ଶୁକ୍ର ଗ୍ରହ ଅଭିଯାନ

ଶୁକ୍ର ହେଉଛି ସୂର୍ଯ୍ୟଠାରୁ ଦୂରତାକ୍ରମରେ ସୌରଜଗତର ଦ୍ୱିତୀୟ ଗ୍ରହ ଏବଂ ଆମ ପୃଥିବୀର ଅନ୍ୟତମ ପଡ଼ୋଶୀ ଗ୍ରହ। ‘କୁଆଁତାରା’ ଭାବେ ଜଣା ଏହି ଗ୍ରହ ପୃଥିବୀବାସୀଙ୍କୁ ବହୁ ଆଗରୁ ଆକର୍ଷିତ କରିଛି। ଉଭୟ ଗ୍ରହର କକ୍ଷପଥ ହେଉଛି ନିକଟତର ଏବଂ ଗ୍ରହ ଦ୍ୱୟର ଆକାର ଓ ଗଠନ ପ୍ରାୟ ସମାନ ପ୍ରକାରର। କିନ୍ତୁ ପୃଥିବୀରେ ବାସଯୋଗ୍ୟ ତାପମାତ୍ରା, ଜଳ ଓ ଜୀବଜଗତ ଥିବା ବେଳେ ଶୁକ୍ର ହେଉଛି ଗୋଟିଏ ଜନଶୂନ୍ୟ ଉତ୍ତପ୍ତ ଗ୍ରହ। ଏହାର ପୃଷ୍ଠଭାଗର ତାପମାତ୍ରା ହେଉଛି ୪୦୦ ଡିଗ୍ରୀ ସେଲସିୟସରୁ ଅଧିକ। ଏହାର ବାୟୁମଣ୍ଡଳରେ ୯୫ ପ୍ରତିଶତ ଅଙ୍ଗାରକାମ୍ଳ ରହିଛି। ଏହି ଗ୍ରହ ଅପେକ୍ଷାକୃତ ଭାବେ ସୂର୍ଯ୍ୟର ନିକଟତର ହୋଇଥିବାରୁ ସବୁଜଗୃହ ପ୍ରଭାବରେ ଏହାର ତାପମାତ୍ରା ହେଉଛି ଅଧିକ। କେତେକ ବୈଜ୍ଞାନିକ ମତ ଦେଇଥାଆନ୍ତି ଯେ ସେଠାରେ ଅଧିକ ଆଗ୍ନେୟଗିରି ଉଦ୍‌ଗୀରଣ ଯୋଗୁ ଏହାର ବାୟୁମଣ୍ଡଳରେ ଅଧିକ ପରିମାଣରେ ଅଙ୍ଗାରକାମ୍ଳ ଗ୍ୟାସ ଅଛି। କେତେକ ଗ୍ରହ ବିଜ୍ଞାନୀ ବିଶ୍ୱାସ କରନ୍ତି ଯେ, ଶୁକ୍ର ପୃଷ୍ଠରେ ପୂର୍ବରୁ ଜଳୀୟ ମହାସାଗର ଥିଲା ଏବଂ ଏପରିକି ଜୀବଜଗତ ମଧ୍ୟ ଥିଲା।
ଶୁକ୍ର ଆମର ନିକଟତମ ଗ୍ରହ ହୋଇଥିଲେ ସୁଦ୍ଧା ମହାକାଶଯାନ ପଠାଇ ଏହା ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବାରେ ବିଶେଷ ଗୁରୁତ୍ୱ ଦିଆଯାଇ ନାହିଁ। ଯୁକ୍ତରାଷ୍ଟ୍ର ଆମେରିକାର ମହାକାଶ ଅନୁଷ୍ଠାନ ‘ନାସା’ ଶେଷଥର ପାଇଁ ୧୯୮୯ ମସିହାରେ ଏହା ନିକଟକୁ ‘ମାଲେଗାନ୍‌’ ଯାନ ପଠାଇଥିଲା। ଏହି ଯାନଟି ୧୯୯୦ ମସିହାଠାରୁ ୧୯୯୪ ମସିହା ପର୍ଯ୍ୟନ୍ତ ଶୁକ୍ର କକ୍ଷରେ ପରିକ୍ରମଣ କରି ଚିତ୍ର ପଠାଇଥିଲା। ୟୁରୋପୀୟ ମହାକାଶ ସଂସ୍ଥା ଏହା ନିକଟକୁ ୨୦୦୬ ମସିହାରେ ‘ଭେନସ ଏକ୍ସପ୍ରେସ’ ଓ ଜାପାନ ୨୦୧୦ ମସିହାରେ ‘ଆକାସୁକି’ ଯାନ ପଠାଇଥିଲା। ଏହାପରେ ଅବଶ୍ୟ ଆଉ କେତେକ ଯାନ ଅନ୍ୟ ଗ୍ରହ ଅଭିଯାନରେ ଗଲାବେଳେ ଶୁକ୍ର ନିକଟ ଦେଇ ଯାଇଥିବା ବେଳେ କିଛି ଚିତ୍ର ଉତ୍ତୋଳନ କରି ପଠାଇଥିଲେ।
ଶୁକ୍ର ଗ୍ରହ ନିକଟକୁ ୨୦୩୦ ମସିହା ସୁଦ୍ଧା ଦୁଇଟି ଯାନ ପଠାଇବା ପାଇଁ ‘ନାସା’ ଚଳିତବର୍ଷ ଜୁନ୍‌ ୨ରେ ଘୋଷଣା କରିଛି। ଏହି ଦୁଇ ଯାନର ନାମ ହେଉଛି-‘ଡାଭିନ୍‌ସି’ ଏବଂ ‘ଭେରିଟାସ୍‌’। ଡାଭିନ୍‌ସି ଶୁକ୍ର ବାୟୁମଣ୍ଡଳକୁ ସ୍ତର ସ୍ତର କରି ଅଧ୍ୟୟନ କରି ଏହାର ବିଭିନ୍ନ ଗ୍ୟାସୀୟ ଉପାଦାନକୁ ମାପ କରିବ। ଏଥିରୁ ଶୁକ୍ର କାହିଁକି ଅଧିକ ଉତ୍ତପ୍ତ ତାହା ଜାଣି ହେବ। ଗତବର୍ଷ ରେଡିଓ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଶୁକ୍ର ବାୟୁମଣ୍ଡଳରେ ଫସଫାଇନ୍‌ ନାମକ ପଦାର୍ଥ ଚିହ୍ନଟ କରାଯାଇଥିଲା। ପୃଥିବୀରେ ଅଣୁଜୀବ ଫସଫାଇନ୍‌ ଉତ୍ପନ କରିଥାଏ। ଏଥିରୁ ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ ଶୁକ୍ର ଗ୍ରହ ବାଦଲରେ ଅଣୁଜୀବ ଥାଇପାରେ। ଏଣୁ ଡାଭିନ୍‌ସି ଏହି ପଦାର୍ଥ ଉପରେ ଅନୁସନ୍ଧାନ କରିବ।
ଯୋଜନା ଅନୁଯାୟୀ ଡାଭିନ୍‌ସି ଶୁକ୍ର ପୃଷ୍ଠରେ ପଡ଼ିବ ଏବଂ କଠିନ ପତନ ପରେ ଏହା ତିଷ୍ଠି ରହିବା ପାଇଁ ଡିଜାଇନ୍‌ ହୋଇନାହିଁ। କିନ୍ତୁ ଏହାର ଅବତରଣ ସମୟରେ ବାଦଲ ତଳେ ଥିବା ପୃଷ୍ଠର ଚିତ୍ର ଏହା ପଠାଇବ। ଏହାର ପୃଷ୍ଠ ମହାଦେଶୀୟ ଗ୍ରାନାଇଟ୍‌ ପଥର କିମ୍ବା ଆଗ୍ନେୟ ଶିଳାରୁ ଗଠିତ ହୋଇଛି, ତାହା ଏହି ଚିତ୍ରରୁ ଜାଣିହେବ। ଯଦି ଏହା ଗ୍ରାନାଇଟ୍‌ ହୋଇଥାଏ, ଏଥିରୁ ବୁଝାପଡ଼ିବ ଯେ ଶୁକ୍ର ଆଭ୍ୟନ୍ତରରେ ଜଳ ଅଛି। ଯଦି ଏହା ଆଗ୍ନେୟ ଶିଳା ହୁଏ, ତାହାହେଲେ ଜଳ ଥିବାର ସମ୍ଭାବନା କମ୍‌।
‘ଭେରିଟାସ୍‌’ ଶୁକ୍ର କକ୍ଷରେ ପରିକ୍ରମଣ କରି ରାଡାର ଓ ମାଧ୍ୟାକର୍ଷଣୀୟ ମାପ ସାହାଯ୍ୟରେ ଶୁକ୍ର ଭୂତାତ୍ତ୍ୱିକ ବିବିର୍ତ୍ତନ ଅଧ୍ୟୟନ କରିବ। ଅନ୍ୟ ଅର୍ଥରେ ଏହା ସେଠାରେ ଆଗ୍ନେୟଗିରି କାର୍ଯ୍ୟକଳାପକୁ ଅନୁସନ୍ଧାନ କରିବ। ବୈଜ୍ଞାନିକମାନେ ଏହା ପଠାଇଥିବା ତଥ୍ୟ ଆଧାରରେ ଶୁକ୍ର ପୃଷ୍ଠର ତ୍ରି-ପରିସରୀୟ ଚିତ୍ର ପ୍ରସ୍ତୁତ କରିବେ ଏବଂ ସେଠାରେ ଥିବା ବିଭିନ୍ନ ପ୍ରକାର ପଥରକୁ ଚିହ୍ନଟ କରି ଏହା କିପରି ଗଠିତ ହୋଇଥିଲା ତାହା ଜାଣିବାକୁ ଚେଷ୍ଟା କରିବେ।
ଏହି ଦୁଇ ଅଭିଯାନ ଦ୍ୱାରା ଶୁକ୍ର ଗ୍ରହର ଅନେକ ଅଜଣା ତଥ୍ୟ ଜାଣି ହେବ ବୋଲି ଆଶା। ‘ନାସା’ ପ୍ରତ୍ୟେକ ଅଭିଯାନ ପାଇଁ ୫୦୦ ନିୟୁତ ଡଲାର ଖର୍ଚ୍ଚ ଅଟକଳ କରିଛି। ‘ନାସା’ ମଧ୍ୟ ଏହି ଦୁଇ ଅଭିଯାନରେ ନିଜର ଆନ୍ତଃଗ୍ରାହିକ ଦକ୍ଷତାକୁ ପ୍ରଦର୍ଶନ କରିବା ପାଇଁ କିଛି ନୂଆ ପ୍ରଯୁକ୍ତିବିଦ୍ୟାର ପରୀକ୍ଷା କରିବାକୁ ଚାହୁଁଛି। ‘ଭେରିଟାସ୍‌’ରେ ଗଭୀର ମହାକାଶରେ କାର୍ଯ୍ୟ କରି ପାରୁଥିବା ଗୋଟିଏ ପରମାଣୁ ଘଡ଼ି ରହିବ, ଯାହା ପରବର୍ତ୍ତୀ ମହାକାଶ ଅଭିଯାନଗୁଡ଼ିକରେ ସାହାଯ୍ୟ କରିବ। ‘ଡାଭିନ୍‌ସି’ରେ ଗୋଟିଏ ଉଚ୍ଚ ବିଭେଦନ ଅତିବାଇଗଣି କ୍ୟାମେରା ରହିବ।
କେତେବର୍ଷ ଧରି ଜ୍ୟୋତିର୍ବିଦ୍‌ମାନଙ୍କର ଲକ୍ଷ୍ୟ ମଙ୍ଗଳ, ବୃହସ୍ପତି ଓ ଶନି ଉପରେ ଅଧିକ କେନ୍ଦ୍ରୀଭୂତ ହୋଇଥିଲା। କିନ୍ତୁ ବର୍ତ୍ତମାନ ଶୁକ୍ର ସେମାନଙ୍କୁ ଆକର୍ଷଣ କରିଛି। ୟୁରୋପୀୟ ମହାକାଶ ସଂଘ ଶୁକ୍ର ଗ୍ରହ ନିକଟକୁ ‘ଏନ୍‌ଭିଜନ’ ଯାନ ପଠାଇବା ପାଇଁ ନିକଟରେ ଘୋଷଣା କରିଛି। ଭାରତ ୨୦୨୩ ମସିହାରେ ଶୁକ୍ର ଅଭିଯାନରେ ଯାନ ପଠାଇବା ପାଇଁ ପୂର୍ବରୁ ଘୋଷଣା କରିଛି। ଯୁକ୍ତରାଷ୍ଟ୍ର ଆମେରିକା ସହିତ ମିଶି ଶୁକ୍ର ଗ୍ରହରେ ଗୋଟିଏ ମହାକାଶ ଯାନକୁ ଅବତରଣ କରାଇବା ଭଳି ଦୁଃସାହସିକ ପ୍ରସ୍ତାବ ରୁଷିଆ ଦେଇଛି।

ଇଂ ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଫେଜ୍‌-୧ ଭୁବନେଶ୍ୱର-୧୮
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri