୨ ଖଣ୍ଡ ଭୋଟ ପାଇଥିଲେ। ତେବେ ଚଳିତ ଥର ଶାସକ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଅରବିନ୍ଦ ଏବେ ବ୍ଲକ ବିଜେଡି ସଭାପତି ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ ୧୮ ନଂ. ଜୋନ୍‌ରୁ ଜିଲା ପରିଷଦ ସଭ୍ୟ ଭାବେ ନିର୍ବାଚନ ଜିଣିଥିବା ଅରବିନ୍ଦଙ୍କ ଏହି ଜୋନ୍‌ର ସମସ୍ତ ପଞ୍ଚାୟତର ପ୍ରମୁଖ କର୍ମୀଙ୍କ ସହ ସିଧାସଳଖ ସମ୍ପର୍କ ରଖିଛନ୍ତି। ନବୀନ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା, ବିଧାୟକଙ୍କ ବିକାଶ ଓ ଦଳର ସଙ୍ଗଠନ ବଳରେ ଚଳିତ ନିର୍ବାଚନରେ ବିଜୟୀ ହେବାକୁ ଆଶାରଖି ସେ ପ୍ରଚାରକୁ ଜୋରଦାର କରିଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ ଜଣେ ଦକ୍ଷ ସଙ୍ଗଠକ। କଂଗ୍ରେସର ଜିଲା ସେବାଦଳ ଅଧ୍ୟକ୍ଷ ଭାବେ ସେ କାର୍ଯ୍ୟ କରୁଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଶ୍ରୀକାନ୍ତଙ୍କ ସ୍ତ୍ରୀ ଗୀତାଞ୍ଜଳି ଏହି ଜୋନ୍‌ରୁ ପ୍ରାର୍ଥୀ ହୋଇ ୮ ହଜାରରୁ ଅଧିକ ଭୋଟ ହାତେଇଥିଲେ। ବଡ଼ଚଣା ନିର୍ବାଚନମଣ୍ଡଳୀରେ କଂଗ୍ରେସ ସଙ୍ଗଠନ ଭୁଶୁଡ଼ିଥିଲେ ମଧ୍ୟ ଶ୍ରୀକାନ୍ତ ଏହି ଜୋନ୍‌ର ପୁରୁଣା ମୁହଁ ଭାବେ ନିଜର ସଙ୍ଗଠନ, ସ୍ଥାନୀୟ ସମସ୍ୟା, ଶାସକ ଦଳର ଦୁର୍ନୀତି ଓ କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧି ଆଦି ପ୍ରସଙ୍ଗକୁ ନେଇ ପ୍ରଚାର ଜୋରଦାର କରିଛନ୍ତି। ସେହିଭଳି ଭାଜପାରୁ ପ୍ରାର୍ଥୀ ହୋଇଥିବା କିଶୋର ରାଉତ ମାଣ୍ଡୁକା ପଞ୍ଚାୟତ ସମିତିସଭ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ରାଉତ ଦୁଇଦୁଇଥର ସମିତିସଭ୍ୟ ନିର୍ବାଚିତ ହୋଇଛନ୍ତି। ସେ ମଧ୍ୟ ଜଣେ ଭଲ ସଙ୍ଗଠକ ଭାବେ ଜଣାଶୁଣା। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଓ ଶାସକ ଦଳର ଦୁର୍ନୀତିକୁ ଅସ୍ତ୍ରକରି ସେ ଲୋକଙ୍କ ପାଖକୁ ଯାଉଛନ୍ତି। ଭୋଟର ତାଙ୍କୁ ସମର୍ଥନ ଦେବେ ବୋଲି ସେ ଆଶାବାଦୀ। ସେହିପରି ଆମ୍‌ ଆଦ୍‌ମୀ ପାର୍ଟିର ପ୍ରାର୍ଥୀ ମୋକିମ ପ୍ରଥମ କରି ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ସେ ସାଇକେଲ ଧରି ଗାଁ ଗାଁ ବୁଲି ନିର୍ବାଚନ ପ୍ରଚାର ଚଳାଇଛନ୍ତି। ତେବେ ୨୦୧୨ ଓ ୨୦୧୭ରେ ଏଠାରୁ ବିଜେଡି ପ୍ରାର୍ଥୀ ଭାବେ ଇତିଶ୍ରୀ ସାମଲ ବିଜୟୀ ହୋଇଥିଲେ। ତେଣୁ ବିଜେଡିର ଗଡ଼ କୁହାଯାଉଥିବା ଏହି ଜୋନ୍‌କୁ ଏଥର କେଉଁ ଦଳ ହାତେଇବ ତାହା ଭୋଟ ଗଣତି ପରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

