ବାଲେଶ୍ୱର,୨୫।୧୦(ବାଞ୍ଛାନିଧି ଦେ): ସମ୍ଭାବ୍ୟ ବାତ୍ୟା ପାଇଁ ବାଲେଶ୍ବରରେ ଛୁଟି ବାତିଲ କରାଯାଇଛି। ଜିଲାପାଳ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । ପରିସ୍ଥିତି ନିଯନ୍ତ୍ରଣାଧୀନ ହେବା ପର୍ଯ୍ୟନ୍ତ ଛୁଟି ବାତିଲ ହୋଇଛି। ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକାରୀଙ୍କୁ ନିଜ ନିଜ ମୁଖ୍ୟାଳୟରେ ରହିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି।
ତାରିଖ ସନ୍ଧ୍ୟା ଅର୍ଥାତ୍ ମଙ୍ଗଳବାର ପରେ ଆନ୍ଧ୍ର କାକିନଡ଼ା ପାଖରେ ବାତ୍ୟା ଲ୍ୟାଣ୍ଡ୍ଫଲ କରିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।
ତେବେ ବାତ୍ୟା ‘ମୋନ୍ଥା’ ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ଭିତରେ କାକିନଡ଼ାରେ ଲ୍ୟାଣ୍ଡ୍ଫଲ କରିବ। ଭୀଷଣ ବାତ୍ୟାର ରୂପ ନେଇ ଅତିକ୍ରମ କରିବ। ଲ୍ୟାଣ୍ଡ୍ଫଲ ବେଳେ ପବନର ବେଗ ୯୦ରୁ ୧୦୦ କିମି ରହିବ ରହିବ ବୋଲି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା କହିଛନ୍ତି।
ସେପଟେ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ତତ୍ପରତା ପ୍ରକାଶ ପାଇଛି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବିଭାଗୀୟ ଅଧିକାରୀଙ୍କ ସହ ଭିସିରେ ଜିଲାପାଳମାନେ ଉପସ୍ଥିତ ଅଛନ୍ତି।

