କରୋନା ସହ ଲଢିବା ପାଇଁ ରେସ୍ତୋରାଁରେ ମିଳୁଛି ଆୟର୍ବେଦୀୟ ଥାଳି ସହ ଆଲକୋହଲିକ କାଢା

ନୂଆଦିଲ୍ଲୀ,୩ ।୧୦: କରୋନା ମହାମାରୀ ଏବେ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଥିବା ବେଳେ ଲୋକେ ବାହାରେ ଖାଦ୍ୟ ଗ୍ରହଣ କରିବାକୁ ମଧ୍ୟ ସାମାନ୍ୟ ଭୟ କରୁଛନ୍ତି । ଏବେ କିନ୍ତୁ ବିଭିନ୍ନ ରେସ୍ତୋଁରାରୁ ପ୍ୟାକିଂ ଫୁଡ ଘରକୁ ଆଣି ଖାଇପାରିବାର ଅନୁମତି ପ୍ରଦାନ କରାଯାଇଛି । ଏହାପରେ ବି ଲୋକଙ୍କ ମନରେ ଥିବା କରୋନା ଭୟ ସେମାନଙ୍କୁ ଟିକେ ପଛକୁ ନେଇଯାଉଛି । ଏହି ସମୟରେ ରାଜଧାନୀ ଦିଲ୍ଲୀରେ ଏମିତି ଏକ ରେସ୍ତୋରାଁ ଦାବି କରିଛି ଯେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ସେଠାରେ ଖାଦ୍ୟ ପରସା ଯାଉଛି । ଯାହା ସ୍ୱାଦିଷ୍ଟ ଓ ଶରୀର ପାଇଁ ହିତକର । ଦିଲ୍ଲୀର ଏହି ରେସ୍ତୋରାଁ Ardor2.1 ରେ କରୋନା ସହ ଲଢିବା ପାଇଁ ଏକ ଆୟୁର୍ବେଦୀୟ ଥାଳି ପରସା ଯାଉଛି । ଏହାସହ ଏଠାରେ ଖାଦ୍ୟ ପ୍ରସ୍ତୁତ ପାଇଁ କୋଇଲା, କାଠ ଓ ମାଟିର ପାତ୍ର ବ୍ୟବହାର କରାଯାଉଛି । ଆୟୁର୍ବେଦୀୟ ଥାଳିରେ ବିଭିନ୍ନ ପ୍ରକାରର ପନିପରିବାକୁ ସାମିଲ କରାଯାଇଛି । ଯେଉଁଥିରେ ଭିଟାମିନ୍ ସି, ଭିଟାମିନ୍ ଡି ଅଧିକ ପରିମାଣରେ ରହୁଥିବା କୁହାଯାଉଛି । ମସଲା ଭାବେ ହଳଦୀ, ଅଁଳା, ତୁଳସୀ, ଭୃଙ୍ଗରାଜ, ଗୁଲେଠି, ଶଙ୍ଖପୁଷ୍ଟି ଭଳି ଆୟୁର୍ବେଦୀୟ ସାମଗ୍ରୀ ବ୍ୟବହାର କରାଯାଉଛି । ଏହାର ମେନୁରେ ରହିଛି ସପ୍ତସାମଗ୍ରୀ ପନିର ଟିକା, ପାନ୍ନା କଲରା ଆଳୁ ପେଟିକା । ଏହାସହ ମେନ କୋର୍ସରେ ରହିଛି ନାଲି ଶାଗ, ଗଡୱାଲ ଡାଲି, ଡିମିରି କୋଫତା, କୁମାଉନି ରାଇତା, ମହୁଆ ରୁଟି, ଆଳୁ ତରକାରୀ । ସେହିପରି ମିଠାଭାବେ ଚୟନପ୍ରାସ ଓ ଆଇସକ୍ରିମ ଦିଆଯାଉଛି ବୋଲି ରେସେ୍‌ାରାଁ ପକ୍ଷରୁ ଦାବି କରାଯାଇଛି । ସବୁଠାରୁ ଆକର୍ଷଣ ପାଲଟିଛି ଆଲକୋହଲିକ କାଢା । ଏହା ଭାରତର ପାରମ୍ପରୀକ ପାନୀୟକୁ ନେଇ ପ୍ରସ୍ତୁତ କରାଯାଇଥିବା କୁହାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri