ଫାଇଦା ଉଠାଇପାରୁନାହାନ୍ତି ଭାଜପା, କଂଗ୍ରେସ

ନୟାଗଡ଼ ଅଫିସ/ରଣପୁର,୧୨।୨(ସ୍ବ./ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକ ୨୪ନଂ. ଜୋନ୍‌ରେ ଶାସକ ଦଳରେ ଚାଲିଛି ବଳ କଷାକଷି। ଏହି ଜୋନ୍‌ରେ ବିଜେଡି ପ୍ରାର୍ଥୀ ପ୍ରଚାରରେ ଆଗୁଆ ଥିବାବେଳେ ଦଳୀୟ କନ୍ଦଳ ଚିନ୍ତା ବଢ଼ାଉଛି। ଏହି ଜୋନ୍‌ ଅଧୀନ ପଞ୍ଚାୟତଗୁଡ଼ିକରେ ବିଜେଡି ସମର୍ଥନରେ ଟିକେଟ ପାଇ ନ ଥିବା ଅସନ୍ତୁଷ୍ଟମାନେ ପ୍ରାର୍ଥୀ ହୋଇ ଜିଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ବିଭାଜନ କରୁଛନ୍ତି। ସେହିଭଳି ସରପଞ୍ଚ ଓ ସମିତିସଭ୍ୟ ଟିକେଟ ନ ପାଇ ଅସନ୍ତୁଷ୍ଟ ରହିଥିବା କେତେଜଣ ବ୍ୟକ୍ତି ଜିଲା ପରିଷଦ ପ୍ରାର୍ଥୀଙ୍କୁ ପରାସ୍ତ କରି ରାଗ ପରିଶୋଧ କରିବାକୁ ଗୋଟି ଚଳାଉଛନ୍ତି। ହେଲେ ଭାଜପା ହେଉ କି କଂଗ୍ରେସ ଏହି ଅସନ୍ତୁଷ୍ଟମାନଙ୍କୁ ନିଜ ସପକ୍ଷକୁ ନେବାରେ ସକ୍ଷମ ହୋଇପାରୁନାହାନ୍ତି। ଭାଜପା ଓ ବିଜେଡି ପ୍ରାର୍ଥୀ ବିଜୟୀ ପାଇଁ ଦିନରାତି ଏକ୍‌ କରିଥିଲେ ମଧ୍ୟ କଂଗ୍ରେସ ତା’ର କସରତ ଜାରି ରଖିଛି। ଅନ୍ୟପକ୍ଷେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବନ୍ଧମୁଣ୍ଡା ପଞ୍ଚାୟତର ରୂପରେଖ ବଦଳୁ ନ ଥିବାରୁ ଅସନ୍ତୋଷ ଓ ଆନ୍ଦୋଳନ ଦାନା ବାନ୍ଧୁଛି, ଯାହାଫଳରେ ସ୍ଥାନୀୟ ଅଞ୍ଚଳର ଆଦିବାସୀ ଶାସକ ଦଳ ଉପରେ ଖପ୍ପା ହୋଇ ରହିଛନ୍ତି। ଏହି ପଞ୍ଚାୟତର ଜରିପଡା, ଡିମରିବାରି, ରାଅଁାଳା, ବଡ଼ଚାକୁଣ୍ଡାଝର, ସାନତୁଲୁବି, ତୁଲୁବି, ବେତୁଲି, ନୂଆଗଁା ଓ ଉକୁଟିକୁମି ପରି ଗଁାକୁ ଦେଶ ସ୍ବାଧୀନତାର ୭୫ ବର୍ଷ ପରେ ବି ରାସ୍ତାଟିଏ ନାହିଁ। ବିଭିନ୍ନ ସମୟରେ ଶାସକ ଦଳର ନେତା ପ୍ରତିଶ୍ରୁତି ଦେଇ ଭୁଲିଯିବା ଭୋଟ ବିଭାଜନର କାରଣ ହୋଇପାରେ। ସେହିପରି ଏଠାକାର ୩ରୁ ୪ଟି ଗଁାକୁ ଛାଡିଦେଲେ ଅବଶିଷ୍ଟ ୨୪ଟି ଗଁାର ଆଦିବାସୀ ଓଡ଼ିଆ କନ୍ଧ ହୋଇଯିବାରୁ ବନବାସୀ ହୋଇ ବି ସରକାରୀ ସୁବିଧା ସୁଯୋଗରୁ ବଞ୍ଚତ୍ତ ହୋଇ ଆସୁଛନ୍ତି। ଆଦିବାସୀ ମାନ୍ୟତା ଦାବିରେ ୨୦୦୦ ମସିହାରୁ ଲଢ଼େଇ କରି ଆସୁଥିଲେ ମଧ୍ୟ ଏଯାବତ୍‌ ସେମାନଙ୍କୁ ଅଣଦେଖା କରାଯାଉଛି। ଜାତିଗତ ପ୍ରମାଣପତ୍ର ପାଉ ନ ଥିବାରୁ ଜଙ୍ଗଲରେ ୧୦୦ରୁ ଊର୍ଦ୍ଧ୍ୱ ବର୍ଷ ହେଲା ରହି ମଧ୍ୟ ସେମାନଙ୍କ ନଁାରେ ଜମି ରେକର୍ଡଭୁକ୍ତ ହୋଇପାରୁନାହିଁ। ପଟିଆ ପଞ୍ଚାୟତ ଦଳିତ ସମ୍ପ୍ରଦାୟର କେତେଗୋଟି ପରିବାର ଖଇରାପାଇକ ହୋଇଯାଇଥିବାରୁ ଆଦିବାସୀଙ୍କ ପରି ଅଭିଶପ୍ତ ଜୀବନଯାପନ କରୁଛନ୍ତି। ଅନ୍ୟପକ୍ଷେ ୨୪ନଂ. ଜୋନ୍‌ର ଅନେକ ଗଁାରେ ସରକାରୀ ଯୋଜନା ଫେଲ ମାରୁଥିଲେ ହେଁ ଏହାର ପ୍ରତିକାର ନାହିଁ।
ବନ୍ଧମୁଣ୍ଡା, ଚମ୍ପାଗଡ଼, ଚାନ୍ଦପୁର, ଜଙ୍କିଆ, ପଟିଆ, ମୟୂରଝାଲିଆ, ରାଇପଡ଼ା, କନ୍ଧନୟାଗଡ଼, କେରେଣ୍ଡାଟାଙ୍ଗୀ ଓ ଝାଡ଼ପଡ଼ା ପଞ୍ଚାୟତକୁ ନେଇ ଗଠିତ ୨୪ ନଂ. ଜିଲା ପରିଷଦ ଜୋନ୍‌। ଏଠାରେ ଭାଜପାରୁ ବୁଦ୍ଧିମତି ପ୍ରଧାନ, କଂଗ୍ରେସରୁ ଆରତି ଜେନା, ବିଜେଡିରୁ ଜ୍ୟୋତ୍ସ୍ନାମୟୀ ଦଳବେହେରା, ଭାରତର କମ୍ୟୁନିଷ୍ଟ ପାର୍ଟି(ମାକର୍‌ସବାଦୀ)ରୁ ଜ୍ୟୋତ୍ସ୍ନାରାଣୀ ନାୟକ ନିର୍ବାଚନ ଲଢ଼ୁଛନ୍ତି। ଭାଜପା ରଣପୁର ବ୍ଲକର ପୂର୍ବତନ ଚେୟାରମ୍ୟାନ ବୁଦ୍ଧିମତିଙ୍କୁ ପ୍ରାର୍ଥୀ କରି ଗଡ଼ ଦଖଲ କରିବାକୁ ଉଦ୍ୟମ କରିଛି। ବିଜେଡି ଓ କଂଗ୍ରେସ ନୂଆ ପ୍ରାର୍ଥୀ ଦେଇଥିଲେ ମଧ୍ୟ ଟକରାଟକରି ଚାଲିଛି। ଏ ନେଇ ବନ୍ଧମୁଣ୍ଡା ଅଞ୍ଚଳର ତିଳୋତ୍ତମା ନାମ୍ନୀ ଜଣେ ମହିଳା କୁହନ୍ତି, ଆମ ପାଇଁ କୌଣସି ସରକାରଙ୍କ ଆନ୍ତରିକତା ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ମିଳୁନାହିଁ। ହାତଗଣତି କିଛି ଲୋକ ଏ ଯୋଜନାରେ ସାମିଲ ହେଉଛନ୍ତି। ଗଁାକୁ ରାସ୍ତା ହୋଇପାରୁନାହିଁ। ପ୍ରାର୍ଥୀମାନେ ଆସି ଭୋଟ ପ୍ରଚାର କରି ଫେରୁଛନ୍ତି। ହେଲେ ଭୋଟରଙ୍କ ଉତ୍ତର ଦେଇ ନ ପାରି ହଟହଟା ହେଉଛନ୍ତି। ରାମଚନ୍ଦ୍ର ସାହୁ ନାମକ ଜଣେ ଭୋଟର କୁହନ୍ତି, ପ୍ରାର୍ଥୀମାନେ ବିଜୟୀ ହେବାକୁ ଭୋଟରଙ୍କ ପାଖକୁ ବାରମ୍ବାର ଧାଉଁଛନ୍ତି। ଭୋଟର ରାଗୁନାହାନ୍ତି। ନିର୍ବାଚନ ପରେ ଭୋଟର ନେତାଙ୍କ ପାଖକୁ ଗଲେ ନେତା କାମ ତ କରୁନାହାନ୍ତି ବରଂ ରାଗିଯାଇ ଏପଟସେପଟ କହୁଛନ୍ତି। ଭୋଟ ପରେ ଭୋଟ ହେଉଛି ହେଲେ ବଦଳି ପାରୁନି ଗରିବ, ଖଟିଖିଆ ଲୋକର ରୋଜଗାର, ଗଁାର ଚିତ୍ର କହି କ୍ଷୋଭ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କମିବ LPG-Petrolର ମୂଲ୍ୟ, ଶେଷ ହେବ ହର୍ମୁଜ ପ୍ରସଙ୍ଗ, ଇରାନ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଘୋଷଣା

ଓ୍ବାଶିଂଟନ,୨୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ବିବାଦ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ଏହି ଯୁଦ୍ଧ ଶୀଘ୍ର ଶେଷ…

ହୋଟେଲରେ ଯୁବତୀଙ୍କୁ ନିର୍ଯାତନା; ଅଚେତ ଅବସ୍ଥାରେ ବଳାତ୍କାର, ଆପତ୍ତିଜନକ ଭିଡିଓ କରି ଭାଇରାଲ୍‌ କଲେ ଯୁବକ

ପାଟନା,୨୯।୯: ବିହାରର ବେଗୁସରାଇରେ ଜଣେ ଯୁବତୀଙ୍କୁ ହୋଟେଲକୁ ନେଇ ମାଡ଼ ମାରିବା ଏବଂ ବଳାତ୍କାର କରିବା ଅଭିଯୋଗ ସାମ୍ନାକୁ ଆସିଛି । ଏହାପରେ ଯୁବତୀଙ୍କ ଆପତ୍ତିଜନକ ଭିଡିଓ…

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ…

କେତେ ବର୍ଷର ହେଲେ ଅଭିଜିତ ଦୀପକେ? ଜନ୍ମଦିନର ଶୁଭେଚ୍ଛା ଜଣାଇ ଆଶୁତୋଷ ରଙ୍କା କହିଲେ…

ନୂଆଦିଲ୍ଲୀ,୨୯।୯: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଆଜି ଦେଶ ତଥା ବିଦେଶରୁ ଜନ୍ମଦିନର ଶୁଭେଚ୍ଛା ମିଳୁଛି। CJPର ସହ-ଆବାହକ ତଥା ମୁଖପାତ୍ର ଆଶୁତୋଷ…

କମାଲ କଲେ ନୀରୁ: ଏସିଆନ୍‌ ଗେମ୍ସରେ ନୂଆ ରେକର୍ଡ ସହ ଜିତିରେ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୯।୯: ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରୁ ଧଣ୍ଡା। ମହିଳା ଟ୍ରାପ ଇଭେଣ୍ଟର ଫାଇନାଲ୍‌ରେ ନୀରୁ ୨୮ ପଏଣ୍ଟ ହାସଲ…

ଓରାଙ୍ଗଉଟାନ ପରେ ଅଜଗର; ଚାଲାଣ ବେଳେ ବାଣୀବିହାର ବ୍ରିଜ ଉପରେ ଖସିପଡ଼ିଲା, ଛାନିଆ ଲୋକେ

ଭୁବନେଶ୍ୱର,୨୯।୯(ତ୍ରିନାଥ ମହାନ୍ତି): ବାଣୀବିହାର ଓଭରବ୍ରିଜ ଉପରେ ସୋମବାର ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଅଜଗରକୁ ନେଇ ଏବେ ରାଜଧାନୀରେ ଛନକା…

LPG ଠାରୁ ଆରମ୍ଭ କରି UPI-NPS ପର୍ଯ୍ୟନ୍ତ, ଅକ୍ଟୋବର ୧ରୁ ଲାଗୁ ହେବ ବଡ଼ ପରିବର୍ତ୍ତନ! ଆଗୁଆ କରନ୍ତୁ ଏମିତି ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୯: ଅକ୍ଟୋବର ଆରମ୍ଭ ହେବାକୁ ଯାଉଛି, ଯାହା ସହିତ ଉତ୍ସବର ଋତୁ ଏବଂ ଅନେକ ପର୍ବପର୍ବାଣୀ ଆସୁଛି। ତଥାପି, ଏହି ମାସରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ…

ଅନଲକି ଶୁବମନ ଗିଲ୍‌: ଭାରତ ପାଇଁ ଦ୍ରୁତ ଶତକ ହାସଲ କରିବା ସତ୍ତ୍ୱେ…

ନୂଆଦିଲ୍ଲୀ,୨୯।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଦମଦାର ଶତକ ହାସଲ କରିଛନ୍ତି। ଡାହାଣହାତୀ ବ୍ୟାଟର୍‌ ଗିଲ ୧୧୦ ରନ୍‌ର ଚମତ୍କାର ଇନିଂସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?