ଘରେ ସୁଖ-ସମୃଦ୍ଧି ଆଣିଦିଏ ଚିମୁଟାଏ ଲୁଣ; ଏପରି କରନ୍ତୁ ବ୍ୟବହାର

ଖାଦ୍ୟ ପ୍ରସ୍ତୁତ ବେଳେ ଯେତେ ମସଲା ପକାଇଲେ ବି ଲୁଣ ପକାଇବା ପରେ ତାର ସ୍ବାଦ ଆସିଥାଏ। ଯଦିଓ ଲୁଣକୁ ଖାଦ୍ୟପେୟର ଅଭିନ୍ନ ଅଙ୍ଗ କୁହାଯାଏ, ଏହାର ମହତ୍ତ୍ୱ ବାସ୍ତୁ ଶାସ୍ତ୍ରରେ ମଧ୍ୟ ସ୍ବତନ୍ତ୍ର ରହିଛି।

ଘରେ ସୁଖ-ଶାନ୍ତି ବଜାୟ ରଖିବା ପାଇଁ ଲୋକମାନେ ଅନେକ ପ୍ରଚେଷ୍ଟା କରିଥାନ୍ତି। ବାସ୍ତୁଶାସ୍ତ୍ରରେ ମଧ୍ୟ ସେଭଳି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି ଯାହା ଘରୁ ନକରାତ୍ମକ ଉର୍ଜାକୁ ଦୂର କରିବାରେ ସହାୟକ ହୋଇଥାଏ। କୁହାଯାଏ ଘରେ ସୁଖ ଶାନ୍ତି ଏବଂ ସମୃଦ୍ଧି ପାଇଁ ଲୁଣର ବ୍ୟବହାର କରାଯାଇପାରେ। ଆସନ୍ତୁ ଜାଣିବା ସେ ବିଷୟରେ…

ଲୋକମାନେ ସର୍ବଦା ପାଣିରେ ଲୁଣ ପକାଇ ଚଟାଣ ପୋଛିଥାନ୍ତି। ମାନ୍ୟତା ଅନୁସାରେ ଏପରି କରିବା ଦ୍ୱାରା ଘରେ ଥିବା ନକରାତ୍ମକତା ଏବଂ ଦରିଦ୍ରତା ଦୂର ହୋଇଯାଇଥାଏ। ହେଲେ ଗୁରୁବାର ଘର ପୋଛିବା ଉଚିତ ନୁହେଁ। ଏପରିକି ଘର ପୋଛୁଥିବା ସମୟରେ ସମୁଦ୍ର ଲୁଣ ବ୍ୟବହାର କଲେ ଶୁଭ ଫଳ ମିଳେ।

ଟଙ୍କାପଇସାକୁ ନେଇ ଲାଗି ରହିଥିବା ସମସ୍ୟା ଦୂର ହୁଏ: ଘରର ଆର୍ଥିକ ସ୍ଥିତି ଠିକ୍‌ କରିବା ପାଇଁ ଲୁଣର ବ୍ୟବହାର କରିପାରିବେ। ଧନ ଲାଭ ପାଇଁ ଗୃହର ନୈରୁତ କୋଣରେ ଏକ କାଚ ଗ୍ଲାସରେ ପାଣି ଏବଂ ତା ଭିତରେ କିଛି ଲୁଣ ପକାଇ ରଖନ୍ତୁ। ଏହା ପଛରେ ଲାଲ ରଙ୍ଗର ବଲ୍‌ ଲଗାଇଦିଅନ୍ତୁ। ହେଲେ ମନେରଖନ୍ତୁ ପାଣି ଶୁଖିଗଲେ ପୁଣି ଥରେ ଗ୍ଲାସଟିକୁ ସଫା କରି ତା ମଧ୍ୟରେ ପାଣିରେ ଲୁଣ ପକାଇ ପୁର୍ବବତ ରଖିବେ।

ମାନସିକ ସ୍ବାସ୍ଥ୍ୟ ଠିକ୍‌ ରହିବ: ଆଜିର କରୋନା କାଳରେ ମାନସିକ ସ୍ବାସ୍ଥ୍ୟର ଧ୍ୟାନ ରଖିବା ବହୁତ ଜରୁରୀ। କୁହାଯାଏ ଅବସାଦ ନଚେତ ଚିନ୍ତା କମ୍‌ କରିବା ପାଇଁ ଲୁଣର ବ୍ୟବହାର କରିପାରିବେ। ଏକ ବାଲ୍ଟି ପାଣିରେ ସୈନ୍ଧବ ଲବଣ ପକାଇ ସ୍ନାନ କଲେ ମନରେ ସକରାତ୍ମକ ଭାବନା ସଂଚାର ହୋଇଥାଏ।

ସୁଖ ଶାନ୍ତି ପାଇଁ ଏହି ଧାତୁରେ ରଖନ୍ତୁ ନାହିଁ ଲୁଣ: ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ ଲୋକମାନଙ୍କୁ ଏହା ଧ୍ୟାନ ରଖିବା ଉଚିତ ଯେ ଲୁଣକୁ ଷ୍ଟିଲ ନଚେତ ଲୁହାର ପାତ୍ରରେ ରଖିବା ଉଚିତ ନୁହେଁ। ଏହା ବଦଳରେ କାଚର ଜାର୍‌ରେ ଆପଣ ରଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri