Posted inଖେଳ

ମାତ୍ର ୩ ଦିନରେ କୋଚ୍‌ ପଦବୀ ଛାଡ଼ିଲେ କିମ୍ବଦନ୍ତୀ କ୍ରିକେଟର

କଲମ୍ବୋ, ୨୨ା୨- ଓ୍ବେଷ୍ଟଇଣ୍ଡିଜ ଗସ୍ତ ଲାଗି ଶ୍ରୀଲଙ୍କା ଦଳର ବୋଲିଂ କୋଚ୍‌ ପଦରେ ଚାମିଣ୍ଡା ଭାସଙ୍କୁ ନିଯୁକ୍ତ କରାଯାଇଥିଲା। ମାତ୍ର ୩ ଦିନରେ ସେ ଏହି ପଦବୀରୁ ଇସ୍ତଫା ଦେଇଛନ୍ତି। ଶ୍ରୀଲଙ୍କା ଦଳ ସହ ସେ ସପୋର୍ଟ ଷ୍ଟାଫ ଭାବେ ଓ୍ବେଷ୍ଟଇଣ୍ଡିଜ ଗସ୍ତ କରିପାରିବେ ନାହିଁ। ଏ ନେଇ ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଓ୍ବେଷ୍ଟଇଣ୍ଡିଜ ଗସ୍ତ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଭାସ ଇସ୍ତଫା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ବୋଲିଂ କୋଚ୍‌ ଡେଭିଡ ସାକର ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେବା ପରେ ୩ ଦିନ ତଳେ ଭାସଙ୍କୁ ନିଯୁକ୍ତ କରାଯାଇଥିଲା। ତାଙ୍କ ନିକଟରେ କୋଚିଂ ଅଭିଜ୍ଞତା ରହିଛି। ପୂର୍ବରୁ ୨୦୧୩, ୨୦୧୫ ଓ ୨୦୧୭ରେ ଶ୍ରୀଲଙ୍କା ଦଳର ବୋଲିଂ କୋଚ୍‌ ଦାୟିତ୍ୱ ତୁଲାଇ ଥିଲେ। ଏସ୍‌ଏଲସି ଏକାଡେମୀରେ ଦ୍ରୁତ ବୋଲର ଓ ୧୯ ବର୍ଷରୁ କମ୍‌ ଜାତୀୟ ଦଳର କୋଚ୍‌ ପଦ ସମ୍ଭାଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନେତା ଲୁକ୍‌ରେ ଧୋନୀ

ନୂଆଦିଲ୍ଲୀ,୨୩।୮(ପିଟି): ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଯବାନଙ୍କ ସହ ଟ୍ରେନିଂରୁ ଫେରିିବା ପରେ ଏକ ନୂଆ ଲୁକ୍‌ରେ ଦେଖିବାକୁ ମିଳିଛି। ଏକ ବିଜ୍ଞାପନରେ ଧୋନୀ...

ଟେଷ୍ଟ କ୍ରିକେଟରେ ୫ ଦିନ ବ୍ୟାଟିଂ କରିଛନ୍ତି ଏହି ୫ କ୍ରିକେଟର

ଟେଷ୍ଟ କ୍ରିକେଟ ଧୈର୍ଯ୍ୟର ଖେଳ। ପଡିଆରେ ସେଟ୍‌ ହୋଇ ଖେଳିବାକୁ ଜଣେ ବ୍ୟାଟ୍ସମ୍ୟାନ ପାଖରେ ପର୍ଯ୍ୟାପ୍ତ ସମୟ ଥାଏ। ୧୪୩ ବର୍ଷ ଟେଷ୍ଟ କ୍ରିକେଟ ଇତିହାସରେ...

ଫାଙ୍କା ନାହିଁ ଅଧିନାୟକ ପଦ : ଅଷ୍ଟ୍ରେଲିଆ କୋଚ୍‌

ମେଲବୋର୍ନ, ୩୦।୩ : ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ଷ୍ଟିଭ ସ୍ମିଥ ପୁଣି ଥରେ ଜାତୀୟ ଦଳର ନେତୃତ୍ୱ ନେବା ପାଇଁ ଇଚ୍ଛା ପ୍ରକାଶ କରିବାର କିଛି...

ଶ୍ରୀଲଙ୍କାରେ ପହଞ୍ଚିବା ପରେ କରୋନା ପଜିଟିଭ ହେଲେ ଏହି ଖେଳାଳି

କଲମ୍ବୋ, ୫।୧: ଇଂଲଣ୍ଡର ଅଲରାଉଣ୍ଡର ମୋଇନ ଅଲି ଦଳ ସହ ଶ୍ରୀଲଙ୍କାରେ ପହଞ୍ଚିବା ପରେ କରୋନା ଟେଷ୍ଟ ହେବାରୁ ତାଙ୍କର ରିପୋର୍ଟ ପଜିଟିଭ ଆସିଛି। ଆଗାମୀ...

ଟି-୨୦ ବିଶ୍ୱକପ୍‌ରେ ସର୍ବାଧିକ ଥର ଶୂନରେ ଆଉଟ୍‌ ହୋଇଛନ୍ତି ଏମାନେ; ଶୀର୍ଷରେ ପାକିସ୍ତାନର…

ନୂଆଦିଲ୍ଲୀ,୫।୯: ଚଳିତ ବର୍ଷ ଅକ୍ଟୋବର ୧୭ରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ଟି-୨୦ ବିଶ୍ୱକପ୍‌। ଏହାକୁ ନେଇ ସମସ୍ତ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।...

୬ ଦିନ ମଧ୍ୟରେ ଜିରୋରୁ ହିରୋ ହେଲେ ଏହି କ୍ରିକେଟର୍‌

ପୁଣେ,୧୫।୪: ଆଇପିଏଲ ୨୦୨୨ ଆଇପିଏଲ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟର୍‌ ଓଡିଆନ ସ୍ମିଥଙ୍କୁ ବହୁ ଉତ୍‌ଥାନ-ପତନ ଦେଇ ଗତି କରିବାକୁ ପଡିଛି। ଚଳିତବର୍ଷ ସେ ପଞ୍ଜାବ ପକ୍ଷରୁ ଖେଳୁଛନ୍ତି।...

ବନ୍ଧୁ ସବୁବେଳେ ହୃଦୟରେ ଜୀବିତ ଥାନ୍ତି, କାହିଁକି ଏମିତି କହିଲେ କ୍ରିକେଟର

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସମଗ୍ର ଦେଶକୁ ଥରାଇ ଦେଇଥିଲା। ଏବେ ତାଙ୍କ ଆତ୍ମହତ୍ୟାର ତଦନ୍ତ ଚାଲିଛି। ମୁମ୍ବାଇ ପୋଲିସ ଏବଂ ବିହାର...

ତୃତୀୟ ଟି୨୦: ଅଗରଙ୍କୁ ୬ ଉଇକେଟ, ଅଷ୍ଟ୍ରେଲିଆ ବିଜୟୀ

ଓ୍ବେଲିଂଟନ,୪।୩(ଏପି): ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ, ଅଧିନାୟକ ଆରୋନ ଫିଞ୍ଚ୍‌ଙ୍କ ଦମ୍‌ଦାର ବ୍ୟାଟିଂ ଓ ପରେ ଆଷ୍ଟନ ଅଗରଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ତୃତୀୟ ଟି୨୦...

Advertisement
Archives

Model This Week