ଆଶ୍ରମରେ ସନ୍ଥଙ୍କୁ ଗଳାକାଟି ହତ୍ୟା

ଅତାବିରା,୨୨।୨: ବରଗଡ଼ ଜିଲା ଅତାବିରା ଥାନା ଅଧୀନ ରେଙ୍ଗାଲି କ୍ୟାମ୍ପଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ମାତାଡ଼େରା ଶିବବାଳା ଯୋଗେଶ୍ୱରୀ ଦେବୀ ଆଶ୍ରମରେ ଜଣେ ସନ୍ଥଙ୍କୁ ଗଳାକାଟି ହତ୍ୟା କରାଯାଇଛି। ମୃତକ ହେଲେ ସ୍ବାମୀ ଦାମୋଦର ସଦା ବାବା(୭୫)। ସେ ସୋନପୁର ଜିଲାର ମୂଳ ବାସିନ୍ଦା । ସୋମବାର ଅତାବିରା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ଡାକ୍ତରଖାନା ପଠାଯାଇଛି। ଏ ନେଇ ଅତାବିରା ଥାନାରେ ଏକ ହତ୍ୟା ମାମଲା(ନଂ.୫୦/୨୧) ରୁଜୁ ହୋଇଛି । ତେବେ ତାଙ୍କୁ କିଏ କେଉଁ କାରଣରୁ ହତ୍ୟା କରିଛନ୍ତି, ତାହା ସ୍ପଷ୍ଟ ହୋଇପାରି ନାହିଁ। ପ୍ରକାଶ ଯେ, ୧୯୭୫ରୁ ଉକ୍ତ ଆଶ୍ରମ ସ୍ଥାପିତ ହୋଇଛି । ଆଶ୍ରମରେ ସ୍ବାମୀ ଦାମୋଦର ରହି ଆସୁଥିଲେ । ତେବେ ଗତ ବୁଧବାର ଦିନଠାରୁ ତାଙ୍କୁ ଆଖପାଖ ଲୋକେ ଦେଖିବାକୁ ପାଇ ନ ଥିଲେ । ଅନ୍ୟପକ୍ଷେ ଆଶ୍ରମର ବାହାର ପଟୁ ତାଲା ପଡ଼ିଥିବା ବେଳେ ଭିତରୁ ଦୁର୍ଗନ୍ଧ ବାହାରୁଥିବା ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଅତିରିକ୍ତ ତହସିଲଦାର ସୌର୍ଯ୍ୟରଞ୍ଜନ ମିଶ୍ରଙ୍କ ଉପସ୍ଥିତିରେ ପୋଲିସ ତାଲା ଖୋଲି ମୃତଦେହ ଜବତ କରିଥିଲା। ବରଗଡ଼ ଏସ୍‌ପି ପଦ୍ମିନୀ ସାହୁ, ଏସ୍‌ଡିପିଓ ଦୀପକ କୁମାର ଗୋଚ୍ଛାୟତ, ଅତାବିରା ଥାନା ଆଇଆଇସି ପୁରୁଷୋତ୍ତମ ଭୋଇ ପ୍ରମୁଖ ସାଇଣ୍ଟିଫିକ୍‌ ଟିମ୍‌ ସହିତ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ ଆରମ୍ଭ କରିଛନ୍ତି। ମୃତକଙ୍କ ଗଳା କଟାଯିବା ସହିତ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି। ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରି ଆଶ୍ରମର ବାହାର ପଟୁ ତାଲା ମାରି ଖସି ଯାଇଥିବା ପୋଲିସ ଅନୁମାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବାଦ ପୁରୁଷଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ: ଟୁଇଟ୍‌ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ପ୍ରବାଦ ପୁରୁଷ, ବିଶିଷ୍ଟ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ଶୁକ୍ରବାର ୨୩ତମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

କେନ୍ଦ୍ରାପଡ଼ା ଜିଲା ଆଉ ଶିଳ୍ପବିହୀନ ରହିବନି

କେନ୍ଦ୍ରାପଡ଼ା ଅଫିସ, ୪ା୨: କେନ୍ଦ୍ରାପଡ଼ା ଜିଲା ଆଗକୁ ଶିଳ୍ପ ବିହୀନ ହୋଇରହିବ ନାହିଁ। ଷ୍ଟିଲ ପ୍ଲାଣ୍ଟ ସମେତ ଶିଳ୍ପ କରିଡରରେ ଛୋଟବଡ ଶିଳ୍ପ ଚଳିତ ବର୍ଷ...

ମିଳୁନି ଲେ ଆଉଟ୍‌: ହୋଇପାରୁନି ଘର ନିର୍ମାଣ

କେନ୍ଦୁଝର, ୮ା୧୨(ସ୍ବ.ପ୍ର.)-ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ସହରାଞ୍ଚଳରେ ସମସ୍ତଙ୍କ ପାଇଁ ଗୃହ ନୀତି, ଓଡିଶା ପକ୍ଷରୁ ସମସ୍ତ ଗୃହହୀନଙ୍କୁ ଘର ମିଳୁଛି। କିନ୍ତୁ କେନ୍ଦୁଝର ଜିଲା...

ହାଇଓ୍ବା-ବାଇକ୍‌ ମୁହାଁମୁହିଁ: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ହିଞ୍ଜିଳିକାଟୁ,୧୮ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପିତ୍ତଳ ଛକ ଜାତୀୟ ରାଜପଥ ନଂ ୫୯ରେ ଶନିବାର ଅପରାହ୍ନରେ ହାଇଓ୍ବା ସହ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ...

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ:ଗଠନ ହେଲା ସଚିବସ୍ତରୀୟ କମିଟି

ଭୁବନେଶ୍ୱର,୩୦-୮(ବ୍ୟୁରୋ):ଦୀର୍ଘଦିନ ଧରି ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଦାବି ଜୋର୍‌ ଧରିଛି। ପଶ୍ଚିମ, ଦକ୍ଷିଣ ଏବଂ ଉତ୍ତର ଓଡିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା...

ସରପଞ୍ଚଙ୍କ ସମ୍ପର୍କୀୟ ସାଜିଛନ୍ତି ଶ୍ରମିକ

ପରଜଙ୍ଗ, ୧୯।୧୧(ଡି.ଏନ୍‌.ଏ.): ସରପଞ୍ଚଙ୍କ ୨ ଭାଇ, ଭାଉଜ, ଶ୍ୱଶୁର, ଶାଳୀ ସମସ୍ତେ ମିଶି କରୁଛନ୍ତି ମାଟି କାମ। ଏ ବାବଦକୁ ସେମାନେ ସରକାରଙ୍କଠାରୁ ମଜୁରି ମଧ୍ୟ...

ଭୂମି ଅଧିକାର ପାଇବେ ୫୦ ହଜାର

ଭୁବନେଶ୍ୱର,୩।୩ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଭୂମିହୀନଙ୍କୁ ଭୂମି ତଥା ବାସସ୍ଥାନ ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ‘ଜାଗା ମିଶନ’କୁ କାର୍ଯ୍ୟକାରୀ କରାଯାଉଛି। ଏନେଇ ଭୁବନେଶ୍ୱର ମହାନଗର...

ମୁଖ୍ୟ ଶାସନ ସଚିବଙ୍କ ବଡବିଲ ଗସ୍ତ, ଉଦଘାଟନ କଲେ ଉସୁ ଇଣ୍ଡୋର ଷ୍ଟାଡିୟମ

ବଡବିଲ, ୧୯।୧୨(ସ୍ବ.ପ୍ର.): ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ବଡବିଲ ଗସ୍ତରେ ଯାଇଛନ୍ତି। ସେଠାରେ ଉସୁ ଇଣ୍ଡୋର ଷ୍ଟାଡିୟମ ଉଦଘାଟନ କରିବା ସହ...

Advertisement
Archives

Model This Week