Posted inଖେଳ

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ ଇନିଂସରେ ରହିଛି ୩୦ଟି ଚୌକା ଓ ୭ଟି ଛକା। ଇଶାନଙ୍କ ଏହି ବିଶାଳ ଇନିଂସ ବଳରେ ଇଷ୍ଟ ଜୋନ ପ୍ରଥମ ଇନିଂସରେ ୭୦୮ ରନ୍‌ର ବଡ଼ ସ୍କୋର କରିଛି।

ଇଶାନଙ୍କ ଏହି ପାରିକୁ ଦେଖି ପୂର୍ବତନ କ୍ରିକେଟରମାନେ ତାଙ୍କୁ ପ୍ରଶଂସା କରିବା ସହ ଏହାକୁ ଏକ ଶ୍ରେଷ୍ଠ ଇନିଂସ ବୋଲି କହିଛନ୍ତି। ଏହା ସହିତ ୧୫ ବର୍ଷୀୟ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ଈଶାନଙ୍କଠାରୁ ଶିଖିବାକୁ ପରାମର୍ଶ ଦିଆଯାଇଛି।

ଇଷ୍ଟ ଜୋନ୍‌ର ଇନିଂସ ଆରମ୍ଭ କରିଥିବା ବୈଭବ ସୂର୍ଯ୍ୟବଂଶୀ ୩୭ ବଲରେ ୪୪ ରନ କରିଥିଲେ। ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ପାଇଁ ସେ ଚର୍ଚ୍ଚିତ। ତେବେ ଫାଇନାଲରେ ଇଶାନଙ୍କ ଦୀର୍ଘ ଇନିଂସକୁ ଉଦାହରଣ ଭାବେ ନେଇ ବୈଭବଙ୍କୁ ଲମ୍ବା ପାରି ଖେଳିବାକୁ ପରାମର୍ଶ ଦିଆଯାଇଛି।

ଭାରତର ପୂର୍ବତନ କ୍ରିକେଟର ବିବେକ ରାଜଦାନ କମେଣ୍ଟ୍ରି ସମୟରେ କହିଥିଲେ ଯେ, ବୈଭବଙ୍କୁ ଇଶାନ କିଶନଙ୍କ ଭଳି ଖେଳାଳିଙ୍କଠାରୁ ଶିଖିବା ଦରକାର। କ୍ରିଜରେ ଥରେ ସେଟ ହୋଇଗଲେ ଲମ୍ବା ଇନିଂସ ଖେଳିବା ଶିଖିବା ଆବଶ୍ୟକ ବୋଲି ସେ କହିଥିଲେ।

ରାଜଦାନ ଈଶାନଙ୍କ ୨୭୦ ରନର ପାରିକୁ ପ୍ରଶଂସା କରି କହିଥିଲେ ଯେ, ଏଭଳି ଇନିଂସ କେବଳ ବ୍ୟାଟିଂ ଟେକ୍ନିକ କିମ୍ବା ସ୍ବଭାବର ପରୀକ୍ଷା ନୁହେଁ, ଏହା ମ୍ୟାଚ ଫିଟନେସର ମଧ୍ୟ ପ୍ରମାଣ। ପ୍ରବଳ ଗରମ ମଧ୍ୟରେ ଦୀର୍ଘ ସମୟ କ୍ରିଜ୍‌ରେ ରହି ଏଭଳି ବଡ଼ ଇନିଂସ ଖେଳିବା ଈଶାନଙ୍କ ଫିଟନେସକୁ ଦର୍ଶାଉଛି ବୋଲି ସେ କହିଥିଲେ।

ବୈଭବ ସୂର୍ଯ୍ୟବଂଶୀ ଦୁଲୀପ ଟ୍ରଫି ସେମିଫାଇନାଲରେ ୯୨ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ। ଆକ୍ରମଣାତ୍ମକ ବ୍ୟାଟିଂ ତାଙ୍କ ପରିଚୟ ପାଲଟିଛି। କିନ୍ତୁ ଯଦି ଆଗାମୀ ଦିନରେ ଟେଷ୍ଟ କ୍ରିକେଟରେ ସ୍ଥାନ ପାଇବାକୁ ହେବ, ତେବେ ଘରୋଇ କ୍ରିକେଟରେ ଏଭଳି ବଡ଼ ମ୍ୟାଚରେ ଲମ୍ବା ଇନିଂସ ଖେଳିବାର ଅଭ୍ୟାସ କରିବାକୁ ପଡ଼ିବ ବୋଲି ପୂର୍ବତନ କ୍ରିକେଟରମାନେ ମତ ଦେଇଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ିର ଚାଲାଣ ଭରିନାହାନ୍ତି କି? ଏହିଦିନ ମିଳିବ ବଡ଼ ସୁଯୋଗ, କମ୍‌ ଟଙ୍କାରେ କରନ୍ତୁ ସମାଧାନ

ନୂଆଦିଲ୍ଲୀ,୮।୯: ରାସ୍ତାରେ ଟ୍ରାଫିକ ନିୟମ ଏବେ ଅଧିକ କଡ଼ା ହୋଇଛି। ଅଜାଣତରେ କିମ୍ବା ଭୁଲ୍‌ବଶତଃ ଗାଡ଼ିର ଇ-ଚାଲାଣ କଟିଯିବା ସାଧାରଣ କଥା। ଅନେକ ସମୟରେ ଚାଲାଣ ରାଶି…

ଦୁର୍ଗାପୂଜାରେ ବାଜିବ ନାହିଁ ଡିଜେ, ଅଷ୍ଟମୀ ହେବ ‘ଡ୍ରାଏ ଡେ’…, ମମତାଙ୍କ ନିଷ୍ପତ୍ତିକୁ ବଦଳାଇ ଦେବ ଭାଜପା ସରକାର

କୋଲକାତା,୮।୯: ଅକ୍ଟୋବର ୧୧ରେ ସାରା ଦେଶରେ ନବରାତ୍ରି ପର୍ବ ଆରମ୍ଭ ହେବ। ଏହି ଅବସରରେ ପଶ୍ଚିମବଙ୍ଗର ଦୁର୍ଗାପୂଜା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ୭୫ ବର୍ଷ ପରେ…

୧୭ ବର୍ଷରେ ୧୭ଶହରୁ ଅଧିକ ମଞ୍ଚରେ ଦଣ୍ଡନୃତ୍ୟ: ଚର୍ଚ୍ଚାରେ ଦେବେନ୍ଦ୍ର ନାଏକ

ଅମରପାଲି,୮ା୯(ପୀତାମ୍ବର ସାହୁ):ଦଣ୍ଡ ନୃତ୍ୟ, ଷୋଳ ସୁଆଙ୍ଗ ଓଡ଼ିଶାର ପ୍ରାଚୀନ ଲୋକକଳା ଓ ସଂସ୍କୃତିର ଏକ ଅନନ୍ୟ ପରିଚୟ। ଆଧୁନିକତାର ପ୍ରଭାବରେ ଏହି ପାରମ୍ପରିକ କଳା ଧୀରେ ଧୀରେ…

‘ଲାଜ ଲାଗୁନି…’, କଙ୍ଗନାଙ୍କ ମୁଣ୍ଡକୁ ଉଠିଗଲା ରାଗ: ଅଧିକାରୀଙ୍କୁ ମନ ଇଚ୍ଛା ଶୁଣାଇଦେଲେ

ମଣ୍ଡି,୮।୯: ହିମାଚଳ ପ୍ରଦେଶର ମଣ୍ଡିରୁ ଭାଜପା ସାଂସଦ କଙ୍ଗନା ରାଣାୱତ ଜିଲା ବିକାଶ ସମନୱୟ ଓ ନିରୀକ୍ଷଣ କମିଟି (ଦିଶା) ବୈଠକରେ ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ନେଇ କଡ଼ା…

୫ ଓରାଙ୍ଗଉଟାନଙ୍କୁ ଆଣିବା ପାଇଁ ନନ୍ଦନକାନନରୁ ବାହାରିଲା ଏକ ଟିମ୍ : ଅନ୍ତର୍ଜାତୀୟ ସ୍ମଗଲିଂ ସନ୍ଦେହ

ନନ୍ଦନକାନନ,୮।୯: ଓଡ଼ିଶାରେ କେବେ ଓରାଙ୍ଗଉଟାନ ଦେଖାଯାଇଥିବା ନଜିର ନ ଥିବା ବେଳେ ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରୁ ୫ଟି ଓରାଙ୍ଗଉଟାନ ଠାବ ହେବା ଘଟଣାକୁ ନେଇ ଚାଞ୍ଚଲ୍ୟ…

ପାଞ୍ଚ ଦିନିଆ ଦୁବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୮।୯: ପାଞ୍ଚ ଦିନିଆ UAE ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାକୁ ଅଧିକ ପୁଞ୍ଜି ଆକର୍ଷଣ କରିବା ସହ ରାଜ୍ୟରେ ଶିଳ୍ପ ଓ ନିଯୁକ୍ତି ସୁଯୋଗ ବୃଦ୍ଧି…

ଭାରତ ବିପକ୍ଷ ଐତିହାସିକ ଟି-୨୦ ମ୍ୟାଚ ଖେଲିବାକୁ ଦଳ ଘୋଷଣା କଲା ଜାପାନ: ଜାଣନ୍ତୁ କିଏ ହେଲେ ଅଧିନାୟକ

ଟୋକିଓ,୮।୯: ଜାପାନ କ୍ରିକେଟ ଆସୋସିଏସନ ସୋମବାର ଭାରତ ବିପକ୍ଷରେ ଐତିହାସିକ ଏକମାତ୍ର ଟି-୨୦ ମ୍ୟାଚ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏହା ଭାରତ ଏବଂ…

ଟିମ ଇଣ୍ଡିଆରେ ବଡ଼ ଓଲଟପାଲଟ: ରୋହିତଙ୍କୁ ଦଳରୁ ବାହାର କଲା BCCI, କ୍ରିକେଟ ଜଗତରେ ହଇଚଇ

ମୁମ୍ବାଇ,୮।୯: ବୟସ ସମ୍ପର୍କିତ ଅନିୟମିତତା ଅଭିଯୋଗରେ ଭାରତୀୟ ଅଣ୍ଡର-୧୯ ଦଳରୁ ବାଦ୍‌ ପଡ଼ିଛନ୍ତି ରୋହିତ ଯାଦବ। ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ହେବାକୁ ଥିବା ଦିନିକିଆ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri