Posted inଖେଳ

ଭର୍ଷ୍ଟାପେନ୍‌ ଜିତିଲେ କାନାଡିଆନ ଗ୍ରାଁପ୍ରି

ମଣ୍ଟ୍ରିଲ, ୨୦ା୬ (ଏପି): ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ କାନାଡିଆନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ତାଙ୍କ କ୍ୟାରିୟରର ମୋଟ ଟାଇଟଲ ସଂଖ୍ୟା ୪୧ରେ ପହଞ୍ଚତ୍ଛି। ଏହାଦ୍ୱାରା ସେ ଆଇର୍ଟନ ସେନାଙ୍କ ସମକକ୍ଷ ହୋଇପାରିଛନ୍ତି। ଚଳିତ ସିଜନରେ ଅନୁଷ୍ଠିତ ୮ଟି ରେସ୍‌ ମଧ୍ୟରେ ନେଦରଲାଣ୍ଡ୍ସର ଡ୍ରାଇଭରଙ୍କ ଏହା ହେଉଛି ୬ଷ୍ଠ ସଫଳତା। ଚାମ୍ପିୟନଶିପ୍‌ ଟେବୁଲରେ ତାଙ୍କ ଅଗ୍ରଣୀ ବ୍ୟବଧାନ ୬୯କୁ ବୃଦ୍ଧି ପାଇଛି। ରେଡ୍‌ବୁଲ୍‌ ଟିମ୍‌ ପାଇଁ ମଧ୍ୟ ସେ ୧୦୦ତମ ବିଜୟ ଆଣି ଦେଇଛନ୍ତି। ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନଙ୍କୁ ପଛରେ ପକାଇ ଆଷ୍ଟନ ମାର୍ଟିନର ଫର୍ନାଣ୍ଡୋ ଆଲେଁାସୋ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସର୍ବକାଳୀନ ସର୍ବାଧିକ ବିଜୟ ରେକର୍ଡ ଲୁଇସ୍‌ ହାମିଲଟନ (୧୦୩)ଙ୍କ ନାମରେ ରହିଛି। କିନ୍ତୁ ଭର୍ଷ୍ଟାପେନ୍‌ ତାଙ୍କୁ ଅତିକ୍ରମ କରିଯିବେ ବୋଲି ୭ଇର ଚାମ୍ପିୟନ ଆଶା କରୁଛନ୍ତି। ରେସ୍‌ରେ ଯେଉଁମାନେ ଚତୁର୍ଥରୁ ଦଶମ ସ୍ଥାନ ଅଧିକାର କରିଥିଲେ ସେମାନେ ହେଲେ ଚାଲର୍‌ସ ଲେକ୍‌ରେକ୍‌ (ଫେରାରି), କାର୍ଲୋସ ସେଞ୍ଜ ଜୁନିୟର (ଫେରାରି), ସର୍ଗିଓ ପେରେଜ (ରେଡ୍‌ବୁଲ୍‌), ଆଲେକ୍‌ଜାଣ୍ଡର ଆଲ୍‌ବନ(ଓ୍ବିଲିୟମ୍ସ), ଏଷ୍ଟିବାନ ଓକନ (ଅଲ୍‌ପାଇନ୍‌), ଲାନ୍ସ ଷ୍ଟ୍ରୋଲ (ଆଷ୍ଟନ ମାର୍ଟିନ), ଭାଲ୍‌ଟେରୀ ବୋଟାସ (ଆଲ୍‌ଫା ରୋମିଓ)।


Enter your email to get our daily news in your inbox.

All Right Reserved By Dharitri.Com

ଅବସର ପରେ ରାହାଣେଙ୍କ ବଡ଼ ବୟାନ, ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୬।୮: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ସବୁଠାରୁ କନିଷ୍ଠ ଖେଳାଳି। ସେ ସେହି ଚୟନିତ କ୍ରିକେଟରଙ୍କ ମଧ୍ୟରୁ…

ଆଶାରାମ ବାପୁଙ୍କୁ ଲାଗିଲା ବଡ଼ ଝଟ୍‌କା: ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୮: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ…

ପଟ୍ଟନାୟକ ପୋଖରୀ ନବୀକରଣରେ ୫୫.୬୯ ଲକ୍ଷ ଟଙ୍କାର ଦୁର୍ନୀତି: ପୂର୍ବତନ ଯନ୍ତ୍ରୀ-ଏମ୍‌ଇ-ଠିକାଦାର ଗିରଫ

ପାରଳାଖେମୁଣ୍ଡି,୬ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ପଟ୍ଟନାୟକ ପୋଖରୀର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟରେ ୫୫ ଲକ୍ଷ ୬୯ ହଜାର ୩୩ ଟଙ୍କାର ସରକାରୀ ପାଣ୍ଠି ଅପବ୍ୟବହାର…

ସ୍କୁଲ ଭିତରକୁ ପଶୁପଶୁ ଦୁଇ ଛାତ୍ରଙ୍କ ଉପରେ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତର କାଲାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରବେଶ ଫାଟକ ଉପୁଡ଼ି ଗୁରୁବାର ଦୁଇ ଛାତ୍ର ଆହତ…

ଡିଭାଇଡରରେ ପିଟିହେଲା ଅତିକ ଅହମ୍ମଦଙ୍କ ପୁଅଙ୍କ କାର: ଚାଲିଗଲା ଜୀବନ

ଲକ୍ଷ୍ନୌ,୬।୮: ଏକ ସଡ଼କ ଦୁର୍ଘଟଣାରେ ଅତିକ ଅହମ୍ମଦଙ୍କ ପୁଅ ଅବନ ଅହମ୍ମଦଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ଝାନ୍ସୀର ପୁଞ୍ଚ ଥାନା ଅଞ୍ଚଳରେ…

ଘରୋଇ କଳିର କରୁଣ ପରିଣତି, ବାପର କାଠ ଫାଳିଆ ମାଡ଼ରେ ପୁଅର ମୃତ୍ୟୁ

ଭବାନୀପାଟଣା,୬ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ଥାନା ନୂଆଗୁଡ଼ାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାପର କାଠ ଫାଳିଆ ମାଡରେ ଭେଣ୍ଡିଆ ପୁଅର…

Gen Zକୁ ନେଇ ପ୍ରଶାନ୍ତ କିଶୋରଙ୍କ ବଡ଼ ଭବିଷ୍ୟବାଣୀ: ଦୁଇ ବର୍ଷ ମଧ୍ୟରେ…ଶୁଣିଲେ ସରକାର ହେବେ ଛାନିଆ!

ନୂଆଦିଲ୍ଲୀ,୬।୮: ବାଙ୍କିପୁର ଉପନିର୍ବାଚନରେ ବଡ଼ ବିଜୟ ହାସଲ କରିବା ପରେ ଜନସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର (PK) ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ନିଜର ରାଜନୈତିକ ରଣନୀତି…

ଛାତ୍ର ଆନ୍ଦୋଳନକୁ ନେଇ ରାହୁଲଙ୍କୁ ଟାର୍ଗେଟ କଲେ କଙ୍ଗନା: କହିଲେ- ଉସୁକାଇବା ପାଇଁ..

ନୂଆଦିଲ୍ଲୀ,୬।୮: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାରତୀୟ ଜନତା ପାର୍ଟି (BJP) ସାଂସଦ କଙ୍ଗନା ରାଣାୱତ ଭାରତୀୟ ଜାତୀୟ କଂଗ୍ରେସର ନେତା ଏବଂ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri