ସିଂହନାଥ ପୀଠରେ ମକର ମେଳା ସମୟରେ ସେତୁ ଉପରେ ଯାନବାହାନ ଚଳାଚଳ ବନ୍ଦ

କଟକ,୧୦।୧: ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଆସନ୍ତା ମକର ସଂକ୍ରାନ୍ତି ଅବସରରେ ଜାନୁଆରୀ ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଆଠଗଡସ୍ଥିତ ପ୍ରଭୁ ସିଂହନାଥ ପୀଠ ଠାରେ ମକର ମେଳା ଏବଂ ଉତ୍ସବର ଭବ୍ୟ ଆୟୋଜନ କରାଯାଉଛି। ଏହି ମେଳାରେ କଟକ ସମେତ ଅନ୍ୟାନ୍ୟ ଆଖପାଖ ଜିଲାମାନଙ୍କରୁ ପୂଜା ଅର୍ଚନା ନିମନ୍ତେ ଦୁଇ ଲକ୍ଷରୁ ଊର୍ଦ୍ଧ୍ଵ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କର ଜନସମାଗମ ହେବାର ଅଛି।

ଏହାକୁ ଦୃଷ୍ଟିରେ ରଖି ସିଂହନାଥ ପୀଠକୁ ସଂଯୋଗ କରୁଥିବା ବୈଦେଶ୍ଵର-ବଡ଼ମ୍ବା, ଟି-ସେତୁ ଉପରେ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ସହ ଯେପରି କୈଣସି ଅଘଟଣ ନ ଘଟେ ସେଥିପ୍ରତି ଜିଲା ଓ ପୁଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଅଛି।

ଏହି ଉତ୍ସବ ସମୟରେ ଉକ୍ତ ସେତୁ ଉପରେ ଯାନବାହନ ଯାତାୟାତ ନିମନ୍ତେ କଟକଣା ଜାରି କରାଯିବା ସହ ନୟାଗଡ ପଟୁ ବଡମ୍ବା ଆସୁଥିବା ସମସ୍ତ ଯାନବାହନ ଗୁଡିକୁ ସିଦ୍ଧମୂଳା ସେତୁ ଦେଇ ବଡମ୍ବା ଅଭିମୁଖେ ଗତି କରିବ, ସେହି ଭଳି ବଡମ୍ବା ପଟୁ ଭୁବନେଶ୍ଵର ଓ ଖୋର୍ଦ୍ଧା ଯାଉଥିବା ଯାନବାହନ ଗୁଡିକ ଜାତମୁଣ୍ଡିଆ ସେତୁ ଦେଇ ଗତି କରିବ। ଏହି ମେଳା ସମୟରେ ଯାନବାହାନ ଚଳାଚଳର ନିୟନ୍ତ୍ରଣ, କଟକଣା ଓ ଗତିପଥ ପରିବର୍ତ୍ତନ ସମ୍ବନ୍ଧରେ ପୋଲିସ ଅଧିକ୍ଷକଙ୍କ କାର୍ଯ୍ଯାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟକୁମାରଙ୍କୁ ବଦଳାଇ ଶ୍ରେୟସ ଆୟରଙ୍କୁ କାହିଁକି କରାଗଲା ଅଧିନାୟକ ପ୍ରକୃତ କାରଣ କହିଲେ ଅଜିତ ଅଗରକର

ନୂଆଦିଲ୍ଲୀ,୬।୬: ଶନିବାର ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଭାରତର ଟି-୨୦ ଦଳ ଘୋଷଣା କରିଥିଲେ, ସେତେବେଳେ ତାଲିକାରୁ ଅଧିନାୟକ…

ଦୁଇ ଦୋକାନରୁ ଚୋରି, ଚାରିଆଡ଼େ ପଡ଼ିଛି ରକ୍ତର ଛିଟା

ଆଳି,୬ା୬(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ଥାନାଠାରୁ ମାତ୍ର ଦୁଇଶହ ମିଟର ଦୂରରେ ଥିବା ମହାବୀର ବଜାରର ଦୁଇଟି ଦୋକାନରୁ ଚୋରି ହୋଇଛି। ମହାବୀର ବଜାରରେ ଥିବା…

ବକ୍ସ ଅଫିସରେ ଧମାକା କଲା ‘ପେଡ୍ଡି’: କ୍ଷମା ମାଗିଲେ ନିର୍ଦ୍ଦେଶକ

ତେଲୁଗୁ ସ୍ପୋଟର୍‌ସ ଆକ୍ସନ ଡ୍ରାମା ‘ପେଡ୍ଡି’ ରିଲିଜ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ଭାରତୀୟ ବକ୍ସ ଅଫିସରେ ଧମାକା କରିଛି। ରାମ ଚରଣ ଏବଂ ଜାହ୍ନବୀ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ ଇଣ୍ଡିଆରେ କାହିଁକି ମିଳିଲା ସୁଯୋଗ? ଏମିତି କହିଲେ ଅଗରକର

ନୂଆଦିଲ୍ଲୀ,୬।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିବାକୁ ପ୍ରସ୍ତୁତ ଏବଂ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବୋଲି ଚର୍ଚ୍ଚା ଯୋର…

ଆମ୍ବ ଗୋଟାଇବାକୁ ଯାଇଥିଲେ ବୃଦ୍ଧା, କଚାଡ଼ି କଚାଡ଼ି ମାରିଲା ଦନ୍ତା

ଆନନ୍ଦପୁର/ବଞ୍ଚୋ,୬ା୬(ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): ନିଜ ଆମ୍ବତୋଟାରେ ଶନିବାର ସକାଳୁ ଆମ୍ବ ଗୋଟାଇବାକୁ ଆସିଥିବା ବେଳେ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ ବୃଦ୍ଧା। ଆନନ୍ଦପୁର ଥାନା ଫକୀରପୁର…

ଜଳାଶୟ ମାଟି କାମକୁ ନେଇ କଂଗ୍ରେସ – ବିଜେଡି ମୁହାଁମୁହିଁ: ପୌର ପରିଷଦ ଅଧ୍ୟକ୍ଷା, କାଉନସିଲର ପହଞ୍ଚିବା ପରେ ହଙ୍ଗାମା

ବଲାଙ୍ଗୀର, ୬।୬( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର କରଙ୍ଗାକଟା ଓ ନରସିଂହ ବନ୍ଧ ଆଡିରେ ଶନିବାର ସକାଳେ କଂଗ୍ରେସ ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିଜେଡି…

ଭୟଙ୍କର ଦୁର୍ଘଟଣା :ବସ୍ ସହ ଲୁହାପଥର ବୋଝେଇ ଟ୍ରେଲର ଧକ୍କା

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : ଯୋଡା ଥାନା ଅନ୍ତର୍ଗତ ଏନ୍‌ଏଚ୍–୫୨୦ର ଲହଣ୍ଡା ନିକଟସ୍ଥ ରେଳୱେ ଅଣ୍ଡରପାସ୍‌ରେ ଏକ ଟ୍ରେଲର ଓ ଯାତ୍ରୀବାହୀ ବସ୍‌ ମଧ୍ୟରେ ଧକ୍କା…

କେବଳ ବୈଭବ ସୂର୍ଯ୍ୟବଂଶୀ ନୁହଁନ୍ତି; ଏହି ଖେଳାଳି ବି ପ୍ରଥମ ଥର ପାଇଁ ଭାରତର ଟି-୨୦ ଦଳରେ ସ୍ଥାନ ପାଇଛନ୍ତି

ନୂଆଦିଲ୍ଲୀ,୬।୬: ବୈଭବ ସୂର୍ଯ୍ୟବଂଶୀଙ୍କୁ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ପାଇଁ ଚୟନ କରାଯାଇଛି। ଶନିବାର ବିସିସିଆଇ ଏହି ଦୁଇଟି ସିରିଜ ଏବଂ ଏସୀୟ କ୍ରୀଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri