ଚିଲିକାରେ ଅଟକିଲା ଭେସେଲ

ବ୍ରହ୍ମଗିରି,୨୧।୧(ଡି.ଏନ୍‌.ଏ.): ଚିଲିକାରେ ପରିବହନ ସେବାରେ ନିୟୋଜିତ ହୋଇଥିବା ଭେସେଲ ଗୁରୁବାର ଯାତ୍ରୀ ଓ ମାଲ୍‌ ପରିବହନ ନେଇ ଯାଉଥିବାବେଳେ ମଝି ଚିଲିକାରେ ଅଟକି ଯାଇଥିଲା। ଫଳରେ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିବା ସହ ଅଧ ଘଣ୍ଟା କାଳ ଫସି ରହିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଚିଲିକାରେ ଯାତ୍ରୀ ପରିବହନ ପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ)ଙ୍କ ତରଫରୁ ଭେସେଲ ସେବା ଯୋଗାଇ ଦିଆଯାଇଛି। ତେବେ ଗୁରୁବାର ଏହି ଭେସେଲ ଜହ୍ନିକୁଦା ଘାଟରୁ ଯାତ୍ରୀମାନଙ୍କୁ ଧରି ସାତପଡା ଅଭିମୁଖେ ଆସୁଥିଲା। ହେଲେ ଚିଲିକା ମଝି ଭାଗରେ ହୋଇଥିବା ବେଳେ ଭେସେଲଟି ଚ୍ୟାନେଲ ବାହାରକୁ ଚାଲିଯାଇଥିଲା। ଫଳରେ କୌଣସି ଏକ ଜାଲ କିମ୍ବା ଅନ୍ୟ କିଛି ପଦାର୍ଥ ଲାଗିଯିବାରୁ ଅଧା ବାଟରେ ଭେସେଲଟି ଲାଗିଯାଇ ଅଟକି ଯାଇଥିଲା। ଯାତ୍ରୀମାନେ ଚିଲିକା ମଧ୍ୟରେ ଫସି ରହିଥିଲେ। ପରେ ଭେସେଲ ଚାଳକ ଉଦ୍ୟମ କରି ଭେସେଲଟିକୁ ଚ୍ୟାନେଲ ମଧ୍ୟକୁ ଆଣିବା ପରେ ଠିକ୍‌ ବାଟରେ ଚାଲିଥିଲା। ଏ ସମ୍ପର୍କରେ ସିଡିଏର କନିଷ୍ଠ ଯନ୍ତ୍ରୀ ଡମ୍ବରୁଧର ବିଶ୍ବାଳ କୁହନ୍ତି, ଚ୍ୟାନେଲରେ ପାଣି କମି ଆସିଲାଣି ଟିକିଏ ପବନ ହେଲେ ଭେସେଲ ଲାଗିଯାଉଛି। ଏଥିପ୍ରତି ଆଗକୁ ନଜର ରଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ ପାଇଁ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୨: ଓଡିଶା ହାଇକୋର୍ଟଙ୍କ ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ନିର୍ଦ୍ଦେଶ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ୍...

ମାର୍ଚ୍ଚ ୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର,୨୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୫ ତାରିଖରେ ଓଡ଼ିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଗୁରୁବାର ଓଡିଶା ଭାଜପା ସଭାପତି ମନମୋହନ ସାମଲ ଏହି...

ମୋଟରସାଇକେଲ-ସ୍କୁଟି ମୁହାଁମୁହିଁ, ଚାଲିଗଲା ୩ ଜୀବନ

ବାରିପଦା,୨୯ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଗୁରୁବାର ବାରିପଦା-ଉଦଳା ରାଜ୍ୟ ରାଜପଥ ବାଲିଯୋଡ଼ା ନିକଟରେ ମୋଟରସାଇକେଲ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି।...

ଏମ୍‌ପିଙ୍କୁ ଅସମ୍ମାନ ପରେ ବାଲେଶ୍ୱର ଜିଲାପାଳଙ୍କ ବଦଳି ଚର୍ଚ୍ଚା

ବାଲେଶ୍ୱର,୨୯।୨(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କର ବଦଳି ନିର୍ଦ୍ଦେଶ ରାଜ୍ୟ ସରକାରଙ୍କ ଜେନେରାଲ ଆଡ୍‌ମିନିଷ୍ଟ୍ରେସନ ଆଣ୍ଡ ପବ୍ଲିକ ଗ୍ରିଭେନ୍ସ ଡିପାର୍ଟମେଣ୍ଟ ପକ୍ଷରୁ ବୁଧବାର...

ହକମତିଙ୍କୁ ଏଯାଏ ଭତ୍ତା ମିଳୁନି

ଖୁଣ୍ଟିଗୋରା,୨୯।୨(ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଅଞ୍ଚଳରେ ମଧୁବାବୁ ପେନସନ, ବିଧବା ଓ ଭିନ୍ନକ୍ଷମ ଭତ୍ତା ପ୍ରଦାନରେ ବ୍ୟାପକ ଅନିୟମିତତା କରାଯାଇଥିବା ଅଭିଯୋଗ ହେଉଛି।...

ବିଶୃଙ୍ଗଳିତ ଆଚରଣ ପଡିଲା ମହଙ୍ଗା; ବାଧ୍ୟତାମୂଳକ ଅବସର ନେଲେ ଭିସୁଟ ପ୍ରଫେସର

ସମ୍ବଲପୁର,୨୯।୨: ଭିସୁଟ ସହକାରୀ ପ୍ରଫେସର ଡକ୍ଟର ଶିବ ପ୍ରସାଦ ପାଣିଗ୍ରାହୀଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । କୂଳପତି ପ୍ରଫେସର ବଂଶୀଧର ମାଝୀଙ୍କ ନିର୍ଦ୍ଦେଶ କ୍ରମରେ ରେଜିଷ୍ଟାର...

ପ୍ରଣବ ପ୍ରକାଶଙ୍କୁ ଭେଟିଲେ ବିଜେଡି ପ୍ରତିନିଧି

ଲୋଇସିଂହା,୨୯।୨(ସୁଶାନ୍ତ ବାରିକ): ନିକଟରେ ରାଜ୍ୟ ସରକାର ୩୫ଟି ନୂତନ ଏନଏସି ଘୋଷଣା କରିଛନ୍ତି। ହେଲେ ପ୍ରସ୍ତାବିତ ଲୋଇସିଂହା ନାମ ଘୋଷଣା ହୋଇନାହିଁ । ଏହାକୁ ନେଇ...

ବରିଷ୍ଠ କିରାଣିଙ୍କୁ ଧରିଲା ଭିଜିଲାନ୍ସ, ଟଙ୍କା ନେଉଥିବାବେଳେ ରେଡ୍‌ ହ୍ୟାଣ୍ଡେଡ ଗିରଫ

ରାଉରକେଲା,୨୯।୨: ଭିଜିଲାନ୍ସ ଜାଲରେ ଇଏସଆଇ ମେଡିକାଲ ଡିସପେନସରୀ ବରିଷ୍ଠ କିରାଣି ଅଭିରାମ ସାହୁ। ଜେଲ୍‌ ରୋଡ୍‌ କିରାଣି ଧରାପଡିଛନ୍ତି। ବିଲ୍‌ ପାସ୍‌ କରିବାକୁ ୧୦ହଜାର ଟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri