ଦ୍ୱିତୀୟ ଲହର ରୋକିବ ଟିକା

ନୂଆଦିଲ୍ଲୀ, ୧୭।୧: ଭାରତରେ କରୋନା ସଂକ୍ରମଣ ହାର ଯଥେଷ୍ଟ ହ୍ରାସ ପାଇଥିବାବେଳେ ଶନିବାର ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ବ୍ରିଟେନର ନୂଆ ଷ୍ଟ୍ରେନ୍‌କୁ ନେଇ ସାରା ବିଶ୍ୱରେ ଉଦ୍‌ବେଗ ପ୍ରକାଶ ପାଇଥିବାବେଳେ ସମସ୍ତେ ଟିକା ନେବା ଜରୁରୀ ଏବଂ ଏହା ସଂକ୍ରମଣର ଦ୍ୱିତୀୟ ଲହରକୁ ରୋକିପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଦେଶରେ ଭୂତାଣୁ ସଂକ୍ରମଣର ପ୍ରଥମ ଲହର ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିବାବେଳେ ଟିକାକରଣ ଆରମ୍ଭ ହୋଇଥିବାରୁ ଦ୍ୱିତୀୟ ଲହର ଆସିବା ପୂର୍ବରୁ ଅଧିକାଂଶ ଦେଶବାସୀ ଟିକା ନେଇସାରିଥିବେ ବୋଲି ମେଦାନ୍ତ ଲଇଭର ଇନ୍‌ଷ୍ଟିଚ୍ୟୁଟର ଅଧ୍ୟକ୍ଷ ଡ. ଏ.ଏସ୍‌. ସୋଇନ୍‌ କହିଛନ୍ତି। ଦେଶରେ ଏପର୍ଯ୍ୟନ୍ତ ଗୋଷ୍ଠୀ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇ ନ ଥିବାବେଳେ ବିଦେଶ ଯାତ୍ରାଠାରୁ ଆରମ୍ଭ କରି ସମସ୍ତ ଆର୍ଥିକ କାରବାର ଖୋଲିଯାଇଥିବାରୁ ସଂକ୍ରମଣ ଅଧିକ ବ୍ୟାପିବା ଆଶଙ୍କା ସୃଷ୍ଟି ହୋଇଥିଲା। ସଂକ୍ରମଣ ଦ୍ୱିତୀୟ ଲହର କେବେ ଆରମ୍ଭ ହେବ ତାହା ମଧ୍ୟ କାହାକୁ ଜଣାନାହିଁ। ସେଥିପାଇଁ ଟିକାକରଣ ଜରୁରୀ ଥିଲା ବୋଲି ପବ୍ଲିକ୍‌ ହେଲ୍‌ଥ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ପ୍ରଫେସର କେ. ଶ୍ରୀନାଥ ରେଡ୍ଡୀ କହିଛନ୍ତି। ଟିକାକରଣ ସଂକ୍ରମଣ ଓ ଏଥିଜନିତ ସାଙ୍ଘାତିକତାକୁ କମାଇବାରେ ସହାୟକ ହେବ ବୋଲି ଗଙ୍ଗାରାମ ହସ୍ପିଟାଲର ଇଣ୍ଟରନାଲ ମେଡିସିନ୍‌ର ଉପାଧ୍ୟକ୍ଷ ତଥା ବରିଷ୍ଠ ପରାମର୍ଶଦାତା ଡ. ଅତୁଲ କକର କହିଛନ୍ତି।

ଦେଶ ପାଇଁ ସ୍ମରଣୀୟ ଦିନ

ବହୁଦିନର ପ୍ରତୀକ୍ଷାର ଅନ୍ତ ଘଟି କୋଭିଡ୍‌ ଟିକାକରଣ ଆରମ୍ଭ ହୋଇଥିବାରୁ ଦେଶବାସୀଙ୍କ ପାଇଁ ଏହା ଏକ ସ୍ମରଣୀୟ ଦିନ ବୋଲି ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟାନାଇଡୁ କହିଛନ୍ତି। ଖୁବ୍‌ କମ୍‌ ସମୟ ମଧ୍ୟରେ ଟିକାର ବିକାଶ କରିଥିବା ବୈଜ୍ଞାନିକମାନଙ୍କୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି। ଅମିତ୍‌ ଶାହାଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଟିକାକରଣ ଅଭିଯାନର ସଫଳତାକୁ ନେଇ ପ୍ରଶଂସା କରିଥିଲେ। ଭାରତ ପ୍ରସ୍ତୁତ ଟିକା ଆତ୍ମନିର୍ଭର ଭାରତ ନିର୍ଣ୍ଣୟର ପ୍ରତୀକ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଶାହା କହିଥିଲେ। ଆଜିର ଦିନ ସବୁଠୁ ମହତ୍ତ୍ୱପୂର୍ଣ୍ଣ ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କହିଛନ୍ତି। କରୋନା ମହାମାରୀ ବିରୋଧୀ ଲଢ଼େଇ ଜିତିବାରେ କେନ୍ଦ୍ର ସରକାର ଏକ ନିର୍ଣ୍ଣାୟକ ପଦକ୍ଷେପ ନେଇଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ମହାମାରୀ ବିରୋଧୀ ଲଢ଼େଇରେ ସାମିଲ ହୋଇଥିବା ଦେଶର ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ, ପୋଲିସ ଓ ଅନ୍ୟ ଆଗଧାଡ଼ିର କର୍ମଚାରୀମାନ ପାଇଁ ସୁରକ୍ଷା କବଚ ମିଳିଗଲା ବୋଲି ସେ ମତ ଦେଇଛନ୍ତି। ଟିକାକରଣ ଅଭିଯାନ ଐତିହାସିକ ଓ ସ୍ମରଣୀୟ ବୋଲି ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି।

ଗର୍ବ ଅନୁଭବ କରୁଛୁ: ହିତାଧିକାରୀ

ଟିକାକରଣର ଐତିହାସିକ ମୁହୂର୍ତ୍ତରେ ସାମିଲ ହୋଇଥିବାରୁ ଗର୍ବ ଅନୁଭବ କରୁଥିବା ଦିଲ୍ଲୀର ଏଲ୍‌ଏନ୍‌ଜେପି ହସ୍ପିଟାଲ ନର୍ସ ବିଜି ଟୋମି କହିଛନ୍ତି। ପ୍ରଥମ ଦିନରେ ଟିକା ନେଇଥିବା ଅଧିକାଂଶ ସ୍ବାସ୍ଥ୍ୟ କର୍ମଚାରୀ ଖୁସି ବ୍ୟକ୍ତ କରିଛନ୍ତି। ଗୁଜବରେ ବିଶ୍ୱାସ ନ କରିବାକୁ ରାଜୀବ ଗାନ୍ଧୀ ସୁପର ସ୍ପେଶିଆଲିଟି ହସ୍ପିଟାଲର ପୁଲମୋନୋଲୋଜି ବିଭାଗ ମୁଖ୍ୟ ବିକାଶ ଡୋଗ୍ରା ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଟିକା ସମ୍ପୂର୍ଣ୍ଣ ନିରାପଦ। ସେ ଟିକା ନେବା ପରେ କୌଣସି ଅସୁବିଧା ଅନୁଭବ କରୁ ନ ଥିବା କହିଛନ୍ତି। ଦେଶର ପ୍ରଥମ କୋଭିଡ୍‌ ଟିକା ନେଇଥିବା ଏମ୍ସ ସଫେଇ କର୍ମଚାରୀ ମନୀଷ କୁମାର କହିଛନ୍ତି, ଏଣିକି ସେ ବିନା ଦ୍ୱିଧାରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବେ।

କୋଭାକ୍ସିନ୍‌କୁ ନା କହିଲେ ଆର୍‌ଏମ୍‌ଏଲ୍‌ ଡାକ୍ତର

ଦିଲ୍ଲୀର ରାମମନୋହର ଲୋହିଆ (ଆର୍‌ଏମ୍‌ଏଲ୍‌) ହସ୍ପିଟାଲର ଡାକ୍ତରମାନେ ଭାରତ ବାୟୋଟେକ୍‌ ପ୍ରସ୍ତୁତ କୋଭାକ୍ସିନ୍‌ ଟିକା ନେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ସେମାନେ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଚିଠି ଲେଖି କୋଭାକ୍ସିନ୍‌ ବଦଳରେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର କୋଭିଶିଲ୍ଡ ନେବାକୁ ଚାହାନ୍ତି ବୋଲି କହିଛନ୍ତି। କୋଭାକ୍ସିନ୍‌ର କ୍ଲିନିକାଲ ପରୀକ୍ଷା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଉକ୍ତ ଟିକା ନେବା ଲାଗି ଡାକ୍ତରମାନେ ଭୟଭୀତ ବୋଲି ଆର୍‌ଏମ୍‌ଏଲ୍‌ ହସ୍ପିଟାଲର ରେସିଡେଣ୍ଟ ଡକ୍ଟର୍ସ ଆସୋସିଏଶନ ପକ୍ଷରୁ କୁହାଯାଇଛି। ସମସ୍ତ ପରୀକ୍ଷା ଶେଷ କରିଥିବା କୋଭିଶିଲ୍ଡ ଟିକା ଦେବା ଲାଗି ଆସୋସିଏଶନ ପକ୍ଷରୁ ଅନୁରୋଧ କରାଯାଇଛି। ଅନ୍ୟପକ୍ଷରେ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡ. ଏ.କେ. ସିଂ ରାଣା ଶନିବାର କୋଭାକ୍ସିନ୍‌ ଟିକା ନେଇଛନ୍ତି।

ଅଭିନନ୍ଦନ ଜଣାଇଲେ ଭୁଟାନ, ନେପାଳ

ଭାରତରେ ବିଶ୍ୱର ସର୍ବବୃହତ କୋଭିଡ୍‌ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିବାରୁ ପଡୋଶୀ ଦେଶ ନେପାଳ ଓ ଭୁଟାନ ଅଭିନନ୍ଦନ ଜଣାଇଛନ୍ତି। ମହାମାରୀ କଷଣ ଦୂର କରିବାରେ ଏହା ସହାୟକ ହେବ ବୋଲି ଭୁଟାନ ପ୍ରଧାନମନ୍ତ୍ରୀ ଲୋଟୟ ଶେରିଙ୍ଗ ଆଶାବ୍ୟକ୍ତ କରିଛନ୍ତି। ଐତିହାସିକ ଟିକାକରଣ ଅଭିଯାନ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ନେପାଳ ବହିର୍ବ୍ୟାପାର ମନ୍ତ୍ରୀ ପ୍ରଦୀପ କୁମାର ଗ୍ୟାଓ୍ବାଲି କୋଭିଡ୍‌ ଟିକାର ସଫଳ ବିକାଶ ପାଇଁ ଭାରତକୁ ଅଭିନନ୍ଦନ ଜଣାଇବା ସହ ମହାମାରୀରୁ ଶୀଘ୍ର ମୁକ୍ତି ମିଳିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀର ତ୍ରାଲରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ

ଶ୍ରୀନଗର,୨୬।୬: ଜମ୍ମୁ-କଶ୍ମୀର ତ୍ରାଲ ସେକ୍ଟରରେ ଶୁକ୍ରବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଏହି ଏନ୍‌କାଉଣ୍ଟରରେ ୩ଜଣ ଆତଙ୍କବାଦୀ ନିପାତ ହୋଇଥିବା ବେଳେ...

ଓଡ଼ିଶାର ୩୬.୨୮ ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା

ଭୁବନେଶ୍ୱର, ୨୫ା୪(ବ୍ୟୁରୋ): ଦେଶବ୍ୟାପୀ ଜାରି ରହିଥିବା ଲକ୍‌ଡାଉନରୁ କୃଷି ଓ ଏହାର ଆନୁଷଙ୍ଗିକ କାର୍ଯ୍ୟକୁ କେନ୍ଦ୍ର ସରକାର ବାଦ୍‌ ଦେଇଛନ୍ତି। ଏହାସହ ଦେଶର ଗରିବ କୃଷକମାନଙ୍କୁ...

ସରକାରଙ୍କୁ ସମାଲୋଚନା ବିରୋଧ ନୁହେଁ

ନୂଆଦିଲ୍ଲୀ,୬ା୪: ମାଲାୟାଲମ୍‌ ନ୍ୟୁଜ୍‌ ଚ୍ୟାନେଲ ମିଡିଆଓ୍ବାନ୍‌ ଉପରେ କେନ୍ଦ୍ର ସରକାର ଜାରି କରିଥିବା ପ୍ରସାରଣ କଟକଣାକୁ ବୁଧବାର ସୁପ୍ରିମକୋର୍ଟ ହଟାଇଦେଇଛନ୍ତି। ଏଥିସହ ଉକ୍ତ ଚ୍ୟାନେଲର ଲାଇସେନ୍ସକୁ...

ହରିୟାଣା ନିର୍ବାଚନ: କରନାଲରେ ପ୍ରାର୍ଥିପତ୍ର ଦାଖଲ କଲେ ଖଟ୍ଟର

ଚଣ୍ଡିଗଡ଼,୧।୧୦: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କରନାଲ ବିଧାନସଭା ଆସନ ପାଇଁ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ସେକ୍ଟର-୧୨ ସ୍ଥିତ...

ରାଜଧାନୀରେ ସଙ୍ଗୀନ ହେଉଛି ସ୍ଥିତି: ଆଜି ଚିହ୍ନଟ ହେଲେ ଆଉ ୧୧୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୫।୭(ବ୍ୟୁରୋ): ରାଜଧାନୀରେ ଶନିବାର ଆଉ ୧୧୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮୨୮ରେ ପହଞ୍ଚିଛି। ସେଥିରୁ ୮୬୩ଜଣ...

ସବଜି ମଣ୍ଡି ଅଞ୍ଚଳରେ ଭାଙ୍ଗିଲା ଚାରି ମହଲା କୋଠା: ଅନେକେ ପୋତିହୋଇ ପଡିଥିବା ଆଶଙ୍କା

ନୂଆଦିଲ୍ଲୀ,୧୩ ।୯: ରାଜଧାନୀ ଦିଲ୍ଲୀର ସବଜି ମଣ୍ଡି ଅଞ୍ଚଳରେ ସୋମବାର ଏକ ୪ ମହାଲା କୋଠା ଭୂଷୁଡି ପଡିଛି । ଖବର ପାଇଁ ପୋଲିସ ସେଠାରେ...

ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୩୩ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ମଙ୍ଗଳବାର ରାଜ୍ୟରେ କରୋନା ଆଉ ୩୩ଜଣଙ୍କ ଜୀବନ ନେଇଛି। ଏଥିସହ...

‘କିଛି ଲୁଚାଇବାର ନାହିଁ’

ଥିରୁଭାନନ୍ତପୁରମ,୨୨।୩: ଯୌନ ନିର୍ଯାତନା ପୀଡ଼ିତା ତଥା ଟଲିଉଡ୍‌ ଅଭିନେତ୍ରୀ ଭାବନା ମେନନଙ୍କୁ କେରଳର ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ କରତାଳି ସହ ସ୍ବାଗତ କରାଯାଇଥିଲା। ୨୦୧୭ରେ ଯୌନ...

Advertisement
Archives

Model This Week