ତଦନ୍ତରେ ବେଦାନ୍ତକୁ ସୁରକ୍ଷା

ଯାଜପୁର ଅଫିସ,୨୯।୬: ବେଦାନ୍ତ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଓସ୍ତପାଳ କ୍ରୋମାଇଟ ଖଣିରୁ ଡମଶାଳା ନାଳକୁ ବର୍ଜ୍ୟଜଳ ନିର୍ଗତ ହେଉଥିବା ଅଭିଯୋଗର ତଦନ୍ତ ରିପୋର୍ଟ ଗତ ୨୧ ତାରିଖରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ରେ ଦାଖଲ ହୋଇଛି। ଖଣିରେ ଘଣ୍ଟା ପ୍ରତି ୪୦୦ କିଲୋଲିଟର କ୍ଷମତା ବିଶିଷ୍ଟ ଏଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ (ଇଟିପି) ସ୍ଥାପନ କରାଯାଇଛି। ଖଣିର ପାଣି ବିଶୋଧନ କରାଯାଇ ଡମଶାଳା ନାଳରେ ଛଡ଼ାଯାଇଛି, ଯେଉଁଥିରେ କୌଣସି ବିଷାକ୍ତ ଦ୍ରବ୍ୟ ନ ଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର ସଦସ୍ୟ ସଚିବ ତାଙ୍କ ପତ୍ରସଂଖ୍ୟା ୭୯୨୦ରେ ଦେଇଥିବା ଏହି ରିପୋର୍ଟ ବେଦାନ୍ତକୁ ସୁହାଇଲା ଭଳି ପ୍ରସ୍ତୁତ ହୋଇଛି ବୋଲି ଅଭିଯୋଗକାରୀ ରାଜେଶ କୁମାର ସିଂ କ୍ଷୋଭ ପ୍ରକାଶ କରିିଛନ୍ତି। ତଦନ୍ତକାରୀ ଅଧିକାରୀମାନେ ଏକପ୍ରକାର ବେଦାନ୍ତ କମ୍ପାନୀର ଦରମାଭୋଗୀ କର୍ମଚାରୀଙ୍କ ଭଳି କାମ କରିଛନ୍ତି। ଏପରି କି ରିପୋର୍ଟରେ ବିଷାକ୍ତ ଜଳ ସମ୍ପର୍କରେ ବୈଷୟିକ ଦିଗକୁ ଧ୍ୟାନ ଦିଆଯାଇନାହିଁ ବୋଲି ରାଜେଶ ଏସ୍‌ପିସିବିର ସଦସ୍ୟ ସଚିବ ଓ ସିପିସିବିର ଡିଭିଜନାଲ ମୁଖ୍ୟଙ୍କୁ ଗତ ୨୨ ତାରିଖରେ ମେଲ୍‌ ଯୋଗେ ଅଭିଯୋଗ କରିଛନ୍ତି।
ଫେରୋ ଆଲୋଏଜ୍‌ କର୍ପୋରେଶନ ଲିମିଟେଡ୍‌ (ଫାକର) ନାମରେ ଥିବା ଯାଜପୁର ଜିଲାର ଓସ୍ତପାଳ ଏବଂ କଳାରଙ୍ଗିଅଟା କ୍ରୋମାଇଟ୍‌ ଖଣିକୁ ବେଦାନ୍ତ ୨୦୨୦ ଜାନୁୟାରୀରୁ ଲିଜ୍‌ ହାସଲ କରିଛି। ଏହି ଦୁଇ ଖଣିରେ ୨୦୨୦ ଅକ୍ଟୋବରରୁ ଉତ୍ତୋଳନ ଆରମ୍ଭ ହୋଇଛି। ଏହା ପୂର୍ବରୁ ଦୀର୍ଘଦିନ ଧରି ଓସ୍ତପାଳ କ୍ରୋମାଇଟ ଖଣି ମଧ୍ୟରେ ଜଳସ୍ତର ବୃଦ୍ଧି ଘଟିଥିଲା। ବେଦାନ୍ତ ତା’ର ଖଣି କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ଏହି ଜଳକୁ ନିଷ୍କାସନ କରିବା ଆବଶ୍ୟକ ହେଉଥିଲା। ତେଣୁ ୨୦୨୦ ନଭେମ୍ବରରୁ ୨୦୨୧ ଜାନୁୟାରୀ ମଧ୍ୟରେ ଖଣିର ସମସ୍ତ ଜଳକୁ ଇଟିପି ଜରିଆରେ ବିଶୋଧନ ନ କରି ୧୫ ଲକ୍ଷ ଘନମିଟରରୁ ଊର୍ଦ୍ଧ୍ୱ ବିଷାକ୍ତ ପାଣି ନିଷ୍କାସନ କରିଛି। ଏନେଇ ସୁରେଶ କୁମାର, ଲମ୍ବୋଦର ମହାନ୍ତ, ବିଶ୍ୱରଞ୍ଜନ ପରମଗୁରୁ ଓ ରାଜେଶ କୁମାର ସିଂ ପ୍ରମୁଖ ଗତ ଫେବୃୟାରୀ ଓ ମାର୍ଚ୍ଚରେ କେନ୍ଦ୍ର ସରକାରଙ୍କ ଓ୍ବେବ୍‌ପୋର୍ଟାଲ୍‌ ‘ସେଣ୍ଟ୍ରାଲାଇଜ୍‌ଡ ପବ୍ଲିକ୍‌ ଗ୍ରିଭାନ୍ସ ରିଡ୍ରେସ୍‌ ଆଣ୍ଡ୍‌ ମନିଟରିଂ ସିଷ୍ଟମ୍‌’ରେ ଅଭିଯୋଗ କରିବା ସହ ଯାଜପୁର ଜିଲାପାଳ ଓ ଏସ୍‌ପିସିବି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଏସ୍‌ପିସିବି ସଦସ୍ୟ ସଚିବଙ୍କ ନିର୍ଦ୍ଦେଶକ୍ରମେ ୨୩ା୪ା୨୦୨୧, ୨୮ା୪ା୨୦୨୧ ଓ ୧୮ା୫ା୨୦୨୧ରେ କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ଓସ୍ତପାଳ ଖଣିର ବର୍ଜ୍ୟଜଳ ନିର୍ଗତ ଉପରେ ତଦନ୍ତ କରି ଉପରୋକ୍ତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି।
ଅନ୍ୟପକ୍ଷରେ ଖଣିର ପାଣି ବାହାରକୁ ଛଡ଼ାଯାଉଥିବା ନେଇ ଖଣି କର୍ମଚାରୀଙ୍କ ମଧ୍ୟରେ ହ୍ବାଟ୍ସଆପ୍‌ ଗ୍ରୁପ୍‌ ‘ମାଇନ୍ସ ଇମ୍ପର୍ଟେଣ୍ଟ ଇସ୍ୟୁଜ୍‌’ରେ ହୋଇଥିବା କଥାବାର୍ତ୍ତାକୁ ଧ୍ୟାନ ଦିଆଯାଇନାହିଁ। ଏନେଇ ପୂର୍ବରୁ ହୋଇଥିବା ଅଭିଯୋଗରେ ଗୁରୁତ୍ୱ ଦେବାକୁ ନିବେଦନ କରାଯାଇଥିଲା। ଉକ୍ତ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଇଟିପି ମ୍ୟାନେଜର ସାରସ୍ବତ ନନ୍ଦ ଇଟିପିକୁ ବାଇପାସ୍‌ କରି ସିଧା ବାହାରକୁ ପାଣି ଛାଡିବାକୁ କହିଥିବା ସ୍ପଷ୍ଟ ଭାବେ ଜଣାପଡ଼ିଛି। ଏହାସହ ଏସ୍‌ପିସିବି ପକ୍ଷରୁ କାର୍ବନ ଫୁଟ୍‌ପ୍ରିଣ୍ଟ ଭଳି ପ୍ରଯୁକ୍ତି ବିଜ୍ଞାନ ପ୍ରଣାଳୀକୁ ତଦନ୍ତରେ ଜାଣିଶୁଣି ପ୍ରୟୋଗ କରାଯାଇନାହିଁ ବୋଲି ଅଭିଯୋଗକାରୀ ରାଜେଶ କୁମାର ସିଂ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଏହାସହ ବର୍ଜ୍ୟଜଳ ପରିମାଣ ଅନୁଯାୟୀ ଇଟିପି ଜରିଆରେ ବିଶୋଧନ କରି ପାଣି ଛାଡ଼ିବା ଏଠାରେ ସମ୍ଭବ ନୁହେଁ ବୋଲି ଅଭିଯୋଗରେ ଉଲ୍ଲେଖ କରାଯାଇଛି। ଖଣିର ବର୍ଜ୍ୟଜଳ ଦ୍ୱାରା ଡମଶାଳା ନାଳ ଓ ବ୍ରାହ୍ମଣୀ ନଦୀ ପାଣି ବିଷାକ୍ତ ହୋଇଛି। ଏହାକୁ ତୁରନ୍ତ ନିୟନ୍ତ୍ରଣ କରା ନ ଗଲେ ଆଗାମୀ ଦିନରେ ଖଣି ଅଞ୍ଚଳର ଜନବସତି ଉପରେ ବିପଦ ନିଶ୍ଚିତ ବୋଲି ମତପ୍ରକାଶ ପାଉଛି।
ଏ ସଂକ୍ରାନ୍ତରେ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ଯାହା ନିରୀକ୍ଷଣରେ ଜଣାପଡ଼ିଲା ସେହି ଅନୁସାରେ ରିପୋର୍ଟ ଦାଖଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

ରାତିରେ ହେଲା ସ୍ବାମୀ-ସ୍ତ୍ରୀ ପାଟିତୁଣ୍ଡ: ସକାଳୁ ମିଳିଲା…

ଲାଞ୍ଜିଗଡ, ୩୧।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଭାଟଗୁଡ଼ା ଗ୍ରାମରେ ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତ୍ୟୁର…

ଝିଆରୀଙ୍କୁ ଲିଫ୍ଟ ଦେଇ ବଳାତ୍କାର ଉଦ୍ୟମ କଲେ ଦାଦା: ବାନ୍ଧିଲା ପୋଲିସ

ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ…

୧୩୭ ଅଭିଯୋଗ ଶୁଣିଲେ ଅଧିକାରୀ: ଖୁବଶୀଘ୍ର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସଭାଗୃହ ପରିସରରେ ସୋମବାର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି…

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ମ୍ୟୁନିସିପାଲିଟି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ…

ସୁପୋଷିତ ଓଡ଼ିଶା ମିଶନ ପ୍ରଶିକ୍ଷଣ: ଶିଶୁ ପୋଷଣ ଉପରେ ଗୁରୁତ୍ୱାରୋପ

ଦାରିଙ୍ଗବାଡି,୩୧।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଋଷିମାଳ ଡିଗ୍ରୀ କଲେଜରେ ସୋମବାର ସୁପୋଷିତ ଓଡ଼ିଶା ମିଶନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ…

ନିଶାମୁକ୍ତ ସମାଜ, ସାଇବର ଠକେଇ ରୋକିବାକୁ ପୋଲିସର …

କେସିଙ୍ଗା, ୩୧ା୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ଉତ୍‌କେଲା ଫାଣ୍ଡି ଅଧୀନସ୍ଥ କିକିଆ ଗ୍ରାମରେ ନିଶାମୁକ୍ତ ଅଭିଯାନ ଓ ସାଇବର କ୍ରାଇମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri