ପ୍ରେମ ଦିବସ ଜରୁରୀ !

ପ୍ରେମ! ଏହା ଏକ ଏଭଳି ସମ୍ପର୍କ, ଯାହା ବିନା
ଜୀବନ ରଙ୍ଗହୀନ। ତେବେ ଏଭଳି ଏକ ଦୃଢ଼, ଶାଶ୍ୱତ ସମ୍ପର୍କ ପାଇଁ କ’ଣ ଭାଲେଣ୍ଟାଇନ୍ସ ଡେ’ ଭଳି ଦିନଟିଏ ଅବା ପ୍ରେମ ସପ୍ତାହ ସତରେ ଲୋଡ଼ା! ଏହାକୁ ନେଇ ସବୁବେଳେ ମୁଣ୍ଡ ଟେକିଛି ବିବାଦ। କେହି କେହି ବିଶେଷ କରି ଯୁବପିଢ଼ି ଏହି ଅବସରକୁ ବେଶ୍‌ ଭଲ ଭାବେ ପାଳନ କରୁଥିବା ବେଳେ ଆଉ କେହି କରିଥା’ନ୍ତି ଏହାର ବିରୋଧ। ଜାଣିବା ଏହି ଦିବସର ଗୁରୁତ୍ୱ କାହା ପାଇଁ କେମିତି…

ଆରମ୍ଭ ହୋଇଯାଇଛି ପ୍ରେମ ସପ୍ତାହ। ଏହାକୁ ନେଇ ଅନେକ ପ୍ରେମୀଯୁଗଳଙ୍କ ମଧ୍ୟରେ ଉତ୍କଣ୍ଠା କହିଲେ ନ ସରେ। କିଏ ରୋଜ୍‌ ଡେ’ରେ ଗୋଲାପ ଫୁଲ, କିଏ ଟେଡି ଡେ’ରେ ଟେଡି କିମ୍ବା ଚକୋଲେଟ୍‌ ଡେ’ରେ ଚକୋଲେଟ୍‌ ଉପହାର ଦେଇ ନିଜ ପ୍ରିୟ ମଣିଷକୁ ଆପ୍ୟାୟିତ କରୁଛନ୍ତି ତ ଆଉ ପୁଣି କିଏ ପ୍ରପୋଜ୍‌ ଡେ’ରେ ପ୍ରେମ ନିବେଦନ କରି କାହାକୁ ଆପଣାର କରିବାକୁ ଚାହୁଁଛନ୍ତି। ହେଲେ ଅପରପକ୍ଷେ ପ୍ରେମ ଭଳି ଏକ ପବିତ୍ର ସମ୍ପର୍କକୁ ଲୋକଦେଖାଣିଆ ଭାବେ ପାଳିବାର କୌଣସି ଯଥାର୍ଥତା ନାହିଁ ଏବଂ ଏହା ଏକ ପାଶ୍ଚାତ୍ୟ ସଂସ୍କୃତି ବୋଲି ଅନେକେ ବିରୋଧ ମଧ୍ୟ କରୁଛନ୍ତି। ତେବେ ଏହି ଭାଲେଣ୍ଟାଇନ୍ସ ଡେ’କୁ ନେଇ କାହାର କ’ଣ ରହିଛି ମତାମତ, ଜାଣିବା ସେମାନଙ୍କ ମୁହଁରୁ…
ପ୍ରେମକୁ ଗୋଟିଏ ଦିନରେ ବନ୍ଧା ନ ଯାଉ: ନିଜ ଜୀବନକୁ ବଗିଚାଟି ପରି ଗଢ଼ି ତୋଳିବାର କଳା ଟିକକ ଶିଖାଇ ଦେଇଥାଏ ପ୍ରେମ। କୁହାଯାଇପାରେ, ଆମ ବଗିଚାର ବାସ୍ନାସ୍ରାବୀ ଗୋଲାପ ହିଁ ପ୍ରେମ। ଏ ପ୍ରେମ ଥିଲେ ହିଁ ଖୋଦ୍‌ ଜୀବନର ସ୍ବାଦ ଡେରିମିଲ୍‌କ ଚକୋଲେଟ୍‌ ପରି ଅନୁଭୂତ ହୁଏ। ମଣିଷ କ’ଣ ଚାହିଁବ ଏ ଗୋଲାପର ବାସ୍ନା, ଚକୋଲେଟ୍‌ର ସ୍ବାଦକୁ କେବଳ ଗୋଟିଏ ଗୋଟିଏ ଦିନରେ ହିଁ ଅନୁଭବ କରିବାକୁ! ମୁଁ ଭାବେ, ଆମ ଜୀବନର ପ୍ରତିଟି ମୁହୂର୍ତ୍ତରେ ପ୍ରେମ ଚହଟୁଛି ବିଳାସୀ ବସନ୍ତର ମଳୟ ପରିକା, ତାକୁ ଚାହିଁଲେ ବି କେହି ଗୋଟିଏ ଦିନ ବା କୌଣସି ଏକ ସପ୍ତାହ ଭିତରେ ଆବଦ୍ଧ କରି ରଖିପାରିବ ନାହିଁ। ଜୀବନର ପ୍ରତିଟି ମୁହୂର୍ତ୍ତରେ ପ୍ରେମାନୁଭବ ଯେତେଯାଏଁ ଥିବ, ସେତେଯାଏଁ ଆମ ବଗିଚାରେ ଫୁଟୁଥିବ ନୂଆ ନୂଆ ଫୁଲ, ଥୁଣ୍ଟା ଗଛରେ କଅଁଳୁଥିବ ପତ୍ର, ସବୁଜ ପତ୍ର ଗହଳିରେ ଶୁଭୁଥିବ ପକ୍ଷୀ ଯୁଗଳଙ୍କ ପ୍ରୀତି ନିକ୍ୱଣ। ପ୍ରେମ ପାଇଁ ସ୍ବତନ୍ତ୍ର ଦିବସ ପାଳନ କରି କେହି ବ୍ୟକ୍ତିଗତ ଭାବେ ଯଦି ଖୁସି ହେଉଚି, ତା’ର ଭାବନାକୁ କ୍ଷତାକ୍ତ କରା ନ ଯାଉ; କିନ୍ତୁ ପ୍ରେମକୁ ଗୋଟିଏ ଦିନ ଭିତରେ ବାନ୍ଧି ନ ଦିଆଯାଉ। ଦିବସ ପାଳନର ତର୍କବିତର୍କ ଭିତରୁ ବରଂ ମଣିଷ ବାହାରି ଆସି ପ୍ରେମର ବହୁବିଧ ରଙ୍ଗ, ରୂପକୁ ସମ୍ମାନ ଦେଇ ଶିଖୁ। ଆଉ ମଣିଷ ମଣିଷକୁ ଭଲପାଉ ଜାତି, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ।
– ସୁବ୍ରତ କୁମାର ସେନାପତି
(ଛାତ୍ର, ଓୟୁଏଟି)
ଏହି ଅପସଂସ୍କୃତିକୁ ବିରୋଧ କରାଯାଉ: ଫେବୃୟାରୀ ୧୪ ତାରିଖରେ ପାଳନ ହେଉଥିବା ଭାଲେଣ୍ଟାଇନ୍ସ ଡେ’ ଏକ ବିଦେଶୀ ଉଲଗ୍ନ ସଂସ୍କୃତି ଓ ପରମ୍ପରା, ଯାହାକୁ ଆମେ ଭାରତ ବର୍ଷରେ ବିରୋଧ ସହ ଭର୍ତ୍ସନା କରୁଛୁ। ଆମ ସଂସ୍କୃତି ପରମ୍ପରାକୁ ନେଇ ଭାରତ ବର୍ଷ ସୁନାମ ଦେଶ ବିଦେଶରେ ବେଶ୍‌ ଜଣାଯାଏ। ଏପରି ଏକ ଅପସଂସ୍କୃତି ପ୍ରେମ ଦିବସ ଆଳରେ କିଛି ଅସାମାଜିକ ହିନ୍ଦୁ ଧର୍ମ ବିରୋଧୀମାନେ ଆମ ସଂସ୍କୃତି ପରମ୍ପରାକୁ ନଷ୍ଟ କରିବା ପାଇଁ ଅନବରତ ଚେଷ୍ଟା ଚଳେଇଛନ୍ତି। ଏହି ବିଦେଶୀ ପ୍ରେମ ଦିବସ ବିଷୟରେ ଆଜିର ଯୁବପିଢ଼ି କିଛି ନ ବୁଝି ନ ସୁଝି ଏହାକୁ ଆପଣେଇ ଖୁସି ମନେଇବା
ଦୁଃଖ ଓ ହାସ୍ୟାସ୍ପଦର ବିଷୟ ଅଟେ। ଏହାଦ୍ୱାରା ଅଯଥାରେ ସେମାନେ ଟଙ୍କା ସହ ସମୟ ନଷ୍ଟ ହେଉଥିବା ଦିଗରେ ସଚେତନ ହେଉନାହାନ୍ତି। ତା’ ଛଡ଼ା ଏପରି ପ୍ରେମ କିଛି ମାନେ ରଖେନା, ଯାହାକି ପର ମୁହୂର୍ତ୍ତରେ ବା ସ୍ବାର୍ଥ ହାସଲ ପରେ ବିଚ୍ଛେଦ ଏବଂ ଦୁଃଖର କାରଣ ହୋଇଥାଏ। ଏଣୁ ଆଜିର ଯୁବପିଢ଼ି ଏହି ପ୍ରେମ ଦିବସକୁ ବର୍ଜନ ସହିତ ବିରୋଧ କରିବା ପାଇଁ ଚେଷ୍ଟା କରିବା ଦରକାର।
– ପବିତ୍ର ପୂଜାରୀ (ଜିଲା ସମ୍ପାଦକ, ବିଶ୍ୱ ହିନ୍ଦୁ ପରିଷଦ, ଦେବଗଡ଼)
ପାଳନ ହେଉ, ହେଲେ ଲୋକ ଦେଖାଣିଆ ନ ହେଉ: ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ। ପ୍ରେମ ଏକ ଭାବନାକୁ ବୁଝାଇଥାଏ। ବ୍ୟକ୍ତିଗତ ସ୍ନେହ ଓ ସଂଯୋଗରେ ମଧ୍ୟ ପ୍ରେମ ହୋଇଥାଏ। ପ୍ରେମରେ ତ ବଞ୍ଚତ୍ଛି ଏ ଦୁନିଆ। ତେଣୁ ପ୍ରେମ ପାଇଁ ଏହି ଦିନକୁ ପାଳିବା କୌଣସି ଅପରାଧ ନୁହେଁ କି ସଂସ୍କୃତି ବିରୋଧୀ ନୁହେଁ। ଭାଲେଣ୍ଟାଇନ୍ସ ଡେ’ ପାଳନ ଉପରେ ପ୍ରତିବନ୍ଧକକୁ ନେଇ ଏବେ ଅନେକ ସାମାଜିକ ଏବଂ ସାଂସ୍କୃତିକ ସଙ୍ଗଠନ ଦାବି କରୁଛନ୍ତି। ଆସନ୍ତା ୧୪ ତାରିଖକୁ ଗାଈ ଆଲିଙ୍ଗନ ଦିବସ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ ନେଇ ସାରା ଦେଶରେ ବିବାଦ ଦେଖାଦେଇଥିଲା। ଆମ ଦେଶ ସମ୍ବିଧାନକୁ ନେଇ ଚାଲେ, ଧର୍ମୀୟ ବିଚାରକୁ ନେଇ ଚାଲେନା। ଭାଲେଣ୍ଟାଇନ୍ସ ଡେ ପାଳନରେ ଆମ ସଂସ୍କୃତିର କୌଣସି ଅବକ୍ଷୟ ହେଉ ନାହିଁ, କିନ୍ତୁ ସମ୍ପର୍କ ମଜଭୁତ ହେଉଛି। ସେମାନଙ୍କର ଯୁକ୍ତି ହେଲା ଭାଲେଣ୍ଟାଇନ୍ସ ଡେ’ ପାଳନ ଆମ ଭାରତର ସଂସ୍କୃତି ନୁହେଁ। ଏହା ପାଶ୍ଚାତ୍ୟ ଦେଶରୁ ଆସିଛି। ହେଲେ ମୁଁ ବୁଝିପାରୁନି ଯେ ପ୍ରେମ ପାଇଁ ଗୋଟିଏ ସ୍ବତନ୍ତ୍ର ଦିନ ଯୋଗୁ ଭାରତର କେଉଁ ସଂସ୍କୃତିର ଅବକ୍ଷୟ ହେଉଛି। ପ୍ରେମ କରିବା ଅପରାଧ ନୁହେଁ କି ସମାଜ ବିରୋଧୀ ନୁହେଁ। ହେଲେ ଏହି ଦିନକୁ ଅତିରଞ୍ଜିତ କରିବା ଅବା ଅଯଥା ଟଙ୍କା ନଷ୍ଟ କରି ଉପହାର ଦେବା ଏବଂ ଫଟୋ ଉଠାଇ ସୋସିଆଲ ମିଡିଆରେ ପ୍ରେମ ଫଟୋ ଭାଇରାଲ କରିବାର କୌଣସି ଯଥାର୍ଥତା ନାହିଁ। କାରଣ ପ୍ରେମ ଏକ ଅଦୃଶ୍ୟ ରଜ୍ଜୁ, ଯାହା ଆଧୁନିକ ଯୁଗର ଭାଇରାଲଠାରୁ ଗୋପନରେ ହିଁ ଭଲଲାଗେ। ତେଣୁ କେବଳ ଗୋଟିଏ ଦିନ କାହିଁକି ମୋ ମତରେ ପ୍ରେମ ସବୁଦିନ ହେବା ଦରକାର।
– ନିର୍ମାଲ୍ୟ ପ୍ରସାଦ ସାହୁ
(କର୍ମଜୀବୀ, ଦେବଗଡ଼)
ବ୍ୟସ୍ତ ଜୀବନରେ ଏହା ସମ୍ପର୍କକୁ ଯୋଡ଼ି ରଖୁଛି: ପ୍ରତିବର୍ଷ ୧୪ ଫେବୃୟାରୀରେ ଲୋକମାନେ ପରିବାର, ପ୍ରିୟଜନ ଏବଂ ବନ୍ଧୁମାନଙ୍କୁ ପ୍ରେମ ଓ ସ୍ନେହର ବାର୍ତ୍ତା ପଠାଇ ଏହି ଦିନଟିକୁ ବହୁତ ଆନନ୍ଦରେ ପାଳନ କରନ୍ତି। ବୈବାହିକ ଜୀବନ ଯାପନ କରୁଥିବା ଦମ୍ପତି ଏହାକୁ ଖୁବ୍‌ ଖୁସିରେ ପରସ୍ପରକୁ ଗୋଲାପ ଦେଇ ପରସ୍ପର ପ୍ରତି ଥିବା ପ୍ରେମକୁ ସମ୍ମାନ ଦିଅନ୍ତି ଓ ଗୋଟିଏ ସୁନ୍ଦର ମୁହୂର୍ତ୍ତ ତିଆରି କରନ୍ତି, ତାଙ୍କର ଆଗାମୀ ଦିନଗୁଡ଼ିକ ପାଇଁ। ସେହି କିଛି ମୁହୂର୍ତ୍ତର ଆନନ୍ଦ ପ୍ରେମୀ ଯୁଗଳଙ୍କ ମନରେ କେତେ ଯେ ଆନନ୍ଦ ଆଣିଦିଏ ତାହା କଳ୍ପନାତୀତ। ତେଣୁ ମୋ ମତରେ ଭାଲେଣ୍ଟାଇନ୍ସ ଡେ’ ପାଳିବା ଆବଶ୍ୟକ। କାରଣ ଆଜିର ଦୁନିଆରେ ସବୁ ଦମ୍ପତି କାର୍ଯ୍ୟବ୍ୟସ୍ତତା ଭିତରେ ପରସ୍ପରକୁ ସମୟ ଦେଇ ପାରୁ ନାହାନ୍ତି। ଯେତେବେଳେ ବର୍ଷକୁ ଥରେ ଏହି ଦିବସ ପାଳିବା ଆଳରେ ପରସ୍ପରକୁ ସମୟ ଦେବାର ସୁଯୋଗ ମିଳୁଛି, ତେବେ ସେମାନେ କାହିଁକି ଏହାର ଉପଯୋଗ ନ କରିବେ। ଏତିକି କହିବି ପ୍ରେମୀଯୁଗଳ ଓ ଦମ୍ପତିମାନେ ସେମାନଙ୍କର ୩୬୫ ଦିନର ବ୍ୟସ୍ତତା ଭିତରେ ଏଇ ୭ଦିନର ପର୍ବକୁ ଏମିତି ଉପଭୋଗ କରନ୍ତୁ, ଯେମିତି ସେମାନଙ୍କର ୩୫୮ ଦିନର ପରିଶ୍ରମ ସେମାନଙ୍କୁ ଜଣାପଡ଼ିବ ନାହିଁ। – ଜାନକୀ ସେନାପତି
(ଛାତ୍ରୀ, ବାଲେଶ୍ୱର)
ପ୍ରେମ ନାଁରେ ଅଭଦ୍ର ଆଚରଣ ଅସହନୀୟ: ଭାଲେଣ୍ଟାଇନ୍‌ ଡେ’ ପାଳନ ଏକ ବିଦେଶୀ ଓ ଅସୁସ୍ଥ ପରମ୍ପରା ଯାହା ବହୁ ରାଷ୍ଟ୍ରୀୟ କମ୍ପାନୀ, ବିଦେଶୀ ଗଣମାଧ୍ୟମ ଦ୍ୱାରା ଭାରତର ସଭ୍ୟତା, ସଂସ୍କୃତି, ଅର୍ଥ ନୀତି କୁ ନଷ୍ଟ କରିବାର ଚକ୍ରାନ୍ତ। ରୋମ୍‌ର ରାଜା ତାଙ୍କ ବ୍ରହ୍ମଚାରୀ ସୈନିକ ମାନଙ୍କ ଦ୍ୱାରା ଅଜେୟ ରହିଥିଲେ। ଭାଲେଣ୍ଟାଇନ୍‌ ନାମକ ବ୍ୟକ୍ତି ସୈନିକ ମାନଙ୍କ ଚୋରାରେ ବିବାହ କରାଇବାକୁ ଲାଗିଲା। ସୈନିକ ମାନଙ୍କ ସୋର୍ଯ୍ୟ ହ୍ରାସ ହେଉଥିବା ଦେଖି ରାଜା ପତା ଲଗାଇ ସତ ଜାଣି ପାରିଲେ ଓ ଭାଲେଣ୍ଟାଇନ୍‌କୁ ଫାଶୀ ଦେଲେ। କିନ୍ତୁ ବର୍ତ୍ତମାନ ତାଙ୍କ ନାମରେ ପ୍ରେମ ଦିବସ ପାଳିବାର ଆବଶ୍ୟକତା କ’ଣ। ତା’ଛଡା ପ୍ରେମ କରିବା ଖରାପ ନୁହେଁ ହେଲେ ବିନା ବିବାହରେ ପ୍ରେମୀଯୁଗଳ ଭାବେ ଅଭଦ୍ର ଆଚରଣ କରିବା ଅସହନୀୟ।
– ଭୁପେଶ ନାୟକ (ଭୁବନେଶ୍ୱର)


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?