Posted inଖେଳ

ଭାଲେଣ୍ଟିନା, ମଧୁପ୍ରିୟା ପ୍ରସ୍ତୁତ

ଭୁବନେଶ୍ୱର, ୧୨।୧୨ (କ୍ରୀଡ଼ା ପ୍ରତିନିଧି): ରଉଜ୍‌ବେକିସ୍ତାନର ଡାସ୍କଟାଠାରେ ଚଳିତ ମାସ ୧୩ରୁ ୨୦ ପର୍ଯ୍ୟନ୍ତ ଏସୀୟ କରାଟେ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଓଡ଼ିଶାରୁ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କରାଟେକା ଭାଲେନା ଭାଲେଣ୍ଟିନା ଓ ପ୍ରତିଭାସମ୍ପନ୍ନ ମଧୁପ୍ରିୟା ବାଇ ଅଂଶଗ୍ରହଣ କରିବେ। ଗତ ଜୁନ୍‌ରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ଉଭୟ ନିଜ ବ୍ୟକ୍ତିଗତ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଏବଂ ଶ୍ରୀଲଙ୍କାର କଲମ୍ବୋରେ ନିକଟରେ ଅନୁଷ୍ଠିତ ଦକ୍ଷିଣ ଏସୀୟ କରାଟେ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ହାସଲ କରିଥିବାରୁ ଉଭୟ ଭାଲେଣ୍ଟିନା ଓ ମଧୁପ୍ରିୟା ଏସିଆନ ଚାମ୍ପିୟନଶିପ୍‌ ଟିକେଟ ପାଇଛନ୍ତି। କରାଟେ ଇଣ୍ଡିଆ ଅର୍ଗାନାଇଜେଶନ (କେଆଇଓ) ପକ୍ଷରୁ ଏହି ଦୁଇ ଓଡ଼ିଆ ପ୍ରତିଯୋଗୀଙ୍କୁ ଭାରତୀୟ ଦଳ ପାଇଁ ମନୋନୟନ କରାଯାଇଛି। ଭାଲେଣ୍ଟିନା ସିନିୟର ମହିଳା ବ୍ୟକ୍ତିଗତ କାଟା ଏବଂ ମଧୁପ୍ରିୟା କ୍ୟାଡେଟ ବ୍ୟକ୍ତିଗତ ମହିଳା କାଟାରେ ଭାରତର ପ୍ରତିନିଧିତ୍ୱ କରିବେ। ଏସିଆନ ଚାମ୍ପିୟନଶିପ୍‌ରେ ଭାଗ ନେବାକୁ ଯାଉଥିବା ଓଡ଼ିଶାର ଏହି ଦୁଇ ପ୍ରତିଯୋଗୀଙ୍କ ସମସ୍ତ ଖର୍ଚ୍ଚ ଏଥର ରାଜ୍ୟ ସରକାର ବହନ କରୁଛନ୍ତି। ତେଣୁ ଓଡ଼ିଶା ରାଜ୍ୟ କରାଟେ ସଂଘ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ରବିବାର ଉତ୍କଳ କରାଟେ ସ୍କୁଲ ପରିସରରେ ରାଜ୍ୟ ସଂଘ ପକ୍ଷରୁ ଏକ ବିଦାୟୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ସଂଘର ସମ୍ପାଦକ ଗୌରୀ ମହାନ୍ତି, କୋଚ୍‌ ହରିପ୍ରସାଦ ପଟ୍ଟନାୟକ, ଅନ୍ୟ କର୍ମକର୍ତ୍ତା ଏବଂ କରାଟେକାମାନେ ଉପସ୍ଥିତ ଥିଲେ। ଏହି ଅବସରରେ ‘ଧରିତ୍ରୀ’ ସହ କଥା ହେବାବେଳେ ଉଭୟ ଭାଲେଣ୍ଟିନା ଓ ମଧୁପ୍ରିୟା ଆଗାମୀ ଏସୀୟ ପ୍ରତିଯୋଗିତାର ଗୁରୁତ୍ୱ ଏବଂ ନିଜ ପ୍ରସ୍ତୁତି ସମ୍ପର୍କରେ ପ୍ରକାଶ କରିଛନ୍ତି।
୨ଟି ଇଭେଣ୍ଟରେ ଭାଗନେବେ ଭାଲେଣ୍ଟିନା

କୋଭିଡ୍‌ ପୂର୍ବରୁ ମୋର ଏସିଆନ୍‌ ର଼୍ୟାଙ୍କିଙ୍ଗ୍‌ ୬-୭ ଆସୁଥିଲା। ଏଥରର ସିଷ୍ଟମ ଅନୁସାରେ ଆମେ ଯଦି ଏସୀୟ ର଼୍ୟାଙ୍କିଙ୍ଗ୍‌ର ୭-୮ ଭିତରେ ରହିପାରିବୁ ତେବେ ଆମକୁ ଏସିଆନ ଗେମ୍ସର ସୁଯୋଗ ମିଳିବ। ଏଥର ଆମର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଥିବାରୁ ଆମେ ସୁସ୍ଥ ମସ୍ତିସ୍କରେ ଆଗାମୀ ପ୍ରତିଯୋଗିତା ଖେଳିବାକୁ ଯାଉଛୁ। ସେନ୍‌ସେଇ ହରିପ୍ରସାଦ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଉଦ୍ୟମ ଯୋଗୁ ଏହା ସମ୍ଭବ ହୋଇପାରିଛି। ରାଜ୍ୟ ଆସୋସିଏଶନର ସମର୍ଥନ ମଧ୍ୟ ଖୁବ୍‌ ଭଲ ଅଛି। ତେଣୁ ଏଥର ଏସିଆନ ଚାମ୍ପିୟନଶିପ୍‌ ମୋର ଭଲ ଯିବ ବୋଲି ଆଶା ରଖିଛି। ସାଉଥ୍‌ ଏସିଆନ ଚାମ୍ପିୟନଶିପ୍‌ରେ ଆମେ ମାତ୍ର ୭ଟି ଦେଶ ସହିତ ପ୍ରତିଦ୍ୱନ୍ଦ୍ୱିତା କରିଥାଉ। ଏଥିରୁ ଗୋଟିଏ କିମ୍ବା ୨ଟି ଦେଶ ଭାଗ ନେଇପାରି ନ ଥାନ୍ତି। ମାତ୍ର ଏସୀୟ ପ୍ରତିଯୋଗିତାରେ କଡ଼ା ମୁକାବିଲା ହୋଇଥାଏ। ସେଠାରେ ଚାଇନା, ଜାପାନ, ଚାଇନିଜ୍‌ ତାଇପେ, ହଂକଂ, ଭିଏତ୍‌ନାମ, ଜୋର୍ଡାନ, ଇରାନ, ମାଲେସିଆ ଆଦି ଦେଶର ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀମାନେ ଥାଆନ୍ତି। ତେଣୁ ମୁକାବିଲା ବହୁ ଉଚ୍ଚସ୍ତରର ହୋଇଥାଏ। ବିଶେଷକରି ଚାଇନିଜ୍‌ ଏବଂ ମୁସ୍‌ଲିମ୍‌ ଦେଶଗୁଡ଼ିକର ଖେଳାଳିମାନେ ବହୁ ଉଚ୍ଚମାନର ପ୍ରଦର୍ଶନ କରିଥାନ୍ତି। ଆଗାମୀ ପ୍ରତିଯୋଗିତାରେ ମୁଁ ବ୍ୟକ୍ତିଗତ ମହିଳା କାଟା ଏବଂ ଟିମ୍‌ କାଟାରେ ଅଂଶଗ୍ରହଣ କରିବି। ୧୮ ତାରିଖରେ ବ୍ୟକ୍ତିଗତ କାଟା ଏବଂ ୧୯ରେ ଟିମ୍‌ କାଟା ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଭାଲେଣ୍ଟିନା ପ୍ରକାଶ କରିଛନ୍ତି।

ପ୍ରଥମ ଅଭିଜ୍ଞତା

ମୁଁ ପ୍ରଥମଥର ପାଇଁ ଏସିଆନ ଚାମ୍ପିୟନଶିପ୍‌ରେ ଭାଗନେବାକୁ ଯାଉଛି। ପୂର୍ବରୁ ମୁଁ ନ୍ୟାଶନାଲ, ସାଉଥ୍‌ ଏସିଆନ ଏବଂ ରାଜ୍ୟ ଚାମ୍ପିୟନଶିପ୍‌ରେ ଭାଗ ନେଇଥିଲି। ସାଉଥ୍‌ ଏସିଆନରେ ମୁଁ ବ୍ରୋଞ୍ଜ ପଦକ ପାଇଥିଲି। ପ୍ରଥମଥର ପାଇଁ ଭାଗନେବାକୁ ଯାଉଥିଲେ ହେଁ ମନରେ ସେମିତି କିଛି ଭୟ ନାହିଁ। ଚେଷ୍ଟା କରିବି ଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ। ଏସିଆନ ଚାମ୍ପିୟନଶିପ୍‌କୁ ସମସ୍ତ କରାଟେକା ଭଲଭାବେ ପ୍ରସ୍ତୁତ ହୋଇ ଆସିଥାନ୍ତି। ମୁଁ ମଧ୍ୟ ଉତ୍କଳ କରାଟେ ସ୍କୁଲରେ ନିଜକୁ ଏଥିପାଇଁ ପ୍ରସ୍ତୁତ କରିଛି। କରାଟେ ସ୍କୁଲ୍‌ରେ ମୁଁ ୨୦୧୪ରୁ ଟ୍ରେନିଂ ନେଇଆସୁଛି, ଯେତେବେଳେ ମୋତେ ୭ ବର୍ଷ ହୋଇଥିଲା। କରାଟେରେ ବହୁ ଉପରକୁ ଯିବାକୁ ଲକ୍ଷ୍ୟ ରଖିଛି ବୋଲି ପ୍ରକାଶ କରିଛନ୍ତି ଭୁବନେଶ୍ୱର ବାସିନ୍ଦା ଲକ୍ଷ୍ମୀପ୍ରିୟା ଓ ସୁରେଶ ଚନ୍ଦ୍ର ବାଇଙ୍କ କନ୍ୟା ମଧୁପ୍ରିୟା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri