Posted inଖେଳ

କ୍ୟାପଟେନ ରୁଟ୍‌ଙ୍କ ଷ୍ଟ୍ରାଟେଜି ଉପରେ ଉଠିଲା ପ୍ରଶ୍ନ

ଲଣ୍ଡନ,୧୮।୮ : ଲଡର୍‌ସ ଟେଷ୍ଟରେ ସୁବିଧାଜନକ ସ୍ଥିତିରେ ଥିବା ସତ୍ତ୍ୱେ ଇଂଲଣ୍ଡର ପରାଜୟକୁ ହଜମ କରିପାରୁ ନାହାନ୍ତି ପୂର୍ବତନ ଅଧିନାୟକ ମାଇକେଲ ଭନ। ସେ ଅଧିନାୟକ ଜୋ ରୁଟ୍‌ଙ୍କ ଷ୍ଟ୍ରାଟେଜି ଉପରେ ପ୍ରଶ୍ନ ଉଠାଇଛନ୍ତି। ମହମ୍ମଦ ଶାମି ଓ ଯଶପ୍ରୀତ ବୁମରାଙ୍କ ଭଳି ଲୋୟରଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିବା ଲାଗି  ସ୍ଲିପ୍‌ ଓ ସର୍କଲ ମଧ୍ୟରେ କ୍ୟାଚିଂ ପଏଣ୍ଟରେ ଫିଲ୍ଡର ରଖିବା ପରିବର୍ତ୍ତେ ବାଉଣ୍ଡ୍ରି ଅଞ୍ଚଳରେ ଅଧିକ ଫିଲ୍ଡର ରଖିଥିଲେ ରୁଟ୍‌। ତାଙ୍କର ଏହି ଷ୍ଟ୍ରାଟେଜି ବୁଝା ପଡ଼ୁ ନାହିଁ ବୋଲି ଭନ କହିଛନ୍ତି।

ରିଷଭ ପନ୍ତଙ୍କ ଅପେକ୍ଷା ବୁମରାଙ୍କ ପାଇଁ ଅଧିକ ଫିଲ୍ଡର ବାଉଣ୍ଡ୍ରି ଅଞ୍ଚଳରେ ରଖାଯାଇଥିଲା। ଦଳରେ ରୁଟ୍‌ ଓ ଜିମ୍ମି ଆଣ୍ଡରସନଙ୍କ ଭଳି ୧୦୦ରୁ ଅଧିକ ଟେଷ୍ଟ ଖେଳିଥିବା ଅଭିଜ୍ଞ ଖେଳାଳିଙ୍କ ଉପସ୍ଥିତି ସତ୍ତ୍ୱେ ଏହା କେମିତି ସମ୍ଭବ। ସେମାନଙ୍କ ଷ୍ଟ୍ରାଟେଜି ସମ୍ପୂର୍ଣ୍ଣ ଭୁଲ ବୋଲି ଲଡର୍‌ସରେ ଭାରତୀୟ ଦଳର ବିଜୟ ପରେ ଭନ ବିବିସିକୁ ଏହା କହିଛନ୍ତି।

୫ମ ଦିନରେ ଭାରତୀୟ ଦଳର ଅନ୍ତିମ ବ୍ୟାଟ୍ସମ୍ୟାନ ପନ୍ତଙ୍କୁ ଆଉଟ୍‌ କରିବା ପରେ ସୁବିଧାଜନକ ସ୍ଥିତିରେ ଥିଲା ଇଂଲଣ୍ଡ। କିନ୍ତୁ ଶାମି ଓ ବୁମରାଙ୍କ ଯୋଡ଼ିକୁ ଭାଙ୍ଗିବା ପାଇଁ ବାଉନ୍ସର ଓ ଶର୍ଟ ପିଚ୍‌ ଷ୍ଟ୍ରାଟେଜି ଆପଣେଇଥିଲା ଇଂଲଣ୍ଡ, ଯାହା ମ୍ୟାଚ୍‌କୁ ଫେରିବା ପାଇଁ ଟିମ୍‌ ଇଣ୍ଡିଆକୁ ସୁଯୋଗ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri