Posted inଜାତୀୟ

ୟୁପି କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି, ଖାଲି ମୁଖ୍ୟମନ୍ତ୍ରୀ କି ଉପମୁଖ୍ୟମନ୍ତ୍ରୀ ନୁହନ୍ତି, ସହକର୍ମୀ ବି ଉଠାଇଲେଣି ସ୍ବର

ନୂଆଦିଲ୍ଲୀ,୨୭ା୭: ଉତ୍ତରପ୍ରଦେଶର ରାଜନୈତିକ ସଙ୍କଟ ବର୍ତ୍ତମାନ ରାଜ୍ୟ ସୀମା ଅତିକ୍ରମ କରି ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରଜେଶ ପାଠକଙ୍କ ମଧ୍ୟରେ କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଏହା ଉପରେ ଦଳର ହାଇକମାଣ୍ଡ୍‌ ହସ୍ତକ୍ଷେପ କରିଛନ୍ତି। ହାଇକମାଣ୍ଡ ୟୁପି ଡ୍ରାମାକୁ ନେଇ ପାର୍ଟିର ଅସନ୍ତୋଷ ବ୍ୟକ୍ତ କରି ଅନୁଶାସନହୀନ ବୋଲି କହିଛନ୍ତି। ବର୍ତ୍ତମାନ ଦିଲ୍ଲୀର ହସ୍ତକ୍ଷେପ ପରେ ୟୁପିର ରାଜନୈତିକ ଦ୍ୱନ୍ଦ୍ୱ କେତେ ଦୂର ହେବ ତାହା ପରେ ଜଣାପଡ଼ିବ, କିନ୍ତୁ ଏହି ଅଶାନ୍ତି ହେତୁ ଉତ୍ତରପ୍ରଦେଶ ଭାଜପାର ସହଯୋଗୀମାନେ ମଧ୍ୟ ସ୍ବର ଉତ୍ତୋଳନ କରିବାର ସୁଯୋଗ ପାଇଛନ୍ତି।

ଭାଜପାର ଅନ୍ତର୍ଦ୍ୱନ୍ଦ୍ୱ ବିବାଦକୁ ଏକ ସୁଯୋଗ ଭାବରେ ଗ୍ରହଣ କରି ବର୍ତ୍ତମାନ ଏନ୍‌ଡିଏର ସହଯୋଗୀମାନେ ସରକାର ଏବଂ ସରକାରରେ ବସିଥିବା ଭାଜପାର ହାତ ମଧ୍ୟ ଭାଙ୍ଗିପାରିବେ। ସେ ଅନେକ ଥର ନିଜର କଠୋର ମନୋଭାବ ପ୍ରଦର୍ଶନ କରିଆସୁଛନ୍ତି। ଏହି କନ୍ଦଳ ସମୟରେ ଭାଜପାକୁ ଦୃଷ୍ଟିରେ ରଖି ସହଯୋଗୀମାନଙ୍କ ମଧ୍ୟରେ ପ୍ରଥମ ନାମ ହେଉଛି କେନ୍ଦ୍ର ମନ୍ତ୍ରୀ ତଥା ଅପନା ଦଳ ନେତା ଅନୁପ୍ରିୟା ପଟେଲଙ୍କ ନାମ। ଯିଏ ସାକ୍ଷାତକାର ନିଯୁକ୍ତିରେ ଓବିସି, ଏସ୍‌ସି-ଏସ୍‌ଟି ଛାତ୍ର ଚୟନ ନ କରିବା ଉପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଚିଠି ଲେଖିଥିଲେ।

ସହଯୋଗୀମାନଙ୍କ ତାଲିକାରେ ଯେଉଁମାନେ ଆଖି ଦେଖାଇଛନ୍ତି, ସେ ହେଲେ ଯୋଗୀ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ସଞ୍ଜୟ ନିଷାଦ। ସେ ଅନେକ ଥର ଭାଜପାକୁ କଡ଼ା କଥା କହିଛନ୍ତି। ଯୋଗୀ ଆଦିତ୍ୟନାଥଙ୍କ ବୁଲ୍‌ଡୋଜର ନୀତିକୁ ବିରୋଧ କରିବା ସହ ମୁଖିଆଙ୍କ ମନଇଚ୍ଛା କାର୍ଯ୍ୟଙ୍କୁ ବିରୋଧ କରିଥାନ୍ତି। ସଞ୍ଜୟ ଅନେକ ଥର ଖୋଲାଖୋଲି ଭାବେ ଆଗକୁ ଆସୁଛନ୍ତି ଏବଂ ତାଙ୍କ ସହକର୍ମୀଙ୍କ ହାତଗୋଡ଼ ସତେ ଯେମିତି ବାନ୍ଧି ଦେଇଛନ୍ତି। ଏସବୁ କି ନେଇ ଉତ୍ତରପ୍ରଦେଶରେ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ଆକ୍ସନ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୬।୧୨: ଗତ ପାଞ୍ଚ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଫିକା ପଡ଼ିଲା ଖ୍ରୀଷ୍ଟମାସ ସେଲିବ୍ରେଶନ, ୧୦ ମୃତ ୧୯ ଆହତ

ପ୍ୟାରିସ,୬।୧୨: ଫ୍ରାନ୍ସର ଗୁଆଡେଲୁପର ସେଣ୍ଟ-ଆନରେ ଏକ ଖ୍ରୀଷ୍ଟମାସ କାର୍ଯ୍ୟକ୍ରମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଗାଡ଼ି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେଉଥିବା ଲୋକଙ୍କୁ ଚାପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri