ଗଣତନ୍ତ୍ରର ମୂଲ୍ୟବୋଧ ଓ ଆଜିର ଗଣତନ୍ତ୍ର

ପରାଧୀନ ରାଷ୍ଟ୍ରଟି ସ୍ବାଧୀନ ହେବା ଏବଂ ଶାସନ ବ୍ୟବସ୍ଥାରେ ଭିତ୍ତିପ୍ରସ୍ତର ସ୍ଥାପନରେ ଯେଉଁମାନଙ୍କ ତ୍ୟାଗ ଓ ବଳିଦାନ ଆମକୁ ସ୍ବାଧୀନତାର ସ୍ବାଦ ଚଖାଇଛି ସେମାନଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ ଶବ୍ଦକୋଷରେ ଶବ୍ଦର ଅଭାବ ପଡ଼ିବ। ସେହି ମହାମନୀଷୀମାନଙ୍କ ଅଦମ୍ୟ ସାହସ, ନିର୍ଭୀକତା, ମନ ଭିତରେ ଉଙ୍କିମାରୁଥିବା ‘ପରାଧୀନ ଜର୍ଜରିତ ଦୁଃଖରୁ ବର୍ତ୍ତିବା’ର ପଣ, ଶେଷରେ ଇଂରେଜମାନଙ୍କୁ ଦେଶ ଛାଡ଼ିବାକୁ ବାଧ୍ୟ କରିଥିଲା, ସେଦିନ ଥିଲା ୧୯୪୭ ଅଗଷ୍ଟ ୧୪ର ମଧ୍ୟରାତ୍ରି। ପରଦିନ ଅର୍ଥାତ୍‌ ୧୫ ତାରିଖ ସକାଳୁ ସମସ୍ତ ଭାରତୀୟ ଖୁସିରେ ଆତ୍ମହରା ହୋଇ ସ୍ବତଃ ଗାଇଲେ ‘ଆମେ ଚଳାଇବା ଦେଶ ଆମରି, ଆମରି ନାଆରେ ଆମେ ନାଉରି’। ଯେଉଁଥିପାଇଁ ଭାରତୀୟଙ୍କ ଛାତି ଆଜି ଗର୍ବରେ ଫାଟିପଡୁଛି କେବଳ ସ୍ବାଧୀନ ଭାରତର ନାଗରିକ ବୋଲି। ଏହି ମହାସଂଗ୍ରାମକୁ ଜିତିବାକୁ ଯାହାକୁ ମୁଖ୍ୟ ଆୟୁଧ କାରାଯାଇଥିଲା ତାହା ହେଉଛି ‘ଅହିଂସା’। ଯେଉଁ ଅହିଂସା ନୀତି ପାଇଁ ଆଜି ସେ ସମସ୍ତ ଭାରତୀୟଙ୍କ ହୃଦୟରେ ଚିରଞ୍ଜୀବୀ ଓ ଜାତିର ପିତା ରୂପେ ସର୍ବପୂଜିତ, ସେ ହେଉଛନ୍ତି ‘ମହାତ୍ମା ଗାନ୍ଧୀ’। ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ଓ ଲୋକଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ ସହିତ ଶୃଙ୍ଖଳା ବଜାୟ ରଖିବା ପାଇଁ ଏକ ଅନୁଶାସନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମ୍ବିଧାନ ପ୍ରଣୟନ କରାଯାଇଥିଲା, ଯାହାର ମୁଖ୍ୟ ପୁରୋଧା ଥିଲେ ଡ. ବି ଆର୍‌ ଆମ୍ବେଡକର। ଦେଶ ସ୍ବାଧୀନ ପରେ ଯଦିଓ ସମ୍ବିଧାନ ପ୍ରସ୍ତୁତ ହୋଇଥିଲା, ପ୍ରକୃତରେ ଏହାର କାର୍ଯ୍ୟକାରୀ ଦିବସଟି ଥିଲା ୧୯୫୦ ଜାନୁଆରୀ ୨୬, ଯାହାକୁ ଆମେ ପ୍ରତିବର୍ଷ ସାଧାରଣତନ୍ତ୍ର, ଗଣତନ୍ତ୍ର ବା ଜନରାଜ୍ୟ ଦିବସ ବୋଲି ପାଳନ କରିଆସୁଛୁ। ଚଳିତ ବର୍ଷ ଗଣତନ୍ତ୍ର ଦିବସ ପରେଡ୍‌ରେ ପ୍ରଥମ ଥର ପାଇଁ ତିନି ସେନାରେ ମହିଳା ଅଗ୍ନିବୀର, ସୀମା ସୁରକ୍ଷା ବଳ ଓ ସଶସ୍ତ୍ର ବଳ ଚିକିତ୍ସା ସେବାରେ ମହିଳା ଦଳ ସାମିଲ ହେବା ଭାରତ ଇତିହାସରେ ଯୋଡ଼ିବ ଏକ ସ୍ବର୍ଣ୍ଣିମ ଅଧ୍ୟାୟ, ଯାହା ନାରୀଶକ୍ତିକୁ ଇଙ୍ଗିତ କରିବ।
ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ଆଜି ତା’ର ୭୫ ତମ ଜନରାଜ୍ୟ ଦିବସ ପାଳନ କରୁଛି। ସମସ୍ତଙ୍କୁ ଆଦରେଇନେବାର ମହାମନ୍ତ୍ର ବସୁଧୈବ କୁଟୁମ୍ବକମ୍‌ ଯାହା ବିବିଧତା ମଧ୍ୟରେ ଏକତା ଭଳି କଠିନ କାର୍ଯ୍ୟକୁ ସାମ୍ବିଧାନିକ ବ୍ୟବସ୍ଥାରେ ସାମିଲ କରି ତାହାକୁ ନିରବଚ୍ଛିନ୍ନ ଭାବରେ ସମ୍ପାଦନ କରିଆସୁଛି, ଯାହା ବିଶ୍ୱର କୌଣସି ଦେଶରେ ସମ୍ଭବ ହୋଇନାହିଁ। ଏହି ଶାସନ ବ୍ୟବସ୍ଥା ଭାରତୀୟ ଗଣତନ୍ତ୍ରରେ ଅଖଣ୍ଡତା ବଜାୟ ରଖି ଦୀର୍ଘ ୭୫ ବର୍ଷ ହେଲା ସାମ୍ବିଧାନିକ ମର୍ଯାଦାକୁ ବିଶ୍ୱ ଦରବାରରେ ଏକ ପରିଚିତ ରାଷ୍ଟ୍ରର ମାନ୍ୟତା ପାଇବାର ହକ ବନିବା ସହିତ ଅନେକ ପ୍ରଗତିଶୀଳ ରାଷ୍ଟ୍ରଙ୍କ ସହ ସମକକ୍ଷ ହେବାରେ ସାହସ ଜୁଟାଇଛି। ଗଣତନ୍ତ୍ର ଶାସନର ମୂଳ ଉଦ୍ଦେଶ୍ୟ ହେଲା ଭାରତ ଭଳି ବୃହତ୍‌ ଦେଶକୁ ଏକ ସାର୍ବଭୌମ, ସମାଜବାଦ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ କରିବା ସହ ସମସ୍ତ ମୌଳିକ ସୁବିଧାକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବା ପାଇଁ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି। ପ୍ରତ୍ୟକ୍ଷ ନିର୍ବାଚିତ ପ୍ରତିନିଧି ଦେଶ ପାଇଁ ସଂସଦକୁ ପରିଚାଳନା କରୁଥିବା ବେଳେ ରାଜ୍ୟ ପାଇଁ ବିଧାନସଭାକୁ ପରିଚାଳନା କରନ୍ତି। ଦେଖାଯାଇଛି ସମ୍ବିଧାନର ଦୁଇଟି ମର୍ଯାଦାପୂର୍ଣ୍ଣ ଗୃହ, ଉଭୟ ସଂସଦ ଓ ବିଧାନସଭାର ଗରିମା ରକ୍ଷା ଓ ଗଣତାନ୍ତ୍ରିକ ରାଷ୍ଟ୍ରର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ବର୍ତ୍ତମାନର ରାଜନେତାଙ୍କ ଭୂମିକା ଦିନକୁ ଦିନ ସଙ୍କଟ ଆଡକୁ ଟାଣି ନେଉଛି। ଆଇନ କାନୁନ ପ୍ରଣୟନର ଅନ୍ତୁଡ଼ିଶାଳ କୁହାଯାଉଥିବା ‘ସଂସଦ ଓ ବିଧାନସଭା’ ଗୃହରେ ସାଂସଦ ଓ ବିଧାୟକଙ୍କ କାରନାମା ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ ପ୍ରତି ଉପହାସ ବୋଲି ମନେକରାଯାଉଛି। ସଂସଦ ଓ ବିଧାନସଭାକୁ ପୂରା ସମୟ ଚଳାଇ ନ ଦେବା, ବିନା ପ୍ରସଙ୍ଗରେ ହୋହଲ୍ଲା ଦ୍ୱାରା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରି ଗୃହକୁ ଅଚଳ କରିଦେବା ସହ ସଂସଦୀୟ, ଗରିମାକୁ କ୍ଷୁଣ୍ଣ କରିବା,ଏବେ ରାଜନୈତିକ ଦଳଙ୍କର ଏକ ରୀତିମତ ଅଭ୍ୟାସରେ ପରିଣତ ହେଉଛି, ଯାହା ଗଣତନ୍ତ୍ର ପ୍ରତି ମହାବିପଦ ଆଣିଦେବ।
ବର୍ତ୍ତମାନ ଜନପ୍ରତିନିଧି ଓ ପ୍ରଶାସକଙ୍କ ମଧ୍ୟରେ ସମନ୍ବୟ ଅଭାବ ପରିଲକ୍ଷିତ ହେଉଛି, ଯେଉଁଥିପାଇଁ ଅନେକ ସୁବିଧା ସୁଯୋଗ ଲୋକଙ୍କ ପାଖରେ ଏବେ ବି ଅପହଞ୍ଚ। ଶାସନ ବ୍ୟବସ୍ଥାରେ ଉଭୟ ପ୍ରଶାସକ ଏବଂ ରାଜନେତାଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନ ଲାଗି ସମ୍ବିଧାନରେ ବିଧିବଦ୍ଧ ବ୍ୟବସ୍ଥା ଥିଲେ ମଧ୍ୟ ଏହାକୁ ଭ୍ରୂକ୍ଷେପ ନ କରିବା ଏକ ଗଣତନ୍ତ୍ର ବିରୋଧୀ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସଫଳତା ଆମକୁ ଚନ୍ଦ୍ର ପୃଷ୍ଠରେ ଅବତରଣ ସହିତ ସୂର୍ଯ୍ୟର ନିକଟତର ହେବାପାଇଁ ବାଟ କଢ଼ାଉଛି। ମାତ୍ର ବର୍ତ୍ତମାନ ଉଗ୍ର ଆଧୁନିକ କବଳିତ ସାମାଜିକ ସ୍ଥିତି ସହ ଲୋକଙ୍କ ପ୍ରବୃତ୍ତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଏହାକୁ ସଜାଡିବାକୁ ହେଲେ ନୈତିକ ଶିକ୍ଷା ସହ ବୌଦ୍ଧିକ ଜ୍ଞାନ ହିଁ ଏକ ମାତ୍ର ରାସ୍ତା। ଦୀର୍ଘ ୭୭ ବର୍ଷର ସ୍ବାଧୀନ ନାଗରିକ ହିସାବରେ ନିଜର ଆଚରଣ, ବ୍ୟବହାର ଓ ସମାଜ ପ୍ରତି ଦାୟିତ୍ୱ ଓ କର୍ତ୍ତବ୍ୟ ତୁଲାଇବାରେ କେତେ ସକ୍ଷମ ତାହାକୁ ଆତ୍ମସମୀକ୍ଷା କରିବା ସହିତ ବିଗିଡ଼ିଥିବା ପରିସ୍ଥିତିରେ ସୁଧାର ଆଣିବା ହିଁ ହେବ ପ୍ରକୃତ ଦେଶପ୍ରେମ।
-ଡ. ଅଜୟ କୁମାର ନନ୍ଦ
ସହକାରୀ ପ୍ରାଧ୍ୟାପକ ଓ ଉପ ବିତ୍ତ ଅଧିକାରୀ,
କିସ୍‌ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri