Posted inଖେଳ

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ ଇନିଂସରେ ରହିଛି ୩୦ଟି ଚୌକା ଓ ୭ଟି ଛକା। ଇଶାନଙ୍କ ଏହି ବିଶାଳ ଇନିଂସ ବଳରେ ଇଷ୍ଟ ଜୋନ ପ୍ରଥମ ଇନିଂସରେ ୭୦୮ ରନ୍‌ର ବଡ଼ ସ୍କୋର କରିଛି।

ଇଶାନଙ୍କ ଏହି ପାରିକୁ ଦେଖି ପୂର୍ବତନ କ୍ରିକେଟରମାନେ ତାଙ୍କୁ ପ୍ରଶଂସା କରିବା ସହ ଏହାକୁ ଏକ ଶ୍ରେଷ୍ଠ ଇନିଂସ ବୋଲି କହିଛନ୍ତି। ଏହା ସହିତ ୧୫ ବର୍ଷୀୟ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ଈଶାନଙ୍କଠାରୁ ଶିଖିବାକୁ ପରାମର୍ଶ ଦିଆଯାଇଛି।

ଇଷ୍ଟ ଜୋନ୍‌ର ଇନିଂସ ଆରମ୍ଭ କରିଥିବା ବୈଭବ ସୂର୍ଯ୍ୟବଂଶୀ ୩୭ ବଲରେ ୪୪ ରନ କରିଥିଲେ। ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ପାଇଁ ସେ ଚର୍ଚ୍ଚିତ। ତେବେ ଫାଇନାଲରେ ଇଶାନଙ୍କ ଦୀର୍ଘ ଇନିଂସକୁ ଉଦାହରଣ ଭାବେ ନେଇ ବୈଭବଙ୍କୁ ଲମ୍ବା ପାରି ଖେଳିବାକୁ ପରାମର୍ଶ ଦିଆଯାଇଛି।

ଭାରତର ପୂର୍ବତନ କ୍ରିକେଟର ବିବେକ ରାଜଦାନ କମେଣ୍ଟ୍ରି ସମୟରେ କହିଥିଲେ ଯେ, ବୈଭବଙ୍କୁ ଇଶାନ କିଶନଙ୍କ ଭଳି ଖେଳାଳିଙ୍କଠାରୁ ଶିଖିବା ଦରକାର। କ୍ରିଜରେ ଥରେ ସେଟ ହୋଇଗଲେ ଲମ୍ବା ଇନିଂସ ଖେଳିବା ଶିଖିବା ଆବଶ୍ୟକ ବୋଲି ସେ କହିଥିଲେ।

ରାଜଦାନ ଈଶାନଙ୍କ ୨୭୦ ରନର ପାରିକୁ ପ୍ରଶଂସା କରି କହିଥିଲେ ଯେ, ଏଭଳି ଇନିଂସ କେବଳ ବ୍ୟାଟିଂ ଟେକ୍ନିକ କିମ୍ବା ସ୍ବଭାବର ପରୀକ୍ଷା ନୁହେଁ, ଏହା ମ୍ୟାଚ ଫିଟନେସର ମଧ୍ୟ ପ୍ରମାଣ। ପ୍ରବଳ ଗରମ ମଧ୍ୟରେ ଦୀର୍ଘ ସମୟ କ୍ରିଜ୍‌ରେ ରହି ଏଭଳି ବଡ଼ ଇନିଂସ ଖେଳିବା ଈଶାନଙ୍କ ଫିଟନେସକୁ ଦର୍ଶାଉଛି ବୋଲି ସେ କହିଥିଲେ।

ବୈଭବ ସୂର୍ଯ୍ୟବଂଶୀ ଦୁଲୀପ ଟ୍ରଫି ସେମିଫାଇନାଲରେ ୯୨ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ। ଆକ୍ରମଣାତ୍ମକ ବ୍ୟାଟିଂ ତାଙ୍କ ପରିଚୟ ପାଲଟିଛି। କିନ୍ତୁ ଯଦି ଆଗାମୀ ଦିନରେ ଟେଷ୍ଟ କ୍ରିକେଟରେ ସ୍ଥାନ ପାଇବାକୁ ହେବ, ତେବେ ଘରୋଇ କ୍ରିକେଟରେ ଏଭଳି ବଡ଼ ମ୍ୟାଚରେ ଲମ୍ବା ଇନିଂସ ଖେଳିବାର ଅଭ୍ୟାସ କରିବାକୁ ପଡ଼ିବ ବୋଲି ପୂର୍ବତନ କ୍ରିକେଟରମାନେ ମତ ଦେଇଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

ୱାଇଡ ବଲ୍‌ରେ ସିଧା ଛକା! କ୍ରିକେଟ୍‌ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video

ନୂଆଦିଲ୍ଲୀ,୫।୧୦: କ୍ରିକେଟ୍‌ରେ ୱାଇଡ ବଲ ବାଉଣ୍ଡାରୀ ପାର କରିବା ଦୃଶ୍ୟ ଦର୍ଶକମାନେ ଅନେକ ଥର ଦେଖିଛନ୍ତି। ବିଶେଷକରି ଉଇକେଟକିପରଙ୍କ ପହଞ୍ଚରୁ ଦୂରକୁ ଯାଇଥିବା ୱାଇଡ ବଲ ବାଉଣ୍ଡାରୀ…

ପାଣ୍ଡିଆନ୍‌ଙ୍କ ବୟାନ୍‌ ରେକର୍ଡ: ଫାଇଲ୍‌ ରିସିଭ୍‌ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି

ଭୁବନେଶ୍ୱର,୬।୧୦(ତ୍ରିନାଥ ମହାନ୍ତି):ସିଏମ୍‌ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଏବଂ କନ୍ଧମାଳ ଦଙ୍ଗା ସମ୍ପର୍କିତ ନାଇଡୁ କମିଶନ ଫାଇଲ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଭି.କେ.…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?