ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି: ବସୁଧା ଯୋଜନା ଜଳ ଯୋଗାଣ ପ୍ରକଳ୍ପ ଅଚଳ

ଆର.ଉଦୟଗିରି,୧୪।୮(ଡି.ଏନ୍‌.ଏ.): ବସୁଧା ଯୋଜନାରେ ସୌରଭିତ୍ତିକ ଜଳଯୋଗାଣ ପ୍ରକଳ୍ପ ଥିଲେ ମଧ୍ୟ ତାହା କାମରେ ଆସୁନି। ଫଳରେ ଦୁର୍ଗମ ଅଞ୍ଚଳରେ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି। ମହିଳାମାନେ ଲମ୍ବା ଧାଡ଼ି କରି କାଦୁଅ ପଙ୍କ ବିଲ ହିଡ ଦେଇ ଯିବା ସହ ଚୁଆରୁ ପାଣି ସଂଗ୍ରହ କରୁଛନ୍ତି। ଗଜପତି ଜିଲା ମୋହନା ବ୍ଲକର ଦୁର୍ଗମ ଅଞ୍ଚଳ ବାଡେଗଡା ପଞ୍ଚାୟତ ଦୁଆଗୁଡା ଗାଁରେ ପ୍ରାୟ ଶତାଧିକ ପରିବାରର ୫୦୦ରୁ ଊଦ୍ଧର୍‌ବ ଲୋକ ବସବାସ କରନ୍ତି। ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାରଙ୍କ ବସୁଧା ଯୋଜନାରେ ସୌରଶକ୍ତି ଚାଳିତ ଜଳ ଯୋଗାଣ ପ୍ରକଳ୍ପ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ନଳକୂପ ଖୋଳାଯାଇଛି। ପାଣି ଟ୍ୟାଙ୍କ୍‌ ଓ ସୋଲାର ପ୍ଲେଟ ଖଞ୍ଜାଯାଇଛି। ୯୫ ପରିବାରକୁ ସଂଯୋଗ କରାଯାଇଛି ବୋଲି ସୂଚନା ଦର୍ଶାଯାଇଛି। ଗାଁର ବିଭିନ୍ନ ସ୍ଥାନରେ ଷ୍ଟାଣ୍ଡପୋଷ୍ଟ ପୋତାଯାଇଛି। ମାତ୍ର ପ୍ରକଳ୍ପ ନିର୍ମାଣର କିଛି ମାସ ନ ହେଉଣୁ ସୋଲାର୍‌ ପ୍ଲେଟ ସହ ଷ୍ଟାଣ୍ଟପୋଷ୍ଟ ଭାଙ୍ଗିଯାଇ ଲଟାବୁଦା ମାଡ଼ିଗଲାଣି। ଗ୍ରାମବାସୀ ଏହାର ପୁନରୁଦ୍ଧାର କରି ଜଳ ଯୋଗାଣ ସ୍ବାଭାବିକ କରିବାକୁ ବାରମ୍ବାର ସ୍ଥାନୀୟ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି ଶୁଣୁନଥିବା ଗ୍ରାମବାସୀ କହିଛନ୍ତି। ଅପରପକ୍ଷେ ଗାଁରେ ଦୁଇଟି ନଳକୂପ ଥିବା ସହ ବିଲ ମଧ୍ୟରେ ଅସଜଡ଼ା କୂଅ ରହିଛି। ଉଭୟ କୂଅ ମରାମତି ଅଭାବରୁ ଭୁଶୁଡ଼ିବା ଅବସ୍ଥାରେ ପଡିଛି। ନଳକୂପ ପାଣି ପାନୀୟ ଜଳ ରୂପେ ବ୍ୟବହାର ଉପଯୋଗୀ ହେଉନଥିବାରୁ ମହିଳାମାନେ ଏହି ପାଣିରେ ବାସନକୁସନ ସଫା କରୁଥିବା ବେଳେ ଅସଜଡା କୂଅ ପାଣିକୁ ଗାଧୋଇବାକୁ ବ୍ୟବହାର କରୁଛନ୍ତି। ଏହି ଅଞ୍ଚଳ ଏକ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ବର୍ଷ ବର୍ଷ ଧରି ଏମିତି ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ। ଶେଷରେ ବସୁଧା ହେଲ୍‌ପ ଲାଇନ୍‌ ନମ୍ବରକୁ ଫୋନ କଲେ ମଧ୍ୟ କୌଣସି ସହଯୋଗ ମିଳୁନଥିବାରୁ ଲୋକେ ବାଧ୍ୟ ହୋଇ ପାନୀୟ ଜଳ ପାଇଁ ଗ୍ରାମବାସୀ ଏଭଳି ସଂଘର୍ଷ କରୁଥିବା କହୁଛନ୍ତି । ସରକାର ଯଦି ଏଥିପ୍ରତି ଦୃଷ୍ଟି ନ ଦେବେ, ତେବେ ପି.ଗୋବିନ୍ଦପୁର ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିବା ଭଳି ଘଟଣାର ପୁନରାବୃତ୍ତି ଘଟିବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri