Posted inଖେଳ

‘ଭାରତରେ ପହଞ୍ଚିବା ପୂର୍ବରୁ ହିଁ ମୋତେ ଧମକପୂର୍ଣ୍ଣ ଫୋନ ଆସିବା ଆରମ୍ଭ ହୋଇଗଲା…’ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ବରୁଣ ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ,୧୫।୩: ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ କ୍ରିକେଟ ଦଳକୁ ଚାମ୍ପିୟନ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ୨୦୨୧ ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ତାଙ୍କୁ ଧମକପୂର୍ଣ୍ଣ ଫୋନ କଲ ମିଳିଥିଲା। ତାଙ୍କୁ ବିମାନବନ୍ଦରରୁ ମଧ୍ୟ ଅନୁସରଣ କରାଯାଇଥିଲା। ଏହି ଟର୍ନାମେଣ୍ଟ ଚାରି ବର୍ଷ ପୂର୍ବେ ଦୁବାଇରେ ଅନୁଷ୍ଠିତ ହୋଇଥିଲା।

ଚକ୍ରବର୍ତ୍ତୀ ୨୦୨୦ ଏବଂ ୨୦୨୧ ଇଣ୍ଡିଆନ ପ୍ରିମିୟର ଲିଗ ସିଜିନରେ କୋଲକାତା ନାଇଟ ରାଇଡର୍ସ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ପ୍ରଥମ ସିଜିନରେ ୧୭ ଏବଂ ଦ୍ୱିତୀୟ ସିଜିନରେ ୧୮ ଊଇକେଟ୍‌ ନେଇଥିଲେ। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ପ୍ରଦର୍ଶନ ନିରାଶାଜନକ ଥିଲା ଏବଂ ସେମାନେ ପ୍ରଥମ ରାଉଣ୍ଡରେ ହିଁ ବାଦ ପଡ଼ିଥିଲେ। ଦଳଟି ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ଭଳି ଦଳଠାରୁ ପରାଜୟର ସମ୍ମୁଖୀନ ହୋଇଥିଲା ଏବଂ ନକଆଉଟରେ ପ୍ରବେଶ କରିପାରିନଥିଲା।

ଚକ୍ରବର୍ତ୍ତୀଙ୍କ ପାଇଁ ଏହି ଟୁର୍ନାମେଣ୍ଟଟି ଏକ ଭୁଲିଯିବା ଭଳି ଥିଲା କାରଣ ସେ ମାତ୍ର ତିନୋଟି ମ୍ୟାଚ ଖେଳିଥିଲେ ଏବଂ ଗୋଟିଏ ବି ଉଇକେଟ୍‌ ନେଇ ନଥିଲେ। ଏକ ସାକ୍ଷାତକାରରେ ମୁହଁ ଖୋଲି କହିଥିଲେ ଯେ ତାଙ୍କୁ ଧମକପୂର୍ଣ୍ଣ ଫୋନ ଆସିଥିଲା, ବିମାନବନ୍ଦର ପର୍ଯ୍ୟନ୍ତ ତାଙ୍କୁ ଅନୁସରଣ କରାଯାଇଥିଲା ଏବଂ ତାଙ୍କ ଘର ଠିକଣା ମଧ୍ୟ ଟ୍ରାକ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଛାଡ଼ିବାକୁ ‘ମିଷ୍ଟର ସିଂ’ଙ୍କୁ ଧମକ, US ବିଜ୍ଞାପନକୁ ନେଇ ହଙ୍ଗାମା

ୱାଶିଂଟନ,୧୧।୯(ପି.ଟି.): ଆମେରିକାର ‘ଡିପାର୍ଟମେଣ୍ଟ ଅଫ୍‌ ହୋମଲ୍ୟାଣ୍ଡ୍‌ ସିକ୍ୟୁରିଟି’ (ଡିଏଚ୍‌ଏସ୍‌) ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ରେ ଜାରି କରାଯାଇଥିବା ଏକ ବିଜ୍ଞାପନକୁ ନେଇ ସାରା ବିଶ୍ୱରେ ତୀବ୍ର…

ବାରିପଦାରୁ ୨ ଅଡିଟ୍ ଅଫିସର୍‌ଙ୍କୁ ଧରିଲା ବାଲେଶ୍ୱର ଭିଜିଲାନ୍ସ ଟିମ୍

ବାରିପଦା,୧୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଆଦିବାସୀ ହଷ୍ଟେଲ ଗୁଡିକର ଅଡିଟ…

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୧୧।୯(ପି.ଟି.): ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (ବ୍ରେଣ୍ଟ କ୍ରୁଡ୍‌) ଦର ବୃଦ୍ଧି ଏବଂ ବୈଦେଶିକ ପୁଞ୍ଜି ପ୍ରତ୍ୟାହାର ଯୋଗୁ ଭାରତୀୟ ମୁଦ୍ରା ‘ଟଙ୍କା’ ମୂଲ୍ୟରେ ବଡ଼ ଧରଣର…

ଗୋଟିଏ କୋଠରିରେ ଚାଲିଛି ୪୭ ବର୍ଷର ବିଦ୍ୟାଳୟ: ଅନୁଦାନ ମିଳୁ ନ ଥିବାରୁ ବଦଳୁନାହିଁ ସ୍ଥିତି

ହାଟଡ଼ିହୀ,୧୧l୯ (ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ କୁଆଡ଼ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥା ଦେଇ ଗତି କରୁଛି। ଗୋଟିଏ ଶ୍ରେଣୀ କକ୍ଷରେ ଶିଶୁ ବାଟିକାରୁ ୫ମ…

ରତ୍ନଭଣ୍ଡାର ଗଣତି-ମଣତିକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ: ତାଲିକା ସାର୍ବଜନୀନ ହେବନି

ଭୁବନେଶ୍ୱର, ୧୦।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି-ମଣତି ଏବଂ ଅଳଙ୍କାର ତାଲିକାଭୁକ୍ତ ପ୍ରକ୍ରିୟାକୁ ନେଇ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ବଡ଼ ପ୍ରତିକ୍ରିୟା ରଖିଛନ୍ତି। ରତ୍ନଭଣ୍ଡାରରୁ…

ରାଜ୍ୟର ୨ ଉପମୁଖ୍ୟମନ୍ତ୍ରୀ ପଦବୀକୁ ଚ୍ୟାଲେଞ୍ଜ, ଜନସ୍ବାର୍ଥ ମାମଲା ଖାରଜ କଲେ… 

କଟକ,୧୦।୮(କାର୍ତ୍ତିକ ସାହୁ): ଓଡ଼ିଶା ସରକାରଙ୍କ ୨ ଉପମୁଖ୍ୟମନ୍ତ୍ରୀ ପଦବୀର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ରୁଜୁ ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଗୁରୁବାର ଖାରଜ କରିଛନ୍ତି। ହାଇକୋର୍ଟ…

ଆଫଗାନିସ୍ତାନ-ଭାରତ ପ୍ରଥମ ମ୍ୟାଚ୍‌କୁ ନେଇ ହଟିଲା ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ,୧୦ା୯: ରାଜଧାନୀରେ ବ୍ରିକ୍ସ ସମିଟ କାରଣରୁ ଆସନ୍ତା ୧୩ରେ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି୨୦ ମ୍ୟାଚ୍‌କୁ ଦିନକ ପାଇଁ ସ୍ଥଗିତ ରଖାଯିବାର…

BDAର ୩୫ ବର୍ଷରୁ ଊର୍ଦ୍ଧ୍ୱ ଜମି ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ୨୦୦ ହିତାଧିକାରୀଙ୍କୁ ଆଶ୍ୱସ୍ତି, ଦୂର ହେଲା…

ଭୁବନେଶ୍ୱର,୧୦।୯(ରବିନାରାୟଣ ଜେନା): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ଠାରୁ ଦୀର୍ଘ ୩୫ ବର୍ଷ ତଳେ ପ୍ଲଟେଡ୍‌ ସ୍କିମରେ ନେଇଥିବା ୨୦୦ରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ଏବେ ଆଶ୍ୱସ୍ତି ମିଳିଛି। ରାଜସ୍ବ ପର୍ଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri