ଦ୍ୱିତୀୟ ଲହର ରୋକିବ ଟିକା

ନୂଆଦିଲ୍ଲୀ, ୧୭।୧: ଭାରତରେ କରୋନା ସଂକ୍ରମଣ ହାର ଯଥେଷ୍ଟ ହ୍ରାସ ପାଇଥିବାବେଳେ ଶନିବାର ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ବ୍ରିଟେନର ନୂଆ ଷ୍ଟ୍ରେନ୍‌କୁ ନେଇ ସାରା ବିଶ୍ୱରେ ଉଦ୍‌ବେଗ ପ୍ରକାଶ ପାଇଥିବାବେଳେ ସମସ୍ତେ ଟିକା ନେବା ଜରୁରୀ ଏବଂ ଏହା ସଂକ୍ରମଣର ଦ୍ୱିତୀୟ ଲହରକୁ ରୋକିପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଦେଶରେ ଭୂତାଣୁ ସଂକ୍ରମଣର ପ୍ରଥମ ଲହର ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିବାବେଳେ ଟିକାକରଣ ଆରମ୍ଭ ହୋଇଥିବାରୁ ଦ୍ୱିତୀୟ ଲହର ଆସିବା ପୂର୍ବରୁ ଅଧିକାଂଶ ଦେଶବାସୀ ଟିକା ନେଇସାରିଥିବେ ବୋଲି ମେଦାନ୍ତ ଲଇଭର ଇନ୍‌ଷ୍ଟିଚ୍ୟୁଟର ଅଧ୍ୟକ୍ଷ ଡ. ଏ.ଏସ୍‌. ସୋଇନ୍‌ କହିଛନ୍ତି। ଦେଶରେ ଏପର୍ଯ୍ୟନ୍ତ ଗୋଷ୍ଠୀ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇ ନ ଥିବାବେଳେ ବିଦେଶ ଯାତ୍ରାଠାରୁ ଆରମ୍ଭ କରି ସମସ୍ତ ଆର୍ଥିକ କାରବାର ଖୋଲିଯାଇଥିବାରୁ ସଂକ୍ରମଣ ଅଧିକ ବ୍ୟାପିବା ଆଶଙ୍କା ସୃଷ୍ଟି ହୋଇଥିଲା। ସଂକ୍ରମଣ ଦ୍ୱିତୀୟ ଲହର କେବେ ଆରମ୍ଭ ହେବ ତାହା ମଧ୍ୟ କାହାକୁ ଜଣାନାହିଁ। ସେଥିପାଇଁ ଟିକାକରଣ ଜରୁରୀ ଥିଲା ବୋଲି ପବ୍ଲିକ୍‌ ହେଲ୍‌ଥ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ପ୍ରଫେସର କେ. ଶ୍ରୀନାଥ ରେଡ୍ଡୀ କହିଛନ୍ତି। ଟିକାକରଣ ସଂକ୍ରମଣ ଓ ଏଥିଜନିତ ସାଙ୍ଘାତିକତାକୁ କମାଇବାରେ ସହାୟକ ହେବ ବୋଲି ଗଙ୍ଗାରାମ ହସ୍ପିଟାଲର ଇଣ୍ଟରନାଲ ମେଡିସିନ୍‌ର ଉପାଧ୍ୟକ୍ଷ ତଥା ବରିଷ୍ଠ ପରାମର୍ଶଦାତା ଡ. ଅତୁଲ କକର କହିଛନ୍ତି।

ଦେଶ ପାଇଁ ସ୍ମରଣୀୟ ଦିନ

ବହୁଦିନର ପ୍ରତୀକ୍ଷାର ଅନ୍ତ ଘଟି କୋଭିଡ୍‌ ଟିକାକରଣ ଆରମ୍ଭ ହୋଇଥିବାରୁ ଦେଶବାସୀଙ୍କ ପାଇଁ ଏହା ଏକ ସ୍ମରଣୀୟ ଦିନ ବୋଲି ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟାନାଇଡୁ କହିଛନ୍ତି। ଖୁବ୍‌ କମ୍‌ ସମୟ ମଧ୍ୟରେ ଟିକାର ବିକାଶ କରିଥିବା ବୈଜ୍ଞାନିକମାନଙ୍କୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି। ଅମିତ୍‌ ଶାହାଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଟିକାକରଣ ଅଭିଯାନର ସଫଳତାକୁ ନେଇ ପ୍ରଶଂସା କରିଥିଲେ। ଭାରତ ପ୍ରସ୍ତୁତ ଟିକା ଆତ୍ମନିର୍ଭର ଭାରତ ନିର୍ଣ୍ଣୟର ପ୍ରତୀକ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଶାହା କହିଥିଲେ। ଆଜିର ଦିନ ସବୁଠୁ ମହତ୍ତ୍ୱପୂର୍ଣ୍ଣ ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କହିଛନ୍ତି। କରୋନା ମହାମାରୀ ବିରୋଧୀ ଲଢ଼େଇ ଜିତିବାରେ କେନ୍ଦ୍ର ସରକାର ଏକ ନିର୍ଣ୍ଣାୟକ ପଦକ୍ଷେପ ନେଇଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ମହାମାରୀ ବିରୋଧୀ ଲଢ଼େଇରେ ସାମିଲ ହୋଇଥିବା ଦେଶର ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ, ପୋଲିସ ଓ ଅନ୍ୟ ଆଗଧାଡ଼ିର କର୍ମଚାରୀମାନ ପାଇଁ ସୁରକ୍ଷା କବଚ ମିଳିଗଲା ବୋଲି ସେ ମତ ଦେଇଛନ୍ତି। ଟିକାକରଣ ଅଭିଯାନ ଐତିହାସିକ ଓ ସ୍ମରଣୀୟ ବୋଲି ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି।

ଗର୍ବ ଅନୁଭବ କରୁଛୁ: ହିତାଧିକାରୀ

ଟିକାକରଣର ଐତିହାସିକ ମୁହୂର୍ତ୍ତରେ ସାମିଲ ହୋଇଥିବାରୁ ଗର୍ବ ଅନୁଭବ କରୁଥିବା ଦିଲ୍ଲୀର ଏଲ୍‌ଏନ୍‌ଜେପି ହସ୍ପିଟାଲ ନର୍ସ ବିଜି ଟୋମି କହିଛନ୍ତି। ପ୍ରଥମ ଦିନରେ ଟିକା ନେଇଥିବା ଅଧିକାଂଶ ସ୍ବାସ୍ଥ୍ୟ କର୍ମଚାରୀ ଖୁସି ବ୍ୟକ୍ତ କରିଛନ୍ତି। ଗୁଜବରେ ବିଶ୍ୱାସ ନ କରିବାକୁ ରାଜୀବ ଗାନ୍ଧୀ ସୁପର ସ୍ପେଶିଆଲିଟି ହସ୍ପିଟାଲର ପୁଲମୋନୋଲୋଜି ବିଭାଗ ମୁଖ୍ୟ ବିକାଶ ଡୋଗ୍ରା ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଟିକା ସମ୍ପୂର୍ଣ୍ଣ ନିରାପଦ। ସେ ଟିକା ନେବା ପରେ କୌଣସି ଅସୁବିଧା ଅନୁଭବ କରୁ ନ ଥିବା କହିଛନ୍ତି। ଦେଶର ପ୍ରଥମ କୋଭିଡ୍‌ ଟିକା ନେଇଥିବା ଏମ୍ସ ସଫେଇ କର୍ମଚାରୀ ମନୀଷ କୁମାର କହିଛନ୍ତି, ଏଣିକି ସେ ବିନା ଦ୍ୱିଧାରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବେ।

କୋଭାକ୍ସିନ୍‌କୁ ନା କହିଲେ ଆର୍‌ଏମ୍‌ଏଲ୍‌ ଡାକ୍ତର

ଦିଲ୍ଲୀର ରାମମନୋହର ଲୋହିଆ (ଆର୍‌ଏମ୍‌ଏଲ୍‌) ହସ୍ପିଟାଲର ଡାକ୍ତରମାନେ ଭାରତ ବାୟୋଟେକ୍‌ ପ୍ରସ୍ତୁତ କୋଭାକ୍ସିନ୍‌ ଟିକା ନେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ସେମାନେ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଚିଠି ଲେଖି କୋଭାକ୍ସିନ୍‌ ବଦଳରେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର କୋଭିଶିଲ୍ଡ ନେବାକୁ ଚାହାନ୍ତି ବୋଲି କହିଛନ୍ତି। କୋଭାକ୍ସିନ୍‌ର କ୍ଲିନିକାଲ ପରୀକ୍ଷା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଉକ୍ତ ଟିକା ନେବା ଲାଗି ଡାକ୍ତରମାନେ ଭୟଭୀତ ବୋଲି ଆର୍‌ଏମ୍‌ଏଲ୍‌ ହସ୍ପିଟାଲର ରେସିଡେଣ୍ଟ ଡକ୍ଟର୍ସ ଆସୋସିଏଶନ ପକ୍ଷରୁ କୁହାଯାଇଛି। ସମସ୍ତ ପରୀକ୍ଷା ଶେଷ କରିଥିବା କୋଭିଶିଲ୍ଡ ଟିକା ଦେବା ଲାଗି ଆସୋସିଏଶନ ପକ୍ଷରୁ ଅନୁରୋଧ କରାଯାଇଛି। ଅନ୍ୟପକ୍ଷରେ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡ. ଏ.କେ. ସିଂ ରାଣା ଶନିବାର କୋଭାକ୍ସିନ୍‌ ଟିକା ନେଇଛନ୍ତି।

ଅଭିନନ୍ଦନ ଜଣାଇଲେ ଭୁଟାନ, ନେପାଳ

ଭାରତରେ ବିଶ୍ୱର ସର୍ବବୃହତ କୋଭିଡ୍‌ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିବାରୁ ପଡୋଶୀ ଦେଶ ନେପାଳ ଓ ଭୁଟାନ ଅଭିନନ୍ଦନ ଜଣାଇଛନ୍ତି। ମହାମାରୀ କଷଣ ଦୂର କରିବାରେ ଏହା ସହାୟକ ହେବ ବୋଲି ଭୁଟାନ ପ୍ରଧାନମନ୍ତ୍ରୀ ଲୋଟୟ ଶେରିଙ୍ଗ ଆଶାବ୍ୟକ୍ତ କରିଛନ୍ତି। ଐତିହାସିକ ଟିକାକରଣ ଅଭିଯାନ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ନେପାଳ ବହିର୍ବ୍ୟାପାର ମନ୍ତ୍ରୀ ପ୍ରଦୀପ କୁମାର ଗ୍ୟାଓ୍ବାଲି କୋଭିଡ୍‌ ଟିକାର ସଫଳ ବିକାଶ ପାଇଁ ଭାରତକୁ ଅଭିନନ୍ଦନ ଜଣାଇବା ସହ ମହାମାରୀରୁ ଶୀଘ୍ର ମୁକ୍ତି ମିଳିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା କ୍ରିକେଟ ମ୍ୟାଚର ସ୍ଥାନ, ଏଥିପାଇଁ ଦାୟୀ ରହିବ କି ପାକିସ୍ତାନ ରାଜନୀତି? ଜାଣନ୍ତୁ…

ଇସଲାମାବାଦ,୧୨।୧୦: ପାକିସ୍ତାନର ରାଜନୈତିକ ସଙ୍କଟର ପ୍ରଭାବ ବର୍ତ୍ତମାନ କ୍ରିକେଟ ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି। ଖୈବର ପଖତୁନଖୱା ଅଞ୍ଚଳରେ ପାକିସ୍ତାନ ସରକାରଙ୍କ ଦ୍ୱାରା ନିକଟରେ ଜରୁରୀକାଳୀନ…

‘ମୋ ବାପା ସବୁକିଛି ସମ୍ଭାଳି ନେବେ’: ଧନୀ ଯୁବକଙ୍କ ଅହଂକାରୀ ଆଚରଣ; ମା’ ଜନ୍ମଦିନରେ ଉପହାର ଦେଇଥିବା କାର ଚଢାଇ ୩ ଛାତ୍ର ମୃତ

କୋଚି,୧୨।୧୦: କେରଳର ନେଦୁମ୍ବାସେରୀରେ ତିନିଜଣ ଛାତ୍ରୀଛାତ୍ରଙ୍କ ଜୀବନ ନେଇଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣା ପରେ ଅହଂକାର ଓ ଅବହେଳାର ଏକ ଚାଞ୍ଚଲ୍ୟକର ଚିତ୍ର ସାମ୍ନାକୁ ଆସିଛି।…

ମହାକାଳପଡ଼ାରେ ବିଜେଡି-ଭାଜପା ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ପୋଲିସ ପହଞ୍ଚି…

ମହାକାଳପଡ଼ା,୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାସ୍ଥିତ ପ୍ରମୁଖ ଶିକ୍ଷାନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସୋମବାର ମଧ୍ୟାହ୍ନରେ କଲେଜ…

ଗୃହ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି; ଜନ୍ତରମନ୍ତରରେ ହେବନି ବିକ୍ଷୋଭ ପ୍ରଦର୍ଶନ, ଏହି ୩ ନୂଆ ସ୍ଥାନ….

ନୂଆଦିଲ୍ଲୀ,୧୨।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରହିଥିବା ବେଳେ ଦିଲ୍ଲୀରେ ଧାରଣା ଓ ବିରୋଧ ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ ସ୍ଥାନକୁ…

ଯୁବପିଢ଼ିଙ୍କୁ ସଶକ୍ତ କରିବ ପ୍ରଯୁକ୍ତିବିଦ୍ୟା: ରାଜ୍ୟପାଳ

ଅତାବିରା,୧୨।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖଇରପାଲି କୋଶଲ ସ୍କୁଲକୁ ରବିବାର ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଗସ୍ତ କରିଥିଲେ। ଏହି ଅବସରରେ…

୨୫୨ ଟଙ୍କା ମହଙ୍ଗା ହେଲା LPG ଗ୍ୟାସ, ଜାଣନ୍ତୁ କେତେ ରହିଛି ଦାମ୍

ଢାକା,୧୨।୧୦: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଏବେ ଘରୋଇ LPG ଗ୍ୟାସ୍‌ର ଦାମ୍‌କୁ ନେଇ ଉପଭୋକ୍ତା ଚିନ୍ତାରେ ରହିଛନ୍ତି । ଗ୍ୟାସ୍‌ର ଯୋଗାଣ ହ୍ରାସ ପାଇଥିବାରୁ ବଜାରରେ…

ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ପାଳନ କରନ୍ତୁ ଚାଣକ୍ୟ ଏହି ୪ କଥା…

ଆଚାର୍ଯ୍ୟ ଚାଣକ୍ୟ ଜଣେ ପ୍ରାଚୀନ ଭାରତୀୟ ଶିକ୍ଷକ, ଦାର୍ଶନିକ ତଥା ରାଜ ପରାମର୍ଶଦାତା ଥିଲେ। ତାଙ୍କୁ ‘ଅର୍ଥଶାସ୍ତ୍ର’ର ରଚୟିତା ଭାବରେ ଜଣାଯାଏ। ଯିଏ କି ଅର୍ଥନୀତି, ରାଜନୀତି…

ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ପଣ୍ଡ; ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୋଲିସ

ୱାର୍ସା,୧୨।୧୦: ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ସମ୍ଭାବ୍ୟ ବିପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?