୪ରୁ ଖୋଲିବ ହାଇକୋର୍ଟ: ଶୁଣାଣି କରିବେ ୫ ବିଚାରପତି

କଟକ ଅଫିସ, ୩।୫: ଆସନ୍ତା ୪ ତାରିଖ ଅର୍ଥାତ୍‌ ସୋମବାରଠାରୁ ଓଡ଼ିଶା ହାଇକୋର୍ଟ ପୂର୍ବଭଳି କାର୍ଯ୍ୟ କରିବ। ପୂର୍ବାହ୍ନ ୧୧ଟାରେ ବିଭିନ୍ନ ମାମଲାର ବିଚାର ହେବ।...

ଆସନ୍ତା ୩୧ ପର୍ଯ୍ୟନ୍ତ କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର ଟ୍ରେନ୍‌ ବାତିଲ

କେନ୍ଦୁଝର,୨୫।୫(ସ୍ବ.ପ୍ର.): ରେଳପଥ ଦୋହରିକରଣ ଲାଗି କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର ଟ୍ରେନ୍‌କୁ ଶନିବାରଠାରୁ ବାତିଲ କରାଯାଇଛି। ଏଥିସହ ଭୁବନେଶ୍ୱରରୁ କେନ୍ଦୁଝର ଫାଷ୍ଟ ପାସେଞ୍ଜର ଟ୍ରେନ୍‌ ମଧ୍ୟ ବାତିଲ...

ଓଡ଼ିଶା ଫେରିବ ବିଜୁଙ୍କ ଡାକୋଟା ବିମାନ

ଭୁବନେଶ୍ୱର,୧୬।୧(ବ୍ୟୁରୋ): ଓଡ଼ିଶା ଫେରିବ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ। ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଚିଠି...

ବିରଳ ବ୍ୟକ୍ତିତ୍ୱ

କେବଳ ଓଡ଼ିଶା କି ଭାରତ ନୁହେଁ, ବିଦେଶରେ ମଧ୍ୟ ଏକ ଚର୍ଚ୍ଚିତ ଓ ବିରଳ ବ୍ୟକ୍ତିତ୍ୱ ହେଲେ ବିଜୁ ପଟ୍ଟନାୟକ (ବିଜୟାନନ୍ଦ ପଟ୍ଟନାୟକ)। ବିଜୁ ବାବୁ...

ସିଟ୍‌ ଖାଲି, ନୂଆ କଲେଜ ଖୋଲିବାକୁ ତତ୍ପର

ଭୁବନେଶ୍ୱର, ୧୦।୧୨(ବ୍ୟୁରୋ): ଉଚ୍ଚଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅଜବ ନୀତିକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଡିଗ୍ରୀ କଲେଜରେ ସିଟ୍‌ ପୂରଣ ହେଉ ନ ଥିବାବେଳେ...

ଜମି ବିବାଦରୁ ସଂଘର୍ଷ: ୨ମୃତ, ୮ ଗୁରୁତର

ଦଶମନ୍ତପୁର, ୧୦ା୭: ଜମିଜମା ବିବାଦକୁ କେନ୍ଦ୍ରକରି ହାତୀମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ୮ ଜଣ ଗୁରୁତର ଆହତ ହୋଇଛନ୍ତି।...

ପ୍ରାରମ୍ଭିକ ଅବସ୍ଥାରେ କଲୋନ କ୍ୟାନ୍ସର ଚିହ୍ନଟ କଲେ ଡା. ଆଶୁତୋଷ

ଭୁବନେଶ୍ୱର,୨୧।୪ (ବ୍ୟୁରୋ): ଶହୀଦନଗରସ୍ଥିତ ସାଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ଓ ଲିଭର୍‌ ସାଇନ୍ସର ପ୍ରତିଷ୍ଠାତା ଡା. ଆଶୁତୋଷ ମହାପାତ୍ରଙ୍କ ପ୍ରଚେଷ୍ଟା ଦ୍ୱାରା କଲୋନ କ୍ୟାନ୍ସର ବା...

ଗ୍ୟାସ୍‌ ଲିକ୍‌ ହୋଇ ହୋଟେଲରେ ଅଗ୍ନିକାଣ୍ଡ

ରଣପୁର,୧୫।୬(ସ୍ବ.ପ୍ର.): ନୟାଗଡ ଜିଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ମୁଖ୍ୟ ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଏକ ହୋଟେଲରେ ଗ୍ୟାସ ଲିକ୍‌ ହୋଇ ଅଗ୍ନିକାଣ୍ଡ ଘଟିଛି ।...

Advertisement
Archives

Model This Week