ଶୁକ୍ର ଗ୍ରହ ଅଭିଯାନ

ଶୁକ୍ର ହେଉଛି ସୂର୍ଯ୍ୟଠାରୁ ଦୂରତାକ୍ରମରେ ସୌରଜଗତର ଦ୍ୱିତୀୟ ଗ୍ରହ ଏବଂ ଆମ ପୃଥିବୀର ଅନ୍ୟତମ ପଡ଼ୋଶୀ ଗ୍ରହ। ‘କୁଆଁତାରା’ ଭାବେ ଜଣା ଏହି ଗ୍ରହ ପୃଥିବୀବାସୀଙ୍କୁ ବହୁ ଆଗରୁ ଆକର୍ଷିତ କରିଛି। ଉଭୟ ଗ୍ରହର କକ୍ଷପଥ ହେଉଛି ନିକଟତର ଏବଂ ଗ୍ରହ ଦ୍ୱୟର ଆକାର ଓ ଗଠନ ପ୍ରାୟ ସମାନ ପ୍ରକାରର। କିନ୍ତୁ ପୃଥିବୀରେ ବାସଯୋଗ୍ୟ ତାପମାତ୍ରା, ଜଳ ଓ ଜୀବଜଗତ ଥିବା ବେଳେ ଶୁକ୍ର ହେଉଛି ଗୋଟିଏ ଜନଶୂନ୍ୟ ଉତ୍ତପ୍ତ ଗ୍ରହ। ଏହାର ପୃଷ୍ଠଭାଗର ତାପମାତ୍ରା ହେଉଛି ୪୦୦ ଡିଗ୍ରୀ ସେଲସିୟସରୁ ଅଧିକ। ଏହାର ବାୟୁମଣ୍ଡଳରେ ୯୫ ପ୍ରତିଶତ ଅଙ୍ଗାରକାମ୍ଳ ରହିଛି। ଏହି ଗ୍ରହ ଅପେକ୍ଷାକୃତ ଭାବେ ସୂର୍ଯ୍ୟର ନିକଟତର ହୋଇଥିବାରୁ ସବୁଜଗୃହ ପ୍ରଭାବରେ ଏହାର ତାପମାତ୍ରା ହେଉଛି ଅଧିକ। କେତେକ ବୈଜ୍ଞାନିକ ମତ ଦେଇଥାଆନ୍ତି ଯେ ସେଠାରେ ଅଧିକ ଆଗ୍ନେୟଗିରି ଉଦ୍‌ଗୀରଣ ଯୋଗୁ ଏହାର ବାୟୁମଣ୍ଡଳରେ ଅଧିକ ପରିମାଣରେ ଅଙ୍ଗାରକାମ୍ଳ ଗ୍ୟାସ ଅଛି। କେତେକ ଗ୍ରହ ବିଜ୍ଞାନୀ ବିଶ୍ୱାସ କରନ୍ତି ଯେ, ଶୁକ୍ର ପୃଷ୍ଠରେ ପୂର୍ବରୁ ଜଳୀୟ ମହାସାଗର ଥିଲା ଏବଂ ଏପରିକି ଜୀବଜଗତ ମଧ୍ୟ ଥିଲା।
ଶୁକ୍ର ଆମର ନିକଟତମ ଗ୍ରହ ହୋଇଥିଲେ ସୁଦ୍ଧା ମହାକାଶଯାନ ପଠାଇ ଏହା ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବାରେ ବିଶେଷ ଗୁରୁତ୍ୱ ଦିଆଯାଇ ନାହିଁ। ଯୁକ୍ତରାଷ୍ଟ୍ର ଆମେରିକାର ମହାକାଶ ଅନୁଷ୍ଠାନ ‘ନାସା’ ଶେଷଥର ପାଇଁ ୧୯୮୯ ମସିହାରେ ଏହା ନିକଟକୁ ‘ମାଲେଗାନ୍‌’ ଯାନ ପଠାଇଥିଲା। ଏହି ଯାନଟି ୧୯୯୦ ମସିହାଠାରୁ ୧୯୯୪ ମସିହା ପର୍ଯ୍ୟନ୍ତ ଶୁକ୍ର କକ୍ଷରେ ପରିକ୍ରମଣ କରି ଚିତ୍ର ପଠାଇଥିଲା। ୟୁରୋପୀୟ ମହାକାଶ ସଂସ୍ଥା ଏହା ନିକଟକୁ ୨୦୦୬ ମସିହାରେ ‘ଭେନସ ଏକ୍ସପ୍ରେସ’ ଓ ଜାପାନ ୨୦୧୦ ମସିହାରେ ‘ଆକାସୁକି’ ଯାନ ପଠାଇଥିଲା। ଏହାପରେ ଅବଶ୍ୟ ଆଉ କେତେକ ଯାନ ଅନ୍ୟ ଗ୍ରହ ଅଭିଯାନରେ ଗଲାବେଳେ ଶୁକ୍ର ନିକଟ ଦେଇ ଯାଇଥିବା ବେଳେ କିଛି ଚିତ୍ର ଉତ୍ତୋଳନ କରି ପଠାଇଥିଲେ।
ଶୁକ୍ର ଗ୍ରହ ନିକଟକୁ ୨୦୩୦ ମସିହା ସୁଦ୍ଧା ଦୁଇଟି ଯାନ ପଠାଇବା ପାଇଁ ‘ନାସା’ ଚଳିତବର୍ଷ ଜୁନ୍‌ ୨ରେ ଘୋଷଣା କରିଛି। ଏହି ଦୁଇ ଯାନର ନାମ ହେଉଛି-‘ଡାଭିନ୍‌ସି’ ଏବଂ ‘ଭେରିଟାସ୍‌’। ଡାଭିନ୍‌ସି ଶୁକ୍ର ବାୟୁମଣ୍ଡଳକୁ ସ୍ତର ସ୍ତର କରି ଅଧ୍ୟୟନ କରି ଏହାର ବିଭିନ୍ନ ଗ୍ୟାସୀୟ ଉପାଦାନକୁ ମାପ କରିବ। ଏଥିରୁ ଶୁକ୍ର କାହିଁକି ଅଧିକ ଉତ୍ତପ୍ତ ତାହା ଜାଣି ହେବ। ଗତବର୍ଷ ରେଡିଓ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଶୁକ୍ର ବାୟୁମଣ୍ଡଳରେ ଫସଫାଇନ୍‌ ନାମକ ପଦାର୍ଥ ଚିହ୍ନଟ କରାଯାଇଥିଲା। ପୃଥିବୀରେ ଅଣୁଜୀବ ଫସଫାଇନ୍‌ ଉତ୍ପନ କରିଥାଏ। ଏଥିରୁ ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ ଶୁକ୍ର ଗ୍ରହ ବାଦଲରେ ଅଣୁଜୀବ ଥାଇପାରେ। ଏଣୁ ଡାଭିନ୍‌ସି ଏହି ପଦାର୍ଥ ଉପରେ ଅନୁସନ୍ଧାନ କରିବ।
ଯୋଜନା ଅନୁଯାୟୀ ଡାଭିନ୍‌ସି ଶୁକ୍ର ପୃଷ୍ଠରେ ପଡ଼ିବ ଏବଂ କଠିନ ପତନ ପରେ ଏହା ତିଷ୍ଠି ରହିବା ପାଇଁ ଡିଜାଇନ୍‌ ହୋଇନାହିଁ। କିନ୍ତୁ ଏହାର ଅବତରଣ ସମୟରେ ବାଦଲ ତଳେ ଥିବା ପୃଷ୍ଠର ଚିତ୍ର ଏହା ପଠାଇବ। ଏହାର ପୃଷ୍ଠ ମହାଦେଶୀୟ ଗ୍ରାନାଇଟ୍‌ ପଥର କିମ୍ବା ଆଗ୍ନେୟ ଶିଳାରୁ ଗଠିତ ହୋଇଛି, ତାହା ଏହି ଚିତ୍ରରୁ ଜାଣିହେବ। ଯଦି ଏହା ଗ୍ରାନାଇଟ୍‌ ହୋଇଥାଏ, ଏଥିରୁ ବୁଝାପଡ଼ିବ ଯେ ଶୁକ୍ର ଆଭ୍ୟନ୍ତରରେ ଜଳ ଅଛି। ଯଦି ଏହା ଆଗ୍ନେୟ ଶିଳା ହୁଏ, ତାହାହେଲେ ଜଳ ଥିବାର ସମ୍ଭାବନା କମ୍‌।
‘ଭେରିଟାସ୍‌’ ଶୁକ୍ର କକ୍ଷରେ ପରିକ୍ରମଣ କରି ରାଡାର ଓ ମାଧ୍ୟାକର୍ଷଣୀୟ ମାପ ସାହାଯ୍ୟରେ ଶୁକ୍ର ଭୂତାତ୍ତ୍ୱିକ ବିବିର୍ତ୍ତନ ଅଧ୍ୟୟନ କରିବ। ଅନ୍ୟ ଅର୍ଥରେ ଏହା ସେଠାରେ ଆଗ୍ନେୟଗିରି କାର୍ଯ୍ୟକଳାପକୁ ଅନୁସନ୍ଧାନ କରିବ। ବୈଜ୍ଞାନିକମାନେ ଏହା ପଠାଇଥିବା ତଥ୍ୟ ଆଧାରରେ ଶୁକ୍ର ପୃଷ୍ଠର ତ୍ରି-ପରିସରୀୟ ଚିତ୍ର ପ୍ରସ୍ତୁତ କରିବେ ଏବଂ ସେଠାରେ ଥିବା ବିଭିନ୍ନ ପ୍ରକାର ପଥରକୁ ଚିହ୍ନଟ କରି ଏହା କିପରି ଗଠିତ ହୋଇଥିଲା ତାହା ଜାଣିବାକୁ ଚେଷ୍ଟା କରିବେ।
ଏହି ଦୁଇ ଅଭିଯାନ ଦ୍ୱାରା ଶୁକ୍ର ଗ୍ରହର ଅନେକ ଅଜଣା ତଥ୍ୟ ଜାଣି ହେବ ବୋଲି ଆଶା। ‘ନାସା’ ପ୍ରତ୍ୟେକ ଅଭିଯାନ ପାଇଁ ୫୦୦ ନିୟୁତ ଡଲାର ଖର୍ଚ୍ଚ ଅଟକଳ କରିଛି। ‘ନାସା’ ମଧ୍ୟ ଏହି ଦୁଇ ଅଭିଯାନରେ ନିଜର ଆନ୍ତଃଗ୍ରାହିକ ଦକ୍ଷତାକୁ ପ୍ରଦର୍ଶନ କରିବା ପାଇଁ କିଛି ନୂଆ ପ୍ରଯୁକ୍ତିବିଦ୍ୟାର ପରୀକ୍ଷା କରିବାକୁ ଚାହୁଁଛି। ‘ଭେରିଟାସ୍‌’ରେ ଗଭୀର ମହାକାଶରେ କାର୍ଯ୍ୟ କରି ପାରୁଥିବା ଗୋଟିଏ ପରମାଣୁ ଘଡ଼ି ରହିବ, ଯାହା ପରବର୍ତ୍ତୀ ମହାକାଶ ଅଭିଯାନଗୁଡ଼ିକରେ ସାହାଯ୍ୟ କରିବ। ‘ଡାଭିନ୍‌ସି’ରେ ଗୋଟିଏ ଉଚ୍ଚ ବିଭେଦନ ଅତିବାଇଗଣି କ୍ୟାମେରା ରହିବ।
କେତେବର୍ଷ ଧରି ଜ୍ୟୋତିର୍ବିଦ୍‌ମାନଙ୍କର ଲକ୍ଷ୍ୟ ମଙ୍ଗଳ, ବୃହସ୍ପତି ଓ ଶନି ଉପରେ ଅଧିକ କେନ୍ଦ୍ରୀଭୂତ ହୋଇଥିଲା। କିନ୍ତୁ ବର୍ତ୍ତମାନ ଶୁକ୍ର ସେମାନଙ୍କୁ ଆକର୍ଷଣ କରିଛି। ୟୁରୋପୀୟ ମହାକାଶ ସଂଘ ଶୁକ୍ର ଗ୍ରହ ନିକଟକୁ ‘ଏନ୍‌ଭିଜନ’ ଯାନ ପଠାଇବା ପାଇଁ ନିକଟରେ ଘୋଷଣା କରିଛି। ଭାରତ ୨୦୨୩ ମସିହାରେ ଶୁକ୍ର ଅଭିଯାନରେ ଯାନ ପଠାଇବା ପାଇଁ ପୂର୍ବରୁ ଘୋଷଣା କରିଛି। ଯୁକ୍ତରାଷ୍ଟ୍ର ଆମେରିକା ସହିତ ମିଶି ଶୁକ୍ର ଗ୍ରହରେ ଗୋଟିଏ ମହାକାଶ ଯାନକୁ ଅବତରଣ କରାଇବା ଭଳି ଦୁଃସାହସିକ ପ୍ରସ୍ତାବ ରୁଷିଆ ଦେଇଛି।

ଇଂ ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଫେଜ୍‌-୧ ଭୁବନେଶ୍ୱର-୧୮
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ରକ୍ଷାବନ୍ଧନରେ ଗ୍ରହମାନଙ୍କ ୩ ମହାଯୋଗ: ଏହି ୫ ରାଶିର ଦ୍ରୁତ ଗତିରେ ଉନ୍ନତି, ହେବେ ମାଲାମାଲ!

୨୮ ଅଗଷ୍ଟ ୨୦୨୬ରେ ଶ୍ରାବଣ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି। ଏହି ଦିନ ରକ୍ଷାବନ୍ଧନ, ଗାୟତ୍ରୀ ଜୟନ୍ତୀ ସହ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ପଡ଼ୁଛି।…

ନବପଞ୍ଚମ ଯୋଗରେ ଆରମ୍ଭ ହେବ ସେପ୍ଟେମ୍ବର: ମେଷ-ମକର ସମେତ ୪ ରାଶିଙ୍କ ପାଇଁ ଏମିତି ରହିବ ପୂରା ମାସ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଓ ଶନିଙ୍କ ନବପଞ୍ଚମ ଯୋଗ ୨୦୨୬ରେ ୪ଟି ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ମାସ ଆରମ୍ଭରେ ଏହି ଯୋଗ ଗଠନ…

ଅନ୍ୟଙ୍କ ରହସ୍ୟ ଜାଣିବାରେ ମାହିର, ନିଜ କଥା ରଖନ୍ତି ଗୁପ୍ତ; ଜାଣନ୍ତୁ ସେହି ୩ ରାଶି କିଏ…

ଆପଣଙ୍କ ଆଖପାଖରେ ଏମିତି କିଛି ଲୋକ ନିଶ୍ଚୟ ଥିବେ, ଯେଉଁମାନେ ଆପଣଙ୍କ ମନର କଥାଠାରୁ ଆରମ୍ଭ କରି ଗଭୀର ରହସ୍ୟ ପର୍ଯ୍ୟନ୍ତ ସହଜରେ ବୁଝିଯାଆନ୍ତି। କିନ୍ତୁ ନିଜ…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କାକୁଡ଼ି, ବଢ଼ିବ…

କାକୁଡ଼ିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ…

ବର୍ଷା ଋତୁରେ ଖାଦ୍ୟ ସୁରକ୍ଷା

ବର୍ଷା ଋତୁ ଗରମରୁ ମୁକ୍ତି ଆଣିଥାଏ, କିନ୍ତୁ ବର୍ଦ୍ଧିତ ଆର୍ଦ୍ରତା ଯୋଗୁ ଖାଦ୍ୟ ନଷ୍ଟ ହେବାର ଆଶଙ୍କା ବୃଦ୍ଧି କରିଥାଏ। ତା’ସହ ଖାଦ୍ୟଜନିତ ରୋଗ ସୃଷ୍ଟି କରିବାରେ…

ଶ୍ରାବଣ ମାସର ଶେଷ ସୋମବାରରେ ଅଦ୍ଭୁତ ଯୋଗ, ୪ ରାଶିଙ୍କ ଚମକିବ ଭାଗ୍ୟ

ଆଜି ଶ୍ରାବଣ ମାସର ଚତୁର୍ଥ ତଥା ଶେଷ ସୋମବାର । ଜ୍ୟୋତିଷ ମତାନୁସାରେ ଆଜିର ଦିନଟି ବେଶ୍ ଶୁଭ ରହିବ । ଶ୍ରାବଣ ସୋମବାରରେ ଏକାଧିକ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri