କେମିତି କରିବେ ଝାଡ଼ୁ? ଘରେ ବୃଦ୍ଧି ହେବ ସୁଖଶାନ୍ତି…

ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଆମେ ଘର ଝାଡ଼ୁ କରିଥାଉ। କିନ୍ତୁ ଏହି ଝାଡ଼ୁ କରିବାକୁ ନେଇ ବି କିଛିଟା ବାସ୍ତୁ ନିୟମ ରହିଛି; ଯାହାକୁ ମାନିଲେ ଘରେ ସୁଖଶାନ୍ତି ବୃଦ୍ଧି ହେବା ସହ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି…

* ପୂଜା କରିସାରିବା ପରେ, ଭୋଜନ କରିବା ପରେ କିମ୍ବା ସନ୍ଧ୍ୟା ଦେଇସାରିବା ପରେ ଘରେ ଆଦୌ ଝାଡ଼ୁ କରିବା ଠିକ୍‌ ନୁହେଁ। ଅନ୍ୟପକ୍ଷେ ଘରର କୌଣସି ସଦସ୍ୟ କାମରେ ବାହାରିଯିବା ପରେ ସଙ୍ଗେ ସଙ୍ଗେ ଘରେ ଝାଡ଼ୁକରିବା ଉଚିତ ନୁହେଁ। ଏହାଦ୍ୱାରା ବ୍ୟକ୍ତିଙ୍କର କର୍ମରେ ବାଧା ଉପୁଜିଥାଏ ବୋଲି ବିଶ୍ୱାସ ରହିଛି।

*ରାତିରେ ବି ଘରକୁ ଆଦୌ ଝାଡ଼ୁ କରିବା ଉଚିତ ନୁହେଁ। ଯଦି କରୁଥାନ୍ତି, ତା’ହେଲେ ଭୁଲ୍‌ରେ ବି ଘରର ଅଳିଆ ବାହାରକୁ ନ କାଢ଼ି ଘରର କୌଣସି କୋଣରେ ରଖିଦେବେ। ପରଦିନ ସକାଳେ ଘର ଭଲଭାବେ ଓଳାଇ ଏହି ଅଳିଆକୁ ସଫା କରିଦେଲେ ଘର ପରିଷ୍କାର ଦେଖାଯିବା ସହ ମନକୁ ବେଶ୍‌ ଶାନ୍ତି ଲାଗିଥାଏ।

*ଝାଡ଼ୁ କରିବା ସମୟରେ କେବେ ଗପସପ ହୋଇ ଝାଡୁ କରିବେ ନାହିଁ। କାରଣ ଏପରି କଲେ ଧ୍ୟାନ ଏପଟସେପଟ ହୋଇଥାଏ; ଯଦ୍ଦ୍ବାରା ଘରର କିଛିକିଛି ସ୍ଥାନରେ ଧୂଳି ରହିଯାଏ; ଯାହା ମାତା ଲକ୍ଷ୍ମୀଙ୍କୁ ଆଦୌ ପସନ୍ଦ ନୁହେଁ। ତା’ସହ ଗପିବା ଯୋଗୁ ବେଳେବେଳେ କିଛି ଜରୁରୀ ଜିନିଷ ଭୁଲ୍‌ରେ ଝାଡୁରେ ଓଳେଇ ହୋଇ ବାହାରକୁ ଚାଲିଯିବାର ସମ୍ଭାବନା ବି ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସୃଷ୍ଟି ହେବ ସମସପ୍ତକ ଯୋଗ, ମାଲାମାଲ ହେବେ ଏହି ୩ରାଶିର ବ୍ୟକ୍ତି

ଜ୍ୟୋତିଷ ଶାସ୍ତ୍ରରେ ସମାସପ୍ତକ ଯୋଗକୁ ଶୁଭ ଭାବେ ବିବେଚନା କରାଯାଇଥାଏ । ଏହି ଯୋଗ ମଙ୍ଗଳ ଏବଂ ଚନ୍ଦ୍ରଙ୍କ ମଧ୍ୟରେ ପାରସ୍ପରିକ କ୍ରିୟା ଦ୍ୱାରା ଗଠିତ ।…

କ୍ୟାନ୍‌ସର ଔଷଧ, ଟିକା, ଆଣ୍ଟିବାୟୋଟିକ୍‌ରେ ‘କ୍ୟୁଆର୍‌ କୋଡ୍‌’ ବାଧ୍ୟତାମୂଳକ, ଜୁଲାଇ ୧ରୁ ପ୍ରଥମ ପର୍ଯ୍ୟାୟ ନିୟମ ଲାଗୁ

ନୂଆଦିଲ୍ଲୀ,୨୬ା୬(ପି.ଟି.): ଦେଶରେ ନକଲି ଏବଂ ନିମ୍ନମାନର ଔଷଧର ବେଆଇନ କାରବାରକୁ ରୋକିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବର୍ତ୍ତମାନ ସମସ୍ତ ପ୍ରକାର ଆଣ୍ଟିବାୟୋଟିକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri