ବେଦାନ୍ତର ଓସ୍ତପାଳ ଖଣି ବନ୍ଦ

ଯାଜପୁର ଅଫିସ,୨୭। ୭: ବେଦାନ୍ତ କମ୍ପାନୀ ଦ୍ୱାରା ପରିଚାଳିତ ଯାଜପୁର ଜିଲା ଓସ୍ତପାଳ କ୍ରୋମାଇଟ୍‌ ଖଣିକୁ ଭାରତ ସରକାରଙ୍କ ଡାଇରେକ୍ଟର ଜେନେରାଲ ଅଫ୍‌ ମାଇନ୍ସ ସେଫଟି (ଡିଜିଏମ୍‌ଏସ୍‌) ପକ୍ଷରୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ଏହି ମର୍ମରେ ଡିଜିଏମ୍‌ଏସ୍‌ ପକ୍ଷରୁ ପତ୍ର ସଂଖ୍ୟା ବିବିଆର/ପିଜି/୨୦୨୧/୩୮୧/୨୩ା ୭ା୨୦୨୧ରେ ଦକ୍ଷିଣ-ପୂର୍ବ ମଣ୍ଡଳ, ରାଞ୍ଚିର ଖଣି ସୁରକ୍ଷା ଉପନିର୍ଦ୍ଦେଶକଙ୍କୁ ସୂଚିତ କରାଯାଇଛି। ଏହାସହ ଡିଜିଏମ୍‌ଏସ୍‌ର ନିର୍ଦ୍ଦେଶକ ପତ୍ରସଂଖ୍ୟା ୧୬୨୭୨୧/୨୬ା୭ା୨୦୨୧ରେ ଅଭିଯୋଗକାରୀ ସୁରେଶ କୁମାରଙ୍କୁ ଏହି ନିର୍ଦ୍ଦେଶ
ବେଦାନ୍ତର ଓସ୍ତପାଳ…
ସଂକ୍ରାନ୍ତରେ ସୂଚିତ କରିଛନ୍ତି। ଓସ୍ତପାଳ କ୍ରୋମାଇଟ ଖଣି ଗୁରୁତର ଭାବେ ଅସୁରକ୍ଷିତ ହୋଇଥିବା ନେଇ ସୁରେଶ କୁମାର କେନ୍ଦ୍ର ସରକାରଙ୍କ ୱେବ୍‌ପୋର୍ଟାଲ ସେଣ୍ଟ୍ରାଲାଇଜଡ୍‌ ପବ୍ଲିକ ଗ୍ରିଭାନ୍ସ ରିଡ୍ରେସାଲ୍‌ ଆଣ୍ଡ ମନିଟରିଂ ସିଷ୍ଟମ ମାଧ୍ୟମରେ ୯ା୪ା୨୦୨୧ ଏବଂ ୧୬ା୪ା୨୦୨୧ରେ ଅଭିଯୋଗ କରିିଥିଲେ। ଉକ୍ତ ଅଭିଯୋଗରେ ଖଣିଠାରୁ ଉତ୍ତର ଦିଗକୁ ଥିବା ଡମ୍ପର ଦୂରତା ମାତ୍ର ୨୦ ମିଟର ଏବଂ ଦକ୍ଷିଣକୁ ରହିଥିବା ଡମ୍ପର ଦୂରତା ମାତ୍ର ୩୦ ମିଟର ବୋଲି ଦର୍ଶାଇଥିଲେ। ଏନେଇ ଧରିତ୍ରୀରେ ସବିଶେଷ ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇବା ପରେ ଡିଜିଏମ୍‌ଏସ୍‌ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ଗତ ଜୁନ ୧୭ ଓ ୧୮ରେ ଡିଜିଏମ୍‌ଏସ୍‌ ଭୁବନେଶ୍ୱର କ୍ଷେତ୍ର ଡେପୁଟି ଡାଇରେକ୍ଟର ଇନୁମୁଲା ସତ୍ୟନାରାୟଣ ଅଭିଯୋଗ ସଂକ୍ରାନ୍ତରେ ତଦନ୍ତ କରିଥିଲେ।
ଅନ୍ୟପକ୍ଷରେ ଡିଜିଏମ୍‌ଏସ୍‌ ଭୁବନେଶ୍ୱର କ୍ଷେତ୍ରରୁ ୧୦ା୬ା୨୦୨୧ରେ ସୁରେଶ କୁମାରଙ୍କୁ ଆରଟିଆଇ ଜରିଆରେ ମିଳିଥିବା ସୂଚନା ମୁତାବକ ଓସ୍ତପାଳ ଖଣି କାର୍ଯ୍ୟର ଉପର ଧାରରୁ ୩୦ ମିଟରରୁ ୧୫୦ ମିଟର ଦୂରରେ ଡମ୍ପ ରହିଥିଲା। ଏହାବାଦ ୧୬ା୨ା୨୦୨୧, ୧୫ା୯ା୨୦୧୬ ଓ ୧୯ା୯ା୨୦୧୮ରେ ବେଞ୍ଚ/ଡମ୍ପ ଭୁଶୁଡ଼ିଥିଲା, ଯାହାକି ସାଂଘାତିକ ନ ଥିଲା। ତେଣୁ କୌଣସି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ତେବେ ଓସ୍ତପାଳ କ୍ରୋମାଇଟ ଖଣିର ପରିଚାଳନା କର୍ତ୍ତୃପକ୍ଷଙ୍କୁ ଖଣି ଓ ଡମ୍ପର ଦୂରତା ଅନୂ୍ୟନ ୧୦୦ ମିଟର ଏବଂ ଡମ୍ପର ଉଚ୍ଚତା ଅତି ବେଶିରେ ୬୦ ମିଟର ମଧ୍ୟରେ ରଖିବାକୁ ପରାମର୍ଶ ଦିଆଯାଇଥିବା ଆରଟିଆଇ ତଥ୍ୟରେ ଉଲ୍ଲେଖ ରହିଥିଲା। ହେଲେ ଡିଜିଏମ୍‌ଏସ୍‌ର ଉକ୍ତ ପରାମର୍ଶକୁ ବେଦାନ୍ତ ଭ୍ରୂକ୍ଷେପ ନ କରି ୬ ମାସ ମଧ୍ୟରେ ଖଣି ଏବଂ ଡମ୍ପର ଦୂରତାକୁ ୨୦ ମିଟର ପର୍ଯ୍ୟନ୍ତ ଖସେଇ ଦେଇଛି ବୋଲି ସୁରେଶ କୁମାର ଅଭିଯୋଗ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଡିଜିଏମ୍‌ଏସ୍‌ ପକ୍ଷରୁ ପତ୍ରସଂଖ୍ୟା ୧୮୦୦୨୦/ଏସ୍‌ଇଜେଡ୍‌ /୨୮ା୫ା୨୦୨୧ରେ ତଦନ୍ତ ନିର୍ଦ୍ଦେଶ ହୋଇଥିଲା। ତଦନୁଯାୟୀ ମେଟାଲିଫେରିୟସ ମାଇନ୍ସ ରେଗୁଲେଶନ ଆକ୍ଟ ୧୯୬୧ର ୧୦୬(୨)(ବି) ଅନୁଯାୟୀ ବେଦାନ୍ତ ଦ୍ୱାରା ପରିଚାଳିତ ଫେରୋ ଆଲଏଜ କର୍ପୋରେଶନ ଲିମିଟେଡ୍‌ (ଫାକର)ର ଓସ୍ତପାଳ କ୍ରୋମାଇଟ ଖଣିକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିବା ନିର୍ଦ୍ଦେଶରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri