ସିଂହନାଥ ପୀଠରେ ମକର ମେଳା ସମୟରେ ସେତୁ ଉପରେ ଯାନବାହାନ ଚଳାଚଳ ବନ୍ଦ

କଟକ,୧୦।୧: ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଆସନ୍ତା ମକର ସଂକ୍ରାନ୍ତି ଅବସରରେ ଜାନୁଆରୀ ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଆଠଗଡସ୍ଥିତ ପ୍ରଭୁ ସିଂହନାଥ ପୀଠ ଠାରେ ମକର ମେଳା ଏବଂ ଉତ୍ସବର ଭବ୍ୟ ଆୟୋଜନ କରାଯାଉଛି। ଏହି ମେଳାରେ କଟକ ସମେତ ଅନ୍ୟାନ୍ୟ ଆଖପାଖ ଜିଲାମାନଙ୍କରୁ ପୂଜା ଅର୍ଚନା ନିମନ୍ତେ ଦୁଇ ଲକ୍ଷରୁ ଊର୍ଦ୍ଧ୍ଵ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କର ଜନସମାଗମ ହେବାର ଅଛି।

ଏହାକୁ ଦୃଷ୍ଟିରେ ରଖି ସିଂହନାଥ ପୀଠକୁ ସଂଯୋଗ କରୁଥିବା ବୈଦେଶ୍ଵର-ବଡ଼ମ୍ବା, ଟି-ସେତୁ ଉପରେ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ସହ ଯେପରି କୈଣସି ଅଘଟଣ ନ ଘଟେ ସେଥିପ୍ରତି ଜିଲା ଓ ପୁଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଅଛି।

ଏହି ଉତ୍ସବ ସମୟରେ ଉକ୍ତ ସେତୁ ଉପରେ ଯାନବାହନ ଯାତାୟାତ ନିମନ୍ତେ କଟକଣା ଜାରି କରାଯିବା ସହ ନୟାଗଡ ପଟୁ ବଡମ୍ବା ଆସୁଥିବା ସମସ୍ତ ଯାନବାହନ ଗୁଡିକୁ ସିଦ୍ଧମୂଳା ସେତୁ ଦେଇ ବଡମ୍ବା ଅଭିମୁଖେ ଗତି କରିବ, ସେହି ଭଳି ବଡମ୍ବା ପଟୁ ଭୁବନେଶ୍ଵର ଓ ଖୋର୍ଦ୍ଧା ଯାଉଥିବା ଯାନବାହନ ଗୁଡିକ ଜାତମୁଣ୍ଡିଆ ସେତୁ ଦେଇ ଗତି କରିବ। ଏହି ମେଳା ସମୟରେ ଯାନବାହାନ ଚଳାଚଳର ନିୟନ୍ତ୍ରଣ, କଟକଣା ଓ ଗତିପଥ ପରିବର୍ତ୍ତନ ସମ୍ବନ୍ଧରେ ପୋଲିସ ଅଧିକ୍ଷକଙ୍କ କାର୍ଯ୍ଯାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ହାତୀଦାନ୍ତ ଜବତ, ୪ ଅଭିଯୁକ୍ତ ଅଟକ

ବାରିପଦା,୨୨ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଜଙ୍ଗଲରେ ହାତୀମାନେ ଅସୁରକ୍ଷିତ ହୋଇପଡ଼ିଲେଣି। ଶିକାରୀମାନେ ଜଙ୍ଗଲ ଭିତରେ ପଶି ହାତୀଙ୍କୁ ମାରି ସେମାନଙ୍କ ଦାନ୍ତ ଚୋରାଚାଲାଣ କରୁଛନ୍ତି। ବୁଧବାର ଧରାପଡ଼ିଛନ୍ତି...

ଖୋଲିବ ଗୁମର, ଫସିବେ ବବି !

ଭୁବନେଶ୍ୱର,୨୨ା୧: ଖୋଲିବ ଗୁମର। ପୁଣି ଫସିବେ ବିଜେଡି ନେତା ବବି ଦାସ। ଭାଜପା ସରକାର ବବିଙ୍କ ଉପରେ କଡ଼ା ଆକ୍ସନ ନେବେ ବୋଲି ରାଜନୈତିକ ମହଲରେ...

ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି-୨୦୨୦: ଲାଗୁ ହେଲେ ବନ୍ଦ ହୋଇଯିବ ଅଙ୍ଗନବାଡି!

ଭୁବନେଶ୍ୱର,୨୨।୧: ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି (NEP) କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟାକୁ ତ୍ୱରାନ୍ବିତ କରି, ରାଜ୍ୟ ସରକାର ପ୍ରଥମ ଶ୍ରେଣୀରୁ ୬ ବର୍ଷରୁ ଅଧିକ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ଭତ୍ତା ଟଙ୍କା, ଏଣିକି ମିଳିବ ୨୫ହଜାର ଟଙ୍କା

ଭୁବନେଶ୍ୱର,୨୨।୧: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପୁଣି ବଡ଼ ଘୋଷଣା । ବଢାଇଲେ ଭତ୍ତା । ପାଚକ ଓ ପାଚିକାଙ୍କ ପାରିଶ୍ରମିକ ୧ ହଜାର ଟଙ୍କା ବୃଦ୍ଧିକରି...

ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ବଣାଇଁ,୨୨ା୧(ପ୍ରଦୀପ ତ୍ରିପାଠୀ): ବିଗତ ୧୯୧୩ ଅର୍ଥାତ୍‌ ସ୍ବାଧୀନତାର ୩୫ ବର୍ଷ ପୂର୍ବରୁ ସ୍ଥାପିତ ଝିର୍ଡ଼ାପାଲୀ ପ୍ରାଥମିକ ବିଦ୍ୟାଳୟରେ ଅଚଳାବସ୍ଥା ନେଇ ବୁଧବାର ଗ୍ରାମବାସୀ ଓ ଅଭିଭାବକ...

ଡିଜିଟାଲ ସ୍କିଲିଂ ଉପରେ ସଚେତନତା କାର୍ଯ୍ୟକ୍ରମ: ଯୋଗଦେଲେ ୪୫୦ ଛାତ୍ରୀଛାତ୍ର

ଅନୁଗୋଳ,୨୨।୧(ମାନସ ବିଶ୍ୱାଳ): ଅନୁଗୋଳର ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଡିଜିଟାଲ ସ୍କିଲିଂ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ୪୫୦ରୁ ଅଧିକ ୟୁଜି ଓ...

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ସୁଭଦ୍ରାରେ ୧୫୭ ପୁରୁଷ କରିଛନ୍ତି ଆବେଦନ

ଭୁବନେଶ୍ୱର,୨୨ା୧: ସୁଭଦ୍ରା ଯୋଜନାରେ ପୁରୁଷମାନେ ଆବେଦନ କରିଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ରାଜ୍ୟର ୧୫୭ ଜଣ ପୁରୁଷ ସୁଭଦ୍ରାରେ ଆବେଦନ...

ସାଇଧାରା-ଚନ୍ଦନଧାରା ଜଳପ୍ରପାତର ହେବ ପର୍ଯ୍ୟଟନ ବିକାଶ

ଝରିଗାଁ,୨୨।୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ରହିଛି ଚାରି ଗୋଟି ଜଳପ୍ରପାତ। ସେଗୁଡିକ ହେଲା ଝରିଗାଁ ପଞ୍ଚାୟତ ଅନ୍ତର୍ଗତ ଗୋସେଇଁ ଧାରା ଜଳପ୍ରପାତ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri