Posted inଖେଳ

ବୈଭବ ସୂର୍ଯ୍ୟବଂଶୀଙ୍କ ୬ ଐତିହାସିକ ରେକର୍ଡ, ଭାଙ୍ଗିବା ପ୍ରାୟ ଅସମ୍ଭବ!

ନୂଆଦିଲ୍ଲୀ,୨।୯: ଖୁବ କମ ବୟସରେ କ୍ରିକେଟ ଜଗତରେ ବଡ଼ ନାଁ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ସେ ଯେଉଁ ସିରିଜ କିମ୍ବା ଟୁର୍ନାମେଣ୍ଟରେ ଖେଳୁଛନ୍ତି, ସେଠାରେ କୌଣସି ନା କୌଣସି ବଡ଼ ରେକର୍ଡ ନିଜ ନାଁରେ କରି ଚର୍ଚ୍ଚାକୁ ଆସୁଛନ୍ତି। ନିଜର ଛୋଟ କ୍ରିକେଟ କ୍ୟାରିୟରରେ ହିଁ ସେ ଏପରି ୬ଟି ରେକର୍ଡ କରିଛନ୍ତି, ଯାହା ଭାଙ୍ଗିବା ଆଗାମୀ ଦିନରେ ମଧ୍ୟ ବେଶ କଷ୍ଟକର ହେବ।

ମାତ୍ର ୧୩ ବର୍ଷ ବୟସରେ ବୈଭବ ଆଇପିଏଲ ଭଳି ବିଶ୍ୱର ଲୋକପ୍ରିୟ ଟି-୨୦ ଲିଗରେ ନିଜ ସ୍ଥାନ ପକ୍କା କରିଥିଲେ। ଆଇପିଏଲରେ ମଧ୍ୟ ସେ ଅନେକ ବଡ଼ ରେକର୍ଡ ନିଜ ନାଁରେ କରିଛନ୍ତି। ଆଇପିଏଲ ଇତିହାସରେ ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ସବୁଠାରୁ ଦ୍ରୁତ ଶତକ ହାସଲ କରିବାର ରେକର୍ଡ ମଧ୍ୟ ବୈଭବଙ୍କ ନାଁରେ ରହିଛି।

ଆଇପିଏଲ, ଇଣ୍ଡିଆ-ଏ ଏବଂ ଅଣ୍ଡର-୧୯ ବିଶ୍ୱକପ ପରେ ଏବେ ରେଡ-ବଲ କ୍ରିକେଟରେ ମଧ୍ୟ ନିଜର ଦମ ଦେଖାଇବା ଆରମ୍ଭ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଦୁଲୀପ ଟ୍ରଫିରେ ମଧ୍ୟ ସେ ଇତିହାସ ରଚିଛନ୍ତି। ମାତ୍ର ୧୫ ବର୍ଷ ୧୫୭ ଦିନ ବୟସରେ ଅର୍ଦ୍ଧଶତକ ହାସଲ କରି ସେ ଦୁଲୀପ ଟ୍ରଫି ଇତିହାସରେ ସବୁଠାରୁ କମ ବୟସରେ ଫିଫ୍ଟି ମାରିଥିବା ବ୍ୟାଟର ହୋଇଛନ୍ତି। ବୈଭବ ମାତ୍ର ୪୨ଟି ବଲରେ ଏହି ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା ସହ ସେ ୫୭ ବର୍ଷ ପୁରୁଣା ରେକର୍ଡକୁ ମଧ୍ୟ ପଛରେ ପକାଇଛନ୍ତି।

ବୈଭବ ସୂର୍ଯ୍ୟବଂଶୀଙ୍କ ୬ଟି ଐତିହାସିକ ରେକର୍ଡ

୧. ଟି-୨୦ରେ ସବୁଠାରୁ କମ ବୟସରେ ଶତକ ୧୪ ବର୍ଷ ୩୨ ଦିନ ବୟସରେ ଶତକ ହାସଲ କରି ରେକର୍ଡ।

୨. ଲିଷ୍ଟ-ଏରେ ସବୁଠାରୁ କମ ବୟସରେ ଶତକ ୧୪ ବର୍ଷ ୨୭୨ ଦିନ ବୟସରେ ଶତକ

୩. ଲିଷ୍ଟ-ଏ କ୍ରିକେଟ୍ରେ ଦ୍ରୁତତମ ଅର୍ଦ୍ଧଶତକ ମାତ୍ର ୧୧ଟି ବଲ୍ରେ ଫିଫ୍ଟି

୪. ସବୁଠାରୁ କମ ବୟସରେ ଭାରତ ପାଇଁ ଡେବ୍ୟୁ ୧୫ ବର୍ଷ ୯୯ ଦିନ ବୟସରେ ଭାରତୀୟ ଦଳରେ ପଦାର୍ପଣ

୫. ଟି-୨୦ ଅନ୍ତର୍ଜାତୀୟରେ ସବୁଠାରୁ କମ ବୟସରେ ଅର୍ଦ୍ଧଶତକ କମ ବୟସରେ ଏହି ବଡ଼ ଉପଲବ୍ଧି ହାସଲ କରିଛନ୍ତି

୬. ଦୁଲୀପ ଟ୍ରଫିରେ ସବୁଠାରୁ କମ ବୟସରେ ଅର୍ଦ୍ଧଶତକ ୧୫ ବର୍ଷ ୧୫୭ ଦିନ ବୟସରେ ଫିଫ୍ଟି କରି ଇତିହାସ ରଚିଛନ୍ତି

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?