ରେକର୍ଡ ସ୍ତରରେ ଶେୟାର ବଜାର

ନୂଆଦିଲ୍ଲୀ: ଭାରତୀୟ ପୁଞ୍ଜିବଜାରରେ ଊର୍ଦ୍ଧ୍ୱଗାମୀ ଧାରା ଲାଗି ରହିଛି। ଗୁରୁବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ବର୍ତ୍ତମାନର ରେକର୍ଡ ସ୍ତରରେ ରହିଛି। ସେନ୍‌ସେକ୍ସ ୨୨୩.୮୮ ପଏଣ୍ଟ(୦.୪୮%) ଊର୍ଦ୍ଧ୍ୱରେ ରହିବା ଯୋଗୁ ୪୬,୮୯୦ ପଏଣ୍ଟ ସ୍ତରରେ କାରବାର ବନ୍ଦ ହୋଇଛି। ସେହିଭଳି ନିଫ୍ଟି ୫୮ ପଏଣ୍ଟ ବା (୦.୪୨%) ଊର୍ଦ୍ଧ୍ୱରେ ରହିବା ଫଳରେ ୧୩,୭୪୦ ପଏଣ୍ଟରେ ବନ୍ଦ ହୋଇଥିବା ନଜରକୁ ଆସିଛି। ଦିନ ମଧ୍ୟରେ ସେନ୍‌ସେକ୍ସ ୪୬,୯୯୨ ପଏଣ୍ଟ ଏବଂ ନିଫ୍ଟି ୧୩,୭୭୩ ପଏଣ୍ଟ ଛୁଇଁଥିଲା। ସୂଚନାଯୋଗ୍ୟ, ଗୁରୁବାର ସାରା ବିଶ୍ୱର ଶେୟାର ବଜାରଗୁଡ଼ିକରେ ଗୁରୁବାର ଉନ୍ନତ ଟ୍ରେଣ୍ଡ ନଜରକୁ ଆସିଥିଲା। ଭାରତୀୟ ଶେୟାର ବଜାରରେ ବିଦେଶୀ ସଂସ୍ଥାଗତ ନିବେଶକମାନେ ନିବେଶ ବଢ଼ାଇବା ଯୋଗୁ ଉନ୍ନତ ସ୍ଥିତିରେ ରହିଥିବା ଜଣାପଡ଼ିଛି।
ପୁଞ୍ଜିବଜାରରେ ଏଚ୍‌ଡିଏଫ୍‌ସି, ଟିସିଏସ୍‌, ରିଲାଏନ୍ସ ଶେୟାର ଉନ୍ନତ କାରବାର କରିଛି। ଟପ୍‌ ଗେନର ଭାବେ ଏଚ୍‌ଡିଏଫ୍‌ସିର ଶେୟାର ୩% ବଢିଛି। ଏହାବାଦ ବଜାଜ ଫାଇନାନ୍ସ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଇଣ୍ଡସ ଇଣ୍ଡ ବ୍ୟାଙ୍କ, ପାଓ୍ବାର ଗ୍ରୀଡ୍‌, ଅଲ୍‌ଟ୍ରା ଟେକ୍‌ ସିମେଣ୍ଟ, ଟିସିଏସ୍‌ ଟେକ୍‌ ମହିନ୍ଦ୍ରା ଏବଂ ଏଲ୍‌ଆଣ୍ଡଟି ଭଳି କମ୍ପାନୀଗୁଡିକର ଶେୟାର କାରବାର ବେଶ୍‌ ଉନ୍ନତ ରହିଛି। ଅନ୍ୟ ଅର୍ଥରେ ବୁଝିବାକୁ ଗଲେ ଷ୍ଟକ୍‌ ବଜାରରେ ଫାଇନାନ୍ସ, ରିୟଲିଟି ଏବଂ ଆଇଟି ଭଳି ଶେୟାରର କିଣାବିକା ବଢ଼ିବାରୁ କାରବାର ବଢିଛି। ଘରୋଇ ବଜାରର ଶେୟାର ଉପରେ ନିବେଶକ ଅଧିକ ଭରସା ଦେଖାଇଥିଲେ। ଶେୟାର ବଜାରରେ ଅଏଲ, ଅଟୋମୋବାଇଲ ଏବଂ ଫାର୍ମା ଶେୟାର ପ୍ରଭାବିତ ରହିଥିଲା। ଓଏନ୍‌ଜିସି, ମାରୁତି, ଟାଟାଷ୍ଟିଲ୍‌, ହିନ୍ଦୁସ୍ଥାନ ୟୁନିଲିଭର, ବଜାଜ ଅଟୋ ଏବଂ ସନ୍‌ ଫାର୍ମା ଶେୟାରରେ ହ୍ରାସ ପରିଲକ୍ଷିତ ହୋଇଛି। ବିଦେଶୀ ନିବେଶକମାନେ ଗୁରୁବାର ୧୯୮୧କୋଟି ଟଙ୍କାର କିଣାବିକା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଗୋଟିଏ ଦିନରେ କେତେ ତେଲ ବିକ୍ରି କରିପାରିବ ପେଟ୍ରୋଲ ପମ୍ପ? ଜାଣନ୍ତୁ କଣ ରହିଛି କୋଟା ଓ ସରକାରୀ ନିୟମ

ନୂଆଦିଲ୍ଲୀ,୨୬।୫: ଦେଶରେ ପେଟ୍ରୋଲ ଓ ଡିଜେଲର ବଢୁଥିବା ଦର ମଧ୍ୟରେ ପେଟ୍ରୋଲ ପମ୍ପଗୁଡ଼ିକର ବିକ୍ରି କ୍ଷମତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆସନ୍ତୁ ଜାଣିବା ଜଣେ ପେଟ୍ରୋଲ…

ଖାଇବା ତେଲ ଉପରେ ସରକାରଙ୍କ ନଜର; ଜାଣନ୍ତୁ କ’ଣ ହେବ ନୂଆ ନିୟମ?

ନୂଆଦିଲ୍‌ଲୀ,୨୬।୫: ବଜାରରେ ବର୍ତ୍ତମାନ ଖାଦ୍ୟ ତେଲ ପ୍ୟାକେଟଗୁଡ଼ିକ ବିଭିନ୍ନ ଆକାରରେ ବିକ୍ରି ହେଉଛି ଯେପରିକି 650 ଗ୍ରାମ, 700 ଗ୍ରାମ, 810 ଗ୍ରାମ ଏବଂ 850 ଗ୍ରାମ।…

ଗଙ୍ଗା ଦଶହରାରେ କମିଲା ସୁନା-ରୂପା ଦର, ଏକାଥରେ ୪ହଜାର…..

ନୂଆଦିଲ୍ଲୀ,୨୬।୫: ସୁନା ଏବଂ ରୂପା ମୂଲ୍ୟରେ ଏକ ବଡ଼ ହ୍ରାସ ପରିଲକ୍ଷିତ ହୋଇଥିଲା। ରୂପା ମୂଲ୍ୟ ୪,୩୦୦ଟଙ୍କାରୁ ଅଧିକ ହ୍ରାସ ପାଇଛି । ସୁନା ମଧ୍ୟ ପ୍ରାୟ ୯୦୦…

ବିଶେଷଜ୍ଞଙ୍କ ବଡ଼ ଆକଳନ, ଅନ୍ତର୍ଜାତୀୟ ବଜାର ଦର ହ୍ରାସ ସତ୍ତ୍ୱେ କମି ନ ପାରେ ପେଟ୍ରୋଲ ମୂଲ୍ୟ

ନୂଆଦିଲ୍ଲୀ,୨୬।୫: ଇତିମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇଛି। ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ବୁଝାମଣା ସହ ବହୁଚର୍ଚ୍ଚିିତ ହର୍ମୁଜ୍‌ ପ୍ରଣାଳୀକୁ ମୁକ୍ତ…

ଶୀଘ୍ର ଭରିଦିଅନ୍ତୁ ପେଟ୍ରୋଲ-ଡିଜେଲ, ପ୍ରତି ଲିଟର ପିଛା ବଢିଯିବ ଏତେ ଟଙ୍କା! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ, ୨୫।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନାରେ ସକାରାତ୍ମକ ଅଗ୍ରଗତି ହୋଇଛି। ଏହା ବଜାରରେ ଆଶା ସୃଷ୍ଟି କରିଛି ଯେ ଗତ ତିନି…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଶସ୍ତା ହେବ LPG ଗ୍ୟାସ?

ନୂଆଦିଲ୍‌ଲୀ,୨୩।୫: ସରକାର ଖୁବ ଶୀଘ୍ର ସିନ୍ଥେଟିକ ଇନ୍ଧନ ଡାଇମିଥାଇଲ ଇଥରକୁ LPG ସହିତ ମିଶ୍ରଣ କରିବା ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରିପାରନ୍ତି। ଏହି ପରିପ୍ରେକ୍ଷୀରେ, ବ୍ୟୁରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri