ବେଦାନ୍ତର ଓସ୍ତପାଳ ଖଣି ବନ୍ଦ

ଯାଜପୁର ଅଫିସ,୨୭। ୭: ବେଦାନ୍ତ କମ୍ପାନୀ ଦ୍ୱାରା ପରିଚାଳିତ ଯାଜପୁର ଜିଲା ଓସ୍ତପାଳ କ୍ରୋମାଇଟ୍‌ ଖଣିକୁ ଭାରତ ସରକାରଙ୍କ ଡାଇରେକ୍ଟର ଜେନେରାଲ ଅଫ୍‌ ମାଇନ୍ସ ସେଫଟି (ଡିଜିଏମ୍‌ଏସ୍‌) ପକ୍ଷରୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ଏହି ମର୍ମରେ ଡିଜିଏମ୍‌ଏସ୍‌ ପକ୍ଷରୁ ପତ୍ର ସଂଖ୍ୟା ବିବିଆର/ପିଜି/୨୦୨୧/୩୮୧/୨୩ା ୭ା୨୦୨୧ରେ ଦକ୍ଷିଣ-ପୂର୍ବ ମଣ୍ଡଳ, ରାଞ୍ଚିର ଖଣି ସୁରକ୍ଷା ଉପନିର୍ଦ୍ଦେଶକଙ୍କୁ ସୂଚିତ କରାଯାଇଛି। ଏହାସହ ଡିଜିଏମ୍‌ଏସ୍‌ର ନିର୍ଦ୍ଦେଶକ ପତ୍ରସଂଖ୍ୟା ୧୬୨୭୨୧/୨୬ା୭ା୨୦୨୧ରେ ଅଭିଯୋଗକାରୀ ସୁରେଶ କୁମାରଙ୍କୁ ଏହି ନିର୍ଦ୍ଦେଶ
ବେଦାନ୍ତର ଓସ୍ତପାଳ…
ସଂକ୍ରାନ୍ତରେ ସୂଚିତ କରିଛନ୍ତି। ଓସ୍ତପାଳ କ୍ରୋମାଇଟ ଖଣି ଗୁରୁତର ଭାବେ ଅସୁରକ୍ଷିତ ହୋଇଥିବା ନେଇ ସୁରେଶ କୁମାର କେନ୍ଦ୍ର ସରକାରଙ୍କ ୱେବ୍‌ପୋର୍ଟାଲ ସେଣ୍ଟ୍ରାଲାଇଜଡ୍‌ ପବ୍ଲିକ ଗ୍ରିଭାନ୍ସ ରିଡ୍ରେସାଲ୍‌ ଆଣ୍ଡ ମନିଟରିଂ ସିଷ୍ଟମ ମାଧ୍ୟମରେ ୯ା୪ା୨୦୨୧ ଏବଂ ୧୬ା୪ା୨୦୨୧ରେ ଅଭିଯୋଗ କରିିଥିଲେ। ଉକ୍ତ ଅଭିଯୋଗରେ ଖଣିଠାରୁ ଉତ୍ତର ଦିଗକୁ ଥିବା ଡମ୍ପର ଦୂରତା ମାତ୍ର ୨୦ ମିଟର ଏବଂ ଦକ୍ଷିଣକୁ ରହିଥିବା ଡମ୍ପର ଦୂରତା ମାତ୍ର ୩୦ ମିଟର ବୋଲି ଦର୍ଶାଇଥିଲେ। ଏନେଇ ଧରିତ୍ରୀରେ ସବିଶେଷ ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇବା ପରେ ଡିଜିଏମ୍‌ଏସ୍‌ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ଗତ ଜୁନ ୧୭ ଓ ୧୮ରେ ଡିଜିଏମ୍‌ଏସ୍‌ ଭୁବନେଶ୍ୱର କ୍ଷେତ୍ର ଡେପୁଟି ଡାଇରେକ୍ଟର ଇନୁମୁଲା ସତ୍ୟନାରାୟଣ ଅଭିଯୋଗ ସଂକ୍ରାନ୍ତରେ ତଦନ୍ତ କରିଥିଲେ।
ଅନ୍ୟପକ୍ଷରେ ଡିଜିଏମ୍‌ଏସ୍‌ ଭୁବନେଶ୍ୱର କ୍ଷେତ୍ରରୁ ୧୦ା୬ା୨୦୨୧ରେ ସୁରେଶ କୁମାରଙ୍କୁ ଆରଟିଆଇ ଜରିଆରେ ମିଳିଥିବା ସୂଚନା ମୁତାବକ ଓସ୍ତପାଳ ଖଣି କାର୍ଯ୍ୟର ଉପର ଧାରରୁ ୩୦ ମିଟରରୁ ୧୫୦ ମିଟର ଦୂରରେ ଡମ୍ପ ରହିଥିଲା। ଏହାବାଦ ୧୬ା୨ା୨୦୨୧, ୧୫ା୯ା୨୦୧୬ ଓ ୧୯ା୯ା୨୦୧୮ରେ ବେଞ୍ଚ/ଡମ୍ପ ଭୁଶୁଡ଼ିଥିଲା, ଯାହାକି ସାଂଘାତିକ ନ ଥିଲା। ତେଣୁ କୌଣସି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ତେବେ ଓସ୍ତପାଳ କ୍ରୋମାଇଟ ଖଣିର ପରିଚାଳନା କର୍ତ୍ତୃପକ୍ଷଙ୍କୁ ଖଣି ଓ ଡମ୍ପର ଦୂରତା ଅନୂ୍ୟନ ୧୦୦ ମିଟର ଏବଂ ଡମ୍ପର ଉଚ୍ଚତା ଅତି ବେଶିରେ ୬୦ ମିଟର ମଧ୍ୟରେ ରଖିବାକୁ ପରାମର୍ଶ ଦିଆଯାଇଥିବା ଆରଟିଆଇ ତଥ୍ୟରେ ଉଲ୍ଲେଖ ରହିଥିଲା। ହେଲେ ଡିଜିଏମ୍‌ଏସ୍‌ର ଉକ୍ତ ପରାମର୍ଶକୁ ବେଦାନ୍ତ ଭ୍ରୂକ୍ଷେପ ନ କରି ୬ ମାସ ମଧ୍ୟରେ ଖଣି ଏବଂ ଡମ୍ପର ଦୂରତାକୁ ୨୦ ମିଟର ପର୍ଯ୍ୟନ୍ତ ଖସେଇ ଦେଇଛି ବୋଲି ସୁରେଶ କୁମାର ଅଭିଯୋଗ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଡିଜିଏମ୍‌ଏସ୍‌ ପକ୍ଷରୁ ପତ୍ରସଂଖ୍ୟା ୧୮୦୦୨୦/ଏସ୍‌ଇଜେଡ୍‌ /୨୮ା୫ା୨୦୨୧ରେ ତଦନ୍ତ ନିର୍ଦ୍ଦେଶ ହୋଇଥିଲା। ତଦନୁଯାୟୀ ମେଟାଲିଫେରିୟସ ମାଇନ୍ସ ରେଗୁଲେଶନ ଆକ୍ଟ ୧୯୬୧ର ୧୦୬(୨)(ବି) ଅନୁଯାୟୀ ବେଦାନ୍ତ ଦ୍ୱାରା ପରିଚାଳିତ ଫେରୋ ଆଲଏଜ କର୍ପୋରେଶନ ଲିମିଟେଡ୍‌ (ଫାକର)ର ଓସ୍ତପାଳ କ୍ରୋମାଇଟ ଖଣିକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିବା ନିର୍ଦ୍ଦେଶରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri