କରୋନା ପ୍ରତିହତ ପାଇଁ ଟିକାକରଣ ଆବଶ୍ୟକ

କଟକ ଅଫିସ, ୨୦ା୧: କଟକ ଜିଲାରେ ଗତ ୧୬ ତାରିଖଠାରୁ କରୋନା ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଜିଲାର ସମସ୍ତ ସ୍ବାସ୍ଥ୍ୟକର୍ମୀ, ନର୍ସ, ଡାକ୍ତର, ସଫେଇ କର୍ମଚାରୀ ଟିକା ଗ୍ରହଣ କରି ନିଜକୁ କିଭଳି ସୁରକ୍ଷିତ ରଖିପାରିବେ, ସେଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି। ବିଶେଷକରି ପ୍ରଫେସର, ଡାକ୍ତର, ବିଶେଷଜ୍ଞ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଜିଲାପାଳ ଭବାନୀ ଶଙ୍କର ଚୟନୀ ଭେଟି ଟିକା ନେବା ପାଇଁ ଉତ୍ସାହିତ କରିଛନ୍ତି। କରୋନା ପ୍ରତିହତ ପାଇଁ ଟିକାକରଣ ଆବଶ୍ୟକ ବୋଲି ଜିଲାପାଳ କହିଛନ୍ତି। ବିଭିନ୍ନ ଟିକାକରଣ କେନ୍ଦ୍ର ଜିଲାପାଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବା ସହ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ମନୋବଳ ଦୃଢ଼ କରିଛନ୍ତି। ଏହି ପରିପ୍ରେକ୍ଷୀରେ ହୃଦ୍‌ରୋଗ ବିଶେଷଜ୍ଞ ହୃଦାନନ୍ଦ ମିଶ୍ର କହିଛନ୍ତି, ଲୋକଙ୍କ ମନରୁ ଭୟ ଦୂର କରିବା ପାଇଁ ଡାକ୍ତର ହିସାବରେ ମୁଁ ପ୍ରଥମେ ଟିକା ନେଇଥିଲି। ଦୁଇଦିନ ହେବ ଟିକା ନେଇ ସାରିବା ପରେ ମୁଁ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଅନୁଭବ କରିନାହିଁ। ଅଶ୍ୱିନୀ ହସ୍ପିଟାଲ ନିର୍ଦ୍ଦେଶକ ପ୍ରଫେସର ସୁବ୍ରତ ଜେନା କହିଛନ୍ତି, ଭୟଭୀତ ନ ହୋଇ ଟିକା ଗ୍ରହଣ କରି ନିଜ ଶରୀରରେ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଯାଇପାରିବ। ଦୁଇଦିନ ହେବ ଟିକା ନେବା ପରେ ମୁଁ ସୁସ୍ଥ ଅନୁଭବ କରୁଛି। ତେଣୁ ସମସ୍ତେ ଟିକା ନିଅନ୍ତୁ। ସେହିପରି ଅଶ୍ୱିନୀ ହସ୍ପିଟାଲର ପ୍ରଫେସର ମାୟା ଗନ୍ତାୟତ କହିଛନ୍ତି, ଭାରତରେ ପ୍ରସ୍ତୁତ ଟିକାକୁ ବିନା ଭୟରେ ସ୍ବାସ୍ଥ୍ୟକର୍ମୀମାନେ ନେବା ଉଚିତ। ଦୁଇଦିନ ହେବ ଟିକା ନେଇ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଏଣୁ ଏହି ଟିକାକରଣ ସମ୍ବନ୍ଧରେ କରାଯାଉଥିବା ଅପପ୍ରଚାର ଓ ଭ୍ରାନ୍ତଧାରଣାରୁ ଦୂରେଇ ରୁହନ୍ତୁ। ପ୍ରଫେସର ଡା. ଜୟନ୍ତ ପଣ୍ଡା କହିଛନ୍ତି, ଗତ ଶନିବାର ଟିକା ନେବା ପରେ ମୋର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଲକ୍ଷଣ ନାହିଁ। ଆପଣମାନେ ଟିକା ନିଅନ୍ତୁ, ନିଜେ ସୁରକ୍ଷିତ ରହିବା ସହ ଦେଶବାସୀଙ୍କୁ ସୁରକ୍ଷିତ ରଖନ୍ତୁ। ଅଶ୍ୱିନୀ ହସ୍ପିଟାଲର ଡା. ସମ୍ପତ ଦାଶ କହିଛନ୍ତି, ମୁଁ ଦୁଇଦିନ ହେବ ଟିକା ନେଇଛି। ବର୍ତ୍ତମାନ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ମୋର ବିଶ୍ୱାସ ସୃଷ୍ଟି ହୋଇଛି ଯେ ଏହି ଟିକା ଦ୍ୱାରା କରୋନାକୁ ମାତ୍‌ ଦେଇହେବ। ଆପଣମାନେ ଭୟଭୀତ ନ ହୋଇ ଟିକା ଗ୍ରହଣ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri