କେହି ମାଗିଲେ ବି ରୋଷେଇ ଘରୁ ଭୁଲ୍‌ରେ ଦିଅନ୍ତୁ ନାହିଁ ଏହି ୪ ଜିନିଷ; ହୋଇଯିବେ କାଙ୍ଗାଳ

ରୋଷେଇ ଘରେ ରଖାଯାଇଥିବା କିଛି ଜିନିଷର ସମ୍ପର୍କ ଆମ ଭାଗ୍ୟ ସହ ରହିଥାଏ। ସେଗୁଡ଼ିକୁ ଅନ୍ୟ କାହାକୁ କେବେହେଲେ ଦେବା ଉଚିତ ନୁହେଁ। ଏପରି କଲେ ଘରେ ଦାରିଦ୍ରତା ବୃଦ୍ଧି ପାଇଥାଏ। ଆସନ୍ତୁ ଜାଣିବା ରୋଷେଇଘରେ ରଖିଥିବା କି ଜିନିଷକୁ ଦାନ କରିବା ଉଚିତ ନୁହେଁ।

-ହଳଦୀ: ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ହଳଦୀର ସମ୍ପର୍କ ବୃହସ୍ପତି ଗ୍ରହ ସହ ରହିଥାଏ। ଘରେ ହଳଦୀ ସରିବାକୁ ଗୁରୁ ଦୋଷ ସହ ଯୋଡାଯାଇଥାଏ। ଗୁରୁ ଦୋଷ ଲାଗିଲେ ଘରେ ଧନର ଅଭାବ ଦେଖାଦିଏ। କ୍ୟାରିୟରରେ ଅସଫଳତା ମିଳିଥାଏ। ଏଣୁ ରୋଷେଇ ଘରୁ ହଳଦୀ କାହାକୁ ଦାନ ଦେବା ଉଚିତ ନୁହେଁ ନା କାହାଠାରୁ ଉଧାରରେ ଆଣିବା ଉଚିତ।

-ଚାଉଳ: ଚାଉଳର ସମ୍ପର୍କ ଶୁକ୍ର ଗ୍ରହ ସହ ଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଶୁକ୍ର ଗ୍ରହ ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖର କାରକ। ଘରେ ଚାଉଳ ସରିବା ଶୁକ୍ର ଦୋଷକୁ ସୂଚାଏ। ଏହି ଦୋଷ ଲାଗିଲେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ। ଦାମ୍ପତ୍ୟ ଜୀବନରେ ନାନାଦି ଝଡ଼ ଆସିଥାଏ। ଏଥିପାଇଁ ଘରୁ କେବେହେଲେ ଚାଉଳ ସରିବା ଉଚିତ ନୁହେଁ। ଚାଉଳ ସେତେବେଳେ ଦାନ କରନ୍ତୁ ଯେତେବେଳେ ଆପଣଙ୍କ ପାଖରେ ଅଧିକ ଥିବ।

-ଲୁଣ: ରୋଷେଇଘରେ ଲୁଣ କେବେହେଲେ ସରିବା ଅନୁଚିତ। ଲୁଣ ଡ଼ବା ସରିବା ପୂର୍ବରୁ ତାକୁ ପୁଣିଥରେ ଭରି ଦିଅନ୍ତୁ। କାରଣ ଲୁଣ ରାହୁଙ୍କ ପଦାର୍ଥ। ଲୁଣ ସରିଗଲେ ରାହୁଙ୍କ ଦୃଷ୍ଟି ଆପଣଙ୍କ ଉପରେ ପଡ଼ିଥାଏ। ଏହା ଜୀବନକୁ କଷ୍ଟରେ ଭରିଦିଏ। ହଠାତ ବିପଦ ମାଡ଼ି ଆସିପାରେ। ଏଣୁ ଲୁଣ ଦାନ ଦିଅନ୍ତୁ ନାହିଁ ନା ଉଧାର ଭାବେ ଆଣନ୍ତୁ।

-ସୋରିଷ ତେଲ: ଘରେ ଥିବା ସୋରିଷ ତେଲ ସହ ଶନି ଗ୍ରହର ସମ୍ପର୍କ ଥାଏ। ଏଣୁ ରୋଷେଇ ଘରୁ ଏହି ତେଲ କେବେହେଲେ ସରିବା ଅନୁଚିତ। ଏପରି ହେଲେ ଆପଣ ଶନିର ପ୍ରକୋପର ଶିକାର ହୋଇପାରନ୍ତି। ଡବାରୁ ତେଲ ସରିବା ପୂର୍ବରୁ ତେଲ ଭରି ନିଅନ୍ତୁ। ଏହାଛଡ଼ା ଏହି ତେଲକୁ ମଙ୍ଗଳବାର ଏବଂ ଶନିବାର ଘରକୁ ଆଣନ୍ତୁ ନାହିଁ। ନା କାହାକୁ ଏହିଦିନ ଦାନରେ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଝାରପଡ଼ା ଜେଲରେ ନିଶାର ଜାଲ! ଅତ୍ୟଧିକ ଡ୍ରଗ୍ସ ଖାଇ ୫ କଏଦୀ ଗୁରତର, ୩ ଆଇସିୟୁରେ

ଭୁବନେଶ୍ୱର, ୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀର ଝାରପଡ଼ା ସ୍ୱତନ୍ତ୍ର କାରାଗାର ପୁଣିଥରେ ନିଶା କାରବାରକୁ ନେଇ ଚର୍ଚ୍ଚାକୁ ଆସିଛି। ଜେଲ ଭିତରେ ଅତ୍ୟଧିକ ପରିମାଣର ଡ୍ରଗ୍ସ ସେବନ କରିଥିବା…

ରାଜଧାନୀରେ ଲଜ୍ଜା: ଏକ୍ସଟ୍ରା କ୍ଲାସ ବାହାନାରେ ଦଶମଶ୍ରେଣୀ ଛାତ୍ରୀଙ୍କୁ କୋଚିଂ ସେଣ୍ଟରରେ ବଳାତ୍କାର, ଶିକ୍ଷକଙ୍କୁ ବାନ୍ଧିଲା…

ଭୁବନେଶ୍ୱର,୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ୍ କେନ୍ଦ୍ରରେ ବଳାତ୍କାର କରାଯାଇଥିବା ଅଭିଯୋଗ ନେଇ ମହିଳା ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ଏହି…

ଟୋକନ ତାଲିକାରେ ଚଞ୍ଚକତା,ପଛ ଚାଷୀଙ୍କୁ ଆଗକୁ ଆଣି ଧାନ ବିକ୍ରି! ତାତିଲେ ଚାଷୀ, ଉପଜିଲାପାଳଙ୍କ…

ଭବାନୀପାଟଣା, ୨୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଚୈଗୁଡା ପ୍ୟାକ୍ସ ଅଧୀନ ନୂଆଗୁଡା ମଣ୍ଡିରେ ଧାନ କ୍ରୟକୁ ନେଇ ସାମ୍ନାକୁ ଆସିଛି ସଙ୍ଗିନ…

ବିଜୟଙ୍କ ସହ ବ୍ରେକଅପ୍ ଗୁଜବ ଉପରେ ତ୍ରିଶାଙ୍କ ବଡ଼ ଧମାକା! ସୋସିଆଲ ମିଡିଆରେ ଫଟୋ ସେୟାର କରି…

ମୁମ୍ୱାଇ: ଅଭିନେତ୍ରୀ ତ୍ରିଶା କୃଷ୍ଣନ, ବିଜୟଙ୍କ ସହ ତାଙ୍କର ବିଚ୍ଛେଦ ହେବା ନେଇ ଚାଲିଥିବା ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ତ୍ରିଶା ଏମିତି ଏକ ପୋଷ୍ଟ ସେୟାର…

ଲଡୁଗାଁ କେନାଲ ରାସ୍ତାରେ ଭୟାବହ ଦୁର୍ଘଟଣା: ଦୁଇ ବାଇକ୍‌ ମୁହାଁମୁହିଁ; ଜଣେ ମୃତ, ୩ ଗୁରୁତର

କୋକସରା, ୨୩।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ-ଉଛୁଲା କେନାଲ ରାସ୍ତାରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି…

ଇଥାନଲ ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ଘୋଷଣା; E20ରେ ମିଶୁଛି…

ନୂଆଦିଲ୍ଲୀ,୨୩।୬: ସୋସିଆଲ ମିଡିଆରେ ଇଥାନଲ ମିଶ୍ରିତ ପେଟ୍ରୋଲ ଅର୍ଥାତ E20 କୁ ନେଇ ଅନେକ ପ୍ରକାରର ଦାବି ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ବିବାଦକୁ…

ବାହା ହେବାକୁ ମନା କଲେ ଶାଶୁ, ବୋହୂ ଭାଇରାଲ କରିଦେଲେ ଶାଶୁଙ୍କ ଅଶ୍ଲୀଳ ଫଟୋ, ଶ୍ୱଶୁର କହିଲେ…

ମୁମ୍ଵାଇ ୨୩।୦୬: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ମୁମ୍ବାଇ ପୋଲିସ ଜଣେ ମହିଳାଙ୍କ ବିରୋଧରେ ତାଙ୍କ ପୂର୍ବତନ ପ୍ରେମିକଙ୍କ ମାଆଙ୍କ…

ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡି: ଭୁବନେଶ୍ୱରରେ ପହଞ୍ଚିଲା ୫ ମୃତଦେହ, ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୬: ତାମିଲନାଡୁରେ ଘଟିଥିବା ଦୁଃଖଦ ଗ୍ୟାସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ମଙ୍ଗଳବାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରକୁ ଅଣାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri