ତଦନ୍ତରେ ବେଦାନ୍ତକୁ ସୁରକ୍ଷା

ଯାଜପୁର ଅଫିସ,୨୯।୬: ବେଦାନ୍ତ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଓସ୍ତପାଳ କ୍ରୋମାଇଟ ଖଣିରୁ ଡମଶାଳା ନାଳକୁ ବର୍ଜ୍ୟଜଳ ନିର୍ଗତ ହେଉଥିବା ଅଭିଯୋଗର ତଦନ୍ତ ରିପୋର୍ଟ ଗତ ୨୧ ତାରିଖରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ରେ ଦାଖଲ ହୋଇଛି। ଖଣିରେ ଘଣ୍ଟା ପ୍ରତି ୪୦୦ କିଲୋଲିଟର କ୍ଷମତା ବିଶିଷ୍ଟ ଏଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ (ଇଟିପି) ସ୍ଥାପନ କରାଯାଇଛି। ଖଣିର ପାଣି ବିଶୋଧନ କରାଯାଇ ଡମଶାଳା ନାଳରେ ଛଡ଼ାଯାଇଛି, ଯେଉଁଥିରେ କୌଣସି ବିଷାକ୍ତ ଦ୍ରବ୍ୟ ନ ଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର ସଦସ୍ୟ ସଚିବ ତାଙ୍କ ପତ୍ରସଂଖ୍ୟା ୭୯୨୦ରେ ଦେଇଥିବା ଏହି ରିପୋର୍ଟ ବେଦାନ୍ତକୁ ସୁହାଇଲା ଭଳି ପ୍ରସ୍ତୁତ ହୋଇଛି ବୋଲି ଅଭିଯୋଗକାରୀ ରାଜେଶ କୁମାର ସିଂ କ୍ଷୋଭ ପ୍ରକାଶ କରିିଛନ୍ତି। ତଦନ୍ତକାରୀ ଅଧିକାରୀମାନେ ଏକପ୍ରକାର ବେଦାନ୍ତ କମ୍ପାନୀର ଦରମାଭୋଗୀ କର୍ମଚାରୀଙ୍କ ଭଳି କାମ କରିଛନ୍ତି। ଏପରି କି ରିପୋର୍ଟରେ ବିଷାକ୍ତ ଜଳ ସମ୍ପର୍କରେ ବୈଷୟିକ ଦିଗକୁ ଧ୍ୟାନ ଦିଆଯାଇନାହିଁ ବୋଲି ରାଜେଶ ଏସ୍‌ପିସିବିର ସଦସ୍ୟ ସଚିବ ଓ ସିପିସିବିର ଡିଭିଜନାଲ ମୁଖ୍ୟଙ୍କୁ ଗତ ୨୨ ତାରିଖରେ ମେଲ୍‌ ଯୋଗେ ଅଭିଯୋଗ କରିଛନ୍ତି।
ଫେରୋ ଆଲୋଏଜ୍‌ କର୍ପୋରେଶନ ଲିମିଟେଡ୍‌ (ଫାକର) ନାମରେ ଥିବା ଯାଜପୁର ଜିଲାର ଓସ୍ତପାଳ ଏବଂ କଳାରଙ୍ଗିଅଟା କ୍ରୋମାଇଟ୍‌ ଖଣିକୁ ବେଦାନ୍ତ ୨୦୨୦ ଜାନୁୟାରୀରୁ ଲିଜ୍‌ ହାସଲ କରିଛି। ଏହି ଦୁଇ ଖଣିରେ ୨୦୨୦ ଅକ୍ଟୋବରରୁ ଉତ୍ତୋଳନ ଆରମ୍ଭ ହୋଇଛି। ଏହା ପୂର୍ବରୁ ଦୀର୍ଘଦିନ ଧରି ଓସ୍ତପାଳ କ୍ରୋମାଇଟ ଖଣି ମଧ୍ୟରେ ଜଳସ୍ତର ବୃଦ୍ଧି ଘଟିଥିଲା। ବେଦାନ୍ତ ତା’ର ଖଣି କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ଏହି ଜଳକୁ ନିଷ୍କାସନ କରିବା ଆବଶ୍ୟକ ହେଉଥିଲା। ତେଣୁ ୨୦୨୦ ନଭେମ୍ବରରୁ ୨୦୨୧ ଜାନୁୟାରୀ ମଧ୍ୟରେ ଖଣିର ସମସ୍ତ ଜଳକୁ ଇଟିପି ଜରିଆରେ ବିଶୋଧନ ନ କରି ୧୫ ଲକ୍ଷ ଘନମିଟରରୁ ଊର୍ଦ୍ଧ୍ୱ ବିଷାକ୍ତ ପାଣି ନିଷ୍କାସନ କରିଛି। ଏନେଇ ସୁରେଶ କୁମାର, ଲମ୍ବୋଦର ମହାନ୍ତ, ବିଶ୍ୱରଞ୍ଜନ ପରମଗୁରୁ ଓ ରାଜେଶ କୁମାର ସିଂ ପ୍ରମୁଖ ଗତ ଫେବୃୟାରୀ ଓ ମାର୍ଚ୍ଚରେ କେନ୍ଦ୍ର ସରକାରଙ୍କ ଓ୍ବେବ୍‌ପୋର୍ଟାଲ୍‌ ‘ସେଣ୍ଟ୍ରାଲାଇଜ୍‌ଡ ପବ୍ଲିକ୍‌ ଗ୍ରିଭାନ୍ସ ରିଡ୍ରେସ୍‌ ଆଣ୍ଡ୍‌ ମନିଟରିଂ ସିଷ୍ଟମ୍‌’ରେ ଅଭିଯୋଗ କରିବା ସହ ଯାଜପୁର ଜିଲାପାଳ ଓ ଏସ୍‌ପିସିବି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଏସ୍‌ପିସିବି ସଦସ୍ୟ ସଚିବଙ୍କ ନିର୍ଦ୍ଦେଶକ୍ରମେ ୨୩ା୪ା୨୦୨୧, ୨୮ା୪ା୨୦୨୧ ଓ ୧୮ା୫ା୨୦୨୧ରେ କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ଓସ୍ତପାଳ ଖଣିର ବର୍ଜ୍ୟଜଳ ନିର୍ଗତ ଉପରେ ତଦନ୍ତ କରି ଉପରୋକ୍ତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି।
ଅନ୍ୟପକ୍ଷରେ ଖଣିର ପାଣି ବାହାରକୁ ଛଡ଼ାଯାଉଥିବା ନେଇ ଖଣି କର୍ମଚାରୀଙ୍କ ମଧ୍ୟରେ ହ୍ବାଟ୍ସଆପ୍‌ ଗ୍ରୁପ୍‌ ‘ମାଇନ୍ସ ଇମ୍ପର୍ଟେଣ୍ଟ ଇସ୍ୟୁଜ୍‌’ରେ ହୋଇଥିବା କଥାବାର୍ତ୍ତାକୁ ଧ୍ୟାନ ଦିଆଯାଇନାହିଁ। ଏନେଇ ପୂର୍ବରୁ ହୋଇଥିବା ଅଭିଯୋଗରେ ଗୁରୁତ୍ୱ ଦେବାକୁ ନିବେଦନ କରାଯାଇଥିଲା। ଉକ୍ତ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଇଟିପି ମ୍ୟାନେଜର ସାରସ୍ବତ ନନ୍ଦ ଇଟିପିକୁ ବାଇପାସ୍‌ କରି ସିଧା ବାହାରକୁ ପାଣି ଛାଡିବାକୁ କହିଥିବା ସ୍ପଷ୍ଟ ଭାବେ ଜଣାପଡ଼ିଛି। ଏହାସହ ଏସ୍‌ପିସିବି ପକ୍ଷରୁ କାର୍ବନ ଫୁଟ୍‌ପ୍ରିଣ୍ଟ ଭଳି ପ୍ରଯୁକ୍ତି ବିଜ୍ଞାନ ପ୍ରଣାଳୀକୁ ତଦନ୍ତରେ ଜାଣିଶୁଣି ପ୍ରୟୋଗ କରାଯାଇନାହିଁ ବୋଲି ଅଭିଯୋଗକାରୀ ରାଜେଶ କୁମାର ସିଂ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଏହାସହ ବର୍ଜ୍ୟଜଳ ପରିମାଣ ଅନୁଯାୟୀ ଇଟିପି ଜରିଆରେ ବିଶୋଧନ କରି ପାଣି ଛାଡ଼ିବା ଏଠାରେ ସମ୍ଭବ ନୁହେଁ ବୋଲି ଅଭିଯୋଗରେ ଉଲ୍ଲେଖ କରାଯାଇଛି। ଖଣିର ବର୍ଜ୍ୟଜଳ ଦ୍ୱାରା ଡମଶାଳା ନାଳ ଓ ବ୍ରାହ୍ମଣୀ ନଦୀ ପାଣି ବିଷାକ୍ତ ହୋଇଛି। ଏହାକୁ ତୁରନ୍ତ ନିୟନ୍ତ୍ରଣ କରା ନ ଗଲେ ଆଗାମୀ ଦିନରେ ଖଣି ଅଞ୍ଚଳର ଜନବସତି ଉପରେ ବିପଦ ନିଶ୍ଚିତ ବୋଲି ମତପ୍ରକାଶ ପାଉଛି।
ଏ ସଂକ୍ରାନ୍ତରେ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ଯାହା ନିରୀକ୍ଷଣରେ ଜଣାପଡ଼ିଲା ସେହି ଅନୁସାରେ ରିପୋର୍ଟ ଦାଖଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri