Posted inଖେଳ

ଦିନକୁ କେତେ କୋଟି ରୋଜଗାର କରନ୍ତି ବୈଭବ? ୧୫ ବର୍ଷର ଷ୍ଟାରଙ୍କ ଆୟ ଜାଣିଲେ ଉଡ଼ିଯିବ ହୋସ!

ନୂଆଦିଲ୍ଲୀ,୧୫।୯: ଭାରତୀୟ କ୍ରିକେଟର ଯୁବ ସେନ୍ସେସନ ବୈଭବ ସୂର୍ଯ୍ୟବଂଶୀ ଏବେ ବିଶ୍ୱ କ୍ରିକେଟର ସବୁଠୁ ଚର୍ଚ୍ଚିତ ଖେଳାଳିଙ୍କ ମଧ୍ୟରେ ଜଣେ। ମାତ୍ର ୧୫ ବର୍ଷ ବୟସରେ ଫ୍ରାଞ୍ଚାଇଜ କ୍ରିକେଟଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ନିଜ ପ୍ରତିଭାର ପ୍ରମାଣ ଦେଇସାରିଛନ୍ତି ବୈଭବ। ବିସ୍ଫୋରକ ବ୍ୟାଟିଂ ଯୋଗୁ ତାଙ୍କର ଫ୍ୟାନ ଫଲୋଇଂ ଦ୍ରୁତ ଗତିରେ ବଢ଼ୁଛି। ଆଇପିଏଲ ୨୦୨୬ରେ ଦମଦାର ପ୍ରଦର୍ଶନ ପରେ ତାଙ୍କ ବ୍ରାଣ୍ଡ ଭାଲ୍ୟୁ ମଧ୍ୟ ବେଶ ବଢ଼ିଥିବା ଦାବି କରାଯାଉଛି।

ରିପୋର୍ଟ ଅନୁସାରେ, ବୈଭବ ଏବେ ଦିନକୁ ପ୍ରାୟ ୧.୫ରୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା କୁହାଯାଉଛି। ରିପୋର୍ଟରେ ତାଙ୍କ ଲୋକପ୍ରିୟତାକୁ କିମ୍ବଦନ୍ତୀ ବ୍ୟାଟର ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରାଯାଇଛି।

ଏଏମ୍ପି ସ୍ପୋଟର୍‌ସ ଆଣ୍ଡ ଏଣ୍ଟରଟେନମେଣ୍ଟର ପ୍ରତିଷ୍ଠାତା ତଥା ସିଇଓ ଇନ୍ଦ୍ରନୀଲ ଦାସ ବ୍ଲାହଙ୍କ ଅନୁଯାୟୀ, ଆଇପିଏଲ ପୂର୍ବରୁ ବୈଭବଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ବଜାର ମୂଲ୍ୟ ନଥିଲା। କିନ୍ତୁ ଏବେ ସେ ପ୍ରାୟ ଦିନକୁ ୧.୫ କୋଟି ଟଙ୍କା ଚାର୍ଜ କରୁଥିବା କୁହାଯାଉଛି। ଆଗାମୀ କିଛି ବର୍ଷରେ ତାଙ୍କ ବ୍ରାଣ୍ଡ ଡିଲ ଫି’ ଆହୁରି ଦୁଇଗୁଣା ହୋଇପାରେ ବୋଲି ମଧ୍ୟ ଆକଳନ କରାଯାଇଛି।

ବୈଭବ ଯଦି ଆଗାମୀ ଦୁଇ ବର୍ଷ ମଧ୍ୟ ଏହିଭଳି ପ୍ରଦର୍ଶନ ଜାରି ରଖନ୍ତି, ତେବେ ତାଙ୍କ ଏଣ୍ଡୋର୍ସମେଣ୍ଟ ଆୟ ଦିନକୁ ୩ରୁ ୪ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ଦାସ ବ୍ଲାହ ବୈଭବଙ୍କୁ ଶୁଭମନ ଗିଲ, ରିଷଭ ପନ୍ତ ଓ କେଏଲ ରାହୁଲଙ୍କ ଭଳି ଷ୍ଟାର୍‌ କ୍ରିକେଟରଙ୍କ ସହ ତୁଳନା କରିଛନ୍ତି।

ବୈଭବଙ୍କର ବର୍ତ୍ତମାନ କୌଣସି ଔପଚାରିକ ଏଜେଣ୍ଟ ନାହାନ୍ତି। ତାଙ୍କ ବ୍ୟବସାୟିକ ମାମଲା ପରିବାର ହିଁ ପରିଚାଳନା କରୁଛି। ଏହା ସହ ତାଙ୍କ ଆଇପିଏଲ ଫ୍ରାଞ୍ଚାଇଜି ରାଜସ୍ଥାନ ରୟାଲ୍ସ ମଧ୍ୟ ତାଙ୍କୁ ପୂରା ସମର୍ଥନ ଦେଉଛି।
ତେବେ ବୈଭବ ଏପର୍ଯ୍ୟନ୍ତ ୧୮ ବର୍ଷ ବୟସରେ ପହଞ୍ଚିନାହାନ୍ତି। ତେଣୁ ତାଙ୍କ ବ୍ୟବସାୟିକ ଚୁକ୍ତି ଓ ଅନ୍ୟାନ୍ୟ ନିଷ୍ପତ୍ତିରେ ପରିବାର ଏବଂ ଭରସାଯୋଗ୍ୟ ଟିମର ଭୂମିକା ଗୁରୁତ୍ୱପୂର୍ଣ୍ଣ।

ବୈଭବ ଇଂଲଣ୍ଡ ଗସ୍ତରେ ଭାରତ ପାଇଁ T20I ଡେବ୍ୟୁ କରିଥିଲେ। ଯଦିଓ ଇଂଲଣ୍ଡ ବିପକ୍ଷ ସିରିଜରେ ତାଙ୍କ ପ୍ରଦର୍ଶନ ଆଶାନୁରୂପ ହୋଇନଥିଲା, ପରେ ଜିମ୍ବାୱେ ବିପକ୍ଷ T20 ସିରିଜରେ ସେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ୩ଟି ମ୍ୟାଚରେ ୧୫୧ ରନ କରି ସେ ପ୍ଲେୟର ଅଫ ଦି ସିରିଜ ହୋଇଥିଲେ।
ଏପର୍ଯ୍ୟନ୍ତ ୬ଟି T20I ମ୍ୟାଚରେ ବୈଭବ ୩୨.୧୬ ହାରାହାରି ଓ ୧୮୯.୨୧ ଷ୍ଟ୍ରାଇକ ରେଟ୍‌ରେ ୧୯୩ ରନ କରିଛନ୍ତି। ଏଥିରେ ୨ଟି ଅର୍ଦ୍ଧଶତକ ସାମିଲ ରହିଛି। ତାଙ୍କ ବ୍ୟାଟ୍‌ରୁ ୧୬ଟି ଚୌକା ଓ ୧୪ଟି ଛକା ମଧ୍ୟ ଆସିଛି। ବର୍ତ୍ତମାନ ବୈଭବ ଆଫଗାନିସ୍ତାନ ବିପକ୍ଷ T20 ସିରିଜ ପାଇଁ ଭାରତୀୟ ଦଳର ଅଂଶ ଅଛନ୍ତି। ଏତେ କମ ବୟସରେ ତାଙ୍କର ଲୋକପ୍ରିୟତା ଓ ବ୍ରାଣ୍ଡ ଭାଲ୍ୟୁ ଯେଉଁଭଳି ବଢ଼ୁଛି, ଆଗାମୀ ଦିନରେ ସେ ଭାରତୀୟ କ୍ରିକେଟର ଅନ୍ୟତମ ବଡ଼ ବ୍ରାଣ୍ଡ ହୋଇପାରନ୍ତି ବୋଲି ଆକଳନ କରାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ଗୋପବନ୍ଧୁଙ୍କ ତ୍ୟାଗ, ସେବା ଚିର ସ୍ମରଣୀୟ

କୋରାପୁଟ,୯।୧୦(ଅମିତାଭ ବେହେରା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଶୁକ୍ରବାର କୋରାପୁଟଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ଆୟୋଜିତ ସ୍ମୃତି ସଭାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?