କୋରାପୁଟ, ୧୯।୧ (ଅମିତାଭ ବେହେରା ): କୋରାପୁଟ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ପ୍ରଦୂଷଣ ମୁକ୍ତ ଗ୍ରୀନ ଷ୍ଟିକର ନେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ଗାଡି ମଲିକ। ଖାଲି ପଡିଛି ଷ୍ଟିକର କାଉଣ୍ଟର। ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ସରକାରଙ୍କ ନିୟମକୁ ଅଣଦେଖା କରା ଯିବା ଯୋଗୁ ଆଜି ସୁଦ୍ଧା ମାତ୍ର ୧୫୦ରୁ ୧୬୦ ଜଣ ମାତ୍ର ଏହି ଷ୍ଟିକର ନେଇଛନ୍ତି । ଆଜିକାଲି ସମସ୍ତ କ୍ଷେତ୍ରରେ ଅନଲାଇନ ଓ ଡିଜିଟାଲ ବ୍ୟବସ୍ତା କରାଯାଇଥିବା ବେଳେ ପ୍ରଦୂଷଣ ପ୍ରମାଣ ପତ୍ର କରିଥିବା ଗାଡି ମାଲିକ ଷ୍ଟିକର ପାଇଁ କାର୍ଯ୍ୟାଳୟ ଯାଉଥିବା ଗାଡି ମଲିକଙ୍କୁ ପୁନର୍ବାର ସମସ୍ତ ଅସଲି କାଗଜ ପତ୍ର କାଉଣ୍ଟରକୁ ଆଣିବାକୁ କୁହାଯାଇଛି । ଆଜିକାଲି ଯୁଗରେ ଗାଡିର ନମ୍ବର ମାରିଲେ ଗାଡିର ସମସ୍ତ କାଗଜ ପତ୍ର ହୋଇଛି କି ନାହିଁ ଜଣାପଡ଼ୁଥିବା ବେଳେ ତାହା ଦେଖିବା ପୂର୍ବରୁ ସମସ୍ତ ଅସଲି ପ୍ରମାଣ ପତ୍ର ନ ଦେଖାଇଲେ ଷ୍ଟିକର ଦେଉନାହାନ୍ତି । ଯଦିକେହି ନିଜେ ଉପସ୍ଥିତ ରହି ମୋବାଇଲ ମାଧ୍ୟମରେ ଗାଡିର ପ୍ରମାଣ ପତ୍ର ଦେଖାଇବା ସହ ନିଜର ଆଧାର ଦେଖାଉଛନ୍ତି ତାହାକୁ ମଧ୍ୟ ଏହି ଷ୍ଟିକର ପ୍ରଦାନ କରୁନାହାନ୍ତି । ଯାହାଫଳରେ ଗାଡି ମାଲିକମାନେ ଏହାକୁ ନେବାକୁ ଆସୁନଥିବାରୁ କାଉଣ୍ଟର ଖାଲି ପଡି ରହୁଛି । ଏହି ପରିବହନ ବିଭାଗ ଅଧୀନରେ ଲକ୍ଷ ଲକ୍ଷ ଗାଡି ଚାଲୁଥିବା ବେଳେ ଆଜି ସୁଦ୍ଧା ମାତ୍ର ୧୫୦ ରୁ ୧୬୦ ଜଣ ଏହା ନେଇଛନ୍ତି । ଅନ୍ୟ ପକ୍ଷ୍ୟ ଶତାଧିକ ଗାଡିର ପ୍ରମାଣ ପତ୍ର ନ ଥିବା ଏମିତିକି ଅନେକ ସରକାରୀ ଗାଡିର ପ୍ରମାଣ ପତ୍ର ନ ଥାଇ ବୁଲୁଥିଲେ ବି ବିଭାଗ ପକ୍ଷରୁ ତାହା ଯାଞ୍ଚ କରାନଯିବା ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି । ଏଥିନେଇ ଆଞ୍ଚଳିକ ପରିବହନ ଅଧିକାରୀ ରାଜେଶ ମାରାଣ୍ଡିଙ୍କୁ ପଚାରିବାରୁ ଗାଡିର ସମସ୍ତ ପ୍ରମାଣ ପତ୍ର କରି ଥିଲେ ବି ଅସଲି ପ୍ରମାଣ ପତ୍ର ନଦେଲେ ଏହି ଗ୍ରୀନ ଷ୍ଟିକର ଦିଆଯିବ ନାହିଁ ବୋଲି ସରକାରଙ୍କ ନିର୍ଦ୍ଦେଶ ରହିଥିବା ପ୍ରକାଶ କରିଛନ୍ତି ।

