ଟିକାକରଣ ନୈରାଶ୍ୟଜନକ

ଖୋର୍ଦ୍ଧା ଅଫିସ,୨୬।୭: ଖୋର୍ଦ୍ଧା ଗ୍ରାମାଞ୍ଚଳରେ ସପ୍ତାହକ ବ୍ୟବଧାନ ପରେ ସୁସ୍ଥହାର କମିଥିଲେ ମଧ୍ୟ ଦୈନିକ ସଂକ୍ରମଣ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁହାର ବୃଦ୍ଧି ପାଇଥିବା ପ୍ରଶାସନର ରିପୋର୍ଟରୁ ଜଣାପଡ଼ିଛି। ରବିବାର ୯୬ଜଣ ଆକ୍ରାନ୍ତ ହୋଇଥିବାବେଳେ ୨୯ଜଣ ସୁସ୍ଥ ହୋଇଛନ୍ତି। ୭ଜଣଙ୍କ ଜୀବନ ଯାଇଛି। ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ୱର ବ୍ଲକରୁ ୧୪, ବାଲିଅନ୍ତାରୁ ୧୪, ବାଲିପାଟଣାରୁ ୨୫, ଜଟଣୀରୁ ୭, ଖୋର୍ଦ୍ଧାରୁ ୮, ବେଗୁନିଆରୁ ୫, ବୋଲଗଡ଼ରୁ ୩, ଟାଙ୍ଗୀରୁ ୧୨, ଚିଲିକାରୁ ୩ ଓ ବାଣପୁରରୁ ୫ଜଣ ରହିଛନ୍ତି। ଜିଲା ପ୍ରଶାସନର ରିପୋର୍ଟ ଅନୁଯାୟୀ, ୨୮୧୩୮ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୨୭୫୨୦ ସୁସ୍ଥ ହୋଇ ଫେରିଛନ୍ତି। ୨୨୬ଜଣଙ୍କ କୋଭିଡ୍‌ରେ ମୃତ୍ୟୁ ଘଟିଛି। ୩୯୨ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି। ଅପରପକ୍ଷେ ଦୈନିକ ସଂକ୍ରମଣ ବଢୁଥିବା ବେଳେ ସେହି ତୁଳନାରେ ଟିକାକରଣ ସ୍ଥିତି ନୈରାଶ୍ୟଜନକ ରହିଛି। ଶନିବାର ଗ୍ରାମାଞ୍ଚଳର ୧୧ କେନ୍ଦ୍ରରେ ୧୭୯୯ ଜଣଙ୍କୁ ଟିକା ଦିଆଯାଇଥିବାବେଳେ ରବିବାର ୮ଟି କେନ୍ଦ୍ରରେ ୧୨୦୭ ଜଣଙ୍କୁ ଟିକା ଦିଆଯାଇଛି। କୋଭିଡ୍‌ ନିୟନ୍ତ୍ରଣ ଲାଗି ଟେଷ୍ଟିଂ ଓ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉ ଥିବା ବେଳେ ଗ୍ରାମାଞ୍ଚଳରେ ଏହାର ସ୍ଥିିତି ଦୟନୀୟ ରହିଛି। ଟିକାକରଣ ଲାଗି ଲୋକଙ୍କ ମଧ୍ୟରେ ଉତ୍ସାହ ରହିଥିଲେ ମଧ୍ୟ ଜିଲାରେ ଟିକା ଅଭାବ ଯୋଗୁ ଅଧିକାଂଶ ଟିକାକରଣ କେନ୍ଦ୍ର ବନ୍ଦ ରହିଛି। ଟିକାକରଣ ଲାଗି ଲୋକେ ସକାଳୁ ଲମ୍ବାଧାଡ଼ିରେ ଘଣ୍ଟା ଘଣ୍ଟା ଠିଆ ହୋଇ ଟୋକନ ନେଉଛନ୍ତି। ପରେ ଟିକା ନେବାକୁ ପୁଣି ଥରେ ଧାଡ଼ି ଲଗାଉଛନ୍ତି। ନିଜର ପାଳି ଆସିଲେ ଟିକା ସରିଯାଇଥିବା ଓ ପରଦିନ ଆସିବାକୁ କୁହାଯାଉଛି। ପି.ଏନ୍‌. କଲେଜରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ହିତାଧିକାରୀ କ୍ଷିତେଶ ମୋହନ ଦାଶ କହିଛନ୍ତି, ଏଠାରେ ଦୈନିକ ୪୫ ଓ ୬୦ ବର୍ଷରୁ ଊର୍ଦ୍ଧ୍ୱ ପ୍ରାୟ ୩୦୦ ବ୍ୟକ୍ତିଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା ହୋଇଛି। ଲୋକେ ଟିକା ନେବାକୁ ବିଭିନ୍ନ ସ୍ଥାନରୁ ଏପରି କି ଗାଡ଼ିି ଭଡ଼ା କରି ଆସୁଛନ୍ତି। ଲମ୍ବାଧାଡ଼ିିରେ ଠିଆ ହୋଇ ଟୋକନ ପାଇବାର କିଛି ସମୟ ପରେ ଟିକା ସରିଯାଉଥିବା କୁହାଯାଉଛି। ସେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତେବେ ଏନେଇ ସ୍ବର ଉତ୍ତୋଳନ କରିବାରୁ ପରେ ତାଙ୍କୁ ଟିକା ଦିଆଯାଇଥିଲା।
୨୧ରେ ଟିକାକରଣ ମହାଭିଯାନ ଆରମ୍ଭ ହେଲା। ଲୋକେ ଆଶା କରିଥିଲେ, ଏଥର ଟିକା ନେବାକୁ ଆଉ କୌଣସି ସମସ୍ୟା ହେବ ନାହିଁ। ତେବେ ମାସର ଶେଷ ସପ୍ତାହ ଆଡ଼କୁ ଟିକାକରଣରେ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ଫଳରେ କେତେକ କେନ୍ଦ୍ରକୁ ବନ୍ଦ କରିଦିଆଗଲା। ଜୁଲାଇ ସରିବାକୁ ବସିଲାଣି। ଏବେ ସୁଦ୍ଧା ସେହି ସମସ୍ୟା ଦୂର ହୋଇନାହିଁ। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଉନାହିଁ। ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଟିକାକରଣ ସ୍ଥିତି ନୈରାଶ୍ୟଜନକ। ଏବେ ବି ବହୁ ବରିଷ୍ଠ ନାଗରିକ ଟିକା ନେଇନାହାନ୍ତି। ଶନିବାର ସୁଦ୍ଧା ଖୋର୍ଦ୍ଧା ଗ୍ରାମାଞ୍ଚଳରେ ୩୫୩୪୧୨ ଜଣଙ୍କୁ ଟିକା ଦିଆଯାଇଛି। ସେଥିରୁ ୪୫ବର୍ଷରୁ ଊର୍ଦ୍ଧ୍ୱ ୮୩୫୫୯୦ ଜଣ ପ୍ରଥମ ଓ ୪୦୧୩୪ ଜଣ ୨ୟ ଡୋଜ୍‌ ନେଇଛନ୍ତି। ସେହିପରି ୬୦ବର୍ଷରୁ ଊର୍ଦ୍ଧ୍ୱ ୭୪୨୭୩ ଜଣଙ୍କୁ ପ୍ରଥମ ଓ ୪୪୪୩୫ଜଣଙ୍କୁ ୨ୟ ଡୋଜ ଦିଆଯାଇଛି। ୭୬୯୫୦ ଜଣ ଆଗଧାଡ଼ିର ଯୋଦ୍ଧା (ଯୁବବର୍ଗ) ଓ ୩୬ଜଣ ସ୍ବାସ୍ଥ୍ୟକର୍ମୀ ଟିକା ନେଇଛନ୍ତି। ୧୮ରୁ ୪୪ ଯୁବବର୍ଗ (ସାଧାରଣ) ଅଦ୍ୟାବଧି ୭୬୯୫୦ ପ୍ରଥମ ଓ ୨୪୩ ଜଣ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ଯୁବବର୍ଗ ଓ ବରିଷ୍ଠ ନାଗରିକଙ୍କ ଟିକାକରଣ ସ୍ଥିତି ନୈରାଶ୍ୟଜନକ। ଦୈନିକ ୪୫ ଓ ୬୦ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକା ଦିଆଯାଉଥିବାବେଳେ ଟିକା ଅଭାବରୁ ଯୁବବର୍ଗଙ୍କ ଟିକାକରଣ ବନ୍ଦ ରହିଛି। ତେବେ ଏନେଇ ଜିଲା ପ୍ରଶାସନର ଦାୟିତ୍ୱରତ ଅଧିକାରୀଙ୍କୁ ପଚାରିଲେ ଉତ୍ତର ମିଳୁଛି, ଟିକା ଆସିଲେ ସମସ୍ତଙ୍କୁ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri