ବେଦ ଓ ବିଜ୍ଞାନ

ବେଦ ହିନ୍ଦୁମାନଙ୍କର ପବିତ୍ର ଶାସ୍ତ୍ର। ଏହାର ଧର୍ମୀୟ ଗୁରୁତ୍ୱ ରହିଛି। ଏହା ବ୍ୟତୀତ ବିଜ୍ଞାନ ସହିତ ବେଦର ସମ୍ପର୍କ ରହିଛି ବୋଲି ବହୁ ସମୟରେ ଯୁକ୍ତି ସାମ୍ନାକୁ ଆସିଥାଏ। ସେହି କ୍ରମରେ ନିକଟରେ ଜଣେ ବରିଷ୍ଠ ଭଦ୍ରବ୍ୟକ୍ତି ଯୁକ୍ତି ଉପସ୍ଥାପନ କରିଥିଲେ ଯେ, ୟୁରୋପୀୟମାନେ ବେଦରୁ ବିଜ୍ଞାନ ଚୋରି କରି ନେଇଛନ୍ତି। ସେ ବେଦରେ ବର୍ଣ୍ଣିତ ପଦଗୁଡ଼ିକ ଉଦ୍ଧୃତ କରି ପ୍ରମାଣ କରିବାକୁ ଲାଗିଲେ। କହିଲେ, ମାଧ୍ୟାକର୍ଷଣ ଶକ୍ତିଠାରୁ ଆରମ୍ଭ କରି ନିଉଟନ୍‌ଙ୍କ ପଦାର୍ଥ ବିଜ୍ଞାନ ପର୍ଯ୍ୟନ୍ତ ସବୁକିଛି ସଙ୍କେତ ଋକ୍‌ବେଦର ମନ୍ତ୍ରରେ ମିଳିପାରିବ। ସେହି ଭଦ୍ରବ୍ୟକ୍ତି ଜଣକ ଅଭିଭାଷଣ ରଖୁଥିବା ସମୟରେ ସେହି ରୁମ୍‌ରେ ଯେଉଁମାନେ ଉପସ୍ଥିତ ଥିଲେ, ସେମାନେ କେହି ବେଦ କିମ୍ବା ବିଜ୍ଞାନ ଜାଣି ନ ଥିଲେ। ତେଣୁ ଭଦ୍ରବ୍ୟକ୍ତି ଜଣଙ୍କୁ କେହି ଚ୍ୟାଲେଞ୍ଜ କରିପାରିଲେ ନାହିଁ। ଏଣୁ ଏହି ଧାରଣା ସମସ୍ତଙ୍କୁ ଭଲ ଲାଗିଲା। ଏହା ସମସ୍ତଙ୍କୁ ଭଲ ଅନୁଭବ ହେଉଥିବାରୁ ସମସ୍ତେ ତାଙ୍କ ସହ ସହମତ ଥିବା ଭଳି ମନେହେଉଥିଲା ।
ବେଦ ସହିତ ବିଜ୍ଞାନର ସମ୍ପର୍କ ରହିଥିବା ସତ୍ୟାସତ୍ୟ ଉପରେ ଦାବି କରାଯାଉଥିବା ଅନେକ ଲେଖା ଦେଖିବାକୁ ମିଳିଥାଏ। ଏଭଳି ଲେଖାର ସତ୍ୟତାକୁ ଯେତେବେଳେ ତୁମେ ପରଖିବ ଏବଂ ଅନ୍ୟ ଗ୍ରନ୍ଥଗୁଡ଼ିକ ସହିତ ବେଦର ଲେଖାକୁ ଅଧିକ ଯତ୍ନର ସହିତ ସମୀକ୍ଷା କରିବ, ତେବେ କିଛି ନିଆରା ଅନୁଭବ କରିପାରିବ। ଏଗୁଡ଼ିକରେ କେତେକେ ଉତ୍ସାହୀ ଅନଭିଜ୍ଞ ବ୍ୟକ୍ତିବିଶେଷ ଚତୁରତାର ସହିତ ଶବ୍ଦକୁ ଭିନ୍ନ ମୋଡ଼ ଦେଇଛନ୍ତି, ଯେଉଁଥିରେ ସେମାନେ ବିଜ୍ଞାନ ବିଷୟରେ ସେମାନଙ୍କର ଦୁର୍ବଳ ଧାରଣାକୁ ସୁହାଇଲା ଭଳି ଆଳକାଂରିକ ଅଭିବ୍ୟକ୍ତିର ଅପବ୍ୟବହାର କରିଥିବା ଜାଣିିବାକୁ ପାଇବ। ଏପରିକି ସେମାନେ ଏହାର ପ୍ରକୃତ ଅର୍ଥ ନ ଜାଣି ଅନ୍ୟର ଶବ୍ଦଗୁଡ଼ିକୁ ନିଜର କହି ବ୍ୟବହାର କରିଛନ୍ତି ବୋଲି ଅନୁଭବ କରିପାରିବ।
ଏହି ଦୁଃଖଦ ବିଷୟ କେବଳ ଭାରତ କିମ୍ବା ହିନ୍ଦୁମାନଙ୍କ ମଧ୍ୟରେ ସୀମିତ ରହିନାହିଁ। ଏଭଳି ଘଟଣା ଅନ୍ୟସବୁ ସ୍ଥାନରେ କିମ୍ବା ଧର୍ମରେ ଆମେ ଦେଖିବାକୁ ପାଇଥାଉ। ଉଦାହରଣ ସ୍ବରୂପ, ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ବାଇବେଲ୍‌ ପରେ ଆବିଷ୍କୃତ ସମୟ, ମହାକାଶ, ପଦାର୍ଥ, ଶକ୍ତି ପରି ବୈଜ୍ଞାନିକ ତତ୍ତ୍ୱ ବିଷୟରେ ସମସ୍ତ ସୂଚନା ବାଇବେଲ୍‌ରେ ଉଲ୍ଲେଖ ରହିଛି ବୋଲି ଦାବି କରନ୍ତି। ଏପରିକି ନିକଟ ଅତୀତରେ ଆବିଷ୍କୃତ ସାଧାରଣ ବିଜ୍ଞାନ ତଥା ଜ୍ୟୋତିର୍ବିଜ୍ଞାନ ସମ୍ବନ୍ଧିତ ତତ୍ତ୍ୱଗୁଡ଼ିକର ବର୍ଣ୍ଣନା ବାଇବେଲ୍‌ରେ ରହିଥିବା ଅନେକେ କହନ୍ତି। ଇସ୍‌ଲାମ ଧର୍ମରେ ମଧ୍ୟ ସମାନ ପ୍ରକାର ବିଷୟ ଦେଖିବାକୁ ମିଳିଥାଏ। ଆମକୁ କୁହାଯାଏ ଯେ, କୋରାନରେ ବିଜ୍ଞାନ ସମ୍ପର୍କରେ ସବୁକିଛି ଅଛି। ଆପେକ୍ଷିକ ତତ୍ତ୍ୱଠାରୁ ଆରମ୍ଭ କରି କ୍ୱାଣ୍ଟମ ମେକାନିକ୍ସ ପର୍ଯ୍ୟନ୍ତ, ବିଗ୍‌ ବ୍ୟାଙ୍ଗ ସିଦ୍ଧାନ୍ତରୁ ଆରମ୍ଭ କରି ବ୍ଲାକ୍‌ହୋଲ ତଥା ଥର୍ମୋଡାଇନାମିକ୍ସ ପର୍ଯ୍ୟନ୍ତ ସବୁ ବୈଜ୍ଞାନିକ ଧାରଣା କୋରାନରେ ରହିଛି। ବାସ୍ତବରେ ଯେଉଁମାନେ ପବିତ୍ର ଶାସ୍ତ୍ର କୋରାନକୁ ପଢ଼ିନାହାନ୍ତି କିମ୍ବା ବିଜ୍ଞାନ ବିଷୟରେ ଭଲ ଜ୍ଞାନ ନାହିଁ , ସେମାନଙ୍କୁ ଏହି ସବୁ କଥା ଆକର୍ଷିତ କରେ। ଏପରିକି ଯେଉଁ ଲୋକମାନେ ଏହିସବୁ ବିଷୟ ସୃଷ୍ଟି କରୁଛନ୍ତି, ସେମାନେ ଏହାର ବିଶ୍ୱସନୀୟତା ଉପରେ ସମୀକ୍ଷା କରୁନାହାନ୍ତି। କହିବାକୁ ଗଲେ ସେମାନେ ସାଧାରଣ ଶ୍ରେଣୀର ବିଦ୍ୱାନ୍‌। ସେମାନଙ୍କର ଶାସ୍ତ୍ର ଏବଂ ପ୍ରାଚୀନ ଭାଷା କିମ୍ବା ବିଜ୍ଞାନ ସମ୍ପର୍କିତ କୌଣସି ଜ୍ଞାନ ନାହିଁ। ସେମାନେ ଯାହା କହିଛନ୍ତି, ତାହା ହେଉଛି ଆତ୍ମବିଶ୍ୱାସ ଯାହା ଏହି କ୍ଷେତ୍ରରେ କାର୍ଯ୍ୟ କରୁଛି ଏବଂ ସେମାନଙ୍କୁ ଦର୍ଶକମାନେ କିମ୍ବା ପାଠକେ ବିଶ୍ୱାସ କରିବାରୁ ସେମାନଙ୍କ କଥା ସତ୍ୟ ହୋଇଯାଇଛି।
ତେବେ ବିଜ୍ଞାନ ଏବଂ ଧର୍ମ ମଧ୍ୟରେ ଏହି ମାନସିକ ଉତ୍ତେଜନା ବା ଦ୍ୱନ୍ଦ୍ୱ ବାସ୍ତବରେ କ’ଣ? ଦୀର୍ଘ ଦିନ ଧରି ଧର୍ମ ଦାବି କରିଆସୁଥିଲା ଯେ ଏହା ବିଶ୍ୱ ବିଷୟରେ ସତ୍ୟକୁ ଜାଣେ। କିନ୍ତୁ ତା’ପରେ ଯେତେବେଳେ ବିଜ୍ଞାନ ସାମ୍ନାକୁ ଆସିଲା ଏବଂ ଦୁନିଆକୁ ନୂତନ ଟେକ୍ନୋଲୋଜି (ପ୍ରଯୁକ୍ତି) ପ୍ରଦାନ କଲା, ସେତେବେଳେ ପ୍ରକୃତ ଭୌତିକ ସମସ୍ୟାର ସମାଧାନ ହେଲା। ଆଣ୍ଟିବାୟୋଟିକ, ବାଷ୍ପଚାଳିତ ଇଞ୍ଜିନ, ବିଦ୍ୟୁତ୍‌, କମ୍ପ୍ୟୁଟର ଆବିଷ୍କୃତ ହେବାରୁ ଏହା ସମ୍ଭବ ହୋଇପାରିଲା। ଧର୍ମୀୟ ମନ୍ତବ୍ୟ ଓ ଯୁକ୍ତିଗୁଡ଼ିକର ପ୍ରମାଣ କରାଯାଇପାରିଲା। ପ୍ରତିଶ୍ରୁତିର ମୂଲ୍ୟାୟନ ଏବଂ ପୂର୍ବାନୁମାନ ମଧ୍ୟ କରାଯାଇପାରିଲା। ଧର୍ମ ଯାହା କିଛି କରିପାରି ନ ଥିଲା ତାହା ବିଜ୍ଞାନ ଦ୍ୱାରା ସମ୍ଭବ ହେଲା। ତେଣୁ ବିଜ୍ଞାନ ଧର୍ମକୁ ଅତିକ୍ରମ କରିଗଲା। କେବଳ ଏତିକି ନୁହେଁ, ବିଜ୍ଞାନ ସମସ୍ତ ସମସ୍ୟାର ସମାଧାନ କରିପାରିବ ବୋଲି ଦାବି କଲା। ତଥାପି ଏକବିଂଶ ଶତାବ୍ଦୀରେ ଆମେ ଅନୁଭବ କରିଛୁ ଯେ ବିଜ୍ଞାନ ଓ ପ୍ରଯୁକ୍ତି ସବୁ ସମସ୍ୟାର ସମାଧାନ କରେ ନାହିଁ। ଯଦି ବିଜ୍ଞାନ କିଛି କରିଛି, ତେବେ ତାହା ସାମାଜିକ ଅସମାନତାକୁ ବୃଦ୍ଧି କରିବା ସହ ପରିବେଶ ପ୍ରଦୂଷଣକୁ ତୀବ୍ର କରିଛି ବୋଲି ଆମେ କହୁଛୁ। ବିଜ୍ଞାନ ବର୍ତ୍ତମାନ ଶତ୍ରୁ ହୋଇଯାଇଛି। ଏହା ସବୁ ସମସ୍ୟାର ନିବାରକ ବୋଲି ଯାହା ଦାବି କରାଯାଉଛି ତାହା ନୁହେଁ। ତେଣୁ ବର୍ତ୍ତମାନ ଧର୍ମ ଫେରିଛି ଏବଂ ତାହାର ହଜିଯାଇଥିବା ସ୍ଥିତିକୁ ପୁନର୍ବାର ପାଇବା ପାଇଁ ଜୋରସୋର ଉଦ୍ୟମ କରୁଛି।
ବିଜ୍ଞାନ ମୂଳତଃ ସନ୍ଦେହ ଏବଂ ମୂଲ୍ୟାୟନ ଉପରେ ଆଧାରିତ ବୋଲି କୁହାଯାଉଛି। ଏହା ମଧ୍ୟ କୁହାଯାଉଛି ଯେ, ବିଜ୍ଞାନ ଭୌତିକ ସମସ୍ୟାର ସମାଧାନ କରିପାରିବ, କିନ୍ତୁ ମାନସିକ ସମସ୍ୟା କିମ୍ବା ସାମାଜିକ ସମସ୍ୟା ନୁହେଁ। ବିଜ୍ଞାନ ବଡ଼ଧରଣର ଅସ୍ତ୍ରଶସ୍ତ୍ର ଏବଂ ପ୍ରଯୁକ୍ତିବିଦ୍ୟା ସୃଷ୍ଟି କରିପାରିବ, କିନ୍ତୁ ଏହା ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ଆଣିପାରିବ ନାହିଁ। ଏହା ବ୍ୟତୀତ ବିଜ୍ଞାନ ଈର୍ଷା, ଗର୍ବ, ଅହଂକାରକୁ ହ୍ରାସ କରିପାରିବ ନାହିଁ ବୋଲି ଧାରଣା ସୃଷ୍ଟି ହେବାରେ ଲାଗିଛି। ସେଥିପାଇଁ ଅଧିକରୁ ଅଧିକ ଲୋକ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଧର୍ମ ଆଡ଼କୁ ମୁହାଁଉଛନ୍ତି। ଧର୍ମ ବିଶ୍ୱାସ ଓ କାହାଣୀ ଉପରେ ଆଧାରିତ ଏବଂ ଏହା ଗୁରୁଙ୍କ ବଚନ ଓ ଆଲେଖ୍ୟ ଉପରେ ନିର୍ଭର କରେ, ଯାହାଙ୍କ ନିକଟରେ ଜଣେ ବୌଦ୍ଧିକ ଏବଂ ଭାବନାମତ୍କ ରୂପରେ ସମର୍ପଣ କରେ। ଦୁନିଆକୁ ଦେଖିବାର ଏହି ଦୁଇଟି ଦେଉଛି ସମ୍ପୂର୍ଣ୍ଣ ଭିନ୍ନ ପଥ ଏବଂ ଦୁଇଟିକୁ ତୁଳନା କରିବା କେବଳ ବୋକାମି, ମୂର୍ଖତା, ଅସୁରକ୍ଷିତତାର ପ୍ରାରମ୍ଭକୁ ସୂଚିତ କରେ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri