Posted inଜାତୀୟ

ଭାକ୍ସିନ ଚ୍ୟାଲେଞ୍ଜ:୧୩୦ କୋଟି ଭାରତୀୟଙ୍କୁ ଟିକା ଦେବା ପାଇଁ ସରକାର କେତେ ପ୍ରସ୍ତୁତ

ଟିକାକରଣ ଭାରତ ପାଇଁ ନୂଆ ନୁହେଁ। ତେବେ ଦେଶର ୧୩୦ କୋଟି ଲୋକଙ୍କୁ ବ୍ୟବସ୍ଥିତ ଢଙ୍ଗରେ କୋଭିଡ୍‌-୧୯ ଭାକ୍ସିନ ଦେବା ନିଶ୍ଚିତ ଭାବେ ଏକ ବଡ଼ ଆହ୍ବାନ। କାରଣ ଉତ୍ପାଦନ କେନ୍ଦ୍ରରୁ ରାଜ୍ୟଗୁଡ଼ିକର ସ୍ବାସ୍ଥ୍ୟକେନ୍ଦ୍ରରେ ଟିକା ପହଞ୍ଚାଇବାଠାରୁ ନେଇ ଦରକାରୀ ଲୋକଙ୍କ ଶରୀରରେ ଇଞ୍ଜେକ୍ସନ ଜରିଆରେ ତାକୁ ପ୍ରୟୋଗ କରିବା ପର୍ଯ୍ୟନ୍ତ ଆବଶ୍ୟକ ଭିତ୍ତିଭୂମି ଦେଶରେ ଥିବା ଭଳି ମନେହେଉନାହିଁ। ଭାକ୍ସିନ ଆସୁଛି ଆସୁଛି ବୋଲି ହୋହଲ୍ଲା ଚାଲିଥିବାବେଳେ ପରିବହନ, ସୁରକ୍ଷିତ ସଂରକ୍ଷଣ, ବଣ୍ଟନ ଓ ସର୍ବୋପରି ସାମୂହିକ ଟିକାକରଣକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ଏଭଳି ସ୍ଥିତିରେ ଦଳୀୟ ଇସ୍ତାହାରରେ ମାଗଣା ଟିକା ବଣ୍ଟନର ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତାଯାଇପାରେ; କିନ୍ତୁ କରୋନା ମହାମାରୀକୁ ନୁହେଁ।

ନୂଆଦିଲ୍ଲୀ,୧୮।୧୨:ମହାମାରୀ କରୋନା ଭୂତାଣୁରୁ ମୁକ୍ତି ପାଇଁ ଭାକ୍ସିନ ଆସୁଛି। ତେଣୁ ଭାରତରେ ଭାକ୍ସିନ ମହଜୁଦ ରଖିବା ଲାଗି ୨୯,୦୦୦ କୋଲ୍ଡ ଚେନ୍‌ ପଏଣ୍ଟ, ୨୪୦ ଓ୍ବାକ୍‌-ଇନ୍‌ କୁଲର, ୭୦ ଫ୍ରିଜର, ୪୫,୦୦୦ ଆଇସ୍‌-ଲାଇନ୍‌ଡ ରେଫ୍ରିଜରେଟର, ୪୧,୦୦୦ ଡିପ୍‌ ଫ୍ରିଜର ଓ ୩୦୦ ସୋଲାର ରେଫ୍ରିଜରେଟର ବ୍ୟବହାର କରାଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଭାରତର ଭାକ୍ସିନେଶନ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ୩୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଷ୍ଟେଟ୍‌ ଷ୍ଟିୟରିଂ କମିଟି ଓ ଷ୍ଟେଟ୍‌ ଟାସ୍କ ଫୋର୍ସଗୁଡ଼ିକର ବୈଠକ ଶେଷ ହୋଇଛି। ସେହିପରି ୬୩୩ ଜିଲାରେ ଡିଷ୍ଟ୍ରିକ୍ଟ ଟାସ୍କ ଫୋର୍ସ ମଧ୍ୟ ପ୍ରସ୍ତୁତି ବୈଠକ କରିସାରିଥିବା କୁହାଯାଉଛି। କେନ୍ଦ୍ର ସରକାରଙ୍କ ୨୩ ମନ୍ତ୍ରଣାଳୟ ଓ ବିଭାଗକୁ ଯୋଜନା, କାର୍ଯ୍ୟାନ୍ବୟନ, ସୋସିଆଲ ମୋବିଲାଇଜେଶନ, ସଚେତନତା ସୃଷ୍ଟି ଆଦି ଦାୟିତ୍ୱ ଦିଆଯାଇଛି। ତେବେ ବିଶ୍ୱର ଏହି ସର୍ବବୃହତ୍‌ ଟିକାକରଣ ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତି କେତେ ପ୍ରଭାବୀ ହେବ? କିପରି ଭାବେ ୧୩୦ କୋଟି ଲୋକଙ୍କୁ ଟିକା ଦିଆଯିବ? ଟିକା ନେବା ବ୍ୟକ୍ତି ପୁଣି ସଂକ୍ରମିତ ହେବା ଆଶଙ୍କା ରହିଛି କି? କେଉଁ ଉପାୟରେ ଏହି ଅଭିଯାନକୁ ସଫଳ କରାଯିବ ସେନେଇ ଲୋକଙ୍କ ମନରେ ନାନା ପ୍ରଶ୍ନ ଉଙ୍କି ମାରୁଛି।
ଭାରତରେ ସାଧାରଣ ନିର୍ବାଚନ ବେଳେ ୧୦ ଲକ୍ଷ ପୋଲିଂ ଷ୍ଟେଶନରେ ୯୦ କୋଟି ଭୋଟର ମତଦାନ କରିଥାନ୍ତି। ଉତ୍ତରରୁ ଦକ୍ଷିଣକୁ ଓ ପୂର୍ବରୁ ପଶ୍ଚିମକୁ ୩,୨୮୬,୯୨୭ ବର୍ଗ କି.ମି. ବିସ୍ତୃତ ଅଞ୍ଚଳରେ ଭାରତୀୟ ଭୋଟର ୮,୦୦୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥାଆନ୍ତି। ଏଥିପାଇଁ ଭାରତର ନିର୍ବାଚନ କମିଶନ ବ୍ୟାପକ ପ୍ରସ୍ତୁତି କରନ୍ତି। କିନ୍ତୁ ଟିକା ନେବା କଥା ଉଠିଲେ ଏହି ପ୍ରସ୍ତୁତିକୁ ଆହୁରି ବ୍ୟାପକ କରିବାକୁ ହେବ। କାରଣ ୧୩୦ କୋଟି ଲୋକଙ୍କୁ କରୋନାମୁକ୍ତ କରିବାକୁ ହେଲେ ଜଣକୁ ପ୍ରାୟ ମାସେ ବ୍ୟବଧାନରେ ଦୁଇଥର ଲେଖାଏ ଟିକା ଦେବାକୁ ପଡ଼ିବ। କରୋନା ଭାଇରସ୍‌ ଯୋଗୁ ବିପର୍ଯ୍ୟସ୍ତ ହୋଇଯାଇଥିବା ଦେଶର ଅର୍ଥନୀତି ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି, ଯେତେବେଳେ କି ସଂକ୍ରମିତଙ୍କ ସଂଖ୍ୟା ୯୪,୮୯,୭୪୦ ଓ ମୃତ୍ୟୁହାର ୧.୪୫% ଛୁଇଁ ସାରିଛି। ଟିକା ଆସିବା ବେଳକୁ ଏହି ସଂଖ୍ୟା ଆହୁରି ବଢ଼ିଯାଇଥିବ। ସେତେବେଳେ କୌଣସି ବ୍ୟକ୍ତି ଭୋଟ ଦେବା ପାଇଁ ଯିବା ଭଳି ଭାକ୍ସିନ ନେଇଗଲେ ତାଙ୍କୁ ତାହା ଦିଆଯିବ ନାହିଁ। କୋଭିଡ୍‌ ଟିକା ଏକ ଆଡଲ୍ଟ ଭାକ୍ସିନ ହୋଇଥିବାରୁ ଏହା କେବଳ ସାବାଳକମାନଙ୍କୁ ଦିଆଯିବ। ୧୮ ବର୍ଷରୁ କମ୍‌ ବୟସ୍କ ପିଲା କେବେ ଟିକା ନେଇପାରିବେ ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ସରକାର ପର୍ଯ୍ୟାୟ ଅନୁସାରେ ଯୋଗ୍ୟ ବିବେଚନା କରୁଥିବା ବ୍ୟକ୍ତିଙ୍କୁ ଟିକା ନେବାକୁ ହେଲେ ପ୍ରଥମେ ତାଙ୍କୁ କୋଓ୍ବିନ୍‌ ଓ୍ବେବ୍‌ସାଇଟ୍‌ରେ ନାମ ପଞ୍ଜୀକରଣ କରିବାକୁ ପଡ଼ିବ। ଟିକାକରଣ ପାଇଁ ତିନୋଟି ପ୍ରକୋଷ୍ଠ ରହିବ। ଟିକା ନେବାକୁ ଯାଇଥିବା ବ୍ୟକ୍ତି ଓ୍ବେଟ୍‌ିଂ ରୁମ୍‌ରେ ନିଜ ନମ୍ବର ଆସିବା ଯାଏ ଅପେକ୍ଷା କରିବେ। ପରେ ତାଙ୍କୁ ଭାକ୍ସିନେଶନ ରୁମ୍‌କୁ ନେଇ ଟିକା ଦିଆଯିବ। ଦିନକୁ ପ୍ରତି ପର୍ଯ୍ୟାୟରେ ୧୦୦ରୁ ୨୦୦ ଜଣଙ୍କୁ ଟିକା ଦିଆଯିବ। ଟିକା ନେବା ପରେ ସେମାନଙ୍କୁ ଅବ୍‌ଜର୍ଭେଶନ ରୁମ୍‌ରେ ଅଧଘଣ୍ଟା ଧରି ଅନୁଧ୍ୟାନ କରାଯିବ। ଟିକା ନେଇଥିବା ବ୍ୟକ୍ତିଙ୍କଠାରେ କୌଣସି ତତ୍କାଳ ପାର୍ଶ୍ୱପ୍ରତିକ୍ରିୟା ଦେଖାଦେଉଛି କି ନାହିଁ ତାହା ବିଶେଷଜ୍ଞ ଟିମ୍‌ ଅନୁଧ୍ୟାନ କରିବେ ବୋଲି କୁହାଯାଉଛି। କେନ୍ଦ୍ର ପକ୍ଷରୁ ରାଜ୍ୟଗୁଡ଼ିକ ପାଇଁ ଜାରି କୋଭିଡ୍‌-୧୯ ଟିକା ଗାଇଡ୍‌ଲାଇନ୍‌ ଅନୁସାରେ ଭାକ୍ସିନ ଇଣ୍ଟେଲିଜେନ୍ସ ନେଟ୍‌ଓ୍ବର୍କ (କୋ-ଓ୍ବିନ୍‌) ବ୍ୟବସ୍ଥା ନାମକ ଡିଜିଟାଲାଇଜ୍‌ଡ ପ୍ଲାଟ୍‌ଫର୍ମର ଉପଯୋଗ କରାଯିବ। ଏଥିରେ ତାଲିକାଭୁକ୍ତ ହିତାଧିକାରୀମାନଙ୍କୁ ଟିକାକରଣ ପାଇଁ ଟ୍ରାକ୍‌ କରାଯିବ।
ମିଳିଥିବା ସୂଚନାନୁସାରେ ଭାରତରେ ପ୍ରାୟ ୨.୫ ନିୟୁତ ସ୍ବାସ୍ଥ୍ୟକର୍ମୀ ସର୍ବବୃହତ୍‌ ଟିକାକରଣ ଯୋଜନାକୁ ସଫଳ କରିବା ପାଇଁ ନିୟୋଜିତ ହେବେ। ଏଠାରେ ପ୍ରଶ୍ନ ଉଠେ ଉପରଲିଖିତ ବ୍ୟବସ୍ଥା ଓ ମାନବ ସମ୍ବଳକୁ ନେଇ ଏତେ ବଡ଼ ଦେଶରେ ଟିକାକରଣ କେତେ ଫଳପ୍ରଦ ହେବ। ଅନେକ ସ୍ଥାନରେ କୋଲ୍ଡ ଚେନ୍‌ ସିଷ୍ଟମ୍‌ ଖରାପ ହୋଇ ପଡ଼ିଛି। ଭାକ୍ସିନ ସଂରକ୍ଷଣ ପାଇଁ ଆବଶ୍ୟକ ତାପମାତ୍ରା (କେତେକ ସ୍ଥଳେ -୭୦ ଡିଗ୍ରୀ ସେଲ୍‌ସିୟସ୍‌) ବଜାୟ ରଖିବା ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ ହେବ। କାରଣ ନିର୍ଦ୍ଧାରିତ ତାପମାତ୍ରାଠାରୁ ଅଧିକ ଟେମ୍ପ୍ରେଚରରେ ଭାକ୍ସିନକୁ ରଖିଲେ ତାହା ସଙ୍ଗେ ସଙ୍ଗେ ଅକାମୀ ହୋଇଯିବ। ସେହିପରି ଭାରତର ଅଧିକାଂଶ ଅଞ୍ଚଳରେ ପାଓ୍ବାର କଟ୍‌ ଓ ବିଦ୍ୟୁତ୍‌ ଯୋଗାଣରେ ବ୍ୟାଘାତ ହେବା ନିତିଦିନିଆ କଥା। ୨୦୨୧ ଅଗଷ୍ଟ ସୁଦ୍ଧା ୩୦ କୋଟି ଲୋକଙ୍କୁ ୬୦ କୋଟି ଡୋଜ୍‌ ଟିକା ଦେବା ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ସେମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ କର୍ମୀ, ସଫେଇ କର୍ମୀ, ପୋଲିସ ଓ ବୟସ୍କ ବ୍ୟକ୍ତି ରହିଛନ୍ତି। ମାର୍ଚ୍ଚରୁ ଗ୍ରୀଷ୍ମଋତୁ ଆରମ୍ଭ ହେଉଥିବାରୁ ଭାକ୍ସିନ ପରିବହନରେ ମଧ୍ୟ ଅବ୍ୟବସ୍ଥା ଦେଖାଦେଇପାରେ। ଦେଶର କୋଣ ଅନୁକୋଣରେ ଟିକା ପହଞ୍ଚାଇବାକୁ ହେଲେ ପୂର୍ବ ଭଳି ପାରମ୍ପରିକ ପରିବହନ ମାଧ୍ୟମ ପରିବର୍ତ୍ତେ ଅତ୍ୟାଧୁନିକ ରେଫ୍ରିଜରେଟେଡ୍‌ ଟ୍ରକ୍‌ ବ୍ୟବସ୍ଥା କରିବାକୁ ପଡ଼ିବ। ଏହି ଧରଣର ଟ୍ରକ୍‌ ଓ ଟ୍ରେନ୍‌ଗୁଡ଼ିକ ଟିକା ଉତ୍ପାଦନ କରାଯାଉଥିବା ପ୍ଲାଣ୍ଟରୁ ପ୍ରତ୍ୟେକ ରାଜ୍ୟର ତାପମାତ୍ରା-ନିୟନ୍ତ୍ରିତ ଷ୍ଟୋରେଜ୍‌ ସେଣ୍ଟରଗୁଡ଼ିକୁ ଓ୍ବାକ୍‌-ଇନ୍‌ କୁଲର ଓ ଫ୍ରିଜରରେ ଟିକା ପରିବହନ କରିବେ। ସେଠାରୁ ଆନୁଷଙ୍ଗିକ ବ୍ୟବସ୍ଥା ଥିବା ଟ୍ରକ୍‌, ଟ୍ରେନ୍‌ ଓ ସ୍ଥଳ ବିଶେଷରେ ବିମାନରେ ମଧ୍ୟ ଜିଲା ମୁଖ୍ୟାଳୟ, ହସ୍ପିଟାଲ, ହେଲ୍‌ଥ ସେଣ୍ଟର ଓ କ୍ଳିନିକ୍‌ଗୁଡ଼ିକୁ ନିଆଯିବ। ଟିକା ଦେବା ଯାଏ ଭାକ୍ସିନଗୁଡ଼ିକୁ ସେଠାରେ ଫ୍ରିଜରରେ ରଖିବାକୁ ପଡ଼ିବ।
ତ୍ୱରିତ ଟିକାକରଣ ପାଇଁ ମୋଦି ସରକାର ଆଗ୍ରହ ଦେଖାଉଥିବାବେଳେ ତାଙ୍କ ମନ୍ତ୍ରୀମାନେ ମଧ୍ୟ ବଡ଼ ବଡ଼ କଥା କହୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରସ୍ତୁତିକୁ ଅନୁଧ୍ୟାନ କଲେ ତାହା ବିଶେଷ ଫଳପ୍ରଦ ହେବ ନାହିଁ ବୋଲି କୁହାଯାଉଛି। ଏନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ପ୍ରଶ୍ନ ହେଉଛି, ଭାରତରେ ସାମୂହିକ ଟିକାକରଣ ପାଇଁ ଯେଉଁ ବ୍ୟବସ୍ଥା ଲୋଡ଼ା, ତାହା କେଉଁ ପର୍ଯ୍ୟାୟରେ ପହଞ୍ଚତ୍ଛି ସେନେଇ କିଏ ସମୀକ୍ଷା କରିଛନ୍ତି କି? ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇମ୍ୟୁନୋଲୋଜି ବୈଜ୍ଞାନିକ ଡକ୍ଟର ସତ୍ୟଜିତ୍‌ ରଥଙ୍କ ମତରେ ଯେଉଁ ସ୍ତରରେ ପ୍ରସ୍ତୁତି ହେବା କଥା ସେଭଳି ହୋଇନହିଁ। ଆମେ କୌଣସି ନିର୍ଦ୍ଦିଷ୍ଟ ରୂପରେଖ ଦେଖିପାରୁ ନାହୁଁ। କ୍ଲିନିକ୍‌ଗୁଡ଼ିକରେ ଲୋକେ ଲମ୍ବାଧାଡ଼ିରେ ଛିଡ଼ା ହୋଇଥିବାବେଳେ ଭାକ୍ସିନ ନିଅଣ୍ଟ ହେଲେ ବିଭ୍ରାଟ ଦେଖାଦେବ। ପ୍ରିୟାପ୍ରୀତି ତୋଷଣ ହେଲେ ଟିକା ପ୍ରଦାନକାରୀଙ୍କ ନିଜ ଲୋକ ଆଗେ ପାଇବେ। ଏସବୁ ସମ୍ଭାବ୍ୟ ସ୍ଥିତି ଆଉ ଏକ ଅଚଳାବସ୍ଥାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ସତ୍ୟଜିତ୍‌ କହିଛନ୍ତି। ସେହିପରି ଦିଲ୍ଲୀର ପିପୁଲ୍ସ ହେଲ୍‌ଥ ମୁଭ୍‌ମେଣ୍ଟ କୋଅର୍ଡିନେଟର ଟି. ସୁନ୍ଦରରାମନ୍‌ ମଧ୍ୟ କୋଲ୍ଡ ଚେନ୍‌ କାପାସିଟିକୁ ଟିକାକରଣ କାର୍ଯ୍ୟକ୍ରମ ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି ଚେତାଇ ଦେଇଛନ୍ତି। ବର୍ତ୍ତମାନର ଭିତ୍ତିଭୂମିକୁ ୫-୧୦ ଗୁଣା ଉନ୍ନତ କରିବାକୁ ପଡ଼ିବ ବୋଲି ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri