ଟିକାକରଣ: ପୃଥିବୀରେ ବୃଦ୍ଧି ପାଇବ ଆର୍ଥିକ-ସାମାଜିକ ପାର୍ଥକ୍ୟ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୮।୧୨: କରୋନା ମହାମାରୀ ସଂକ୍ରମଣ ଲଢ଼େଇରେ ରୋକ ଲଗାଇବା ପାଇଁ ଏବେ ଟିକାକରଣ କାର୍ଯ୍ୟ ଉପରେ ଜୋର୍‌ ଦିଆଯାଉଛି। ଇତିମଧ୍ୟରେ କେତେକ ଦେଶରେ ସାର୍ବଜନୀକ ଟିକାକରଣ ଆରମ୍ଭ ମଧ୍ୟ ହୋଇସାରିଛି। ତେବେ ଧନୀ ଦେଶଗୁଡ଼ିକ ପାଖରେ ସହଜରେ ଟିକା ଉପଲବ୍ଧ ହେଉଥିବା ବେଳେ ଗରିବ ଦେଶଗୁଡ଼ିକ ଟିକା ପାଇବା ଲାଗି ସଂଘର୍ଷ ଜାରି ରଖିଛନ୍ତି। ଧନୀ ଦେଶଗୁଡ଼ିକ ନିଜ ପାଖରେ ଆବଶ୍ୟକ ପରିମାଣରେ ଟିକା ଠୁଳ କରୁଥିବାବେଳେ ବିକାଶଶୀଳ ଏବଂ ଗରିବ ଦେଶଗୁଡ଼ିକ ଟିକା ପାଇବା ଦୌଡ଼ରେ ପଛରେ ପଡ଼ିଯାଇଛନ୍ତି। ଉତ୍ତର ଆମେରିକା ଏବଂ ୟୁରୋପୀୟ ଦେଶଗୁଡ଼ିକ ପ୍ରର୍ଯ୍ୟାପ୍ତ ପରିମାଣର ଟିକା ସଂଗ୍ରହ ଜାରି ରଖିଛନ୍ତି। ଏହା ଦ୍ୱାରା ଆଗାମୀ ଦିନରେ ପୃଥିବୀରେ ଆର୍ଥିକ ଏବଂ ସାମାଜିକ ପାର୍ଥକ୍ୟ ଅଧିକ ବୃଦ୍ଧି ପାଇବାର ଆଶଙ୍କା ରହିଥିବା ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି। ଏହାଦ୍ୱାରା ବାର୍ଷିକ ପୃଥିବୀ ୧୫୩ ଶହ କୋଟି ଡଲାରର କ୍ଷତି ସହିବାର ଆଶଙ୍କା ରହିଛି। ଏନେଇ ବ୍ରିଟେନର ସଂକ୍ରାମକ ରୋଗ ବିଶେଷଜ୍ଞ ମାର୍କ ଏକ୍ଲେଷ୍ଟନ୍‌ ଟର୍ନରଙ୍କ ଅନୁସାରେ ଲୋକଙ୍କ ଆବଶ୍ୟକତା ଅନୁସାରେ ଟିକା ଦିଆ ନ ଯାଇ ଟିକା କିଣିବା କ୍ଷମତା ଆଧାରରେ ଟିକାକରଣ କରାଯିବା ଅତ୍ୟନ୍ତ ଲଜ୍ଜା ଜନକ କଥା। ଭାରତରେ ଟିକା ପ୍ରସ୍ତୁତି ନେଇ ପର୍ଯ୍ୟାପ୍ତ କ୍ଷମତା ରହିଛି। ତେବେ ଏଠାରେ ୨୦୨୪ ପୂର୍ବରୁ ସମସ୍ତଙ୍କୁ ଟିକା ଦେବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ କରୋନା ଟିକା ଉପରେ ରୁଷ୍‌ର ନାହିଁ ଭରସା: ଲୋକଙ୍କୁ ଦେବାକୁ ବାରଣ

ମସ୍କୋ, ୨୧।୯: ରୁଷ୍‌ ପ୍ରଥମେ ଅଗଷ୍ଟ ୧୧ରେ କରୋନା ପ୍ରତିଷେଧକ ଟିକା ପ୍ରସ୍ତୁତି କରି ପୃଥିବୀରେ ଇତିହାସ ରଚିଥିଲା। ତେବେ ଏବେ ରୁଷ୍‌ ଟିକାର ପ୍ରଭାବ...

ବିପର୍ଯ୍ୟୟ ପଥରେ ବିଶ୍ୱ

ବର୍ଲିନ,୧୯ା୯: ସବୁଜଗୃହ ବାଷ୍ପ (ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌) ଉତ୍ସର୍ଜନ ହ୍ରାସ ପାଇଁ ଦେଶଗୁଡ଼ିକ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇପାରୁନାହିଁ। ଏହାର ପରିଣତି ସ୍ବରୂପ ଆମେ ଏକ ଉତ୍ତପ୍ତ...

ଡିୟୁରେ କରୋନା ଆତଙ୍କ: ୨୫ କର୍ମଚାରୀଙ୍କ ମୃତ୍ୟୁ…

ନୂଆଦିଲ୍ଲୀ,୧୬।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ(ଡିୟୁ)ରେ ଆତଙ୍କ ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ୨୫ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିବାର ବର୍ଗଙ୍କୁ...

ଗୋଟିଏ ବିଲେଇଠାରୁ ହାରିଗଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ

ଲଣ୍ଡନ, ୬।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ତିନିଦିନିଆ ବ୍ରିଟେନ ଗସ୍ତରେ ଯାଇଛନ୍ତି। ଟମ୍ଫଙ୍କ ଗସ୍ତକୁ ନେଇ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଥିଲେ ମଧ୍ୟ...

ଖାଶୋଗୀ ହତ୍ୟା ମାମଲା: ୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ରିୟାଧ,୨୪ା୧୨(ଏଏଫ୍‌ପି): ଓ୍ବାଶିଂଟନ ପୋଷ୍ଟର ସ୍ତମ୍ଭକାର ଜମାଲ ଖାଶୋଗୀ ହତ୍ୟା ମାମଲାରେ ସୌଦି ଆରବର ଏକ ଅଦାଲତ ସୋମବାର ୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ସୌଦି...

କୋଭିଡ୍‌ ଟିକା ପ୍ରସଙ୍ଗ: ନବୀନଙ୍କୁ ପିନାରାୟୀଙ୍କ ସମର୍ଥନ

ଭୁବନେଶ୍ୱର, ୫।୬(ବ୍ୟୁରୋ): କୋଭିଡ୍‌-୧୯ ଟିକା କ୍ରୟ କରି ରାଜ୍ୟକୁ ଯୋଗାଇବାକୁ କେନ୍ଦ୍ର ସରକାର ଉପରେ ଚାପ ସୃଷ୍ଟି କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ...

ବଲାଙ୍ଗୀରରେ କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ହସ୍ପିଟାଲ: ରହିଛି ୨ ଶହ ଶଯ୍ୟା

ବଲାଙ୍ଗୀର ଅଫିସ, ୧୪ା୪: ବଲାଙ୍ଗୀର କଳିଙ୍ଗ ଇଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସସେସ୍‌ (କିସ୍‌) କ୍ୟାମ୍ପସଠାରେ ମଙ୍ଗଳବାରଠାରୁ ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ...

CORONAVIRUS UPDATE: ଆଜି ପୁଣି ୬୧୬ ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୭୩୭ରେ ପହଞ୍ଚିଲା

ଭୁବନେଶ୍ୱର,୧୩ା୭(ବ୍ୟୁରୋ): ସୋମବାର ରାଜ୍ୟରେ ଆଉ ୬୧୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩, ୭୩୭ରେ ପହଞ୍ଚିଥିବା ରାଜ୍ୟ...

Advertisement


Archives

Model This Week