ଘନଶ୍ୟାମ ମହାପାତ୍ର ପାଇବେ ଜୟଦେବ ପୁରସ୍କାର, ଶ୍ରେଷ୍ଠ ଅଭିନେତା ସରୋଜ

ଭୁବନେଶ୍ୱର, ୫।୧୧(ବ୍ୟୁରୋ): ୩୧ତମ ରାଜ୍ୟ ଚଳଚ୍ଚିତ୍ର ଓ ଅଷ୍ଟମ ଟେଲି ପୁରସ୍କାର ନେଇ ଶୁକ୍ରବାର ଘୋଷଣା କରାଯାଇଛି। ଜଣାଶୁଣା ପ୍ରଯୋଜକ ତଥା ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ରଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାର ପ୍ରଦାନ କରାଯିବ। ସେହିପରି ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ନୀଳମାଧବ ପଣ୍ଡା ମୋହନ ସୁନ୍ଦର ଗୋସ୍ବାମୀ ପୁରସ୍କାର ପାଇବେ। ତାଙ୍କ ଫିଲ୍ମ ‘କାଲିର ଅତୀତ’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଥିବା ଯୋଗୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ନୀଳମାଧବ ପଣ୍ଡାଙ୍କୁ ‘କାଲିର ଅତୀତ’ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମଧ୍ୟ ପୁରସ୍କୃତ କରାଯିବ। ସେହିପରି ଚଳଚ୍ଚିତ୍ର ‘ଖୁସି’ରେ ପାଇଁ ସରୋଜ ପରିଡ଼ା ଶ୍ରେଷ୍ଠ ଅଭିନେତା ଏବଂ କାବ୍ୟା କିରଣ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନିତ ହୋଇଛନ୍ତି।

ଶ୍ରେଷ୍ଠ କାହାଣୀ ପାଇଁ ସ୍ବର୍ଗତ କପିଳେଶ୍ୱର ପ୍ରସାଦ ମହାପାତ୍ର ଫିଲ୍ମ ଶଳାବୁଢ଼ାର ବଦଲା ଲାଗି ପୁରସ୍କୃତ ହେବେ। ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ ବୈଦ୍ୟନାଥ ଦାସ ବାଳକୃଷ୍ଣ ସମ୍ମାନ ପାଇବେ। ‘ନାୟକର ନାଁ ଦେବଦାସ’ ଫିଲ୍ମ ଲାଗି ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ଭାବେ ସ୍ବୟମ ପାଢ଼ୀ, ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ ଦୀପ୍ତିରେଖା ପାଢ଼ୀ, ଶ୍ରେଷ୍ଠ ଚିତ୍ରଗ୍ରହଣ ଭାବେ ରବୀନ୍ଦ୍ର ବେହେରା ଓ ଶ୍ରେଷ୍ଠ ସମ୍ପାଦନା ଭାବେ ରାଜେଶ ଦାସ ମନୋନୀତ ହୋଇଛନ୍ତି।
ଅରୁଣ ମନ୍ତ୍ରୀ ଶ୍ରେଷ୍ଠ ଗୀତିକାର ଓ ସନ୍ତୋଷ ନାରାୟଣ ଦାଶ ଶ୍ରେଷ୍ଠ ଚିତ୍ରନାଟ୍ୟ, ଫିଲ୍ମ ‘ବାବୁ ଭାଇଜାନ’ ପାଇଁ ବବି ମିଶ୍ରଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା, ‘ବାପା ତୁମେ ଭାରି ଦୁଷ୍ଟ’ ପାଇଁ ଅଞ୍ଜନା ଦାଶଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଓ ‘ଖୁସି’ ପାଇଁ ଐଶ୍ୱର୍ଯ୍ୟା ମିଶ୍ରଙ୍କୁ ଶ୍ରେଷ୍ଠ ଶିଶୁ କଳାକାର ଭାବେ ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ।

ଶ୍ରେଷ୍ଠ କଳା ନିର୍ଦ୍ଦେଶକ ଭାବେ କଳିଙ୍ଗ କେଶରୀ ନାୟକ, ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ ଭାବେ ଚନ୍ଦ୍ରଶେଖର ଶର୍ମା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଫିଲ୍ମ ‘କୋଟିଏରେ ଗୋଟିଏ ମନ’ ଫିଲ୍ମ ପାଇଁ ଅଭିନେତା ରୋହିତ ରାଜ ସ୍ବତନ୍ତ୍ର ଜୁରୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଶ୍ରେଷ୍ଠ ଶିକ୍ଷାଭିତ୍ତିକ ଶିଶୁ ଚଳଚ୍ଚିତ୍ର ‘ବାଜି’ ପାଇଁ ସୁବ୍ରତ କୁମାର ରଥ ଓ ‘ଫ୍ରମ ସଞ୍ଜୁ’ ପାଇଁ ଅଭିଷେକ କୁମାର ଦାସଙ୍କୁ ପୁରସ୍କୃତ କରାଯିବ।

ସେହିପରି ଅଷ୍ଟମ ରାଜ୍ୟ ଟେଲି ପୁରସ୍କାର ପାଇଁ ମଧ୍ୟ ତାଲିକା ଘୋଷଣା କରାଯାଇଛି। ‘କାଳିଆ କରୁଛି ଲୀଳା’କୁ ଶ୍ରେଷ୍ଠ ଟେଲି ଫିଲ୍ମ ପୁରସ୍କାର ମିଳିବ। ସେହିପରି ଶ୍ରେଷ୍ଠ ଟେଲି ସିରିଏଲ ଭାବେ ସରଗମ, ଶ୍ରେଷ୍ଠ ଟେଲି ଅଭିନେତା ଭାବେ ଦେବାଶିଷ ପାତ୍ର ଓ ଅଭିନେତ୍ରୀ ଭାବୋ ଲିପ୍ପା ମିଶ୍ର ମନୋନୀତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?