ବର୍ଷିଲେ ବିରୋଧୀ

ଭୁବନେଶ୍ବର, ୧୪ା୪(ବ୍ୟୁରୋ): ପୁରୀରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପ ଲାଗି କରାଯାଇଥିବା ଜମି ଅଧିଗ୍ରହଣ ଅବୈଧ ବୋଲି ସୁପ୍ରିମ କୋର୍ଟ ରାୟ ଦେବାପରେ ଉଭୟ ରାଜ୍ୟ ସରକାର ଓ ଅନୀଲ ଅଗ୍ରଓ୍ବାଲ ଫାଉଣ୍ଡେଶନକୁ ବଡ଼ ଝଟକା ଲାଗିଥିଲା। ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ଭର୍ସନା କରିଥିଲେ। ମଙ୍ଗଳବାର ଏହି ରାୟ ପ୍ରକାଶ ପାଇବାପରେ ରାଜ୍ୟ ସରକାରଙ୍କୁ ଉଭୟ ଭାଜପା ଏବଂ କଂଗ୍ରେସ କଡ଼ା ସମାଲୋଚନା କରିଛନ୍ତି। ବିଜେଡି ମଧ୍ୟ ଏହି ପ୍ରସଙ୍ଗରେ ପାଲଟା ଭାଜପା ନେତାଙ୍କୁ ଘେରିଛି।
ଭାଜପା ନେତା ସମ୍ବିତ ପାତ୍ର ଗୁରୁବାର ଦଳର ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଘରୋଇ କମ୍ପାନୀକୁ ଅହେତୁକ ଅନୁକମ୍ପା ନେଇ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ସାଧାରଣ ଲୋକଙ୍କ ସମ୍ପତ୍ତିକୁ ଏକ କମ୍ପାନୀକୁ ଟେକିଦେବା ଚିନ୍ତାର ବିଷୟ। ଘରୋଇ କମ୍ପାନୀ ସହ ମିଶି ରାଜ୍ୟ ସରକାର ଚାଷୀଙ୍କ ଜମିକୁ ହଡ଼ପ କରୁଛନ୍ତି ା କେବଳ ଜମି ନୁହେଁ ବରଂ ଦୁଇ ନଦୀକୁ ମଧ୍ୟ ବିକ୍ରି କରିଦେବାର ଷଡ଼ଯନ୍ତ୍ର କରିଥିଲେ। ଜମି ଅଧିଗ୍ରହଣ ପାଇଁ ଯେଉଁ ସବୁ ନିୟମାବଳୀ ରହିଛି, ତାକୁ ପାଳନ କରିବା ତ ଦୂରର କଥା ଷଡ଼ଯନ୍ତ୍ର କରି ଜମି ହଡ଼ପ କରିବା କାର୍ଯ୍ୟରେ ଶାସକ ଦଳ ଲାଗିପଡିଛି। ସୁପ୍ରିମକୋର୍ଟଙ୍କ ରାୟ ବିଜେଡି ସରକାରର ଅସଲ ମୁଖା ଖୋଲିଦେଇଛି। ବହୁ ବିବାଦୀୟ ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ବିଜେଡି ସରକାରର ବିରାଟ ଷଡ଼ଯନ୍ତ୍ରକୁ ପଦାରେ ପକାଇଦେଇଛି ା ଲୋକଙ୍କ ସହ ସରକାର ବିଶ୍ୱାସଘାତକତା କରିଛନ୍ତି ବୋଲି ସମ୍ବିତ କହିଛନ୍ତି ା
ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣ ମାମଲାର ସୁପ୍ରିମ କୋର୍ଟଙ୍କ ରାୟ ପ୍ରକାଶ ପରେ କାହିଁକି ମୁଖ୍ୟମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ଦେଉନାହାନ୍ତି। ଏ ସରକାର ଆଇନକୁ ସର୍ବମାନ୍ୟ ବୋଲି ଦ୍ୱାହି ଦେଉଥିଲା ବେଳେ ସୁପ୍ରିମକୋର୍ଟର ରାୟ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ କାହିଁକି ପୁଣି ନିଜ ପଦବୀକୁ ମାଡ଼ି ବସିଛନ୍ତି। ସୁପ୍ରିମକୋର୍ଟ କେବେହେଲେ ପୂର୍ବରୁ ଏଭଳି କଟୁ ଭାଷାରେ ଓଡ଼ିଶା ସରକାରଙ୍କୁ ଭର୍ତ୍ସନା କରିନାହାନ୍ତି। ରାଜ୍ୟ ସରକାର କାହିଁକି ଗୋଟିଏ ଘରୋଇ କମ୍ପାନୀକୁ ଏତେ ଅନୁକମ୍ପା ଦେଖାଇବା ପଛରେ ମୂଳ କାରଣ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି।
ବିଜେଡି ଏମ୍‌ପି ସସ୍ମିତ ପାତ୍ର କହିଛନ୍ତି, ମନମୋହନ ସାମଲ ରାଜ୍ୟ ଭାଜପାର ସଭାପତି ହେବା ନେଇ ଦଳର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଅସନ୍ତୁଷ୍ଟ ଥିବା କଥା ଯାହା ଶୁଣାଯାଉଥିଲା ତାହା ସତ୍ୟ ପ୍ରମାଣିତ ହୋଇଛି। ସମ୍ବିତ ପାତ୍ର ତାଙ୍କ ଦଳର ରାଜ୍ୟ ସଭାପତିଙ୍କୁ କାଠଗଡାରେ ଛିଡା କରାଇଛନ୍ତି। କାରଣ ବେଦାନ୍ତକୁ ବିଶ୍ୱବିଦ୍ୟାଳୟ ପାଇଁ ଜମି ପ୍ରଦାନ ସମୟରେ ମନମୋହନ ଓଡ଼ିଶାର ରାଜସ୍ବ ମନ୍ତ୍ରୀ ଥିଲେ ା କେବଳ ସେତିକି ନୁହେଁ, ଏହି ବିଶ୍ୱବିଦ୍ୟାଳୟର ପରିକଳ୍ପନା ବେଳେ ତତ୍କାଳୀନ ଶିକ୍ଷା ମନ୍ତ୍ରୀ ସମୀର ଦେ କରିଥିଲେ ା ସେ ମଧ୍ୟ ଭାଜପାର ବରିଷ୍ଠ ନେତା ଥିଲେ ା ଏହି ଜମି ହସ୍ତାନ୍ତରକୁ ନେଇ ସେତେବେଳର ରାଜସ୍ବ ମନ୍ତ୍ରୀ ମନମୋହନ ବିଧାନସଭାରେ ଏହାକୁ ଦୃଢଭାବେ ସମର୍ଥନ କରିଥିଲେ। ହେଲେ ଏବେ ସମ୍ବିତଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି ଯେ ମନମୋହନ ସାମଲଙ୍କୁ ଜାଣିଶୁଣି ଅକଳରେ ପକାଇବା ପାଇଁ ସେ ଏଭଳି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri