![](https://www.dharitri.com/wp-content/uploads/2022/08/891.jpg)
କୋଲାବିରା,୧୯ା୮(ଡି.ଏନ୍.ଏ.): ଝାରସୁଗୁଡ଼ା ଜିଲା କୋଲାବିରା ଥାନା ଅଧୀନ ୪୯ନଂ. ଜାତୀୟ ରାଜପଥର ଶିରିଆପାଲି ନିକଟରେ ପରିବହନ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବେ ଯାନବାହନ ଯାଞ୍ଚ କରାଯାଇଥିଲା। ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସ୍ବାହା ହେମ୍ବ୍ରମଙ୍କ ନେତୃତ୍ୱରେ ପରିବହନ ବିଭାଗର ଅନ୍ୟ କର୍ମଚାରୀ ଓ କୋଲାବିରା ଥାନା ପୋଲିସ ଷ୍ଟାଫ୍ ହେଲମେଟ୍ ସାଙ୍ଗକୁ ଯାନବାହନର ବୈଧ କାଗଜପତ୍ର ଯାଞ୍ଚ କରିଥିଲେ। ଏଥିରେ ଖିଲାପ କରିଥିବା ଗାଡି ଚାଳକଙ୍କଠାରୁ କର୍ମଚାରୀମାନେ ଜରିମାନା ଆଦାୟ କରିଥିଲେ। ମୋଟ ୪୧ ଜଣଙ୍କ ନିକଟରୁ ୧ଲକ୍ଷ ୨୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା।