କେହି ମାଗିଲେ ବି ରୋଷେଇ ଘରୁ ଭୁଲ୍‌ରେ ଦିଅନ୍ତୁ ନାହିଁ ଏହି ୪ ଜିନିଷ; ହୋଇଯିବେ କାଙ୍ଗାଳ

ରୋଷେଇ ଘରେ ରଖାଯାଇଥିବା କିଛି ଜିନିଷର ସମ୍ପର୍କ ଆମ ଭାଗ୍ୟ ସହ ରହିଥାଏ। ସେଗୁଡ଼ିକୁ ଅନ୍ୟ କାହାକୁ କେବେହେଲେ ଦେବା ଉଚିତ ନୁହେଁ। ଏପରି କଲେ ଘରେ ଦାରିଦ୍ରତା ବୃଦ୍ଧି ପାଇଥାଏ। ଆସନ୍ତୁ ଜାଣିବା ରୋଷେଇଘରେ ରଖିଥିବା କି ଜିନିଷକୁ ଦାନ କରିବା ଉଚିତ ନୁହେଁ।

-ହଳଦୀ: ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ହଳଦୀର ସମ୍ପର୍କ ବୃହସ୍ପତି ଗ୍ରହ ସହ ରହିଥାଏ। ଘରେ ହଳଦୀ ସରିବାକୁ ଗୁରୁ ଦୋଷ ସହ ଯୋଡାଯାଇଥାଏ। ଗୁରୁ ଦୋଷ ଲାଗିଲେ ଘରେ ଧନର ଅଭାବ ଦେଖାଦିଏ। କ୍ୟାରିୟରରେ ଅସଫଳତା ମିଳିଥାଏ। ଏଣୁ ରୋଷେଇ ଘରୁ ହଳଦୀ କାହାକୁ ଦାନ ଦେବା ଉଚିତ ନୁହେଁ ନା କାହାଠାରୁ ଉଧାରରେ ଆଣିବା ଉଚିତ।

-ଚାଉଳ: ଚାଉଳର ସମ୍ପର୍କ ଶୁକ୍ର ଗ୍ରହ ସହ ଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଶୁକ୍ର ଗ୍ରହ ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖର କାରକ। ଘରେ ଚାଉଳ ସରିବା ଶୁକ୍ର ଦୋଷକୁ ସୂଚାଏ। ଏହି ଦୋଷ ଲାଗିଲେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ। ଦାମ୍ପତ୍ୟ ଜୀବନରେ ନାନାଦି ଝଡ଼ ଆସିଥାଏ। ଏଥିପାଇଁ ଘରୁ କେବେହେଲେ ଚାଉଳ ସରିବା ଉଚିତ ନୁହେଁ। ଚାଉଳ ସେତେବେଳେ ଦାନ କରନ୍ତୁ ଯେତେବେଳେ ଆପଣଙ୍କ ପାଖରେ ଅଧିକ ଥିବ।

-ଲୁଣ: ରୋଷେଇଘରେ ଲୁଣ କେବେହେଲେ ସରିବା ଅନୁଚିତ। ଲୁଣ ଡ଼ବା ସରିବା ପୂର୍ବରୁ ତାକୁ ପୁଣିଥରେ ଭରି ଦିଅନ୍ତୁ। କାରଣ ଲୁଣ ରାହୁଙ୍କ ପଦାର୍ଥ। ଲୁଣ ସରିଗଲେ ରାହୁଙ୍କ ଦୃଷ୍ଟି ଆପଣଙ୍କ ଉପରେ ପଡ଼ିଥାଏ। ଏହା ଜୀବନକୁ କଷ୍ଟରେ ଭରିଦିଏ। ହଠାତ ବିପଦ ମାଡ଼ି ଆସିପାରେ। ଏଣୁ ଲୁଣ ଦାନ ଦିଅନ୍ତୁ ନାହିଁ ନା ଉଧାର ଭାବେ ଆଣନ୍ତୁ।

-ସୋରିଷ ତେଲ: ଘରେ ଥିବା ସୋରିଷ ତେଲ ସହ ଶନି ଗ୍ରହର ସମ୍ପର୍କ ଥାଏ। ଏଣୁ ରୋଷେଇ ଘରୁ ଏହି ତେଲ କେବେହେଲେ ସରିବା ଅନୁଚିତ। ଏପରି ହେଲେ ଆପଣ ଶନିର ପ୍ରକୋପର ଶିକାର ହୋଇପାରନ୍ତି। ଡବାରୁ ତେଲ ସରିବା ପୂର୍ବରୁ ତେଲ ଭରି ନିଅନ୍ତୁ। ଏହାଛଡ଼ା ଏହି ତେଲକୁ ମଙ୍ଗଳବାର ଏବଂ ଶନିବାର ଘରକୁ ଆଣନ୍ତୁ ନାହିଁ। ନା କାହାକୁ ଏହିଦିନ ଦାନରେ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri