ଟିକାକରଣ ଉପରେ ସନ୍ଦେହ କରାଯିବା ଅନୁଚିତ, ଦେଶ ପାଇଁ ଏହା ସୁରକ୍ଷା କବଚ…

ନୂଆଦିଲ୍ଲୀ,୨୫।୧୦: ଦେଶରେ ଜାରି ରହିଥିବା ଟିକାକରଣ ଅଭିଯାନ ଉପରେ ସନ୍ଦେହ କରିବା ଅନୁଚିତ। ଏହା ଦେଶର ଜନସଂଖ୍ୟା ପାଇଁ ସୁରକ୍ଷା କବଚ ପାଲଟିଛି। ଏଭଳି କହି ସୋମବାର କ୍ଲିନିକାଲ ପରୀକ୍ଷା ପର୍ଯ୍ୟନ୍ତ ଟିକାକରଣ ବନ୍ଦ କରିବାକୁ କରାଯାଇଥିବା ଏକ ଆବେଦନକଚ ସୁପ୍ରିମକୋର୍ଟ ଖାରଜ କରିଛନ୍ତି।

କର୍ନାଟକ ହାଇକୋର୍ଟର ମେ‘ ମାସର ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ନୂତନ ଡ୍ରଗ୍ସ କ୍ଲିନିକାଲ ଟ୍ରାଏଲ ନିୟମ ୨୦୧୯ ଏବଂ ଜାତୀୟ ନିର୍ଦ୍ଦେଶାବଳୀ ଅନୁଯାୟୀ ଜିନ ଥେରାପି ଉତ୍ପାଦ ବିକାଶ ଏବଂ କ୍ଲିନିକାଲ ଟ୍ରାଏଲ-୨୦୧୯ ର ସମସ୍ତ ପର୍ଯ୍ୟାୟ ସମାପ୍ତ ହୋଇ ନାହିଁ। ଏହାର ଶେଷ ହେବା ପର୍ଯ୍ୟନ୍ତ କୋଭିଶିଲ୍ଡ ଏବଂ କୋଭାକ୍ସିନ୍‌ ଟିକାକରଣ ବନ୍ଦ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା।

ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି, ଟିକାକରଣ ଉପରେ ବିତର୍କ ହେଉ ଏହା ଆମେ ଚାହୁଁନାହୁଁ। ଟିକାକରଣ ଉପରେ ସନ୍ଦେହ କରିବାର ଆବଶ୍ୟକ ନାହିଁ। ଦେଶର ଜନସଂଖ୍ୟାକୁ ସୁରକ୍ଷା ଦେବା ଅତ୍ୟନ୍ତ ଜରୁରୀ । ମହାମାରୀ ଇତିହାସରେ ଦେଶ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଦେଇ ଗତି କରୁଛି। ଭାରତ ପୃଥିବୀର ଏକମାତ୍ର ଦେଶ ନୁହେଁ ଯେଉଁଠାରେ ଟିକାକରଣ ଅଭିଯାନ ଜାରି ରହିଛି। ତେଣୁ ଏହି ଆବେଦନକୁ ଖାରଜ କରାଯାଉଛି।

ମେ‘ ମାସରେ କର୍ନାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଅଭୟ ଓକା ଏବଂ ଅରବିନ୍ଦ କୁମାରଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ କହିଥିଲେ ଯେ ଏହି ଆବେଦନ ଜନସାଧାରଣଙ୍କ ସ୍ବାର୍ଥରେ ନୁହେଁ ଏବଂ ଦ୍ୱିତୀୟ ତଥା ତୃତୀୟ ଆବେଦନକାରୀଙ୍କ ଉପରେ ୫୦,୦୦୦ ଟଙ୍କା ଜରିମାନା ଦଣ୍ଡାଦେଶ କରିଥିଲେ। ଜରିମାନାକୁ ଏକ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ଆଡଭୋକେଟ ନିତିନ କହିଛନ୍ତି ଯେ କ୍ଲିନିକାଲ ପରୀକ୍ଷା ବିନା ଟିକା ବ୍ୟବହାରକୁ ଅନୁମତି ଦେବା ନିୟମର ଉଲ୍ଲଂଘନ ଅଟେ। ଏହି ଟିକାକରଣର ଉପାଦାନଗୁଡ଼ିକ ଜିନ ଥେରାପି ଉତ୍ପାଦ ବର୍ଗରେ ରହିଥାଏ ଏବଂ ତେଣୁ ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ପଡିବ। ସଂକ୍ଷେପରେ, ସେ ଦାଖଲ କରିଛନ୍ତି ଯେ ଜନସାଧାରଣଙ୍କ ପାଇଁ କୋଭାକ୍ସିନ ଏବଂ କୋଭିଶିଲ୍ଡ ପ୍ରୟୋଗ କରିବା କ୍ଷତିକାରକ ଏବଂ ବେଆଇନ।

ଶୁଣାଣି ସମୟରେ ଖଣ୍ଠପୀଠ ତାଗିଦ୍‌ କରିଛନ୍ତି ଯେ ଯଦି ଆମେ ଏହି ପ୍ରାର୍ଥନା ଗ୍ରହଣ କରୁ ଏବଂ ଲୋକମାନେ ସଂକ୍ରମିତ ହୁଅନ୍ତି, ତେବେ ଆପଣ ଦାୟିତ୍ୱ ଗ୍ରହଣ କରିବେ କି? ବେଞ୍ଚ ଆହୁରି ମଧ୍ୟ କହିଛି ଯେ ଆପଣ କରୁଥିବା କାର୍ଯ୍ୟ କ୍ଷତିକାରକ ହୋଇପାରେ। ଜୋରିମାନା ସହିତ ଆବେଦନକୁ ଖାରଜ କରାଯିବା ଉଚିତ ବୋଲି ଖଣ୍ଠପୀଠ କହିଛନ୍ତି। ଖଣ୍ଡପୀଠ ଆବେଦନକାରୀଙ୍କୁ ପଚାରିଥିଲେ ଯେ, ସେ ଏହାକୁ ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି କି? ଏହି ପ୍ରଶ୍ନରେ ଉପରେ ଆଡଭୋକେଟ ନିତିନ କୋର୍ଟଙ୍କୁ କହିଛନ୍ତି ଯେ, ତାଙ୍କୁ ଏହି କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଖଣ୍ଡପୀଠ କହିଛନ୍ତି, ଆମେ ଧ୍ୟାନ ଦେବା ଉଚିତ ଯେ ଏହି ଅଦାଲତ କୋଭିଡ୍‌-୧୯ ର ପ୍ରଥମ ଏବଂ ଦ୍ୱିତୀୟ ଲହର ସମୟଠାରୁ ଏସମ୍ପର୍କିତ ବିଭିନ୍ନ ମାମଲା ଉପରେ ଶୁଣାଣି କରିଛନ୍ତି। ଅଦାଲତ ପ୍ରବାସୀମାନଙ୍କ ଅଧିକାର, ଖାଦ୍ୟ ସୁରକ୍ଷା, ଅମ୍ଳଜାନର ଉପଲବ୍ଧତା ଇତ୍ୟାଦି ପ୍ରସଙ୍ଗ ଉପରେ ବିସ୍ତୃତ ବିଚାର କରିଛନ୍ତି । ଅଭିଯୋଗକାରୀ ଏବଂ ବାରର ସଦସ୍ୟମାନେ ସମାନ ପ୍ରସଙ୍ଗ ସହ ଜଡିତ ଅନେକ ପିଟିଶନ ଦାଖଲ କରୁଛନ୍ତି।

କୋର୍ଟ ଏହା ମଧ୍ୟ ରେକର୍ଡ କରିଛନ୍ତି ଯେ ଟିକା ଅଭିଯାନ ଜାନୁୟାରୀ ୨୦୨୧ରେ ଆରମ୍ଭ ହୋଇଥିଲା। ଟିକାକରଣକୁ ବନ୍ଦ କରିବା ପାଇଁ ଦାଖଲ ହୋଇଥିବା ଆବେଦନ ଜନସାଧାରଣଙ୍କ ହିତରେ ନାହିଁ। ତେଣୁ, ଆମେ ଜନସାଧାରଣଙ୍କ ସ୍ବାର୍ଥରେ ଦାଖଲ ହୋଇ ନ ଥିବା ଆଧାରରେ ଆବେଦନ ଉପରେ ଣୁଣାଣି କରିବାକୁ ମନା କରିଦେଉଛୁ।

ତେବେ ଜରିମାନା ଆଦାୟ ପାଇଁ ଏହା ଏକ ଉପଯୁକ୍ତ ମାମଲା। କାରଣ ଆବେଦନର ଶୁଣାଣି ୪୫ ମିନିଟ ନେଇଛି। ଏହି ସମୟରେ ଅମ୍ଳଜାନ ଉପଲବ୍ଧ ନ ହେବା, ଖାଦ୍ୟ ନିରାପତ୍ତା ଇତ୍ୟାଦି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ପାଇଁ ଉତ୍ସର୍ଗୀକୃତ ହୋଇପାରିଥାନ୍ତା। ଖଣ୍ଡପୀଠ ଶୁଣାଣି ଶେଷ କରି କହିଛନ୍ତି ଯେ, ପ୍ରଥମ ଆବେଦନକାରୀ ଜଣେ ସେନା ଅଧିକାରୀ ବୋଲି ବିଚାର କରି ଦ୍ୱିତୀୟ ତଥା ତୃତୀୟ ଆବେଦନକାରୀଙ୍କୁ ୫୦,୦୦୦ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଉଛୁ।

 


Enter your email to get our daily news in your inbox.

All Right Reserved By Dharitri.Com

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ଓଲଟି ପଡ଼ିଲା ଅଟୋ

ଖଲ୍ଲିକୋଟ,୬।୯(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ରବିବାର ଅପରାହ୍ନରେ ଟ୍ରକ୍…

ଫୁଟବଲ ଖେଳ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ

କୁଆଁରମୁଣ୍ଡା,୬।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋଷିହିରିଆ ଗେଲ୍‌ଇଣ୍ଡିଆ ଖଡିଆବସ୍ତି ଫୁଟବଲ ପଡ଼ିଆରେ ରବିବାର ଏକ ଅଘଟଣ ଘଟିଛି। ପଡ଼ିଆରେ…

ଅବୈଧ ସମ୍ପର୍କରେ ବାଧା ସାଜିଲେ ସନ୍ତାନ; ପ୍ରେମିକ ସହ ମିଶି ହତ୍ୟା କଲେ, ଅନ୍ୟ ଜିଲାକୁ ନେଇ ଫିଙ୍ଗିଦେଲେ ମା’

ଚେନ୍ନାଇ,୬।୯: ତାମିଲନାଡୁର ତିରୁପତ୍ତୁର ଜିଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ୫ ବର୍ଷ ଓ ୩ ବର୍ଷ ବୟସର ଦୁଇ ଶିଶୁଙ୍କୁ କୂଅରେ ଫିଙ୍ଗି…

ମନ୍ତ୍ରୀଙ୍କ ପ୍ରଦର୍ଶନ ଉପରେ ମୋଦିଙ୍କ ନଜର, କ୍ୟାବିନେଟ୍ ଅଦଳବଦଳ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୬ା୯: ମନ୍ତ୍ରୀମାନଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ସୋମବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri