ବିବିଧ ସମସ୍ୟା, ଏକକ ସମାଧାନ କେନ୍ଦ୍ର

ବାଲେଶ୍ୱର ଅଫିସ, ୨୩।୧୨: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦ୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ନିକଟରେ ଏହାର ଗ୍ରାହକ ଅଭିଯୋଗ ସମାଧାନ ପ୍ରକଳ୍ପ ‘ନିଷ୍ଠା’ର ଶୁଭାରମ୍ଭ କରାଯାଇଛି। ଗ୍ରାହକଙ୍କୁ ଉନ୍ନତ ସେବା ପ୍ରଦାନ ଏବଂ ବିଦ୍ୟୁତ୍‌ଜନିତ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ‘ନିଷ୍ଠା’ ପ୍ରକଳ୍ପ ଆରମ୍ଭ କରାଯାଇଛି। ପ୍ରୋଜେକ୍ଟ ନିଷ୍ଠା ଜରିଆରେ ଟିପିଏନ୍‌ଓଡିଏଲ୍‌ ପକ୍ଷରୁ ମିଟର୍‌ ନ ଥିବା, ସଂଯୋଗ କିମ୍ବା ତ୍ରୁଟିପୂର୍ଣ୍ଣ ମିଟର୍‌, ବ୍ୟବସ୍ଥାରେ ସୌଭାଗ୍ୟ ମିଟର୍‌କୁ ଅପଡେଟ୍‌ କରିବା ଆଦି ସମସ୍ୟାର ସମାଧାନ କରାଯିବ।
ଟିପିଏନ୍‌ଓଡିଏଲ୍‌ ଅଧୀନରେ ଥିବା ଜିଲାଗୁଡ଼ିକରେ ବର୍ତ୍ତମାନ ସୁଦ୍ଧା ୧୬ ଡିଭିଜନ୍‌ରେ ପ୍ରାୟ ୨୨୪ ଶିବିର ଆୟୋଜନ କରାଯାଇଛି। ଯେଉଁଥିରେ ୫୧୭୯ ଜଣ ଗ୍ରାହକ ଭାଗ ନେଇଛନ୍ତି। ଏହାବ୍ୟତୀତ କମ୍ପାନୀ ସଫଳତାର ସହିତ ୩୩୪୩ରୁ ଅଧିକ ସ୍ପଟ୍‌ ବିଲ୍‌ର ସମାଧାନ କରାଯାଇଛି। ୧୦୧ ନୂଆ ସଂଯୋଗ ପଞ୍ଜୀକୃତ କରିଥିବା ବେଳେ ୪୫୭ ସ୍ପଟ୍‌ ରିଡିଂ ଭିତ୍ତିକ ବିଲ୍‌ ସୃଷ୍ଟି କରିଛି। ୨୪ଟି ବିଦ୍ୟୁତ୍‌ ସଂଯୋଗ କାଟିବା ନୋଟିସ୍‌ ଜାରି କରିଛି। ୪୩୨ଟି ମିଟର ତଥ୍ୟକୁ ସ୍ପଟ୍‌ରେ ହାସଲ କରାଯାଇଛି ଏବଂ ଏହି ପ୍ରକଳ୍ପ ଜରିଆରେ ୧୩୪ଟି ଗ୍ରାହକ ତଥ୍ୟର ସ୍ପଟ୍‌ ସଂଶୋଧନ କରାଯାଇଛି।
ଏନେଇ ଟିପିଏନ୍‌ଓଡିଏଲ୍‌ ସିଇଓ ଭାସ୍କର ସରକାର କହିଛନ୍ତି ଯେ, ଗ୍ରାହକ ସନ୍ତୁଷ୍ଟି ହେଉଛି ଟିପିଏନ୍‌ଓଡିଏଲ୍‌ ର ଏକ ଅବିଚ୍ଛେଦ୍ୟ ଅଙ୍ଗ। ନିଷ୍ଠା ପ୍ରକଳ୍ପ ସହିତ ଗ୍ରାହକଙ୍କୁ ଭରସାଯୋଗ୍ୟ, ସୁଲଭ ଓ ଗୁଣାମତ୍କ ବିଦ୍ୟୁତ୍‌ ଯୋଗାଇବାର ପ୍ରତିବଦ୍ଧତାକୁ ସୁଦୃଢ଼ କରୁଛୁ। ବିଦ୍ୟୁତ୍‌ ଉପଭୋକ୍ତାମାନେ ଏହି ପ୍ରକଳ୍ପରୁ ଉପକୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri