Odisha Elections 2024

ବେଦାନ୍ତ ଆଲୁମିନିୟମର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୧୬।୧୧ (ଅଭୟ ଦାଶ): ଭାରତର ବୃହତ୍‌ ଆଲୁମିନିୟମ ଉପତ୍ାଦକ ବେଦାନ୍ତ ଆଲୁମିନିୟମ ଲିମିଟେଡ ନିକଟରେ ଆଉ ଏକ ସଫଳତା ହାସଲ କରିଛି। ଏପରିକି କମ୍ପାନୀ ଦେଶର ପ୍ରଥମ ନିମ୍ନ କାର୍ବନଯୁକ୍ତ ସବୁଜ ଆଲୁମିନିୟମ ରେଷ୍ଟୋରାକୁ ତେଲଙ୍ଗାନାଠାରେ ଅବସ୍ଥିତ ଏକ ଅଗ୍ରଣୀ ଆଲୁମିନିୟମ ଏକ୍ସଟ୍ରୁଜନ କମ୍ପାନି ଗ୍ଲୋବାଲ ଆଲୁମିନିୟମ ପିଭି ଲିମିଟେଡକୁ ପଠାଇଛି। ବିଶେଷକରି ଅର୍ଡ଼ରର କିଛି ଅଂଶ (ଏକ ଅଂଶ ଭାବେ)କୁ କମ୍ପାନି ଗ୍ଲୋବାଲ ଆଲୁମିନିୟମକୁ ପଠାଇଥିବାବେଳେ ସମ୍ପୃକ୍ତ କମ୍ପାନୀକୁ ବେଦାନ୍ତ ପ୍ରାୟ ୩୦୦ ମେଟ୍ରିକ ଟନ୍‌ ରେଷ୍ଟୋରା ବିଲେଟ ଯୋଗାଇବ। ସେହିଭଳି ଏହି ଘରୋଇ ଉପତ୍ାଦନ ପାଇଁ ଚୁକ୍ତି ଏକ ନୂତନ ମାଇଲଖୁଣ୍ଟ ହୋଇଥିବାବେଳେ ଏହାର ମୂଲ୍ୟ ଶୃଙ୍ଖଳାକୁ ଡିକାର୍ବନାଇଜେଶନ କରିବା ଦିଗରେ ବେଦାନ୍ତ ଆଲୁମିନିୟମର ଓଡ଼ିଶା (ଝାରସୁଗୁଡ଼ା) ୟୁନିଟ ମେଗା ସ୍ମେଲଟର ପ୍ଲାଣ୍ଟ ପ୍ରମୁଖ ଭୂମିକା ବହନ କରୁଛି। ଏପରିକି କମ୍ପାନୀ ଭାରତରେ ପ୍ରଥମ ଅଟେ, ଯିଏକି ବିଶ୍ୱରେ ଗ୍ରାହକ ଆଧାରିତ କମ କାର୍ବନଯୁକ୍ତ ଆଲୁମିନିୟମ, ବ୍ରାଣ୍ଡେଡ ରେଷ୍ଟୋରା(ଅଲଟ୍ରା ଲୋ କାର୍ବନ ଆଲୁମିନିୟମ) ପ୍ରଦାନ କରିଥାଏ। ବିଶେଷ କରି ଅକ୍ଷୟ ଶକ୍ତି ବ୍ୟବହାର କରି ଏହି ଉପତ୍ାଦ ଏକ ଟନ୍‌ ଆଲୁମିନିୟମ ପ୍ରତି ୪ଟନ୍‌ ସିଓ୨ ସମାନତା ମଧ୍ୟରେ ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ତୀବ୍ରତା ସହିତ ଉପତ୍ାଦିତ କରିଥାଏ। ଯାହା ଆଲୁମିନିୟମ ପାଇଁ ଏକ କମ୍‌ କାର୍ବନଯୁକ୍ତ ଉପତ୍ାଦ ରୂପେ ପ୍ରମାଣିତ ହୋଇଥାଏ। ରେଷ୍ଟୋରା ଅଲଟ୍ରା ଉପତ୍ାଦରେ କମ କାର୍ବନ ରହିଛି, ଯାହା ବିଶ୍ୱରେ ସବୁଠାରୁ କମ୍‌ ବୋଲି କୁହାଯାଉଛି। ସେହିପରି ଯୋଗାଣ ଚୁକ୍ତିରେ ଗ୍ଲୋବାଲ ଆଲୁମିନିୟମ ନିୟୋଜିତ ରେଷ୍ଟୋରା ବିଲେଟ ବେଦାନ୍ତ ଆଲୁମିନିୟମ ଦ୍ୱାରା ବିଭିନ୍ନ ଏକ୍ସଟ୍ରୁଜନ ପ୍ରୋଫାଇଲରେ ଯୋଗାଇ ଦିଆଯିବ।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମ୍‌ର ସିଇଓ ଜନ୍‌ ସ୍ଲାଭେନ୍‌ କହିଛନ୍ତି, ସ୍ଥାୟୀ ଉପତ୍ାଦ ଉପରେ ପ୍ରତିଯୋଗିତାମୂଳକ ପଦକ୍ଷେପକୁ ନେଇ ବିଶ୍ୱସ୍ତର ତଥା ଭାରତରେ ମଧ୍ୟ ଆମର ଗ୍ରାହକଙ୍କ ଉତ୍ସାହର ପ୍ରତିକ୍ରିୟା ଆମେ ଦେଖିବାକୁ ପାଇଛୁ। ଏପରିକି ଆମର ଏହି ବିଶ୍ୱସ୍ତରୀୟ ରେଷ୍ଟୋରା ପରିସରକୁ ଘରୋଇ ବଜାରରେ ପରିଚିତ କରାଇ ଆମେ ବେଶ୍‌ ଉତ୍ସାହିତ ଅଛୁ। ବିଶେଷ କରି ଏକ ସବୁଜ ଭବିଷ୍ୟତ ହାସଲ ଦିଗରେ ଆମର ଏହି ପଦକ୍ଷେପକୁ ସଫଳ କରିବା ଲାଗି ଆମେ ପ୍ରତଶ୍ରୁତିବଦ୍ଧ ରହିଛୁ। ଅପରପକ୍ଷରେ ଗ୍ଲୋବାଲ ଆଲୁମିନିୟମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅନୀଲ ଅଗ୍ରୱାଲ କହିଛନ୍ତି, ବେଦାନ୍ତ ଆଲୁମିନିୟମ ହେଉଛି ଉଚ୍ଚ ଗୁଣାତ୍ମକ ସମାଧାନର ଏକ ବିଶ୍ୱସ୍ତ ପ୍ରଦାନକାରୀ, ଯିଏକି ଗୁଣମାନର ତଥା ମୂଲ୍ୟ ଯୁକ୍ତ ଆଲୁମିନିୟମର ଆବଶ୍ୟକତାକୁ ପୂରଣ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ୧୧,୬୫୬ ୟୁନିଟ୍‌ ଟ୍ରାକ୍ଟର ବିକ୍ରି

ଭୁବନେଶ୍ୱର,୧୭ା୫: ଭାରତର ୧ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ‘ସୋନାଲିକା’ର ମାସିକ ବିକ୍ରି ଫଳାଫଳ ନିକଟରେ ଘୋଷଣା କରାଯାଇଛି। କମ୍ପାନୀର ଘୋଷଣା ଅନୁଯାୟୀ ୨୦୨୪ ଏପ୍ରିଲରେ...

ଟିପିସିଓଡିଏଲ୍‌ର ନୂତନ ଅଭିଯାନ

ଭୁବନେଶ୍ୱର,୧୭ା୫: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ନୂତନ ଅଭିଯାନ ‘ସମୃଦ୍ଧି’ର ଶୁଭାରମ୍ଭ...

ଜେଏସ୍‌ଏଲ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୧୬।୫ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ ଆଗାମୀ...

୨୦୨୬ ସୁଦ୍ଧା ଜାପାନକୁ ପଛରେ ପକାଇ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ପାଲଟିବ

ଭୁବନେଶ୍ୱର,୧୭ା୫ (ଅନୁରାଧା ମହାରଣା): ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଭାରତ ୪ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ। ଏପରିକି ୨୦୨୫-୨୬ ଆର୍ଥିକ ବର୍ଷ ସୁଦ୍ଧା...

୪,୦୦୦ କର୍ମଚାରୀଙ୍କୁ ଛଟେଇ କଲା ତୋଷିବା: ରିପୋର୍ଟ

ନୂଆଦିଲ୍ଲୀ,୧୬।୫: ନୂତନ ମାଲିକାନା ଅଧୀନରେ ପୁନଃର୍ଗଠନର କାର୍ଯ୍ୟର ଏକ ଅଂଶ ଭାବରେ ତୋଷିବା ଏହାର ୪,୦୦୦ ଛଟେଇ କରିଥିବା ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ କରିଛି।...

ଆଲଗୋରିଦମ ଆଧାରିତ କ୍ରେଡିଟ ମଡେଲ ଉପରେ ଅତ୍ୟଧିକ ର୍ନିଭରଶୀଳ ପାଇଁ NBFC କୁ ଚେତାବନୀ ଦେଲା RBI

ମୁମ୍ବାଇ,୧୬।୫: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଅଣ ବ୍ୟାଙ୍କ ଫାଇନାନ୍ସ କମ୍ପାନୀଗୁଡିକ (ଏନବିଏଫସି) କୁ ଆଲଗୋରିଦମ ଆଧାରିତ କ୍ରେଡିଟ ମଡେଲ ଉପରେ ଅଧିକ ର୍ନିଭରଶୀଳତା...

ରେକର୍ଡ ପ୍ରଫିଟ୍‌ ପରେ କର୍ମଚାରୀଙ୍କୁ ମାଲାମାଲ କଲା କମ୍ପାନୀ

ନୁଆଦିଲ୍ଲୀ, ୧୬।୫: ରେକର୍ଡ ପ୍ରଫିଟ ହାସଲ କରିବା ପରେ ସିଙ୍ଗାପୁର ଏୟାରଲାଇନ୍‌ ଏହାର କର୍ମଚାରୀଙ୍କୁ ୮ ମାସର ଦରମା ବୋନସ୍‌ ଆକାରରେ ଦେବାକୁ ଘୋଷଣା କରିଛି।...

ଏବେ ଶ୍ରୀଲଙ୍କାରେ ବି ଚାଲିବ UPI

ନୂଆଦିଲ୍ଲୀ,୧୬।୫: ଏଣିକି ଶ୍ରୀଲଙ୍କାରେ ମଧ୍ୟ ଚାଲିବ ଫୋନ୍‌ ପେ’। କମ୍ପାନୀ ଲଙ୍କା ପେ’ ସହ ସହଭାଗିତା ଘୋଷଣା କରିଛି। ଏହାଦ୍ୱାରା ବ୍ୟବହାରକାରୀ ଶ୍ରୀଲଙ୍କାରେ ୟୁପିଆଇ ଯେଗେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri