ବେଦାନ୍ତର ପୁସ୍ତକ ସଂଗ୍ରହ ଅଭିଯାନ

ଭୁବନେଶ୍ୱର,୧୧।୪: ଭାରତର ବୃହତ୍ତମ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅନ୍ତର୍ଜାତୀୟ ଶିଶୁପୁସ୍ତକ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବେଦାନ୍ତ ଆଲୁମିନିୟମର ଓଡ଼ିଶା ୟୁନିଟ ଝାରସୁଗୁଡ଼ା ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିଶେଷ କରି କମ୍ପାନୀର କାର୍ଯ୍ୟକ୍ଷେତ୍ର ଅଞ୍ଚଳର ପିଲାମାନଙ୍କ ପାଇଁ ପୁସ୍ତକ ଦାନ କରିବା ଲାଗି କର୍ମଚାରୀଙ୍କ ଦ୍ୱାରା ଏକ ପୁସ୍ତକ ସଂଗ୍ରହ ଡ୍ରାଇଭ୍‌ର ଆୟୋଜନ କରାଯାଇଥିଲା। ଅପରପକ୍ଷରେ କମ୍ପାନୀର କର୍ମଚାରୀମାନେ ଝାରସୁଗୁଡ଼ାର ଜିଲା ଲାଇବ୍ରେରିକୁ ୬୦୦ରୁ ଅଧିକ ପୁସ୍ତକ ଏବଂ ବେଦାନ୍ତ ଦ୍ୱାରା ପରିଚାଳିତ ଆଧୁନିକ ଅଙ୍ଗନୱାଡି, ବଡମାଲ, ଭୁର୍ଖାମୁଣ୍ଡା, ହରିଜନପଡା ଏବଂ ଭାଗିପାଲି ଗ୍ରାମ ଦ୍ୱାରା ସମର୍ଥତ୍ତ ନନ୍ଦଘରଗୁଡିକରେ ସ୍ଥାପିତ ମିନି ଲାଇବ୍ରେରିକୁ ମଧ୍ୟ ଦାନ କରିବାକୁ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ (ଝାରସୁଗୁଡା ୟୁନିଟ)ର ସିଇଓ ସୁନୀଲ ନାୟକ କହିଛନ୍ତି, ଆମେ ଦୃଢ ଭାବେ ଶିକ୍ଷାର ବିକାଶ ଓ ଉନ୍ନତିକୁ ବିଶ୍ୱାସ କରିଥାଉ। କାରଣ ଶିକ୍ଷା ଦ୍ୱାରା ଉଭୟ ସାମାଜିକ ଏବଂ ଅର୍ଥନୈତିକ ସ୍ଥିତିର ପରିବର୍ତ୍ତନ ହୋଇପାରିବ। ବିଶେଷ କରି ଆମର କର୍ମଚାରୀମାନେ ସ୍ଥାନୀୟ ପିଲାମାନଙ୍କର ଶିକ୍ଷା ପାଇଁ ପୁସ୍ତକ ଦାନ ଡ୍ରାଇଭ୍‌ର ଏକ ଅଂଶ ହୋଇଥିବାରୁ ଆମେ ବେଶ୍‌ ଆନନ୍ଦିତ। ସେହିଭଳି ଆମର ଦୃଢ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମଗୁଡିକ ମଧ୍ୟ ସ୍ଥାନୀୟ ଅଞ୍ଚଳର ଅଭିବୃଦ୍ଧି ଏବଂ ପ୍ରଗତିର ସାରଥି ହୋଇପାରିବ। ଏପରିକି ଏଭଳି ଏକ କାର୍ଯ୍ୟକ୍ରମ ଶିକ୍ଷାର ମୂଳଦୁଆକୁ ଦୃଢ କରିବା ସହ ଆଗ୍ରହୀ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ଶିକ୍ଷାରେ ବ୍ୟାପକ ସହାୟକ ହେବ। ସେହିଭଳି ନନ୍ଦ ଘରର ଶିକ୍ଷକ ଦେଶବନ୍ଧୁ ଭାରତ ସିଂ କହିଛନ୍ତି, ବେଦାନ୍ତ କର୍ମଚାରୀଙ୍କ ଦ୍ୱାରା ସ୍ନେହପୂର୍ଣ୍ଣ ଭାବେ ଦାନ କରାଯାଇଥିବା ଏହି ପୁସ୍ତକଗୁଡ଼ିକ ନିଶ୍ଚିତ ଭାବେ ପିଲାମାନଙ୍କ ମଧ୍ୟରେ ପଢିବାର ଇଚ୍ଛା ସୃଷ୍ଟି କରିବା ସହିତ ସେମାନଙ୍କର ଜ୍ଞାନ ବୃଦ୍ଧି କରାଇବ।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ରାଶିରେ ସୃଷ୍ଟି ହେଲା ମହାପୁରୁଷ ରାଜଯୋଗ: ମକର ସମେତ ୩ ରାଶିଙ୍କର ଲାଗିଲା ଲଟେରୀ, ବ୍ୟାଙ୍କ ବାଲାନ୍ସରେ ଅଚାନକ ବୃଦ୍ଧି

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଭଦ୍ର ମହାପୁରୁଷ ଯୋଗକୁ ଏକ ଶୁଭ ରାଜଯୋଗ ଭାବେ ବିବେଚନା କରାଯାଏ। ବୁଧ ନିଜ ରାଶି ମିଥୁନ କିମ୍ବା କନ୍ୟାରେ ରହି କୁଣ୍ଡଳୀର…

ବଡ଼ ଘୋଷଣା କଲା କଂଗ୍ରେସ: ଏହି ଦିନ ଓଡ଼ିଶା ଡାକରା, ଜାଣନ୍ତୁ କ’ଣ ବନ୍ଦ, କ’ଣ ରହିବ ଖୋଲା

ଭୁବନେଶ୍ୱର,୨୩।୯: ଖଣି ପ୍ରସଙ୍ଗକୁ କେନ୍ଦ୍ର କରି ରାଜ୍ୟ ସରକାର ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଯୋଜନା କରିଛି ଓଡ଼ିଶା କଂଗ୍ରେସ। ଦଶହରା ପରେ ରାଜ୍ୟବ୍ୟାପୀ ବନ୍ଦ…

ଇତିହାସ ରଚିଲା ଭାରତ: T20ରେ ଏମିତି କାରନାମା କରିବାରେ ବିଶ୍ୱର ପ୍ରଥମ ଦଳ

ନୂଆଦିଲ୍ଲୀ,୨୩।୯: ଜାପାନ ବିପକ୍ଷରେ ରୋମାଞ୍ଚକର ଭାବେ ୨ ରନ୍‌ର ବିଜୟ ହାସଲ କରିବା ସହ ଭାରତୀୟ କ୍ରିକେଟ ଦଳ ଅନ୍ତର୍ଜାତୀୟ T20 କ୍ରିକେଟ୍‌ରେ ଏକ ବଡ଼ ଇତିହାସ…

ବନ୍ଦେ ମାତରମ୍‌ ଗାଇବାକୁ ମନା କରୁଥିବା ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରା ନ ଯାଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩ା୯: ବନ୍ଦେ ମାତରମ୍‌ ଗାନ କରିବାକୁ ମନା କରୁଥିବା ଜଣେ ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ କହିଛନ୍ତି।…

ଭାରତ ବିପକ୍ଷ T20 ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ବାଦ୍‌ ପଡ଼ିଲେ ଷ୍ଟାର୍‌ ଅଲରାଉଣ୍ଡର

ନୂଆଦିଲ୍ଲୀ,୨୩।୯: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ୨୨ ଅକ୍ଟୋବରରୁ ୫ ମ୍ୟାଚ ବିଶିଷ୍ଟ T20 ସିରିଜ ଆରମ୍ଭ ହେବ। ଏହି ସିରିଜ ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ…

ବାରଣ୍ଡାରେ ଖାଉଛନ୍ତି ୧୬୯ ଛାତ୍ରୀଛାତ୍ର: ମଧ୍ୟାହ୍ନ ଭୋଜନ ପାଇଁ ଶେଡ ନିର୍ମାଣ ଦାବି

କେସିଙ୍ଗା,୨୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଗାଈଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଶେଡ ନଥିବାରୁ ଛାତ୍ରୀଛାତ୍ରମାନେ…

ଜଣେ ‘ହିଟ୍‌’, ଜଣେ ‘ଫ୍ଲପ୍‌’: ଜାଣନ୍ତୁ ଟିମ୍‌ଇଣ୍ଡିଆ ପାଇଁ କେମିତି ରହିଲା ଦ୍ରାବିଡ-ସେହ୍ବାଗ ପୁଅଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୯: କ୍ରିକେଟ ମଇଦାନରେ ଯେତେବେଳେ ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କ ପୁଅ ଏକାଠି ଖେଳନ୍ତି ସେତେବେଳେ ସମସ୍ତଙ୍କ ନଜର ସେମାନଙ୍କ ପ୍ରଦର୍ଶନ ଉପରେ ରହିଥାଏ। ଭାରତ ଓ ଅଷ୍ଟ୍ରେଲିଆ…

ଇରାନକୁ ଧ୍ୱଂସ କରିଦେବୁ: ୟୁଏନ୍‌ଜିଏରେ ଧମକ ଦେଲେ ଟ୍ରମ୍ପ୍‌

ଜାତିସଂଘ,୨୩ା୯:ଇରାନ ଯଦି ଓ୍ବାଶିଂଟନ ସହ ଚୁକ୍ତି ସ୍ବାକ୍ଷର ନ କରେ ତେବେ ଏହାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ଜାତିସଂଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?