୨ ବର୍ଷରେ ଉଠିଯିବ ଟୋଲ୍‌ ପ୍ଲାଜା

ନୂଆଦିଲ୍ଲୀ: ସାରା ଦେଶରେ ଯାନବାହନ ଚଳାଚଳକୁ ବାଧାମୁକ୍ତ କରିବା ଲାଗି ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଆଗାମୀ ୨ ବର୍ଷରେ ସରକାର ସାରା ଦେଶରେ ରହିଥିବା ଟୋଲ୍‌ ପ୍ଲାଜାଗୁଡିକୁ ଉଠାଇଦେବେ। କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର କହିଛନ୍ତି, ଆଗାମୀ ୨ ବର୍ଷରେ ଦେଶକୁ ଟୋ୍‌ଲ ନାକାମୁକ୍ତ କରାଯିବ। ଏଥିଲାଗି ସରକାର ଗ୍ଲୋବାଲ ପୋଜିଶନିଂ ସିଷ୍ଟମ(ଜିପିଏସ୍‌)କୁ ବ୍ୟବହାର କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଆଗାମୀ ୨ ବର୍ଷରେ ଟୋଲ୍‌ କେବଳ ଲୋକଙ୍କ ଲିଙ୍କ୍‌ ହୋଇଥିବା ବ୍ୟାଙ୍କଖାତାରୁ ଆପେ ଆପେ କଟିଯିବ। ଆସୋଚାମ ଫାଉଣ୍ଡେଶନ ଓ୍ବିକ୍‌ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଲେ, ଜିପିଏସ୍‌ ସିଷ୍ଟମ ବ୍ୟବହାର ଲାଗି ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଫଳରେ ସାରା ଦେଶକୁ ଟୋଲ ନାକା ମୁକ୍ତ କରିବାରେ ଏହା ସହାୟକ ହେବ।
ବର୍ତ୍ତମାନ ସବୁ ବାଣିଜି୍ୟକ ଯାନରେ ଭେଇକିଲ ଟ୍ରାକିଂ ସିଷ୍ଟମ ରହିଛି। ସେହିଭଳି ପୁରୁଣା ଯାନଗୁଡ଼ିକରେ ଭେଇକିଲ ଟ୍ରାକିଂ ସିଷ୍ଟମ ସଂଯୋଗ କରିବା ଲାଗି ସରକାର କେତେକ ଯୋଜନା ହାତକୁ ନେବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ଜିପିଏସ୍‌ ଟେକ୍ନୋଲୋଜି ବ୍ୟବହାର ହେଲେ ଆଗାମୀ ୫ ବର୍ଷରେ ଟୋଲ୍‌ ଟିକସ ବାବଦ ଭାରତୀୟ ଜାତୀୟ ରାଜମାର୍ଗ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ) ୧.୩୪ ଲକ୍ଷ କୋଟି ଟଙ୍କାର ଟିକସ ସଂଗ୍ରହ କରିବାକୁ ସକ୍ଷମ ହେବ ବୋଲି ଆକଳନ କରାଯାଇଛି। ଏ ନେଇ ଉଚ୍ଚସ୍ତରୀୟ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ ମଧ୍ୟ ହୋଇଯାଇଛି। ଆଗାମୀ ୫ ବର୍ଷରେ ଟୋଲ୍‌ ସଂଗ୍ରହ ଉନ୍ନତ ହେବା ନେଇ ଗଡ଼କରୀ ଆଶାବାଦୀ ରହିଛନ୍ତି।
ସୂଚନାଯୋଗ୍ୟ, ସରକାର ଗୋଟିଏ ବର୍ଷ ତଳେ ଫାଷ୍ଟାଗ୍‌କୁ ଅନିବାର୍ଯ୍ୟ କରିଥିଲେ। ଯାନଗୁଡିକୁ ବେଶି ସମୟ ଟୋଲ୍‌ ପ୍ଲାଜାରେ ଛିଡ଼ା ନ ହେବା ଯୋଗୁ ପ୍ରଦୂଷଣ ମଧ୍ୟ ହ୍ରାସ ପାଇଛି। ଇଲେକ୍‌ଟ୍ରୋନିକ ଟୋଲ୍‌ କଲେକ୍ସନ ବ୍ୟବହାର ଦ୍ୱାରା କ୍ୟାଶ୍‌ଲେସ ନେଣଦେଣକୁ ମଧ୍ୟ ପ୍ରୋତ୍ସାହନ ମିଳିଛି। ଏହାବାଦ ଟୋଲ୍‌ ସଂଗ୍ରହରେ ମଧ୍ୟ ପାରଦର୍ଶିତା ଦେଖିବାକୁ ମିଳିଛି। ଫାଷ୍ଟାଗ୍‌ ବ୍ୟବହାର ଗତ କିଛି ମାସ ମଧ୍ୟରେ ଦ୍ରୁତ ହୋଇଛି। ନଭେମ୍ବରରେ ଏନ୍‌ଏଚ୍‌ଏଆଇ ଦେଇଥିବା ଏକ ଡାଟା ମୁତାବକ, ମୋଟ ଟୋଲ୍‌ ସଂଗ୍ରହର ପ୍ରାୟ ଏକଚତୁର୍ଥାଂଶ ଫାଷ୍ଟାଗ୍‌ରୁ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

୧ ସେପ୍ଟେମ୍ୱରରୁ ବଦଳିଯିବ LPG ଗ୍ୟାସ ସିଲିଣ୍ଡରର ୭ ବଡ଼ ନିୟମ! Indane, HP ଓ Bharat Gas ଗ୍ରାହକ ସାବଧାନ; କଟିଯିବ ଗ୍ୟାସ କନେକ୍ସନ…

ନୂଆଦିଲ୍ଲୀ,୨୯।୮: ମାସର ପ୍ରଥମ ଦିନ ରୋଷେଇ ଏବଂ ପକେଟ ବଜେଟ ପାଇଁ ବହୁତ ଖାସ ହୋଇଥାଏ। ୧ ସେପ୍ଟେମ୍ୱର ୨୦୨୬ ରୁ ଏଲପିଜି (LPG) ଏବଂ ପିଏନଜିି…

୧ ସେପ୍ଟେମ୍ୱରରୁ ମହଙ୍ଗା ହେବ ଅନଲାଇନ ସପିଂ! ପାର୍ସଲ ପ୍ରତି ଏତେ ବଢିଯିବ ଡେଲିଭରୀ ଚାର୍ଜ

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ବି ପାର୍ୱଣ ଋତୁରେ ଅନଲାଇନ ସପିଂ (Online Shopping) କରିବାକୁ ପ୍ରସ୍ତୁତି କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ସେପ୍ଟେମ୍ୱର…

FD ରେ ଟଙ୍କା ରଖୁଛନ୍ତି କି? ସେପ୍ଟେମ୍ୱର ୧ରୁ ବଦଳିବ…

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ନିଜର କଷ୍ଟଉପାର୍ଜିତ ଟଙ୍କାକୁ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ (Bank FD) ରେ ନିବେଶ କରିବାକୁ ଭାବୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

ସରକାରଙ୍କ ଚେଷ୍ଟା ଫେଲ୍‌! ପିଆଜ ଦର ୮୦ ଟଙ୍କା ପାର୍‌, ଜାଣନ୍ତୁ ନୂଆ ରେଟ୍‌ ଲିଷ୍ଟ

ନୂଆଦିଲ୍ଲୀ,୨୯।୮: ରୋଷେଇ ଘରରେ ପିଆଜ ଦର ପୁଣିଥରେ ସାଧାରଣ ଲୋକଙ୍କ ବଜେଟକୁ ପ୍ରଭାବିତ କରୁଛି। ଦେଶର ଅନେକ ଅଞ୍ଚଳରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖାଦେଇଛି। କିଛି…

ତେଲରେ ମିଶ୍ରଣ ଅଭିଯୋଗରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୫୭୩ ପେଟ୍ରୋଲ ପମ୍ପ ଉପରେ ଲାଗିଲା ରୋକ, ତାଲିକାରେ…

ନୂଆଦିଲ୍ଲୀ,୨୯।୮: ଦେଶରେ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପେଟ୍ରୋଲରେ ମିଶ୍ରଣ ଏବଂ ଏହା…

ଆଜି କମିଛି ସୁନା ଦର! ରୁପା ଦରରେ ବି ବଡ଼ ପରିବର୍ତ୍ତନ; ଚେକ୍ କରନ୍ତୁ ନୂଆ ମୂଲ୍ୟ…

ରାଖୀ ପୂର୍ଣ୍ଣିମା ଅବସରରେ ସୁନା ଓ ରୁପା ଦରକୁ ନେଇ ଆସିଲା ବଡ଼ ଖବର। କାଲି ଅପେକ୍ଷା ଆଜି କମିଛି ସୁନା ଦର। କିଣିବା ପୂର୍ବରୁ ଏଠାରେ…

କ’ଣ ରାକ୍ଷୀରେ ଭାଇଙ୍କ ଠାରୁ ମିଳୁଥିବା ଟଙ୍କାରୁ ସରକାର ନିଅନ୍ତି ଟ୍ୟାକ୍ସ? ଜାଣନ୍ତୁ କେତେ ଟଙ୍କା ନେଲେ…

ନୂଆଦିଲ୍ଲୀ,୨୮।୮: ରକ୍ଷାବନ୍ଧନ ପର୍ୱ ଭାଇ-ଭଉଣୀଙ୍କ ପବିତ୍ର ସ୍ନେହ ଓ ପ୍ରେମର ପ୍ରତୀକ। ଏହି ଦିନ ଭଉଣୀମାନେ ଭାଇଙ୍କ ହାତରେ ରାଖି ବାନ୍ଧିଥାନ୍ତି ଏବଂ ବଦଳରେ ଭାଇ ସେମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri