ପ୍ରତିପକ୍ଷ ଓକିଲଙ୍କ ପ୍ରଶ୍ନକୁ ନେଇ ଆପତ୍ତି ଉଠାଇଲେ ବର୍ଷା

କଟକ ଅଫିସ, ୨୦ା୧୨:ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ସ୍ବାମୀ ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣି ସୋମବାର ପରିବାର ଅଦାଲତରେ ହୋଇଥିଲା। ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ବର୍ଷା କୋର୍ଟରେ ହାଜର ହେବା ପରେ ତାଙ୍କର ସାକ୍ଷ୍ୟ ଗ୍ରହଣ ହୋଇଥିଲା। ତେବେ ସାକ୍ଷ୍ୟଗ୍ରହଣ ସମୟରେ ଅନୁଭବଙ୍କ ଓକିଲ ପଚାରିଥିବା କେତେକ ପ୍ରଶ୍ନ ଉପରେ ବର୍ଷା ଆପତ୍ତି ଉଠାଇଥିଲେ। ଯଦ୍ଦ୍ବାରା ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଅସମ୍ପୂର୍ଣ୍ଣ ରହିଛି। ମଙ୍ଗଳବାର ପୁଣି ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।
ପ୍ରକାଶ ଯେ, ପରିବାର ଅଦାଲତରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ପାଇଁ ଡିସେମ୍ବର ୧୯ ତାରିଖକୁ ଧାର୍ଯ୍ୟ ହୋଇଥିଲା। ତଦନୁଯାୟୀ ବର୍ଷା ସୋମବାର ଅଦାଲତରେ ହାଜର ହୋଇଥିଲେ। ଅନୁଭବଙ୍କ ଓକିଲ ଗୀତା ଲୁଥାର ବର୍ଷାଙ୍କୁ ଇଂଲିଶ ଭାଷାରେ ପ୍ରଶ୍ନ ପଚାରିଥିବାବେଳେ ବର୍ଷା ଓଡ଼ିଆରେ ଉତ୍ତର ଦେଇଥିଲେ। ତେବେ ବର୍ଷାଙ୍କୁ ପ୍ରତିପକ୍ଷ ଓକିଲ ଆପତ୍ତିଜନକ ପ୍ରଶ୍ନ ପଚାରିଥିବା ନେଇ ବର୍ଷାଙ୍କ ଓକିଲ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନାରୀର ମର୍ଯ୍ୟାଦା ପ୍ରତି ଆଞ୍ଚ ଆସିଲା ଭଳି କୌଣସି ପ୍ରଶ୍ନ ପଚାରିପାରିବେ ନାହିଁ ବୋଲି କୋର୍ଟଙ୍କୁ ସେ ଅବଗତ କରିଥିଲେ। ବର୍ଷା ସାକ୍ଷ୍ୟ ଗ୍ରହଣ ସମୟରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ବୋଲି ବର୍ଷାଙ୍କ ଓକିଲ କହିଛନ୍ତି। ଅନ୍ୟ ପକ୍ଷରେ ଅନୁଭବଙ୍କ ଓକିଲ ଲୁଥାର କହିଛନ୍ତି, ବର୍ଷା ସେପ୍ଟେମ୍ବର ୮ରେ ପାରିବାରିକ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଥିଲା। ନିର୍ଦ୍ଦେଶ ଅନୁସାରେ ଅନୁଭବ ହାଜର ହୋଇଥିଲେ ମଧ୍ୟ ବର୍ଷା ହାଜର ହୋଇ ନ ଥିଲେ। ଫଳରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ହୋଇପାରି ନ ଥିଲା। ନିଜ ପକ୍ଷ ରଖିବାକୁ ବର୍ଷା ଅଦାଲତଙ୍କୁ ସମୟ ମାଗିଥିଲେ। ସେହି ଅନୁଯାୟୀ ବର୍ଷା ପାରିବାରିକ ଅଦାଲତରେ ସୋମବାର ହାଜର ହୋଇଥିଲେ। ତେବେ ତାଙ୍କ ସାକ୍ଷ୍ୟ ଗ୍ରହଣ ଅସମ୍ପୂର୍ଣ୍ଣ ଥିବାରୁ ସେ ପୁଣି ଅଦାଲତରେ ମଙ୍ଗଳବାର ହାଜର ହେବେ। ଅନୁଭବଙ୍କ ଓକିଲ ଲୁଥାର ଦିଲ୍ଲୀରୁ ଆସିଥିବାରୁ ସେ ଓଡ଼ିଆ ବୁଝିପାରୁନାହାନ୍ତି, ତେଣୁ ତାଙ୍କ ପାଇଁ ଜେରା ସମୟରେ ଜଣେ ଇଣ୍ଟରପ୍ରିଟର ଉପସ୍ଥିତ ରହିବାକୁ କୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri