Posted inଜାତୀୟ

ଭୂକମ୍ପ ଆସିବା ପୂର୍ବରୁ ମିଳିବ ସତର୍କ ସୂଚନା: ଉତ୍ତରାଖଣ୍ଡରେ ଆରମ୍ଭ ହେବ ପ୍ରଥମ ଓ୍ବାର୍ନିଂ ସିଷ୍ଟମ

ଡେରାଡୁନ,୪।୮: ଜାପାନ, ମେକ୍ସିକୋ ଓ ଆମେରିକା ପରେ ଏବେ ଭାରତରେ ପ୍ରଥମ ଭୂକମ୍ପ ପୂର୍ବ ସତର୍କତା ସୂଚନା ଉତ୍ତରାଖଣ୍ଡରେ ଆରମ୍ଭ ହେବାକୁ ଯାଉଛି। ରାଜ୍ୟରେ ବୁଧବାରଠାରୁ ଏହି ଓ୍ବାନିଂ ସିଷ୍ଟମ କାର୍ଯ୍ୟକ୍ଷମ ହେବ। ଭୂକମ୍ପ ଘଟିବା ମାତ୍ରେ ଯେଉଁ ଅଞ୍ଚଳରେ ଭୂକମ୍ପ ତରଙ୍ଗ ପହଞ୍ଚିବାର ସମ୍ଭାବନା ରହିଛି, ସେଠାରେ ଫୋନ ଦ୍ୱାରା ଆଲର୍ଟ ଜାରି କରାଯିବ। ଯାହା ଦ୍ୱାରା ଲୋକମାନଙ୍କୁ ନିରାପଦ ସ୍ଥାନକୁ ଯିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ। ଭୂକମ୍ପ ପୂର୍ବ ଚେତାବନୀ ପ୍ରଣାଳୀ ପ୍ରକୃତ ସମୟର ଭୂକମ୍ପ ଉପରେ ନଜର ରଖିଥାଏ। ଏହି ଓ୍ବାର୍ନିଂ ସିଷ୍ଟମକୁ ଉତ୍ତରପ୍ରଦେଶ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ୟୁଏସ୍‌ଡିଏମ୍‌ଏ) ଏବଂ ଭାରତୀୟ ଟେକ୍ନୋଲୋଜି-ରୁର୍‌କି ପ୍ରତିଷ୍ଠାନ ଦ୍ୱାରା ଏକ ନୂତନ ଆପ୍‌ ଯାହା ଉତ୍ତରାଖଣ୍ଡ ଭୂକମ୍ପ ଆଲର୍ଟ ଆପ୍‌ ନାମରେ ବିକଶିତ କରାଯାଇଛି। ଏହି ସିଷ୍ଟମରେ ଲାଗିଥିବା ସେନ୍‌ସରଗୁଡ଼ିକ ପ୍ରକୃତ ସମୟର ସିଗ୍‌ନାଲଗୁଡ଼ିକୁ ଆଇଆଇଟି-ରୁର୍‌କିରେ ଥିବା କଣ୍ଟ୍ରୋଲ ୟୁନିଟ୍‌କୁ ପ୍ରଦାନ କରିବ। ସେଠାରେ ଥିବା ଏକ ଆଲଗୋରିଦମ୍‌ ସିଗ୍‌ନାଲ ବିଶ୍ଳେଷଣ କରିବ। ଯେଉଁଥିରେ ତରଙ୍ଗ କେତେ ଦୂର ଯାତ୍ରା କରିବ ଏବଂ କେଉଁ ଅଞ୍ଚଳରେ ଏହା ଘଟିବାର ସମ୍ଭାବନା ରହିଛି ସେନେଇ ସୂଚନା ଦେବ। ଏନେଇ ସୂଚନା ଦେଇଛନ୍ତି ୟୁଏସ୍‌ଡିଏମ୍‌ଏର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପୀୟୁଷ ରୋତେଲା। ଆଇଆଇଟି-ରର୍‌କି ସହ ମିଳିତ ଭାବେ ଉତ୍ତରାଖଣ୍ଡ ଏହି ଭୂକମ୍ପ ଆଲର୍ଟ ଆପ୍‌ ବିକଶିତ କରିଛି ବୋଲି ପୀୟୁଷ କହିଛନ୍ତି। ସୂଚନା ମୁତାବକ ଯଦି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୫ କିମ୍ବା ତା’ଠାରୁ ଅଧିକ ରୁହେ ତେବେ ଏକ ଆଲର୍ଟ ସୃଷ୍ଟି ହୋଇ ଆପ୍‌କୁ ପଠାଯିବ ବୋଲି ସେ କହିଛନ୍ତି। ଏହି ଆପ୍‌ ଭୂକମ୍ପର ତୀବ୍ରତା, ଉତ୍ପତ୍ତି ଓ ତାଙ୍କ ପାଖରେ ଆଉ କେତେ ସମୟ ରହିଛି ସେନେଇ ଲୋକଙ୍କୁ ସଚେତନ କରିବ। ଥରେ ସେହି ସମୟ ସରିବା ପରେ, ସାହାଯ୍ୟ ଦରକାର ପାଇଁ ଲାଲ ବଟନ ଏବଂ ସୁରକ୍ଷିତ ଥିବା ନେଇ ସବୁଜ ବଟନ ପ୍ରଦର୍ଶିତ ହେବ। ଏହି ଆଧାରରେ ପ୍ରଥମେ ଉଦ୍ଧାର କାର୍ଯ୍ୟ ଯୋଜନା କରାଯାଇପାରିବ ବୋଲି ୟୁଏସ୍‌ଡିଏମ୍‌ଏର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସେହିପରି ଭୂକମ୍ପର କେନ୍ଦ୍ରଠାରୁ ଦୂରତା ଉପରେ ନିର୍ଭର କରି ଏହି ସିଷ୍ଟମ କିଛି ସେକେଣ୍ଡରୁ ଏକ ମିନିଟ୍‌ ସମୟ ଦେଇଥାଏ। ଉଦାହରଣ ସ୍ବରୂପ, ଏକ ପାହାଡ଼ିଆ ଜିଲାରେ ଭୂକମ୍ପ ହେଲେ ଲୋକମାନେ ପ୍ରାୟ ୧୫ସେକେଣ୍ଡ ପାଇବେ ବୋଲି ଆଇଆଇଟି-ରୁର୍‌କିର ପ୍ରଫେସର କମଲ କହିଛନ୍ତି। ବିଶେଷକରି ଘଞ୍ଚ ଜନବହୁଳ ସହରାଞ୍ଚଳରେ ସାଉଣ୍ଡ ଆଲର୍ଟ ପାଇଁ ସରକାର ସାଇରନ୍‌ର ମଧ୍ୟ ବ୍ୟବସ୍ଥା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?