ଯନ୍ତ୍ରଣାର ଉତ୍ସ ଭାରିକୋଜ୍‌ ଭେନ୍‌

ଯନ୍ତ୍ରଣା ଭରା ଅବସ୍ଥାରେ ଭାରିକୋଜ୍‌ ଭେନ୍‌କୁ ଠାବ କରାଯାଇଥାଏ। ଏହି ଭେନ୍‌ ପ୍ରାୟତଃ ସମସ୍ତଙ୍କ ପାଖେ ଦେଖାଯାଇ ନ ଥାଏ। ଏପରି ଭେନ୍‌ ସାଧାରଣ ଭେନ୍‌ ଭାବେ ଚର୍ମ ନିକଟରେ ଥାଏ ଅଧିକନ୍ତୁ ବାହ୍ୟ ପାର୍ଶ୍ୱକୁ ରହି ଫୁଲିବା ଦ୍ୱାରା ଭାରିକୋଜ୍‌ ଆଖ୍ୟା ଦିଆଯାଇଅଛି। ଏପରି ଭେନ୍‌ଗୁଡ଼ିକ ମୋଟା ଏବଂ ପ୍ରସସ୍ଥ ହୋଇ ସାଧାରଣତଃ ଗୋଡ଼, ପୁରୁଷ ଅଣ୍ଡକୋଷ କିମ୍ବା ମଳ ଦ୍ୱାରରେ ଦୃଷ୍ଟିଗୋଚର ହୁଅନ୍ତି। ଭାରିକୋଜ୍‌ ଭେନ୍‌ ସମସ୍ତଙ୍କ ପାଇଁ ଏକ ସମସ୍ୟା ହୋଇ ଉଭା ହୋଇ ନ ଥାଏ, ହେଲେ ମନୁଷ୍ୟ ଗୋଡ଼ରେ, ମୁହଁରେ ଏକ ପ୍ରକାର ବୁଢ଼ିଆଣୀ ଜାଲ କିମ୍ବା ଦଉଡ଼ି ଗୁଚ୍ଛ ସଦୃଶ ଆକାର ନେଇ ବେଳେବେଳେ ଅବିରତ ଯନ୍ତ୍ରଣା ସହିତ ବେଆରମ ଓ ଅନ୍ୟାନ୍ୟ ଶାରୀରିକ ସମସ୍ୟା ସୃଷ୍ଟି କରନ୍ତି।
ସରଳ ଭାବେ ବୁଝିବାକୁ ହେଲେ ମନୁଷ୍ୟ ଶରୀରରେ ଆଟେରି(ଧମନୀ) ଓ ଭେନ୍‌(ଶିରା) ରକ୍ତ ସଞ୍ଚାଳନ କରିଥାନ୍ତି। ଧମନୀ ବିଶୁଦ୍ଧ ରକ୍ତ ହୃତ୍‌ପିଣ୍ଡରୁ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ବହନ କରିବା ଦାୟିତ୍ୱ ନେଇଥିବା ବେଳେ ଭେନ୍‌ ଦ୍ୱାରା ଦୂଷିତ ରକ୍ତ ଭିନ୍ନ ଭିନ୍ନ ସ୍ଥାନରୁ ହୃତ୍‌ପିଣ୍ଡକୁ ପୁନଃ ପ୍ରକ୍ରିୟାକରଣ ଉଦ୍ଦେଶ୍ୟରେ ଫେରାଇ ଆଣିଥାନ୍ତି। କିନ୍ତୁ ଗୋଡ଼ରେ ଥିବା ଭେନ୍‌ଗୁଡ଼ିକ ରକ୍ତ ଫେରାଇ ଆଣିବା ସମୟରେ ମାଧ୍ୟାକର୍ଷଣ ଶକ୍ତିର ବିପରୀତ ଦିଗରେ କାମ କରିଥାନ୍ତି, ଯଦ୍ଦ୍ବାରା ସର୍ବଦା ଚାପଗ୍ରସ୍ତ ରହିଥାନ୍ତି। ରକ୍ତ ଊର୍ଦ୍ଧ୍ୱଗାମୀ ହେବା ବେଳେ ତଳ ଗୋଡ଼ର ମାଂସପେଶୀଗୁଡ଼ିକ ନିଜକୁ ଅଧିକ ଶକ୍ତ ଓ ଦୃଢ଼ କରି ଚିପି ଧରନ୍ତି, ଯାହା ଭେନ୍‌ଗୁଡ଼ିକ ପାଇଁ ପମ୍ପ ଭାବେ କାମକରେ ଏବଂ ରକ୍ତ ଚାପଗ୍ରସ୍ତ ଅବସ୍ଥାରେ ହୃତ୍‌ପିଣ୍ଡକୁ ଅଗ୍ରସର ହେବାକୁ ଲାଗେ। ଏ ପ୍ରକ୍ରିୟାରେ ଭେନ୍‌ ପ୍ରାଚୀର ଓ ଭାଲ୍‌ବର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ରକ୍ତ ଉପରକୁ ଗତି କରିବାକ୍ଷଣି ଭେନ୍‌ରେ ଥିବା ଅତି କ୍ଷୁଦ୍ର ଭାଲ୍‌ବ ସମୂହ ଖୋଲିବାକୁ ଲାଗିଥାନ୍ତି। ରକ୍ତ ପ୍ରବାହିତ ହୋଇ ସାରିବାକ୍ଷଣି ଏହା ସ୍ବୟଂକ୍ରିୟ ଭାବେ ତୁରନ୍ତ ବନ୍ଦ ହୋଇଯାଏ। ଏପରି ନିୟୋଜିତ ଭାଲ୍‌ବ ଠିକ କାର୍ଯ୍ୟ ସମ୍ପାଦନା ଦ୍ୱାରା ରକ୍ତ କଣିକା ପୁନଃ ତଳକୁ ଖସିବାକୁ ସାମର୍ଥ୍ୟ ହୋଇପାରନ୍ତି ନାହିଁ, ଫଳରେ ରକ୍ତ କ୍ରମେ ଅଗ୍ରସର ହୋଇ ହୃତ୍‌ପିଣ୍ଡକୁ ଅନାୟାସରେ ପହଞ୍ଚତ୍ୟାଏ। କିନ୍ତୁ, ଏହି ସମୟରେ ଯଦି ଭାଲ୍‌ବଗୁଡ଼ିକର ଅବସ୍ଥା ଦୁର୍ବଳ କିମ୍ବା କ୍ଷତିଗ୍ରସ୍ତ ଥାଏ, ତେବେ ରକ୍ତ ଉପରକୁ ନ ଯାଇ ତଳକୁ ଖସି ଗୋଡ଼ରେ ଥିବା ଭେନ୍‌ମାନଙ୍କରେ ଗଚ୍ଛିତ ହୋଇଥାଆନ୍ତି। ଏହା ଦ୍ୱାରା ଗୋଡ଼ରେ ଥିବା ଭେନ୍‌ଗୁଡ଼ିକ ଫୁଲି, ବିସ୍ତାରିତ ଓ କୁଞ୍ଚ କୁଞ୍ଚ ହେବାରେ ଲାଗନ୍ତି ଏବଂ ଭାରିକୋଜ୍‌ ଭେନ୍‌ ଉତ୍ପତ୍ତି ହେବା ସହ ନାନାଦି ଶାରୀରିକ ସମସ୍ୟା ସୃଷ୍ଟି କରାନ୍ତି।
ପାରିବାରିକ ଇତିହାସ ଏବଂ ମେଦ ବହୁଳତା ହେବା ଏହାର ଦୁଇ ପ୍ରମୁଖ କାରଣ ହୋଇପାରେ। ଅଧିକ ମୋଟା ହେବା ଦ୍ୱାରା ଭେନ୍‌ଗୁଡ଼ିକ ଅଧିକ ଚାପପ୍ରସ୍ତ ହୋଇ ସମସ୍ୟା ସୃଷ୍ଟି କରନ୍ତି। ମହିଳାମାନେ ଅଧିକ ଏପରି ସମସ୍ୟାରେ ଘାଣ୍ଟି ହୁଅନ୍ତି। ଅଧିକ ସମୟ ଛିଡ଼ାହେବା କିମ୍ବା ବସି ରହି କୌଣସି କାର୍ଯ୍ୟ କରିବା ମଧ୍ୟ ଅନ୍ୟ ଏକ କାରଣ ହୋଇପାରେ। ଏପରି ହେବା ଦ୍ୱାରା ରକ୍ତ ପ୍ରବାହ ଆଘାତପ୍ରାପ୍ତ ହୁଏ। ଫଳରେ ବିଶେଷ ଅଡୁଆ ଅବସ୍ଥା ସର୍ବଦା ହୁଏ ନାହିଁ କିନ୍ତୁ କଷ୍ଟଦାୟକ ଅଲସରଗୁଡ଼ିଏ ପାଦର ଚର୍ମରେ ଗଣ୍ଠି ପାର୍ଶ୍ୱବର୍ତ୍ତୀ ସ୍ଥାନରେ ହୋଇପାରେ। ଅଲସର ହେବା ପୂର୍ବରୁ ଚର୍ମର ନିର୍ଦ୍ଦିଷ୍ଟ ସ୍ଥାନରେ ବିବର୍ଣ୍ଣ ହୋଇ ଏକ ଦାଗ ସୃଷ୍ଟି ହୁଏ। ସମୟେ ସମୟେ ଗୋଡ଼ର ଭିତର ପାର୍ଶ୍ୱରେ ଭେନ୍‌ ବଡ଼ ଆକାର ଧାରଣ କରି ଯନ୍ତ୍ରଣା ହେବା ସହ ଗୋଡ଼ ଫୁଲିଯାଏ। ଏପରି ଅବସ୍ଥା ଲାଗି ରହିଲେ ହୁଏତ ରକ୍ତ ଜମାଟ କାରଣ ହୋଇପାରେ। ଭେନଗୁଡ଼ିକ ଅତ୍ୟଧିକ ଫୁଲିବା ଦ୍ୱାରା ଚାପଗ୍ରସ୍ତ ହୋଇ ଫାଟି ରକ୍ତସ୍ରାବ ମଧ୍ୟ କରିଥାଏ। ବହୁ ସମୟ ଧରି ଭାରିକୋଜ୍‌ ଭେନ ଗୋଡ଼କୁ କଷ୍ଟ ଦେବା ସହ ଫୁଲେଇ ଦେଇଥାଏ। ଯାହାଦ୍ୱାରା ରୋଗୀ ଅଶାନ୍ତି ମଧ୍ୟକୁ ଠେଲି ହୋଇଯାଏ।
ଭାରିକୋଜ ଭେନ ଯଦିଓ କେତେକଙ୍କ ପାଇଁ କଷ୍ଟଦାୟକ ନୁହେଁ କିନ୍ତୁ ଅନ୍ୟମାନେ ଯନ୍ତ୍ରଣା ଅନୁଭବ କରନ୍ତି। ଏଥିପାଇଁ ନିୟମିତ ଭେଷଜ ଚିକିତ୍ସା ସହିତ କିପରି ନିୟମିତ ଅବିଶ୍ରାନ୍ତ ରକ୍ତ ପ୍ରବାହ ଜାରି ରହିପାରିବ ଏବଂ ମାଂସପେଶୀ ସୁସ୍ଥ ରହିବ, ସେଥିପାଇଁ ସତର୍କ ରହିବା ଆବଶ୍ୟକ। ଏହା ସହିତ ଉଚ୍ଚ ହିଲ୍‌ଯୁକ୍ତ ଚପଲ ପରିଧାନ, ଅତ୍ୟଧିକ ଚିପା ମୋଜା ପରିଧାନ ନ କରିବା ଉପାଦେୟ ସାବ୍ୟସ୍ତ ହୋଇପାରେ। ନିୟମିତ ବ୍ୟାୟାମ ସହିତ ତନ୍ତୁଯୁକ୍ତ ଖାଦ୍ୟ ସେବନ, କମ୍‌ ଲୁଣ ଯୁକ୍ତ ଭୋଜନ ଉପରେ ଧ୍ୟାନ ଦେବା ଦରକାର। ଏକ ଉତ୍ତମ ସ୍ବାସ୍ଥ୍ୟ ବଜାୟ ରଖିବା ସହିତ ବସିବା କିମ୍ବା ଶୋଇବା ସମୟରେ ଗୋଡ଼କୁ ଉପରକୁ ଟେକି ରଖିଲେ ହୁଏତ ଭାରିକୋଜ୍‌ ଭଳି ସମସ୍ୟାରୁ ମୁକ୍ତି ମିଳିପାରେ।

ଡ. ମାନସ ରଞ୍ଜନ ଶତପଥୀ
-ଅଧ୍ୟକ୍ଷ, ମଡେଲ ଡିଗ୍ରୀ କଲେଜ, ନୟାଗଡ଼
ମୋ: ୯୪୩୭୪୭୯୦୪୫


Enter your email to get our daily news in your inbox.

All Right Reserved By Dharitri.Com

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?