ଘରେ ସୁଖ-ସମୃଦ୍ଧି ଆଣିଦିଏ ଚିମୁଟାଏ ଲୁଣ; ଏପରି କରନ୍ତୁ ବ୍ୟବହାର

ଖାଦ୍ୟ ପ୍ରସ୍ତୁତ ବେଳେ ଯେତେ ମସଲା ପକାଇଲେ ବି ଲୁଣ ପକାଇବା ପରେ ତାର ସ୍ବାଦ ଆସିଥାଏ। ଯଦିଓ ଲୁଣକୁ ଖାଦ୍ୟପେୟର ଅଭିନ୍ନ ଅଙ୍ଗ କୁହାଯାଏ, ଏହାର ମହତ୍ତ୍ୱ ବାସ୍ତୁ ଶାସ୍ତ୍ରରେ ମଧ୍ୟ ସ୍ବତନ୍ତ୍ର ରହିଛି।

ଘରେ ସୁଖ-ଶାନ୍ତି ବଜାୟ ରଖିବା ପାଇଁ ଲୋକମାନେ ଅନେକ ପ୍ରଚେଷ୍ଟା କରିଥାନ୍ତି। ବାସ୍ତୁଶାସ୍ତ୍ରରେ ମଧ୍ୟ ସେଭଳି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି ଯାହା ଘରୁ ନକରାତ୍ମକ ଉର୍ଜାକୁ ଦୂର କରିବାରେ ସହାୟକ ହୋଇଥାଏ। କୁହାଯାଏ ଘରେ ସୁଖ ଶାନ୍ତି ଏବଂ ସମୃଦ୍ଧି ପାଇଁ ଲୁଣର ବ୍ୟବହାର କରାଯାଇପାରେ। ଆସନ୍ତୁ ଜାଣିବା ସେ ବିଷୟରେ…

ଲୋକମାନେ ସର୍ବଦା ପାଣିରେ ଲୁଣ ପକାଇ ଚଟାଣ ପୋଛିଥାନ୍ତି। ମାନ୍ୟତା ଅନୁସାରେ ଏପରି କରିବା ଦ୍ୱାରା ଘରେ ଥିବା ନକରାତ୍ମକତା ଏବଂ ଦରିଦ୍ରତା ଦୂର ହୋଇଯାଇଥାଏ। ହେଲେ ଗୁରୁବାର ଘର ପୋଛିବା ଉଚିତ ନୁହେଁ। ଏପରିକି ଘର ପୋଛୁଥିବା ସମୟରେ ସମୁଦ୍ର ଲୁଣ ବ୍ୟବହାର କଲେ ଶୁଭ ଫଳ ମିଳେ।

ଟଙ୍କାପଇସାକୁ ନେଇ ଲାଗି ରହିଥିବା ସମସ୍ୟା ଦୂର ହୁଏ: ଘରର ଆର୍ଥିକ ସ୍ଥିତି ଠିକ୍‌ କରିବା ପାଇଁ ଲୁଣର ବ୍ୟବହାର କରିପାରିବେ। ଧନ ଲାଭ ପାଇଁ ଗୃହର ନୈରୁତ କୋଣରେ ଏକ କାଚ ଗ୍ଲାସରେ ପାଣି ଏବଂ ତା ଭିତରେ କିଛି ଲୁଣ ପକାଇ ରଖନ୍ତୁ। ଏହା ପଛରେ ଲାଲ ରଙ୍ଗର ବଲ୍‌ ଲଗାଇଦିଅନ୍ତୁ। ହେଲେ ମନେରଖନ୍ତୁ ପାଣି ଶୁଖିଗଲେ ପୁଣି ଥରେ ଗ୍ଲାସଟିକୁ ସଫା କରି ତା ମଧ୍ୟରେ ପାଣିରେ ଲୁଣ ପକାଇ ପୁର୍ବବତ ରଖିବେ।

ମାନସିକ ସ୍ବାସ୍ଥ୍ୟ ଠିକ୍‌ ରହିବ: ଆଜିର କରୋନା କାଳରେ ମାନସିକ ସ୍ବାସ୍ଥ୍ୟର ଧ୍ୟାନ ରଖିବା ବହୁତ ଜରୁରୀ। କୁହାଯାଏ ଅବସାଦ ନଚେତ ଚିନ୍ତା କମ୍‌ କରିବା ପାଇଁ ଲୁଣର ବ୍ୟବହାର କରିପାରିବେ। ଏକ ବାଲ୍ଟି ପାଣିରେ ସୈନ୍ଧବ ଲବଣ ପକାଇ ସ୍ନାନ କଲେ ମନରେ ସକରାତ୍ମକ ଭାବନା ସଂଚାର ହୋଇଥାଏ।

ସୁଖ ଶାନ୍ତି ପାଇଁ ଏହି ଧାତୁରେ ରଖନ୍ତୁ ନାହିଁ ଲୁଣ: ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ ଲୋକମାନଙ୍କୁ ଏହା ଧ୍ୟାନ ରଖିବା ଉଚିତ ଯେ ଲୁଣକୁ ଷ୍ଟିଲ ନଚେତ ଲୁହାର ପାତ୍ରରେ ରଖିବା ଉଚିତ ନୁହେଁ। ଏହା ବଦଳରେ କାଚର ଜାର୍‌ରେ ଆପଣ ରଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri