Posted inଫୁରସତ

ଉଟୋର୍ଡା ବିଚ୍‌

ଦକ୍ଷିଣ ଗୋଆର ଏକ ସୁନ୍ଦର ବେଳାଭୂମି ହେଉଛି ଉଟୋର୍ଡା ବିଚ୍‌। କୋଳାହଳମୟ ପରିବେଶରୁ ଦୂରରେ ଥିବା ଏହି ସ୍ଥାନରେ ଟିକେ ଶାନ୍ତିରେ ସମୟ ବିତାଇବା ପାଇଁ ପର୍ଯ୍ୟଟକଙ୍କର ବହୁ ଇଚ୍ଛା ଥାଏ। ସେଥିପାଇଁ ଅକ୍ଟୋବରରୁ ଫେବୃୟାରୀ ମାସ ଭିତରେ ଏଠାକୁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଆସୁଥିବା ଦେଖିବାକୁ ମିଳେ…

ବେଳାଭୂମିରେ ବସି ପ୍ରକୃତିର ଅପୂର୍ବ ଶୋଭାକୁ ଉପଭୋଗ କରିବାକୁ କାହାକୁ ବା ଭଲ ନ ଲାଗେ। ସେଥିପାଇଁ ତ କାମରୁ ଛୁଟି ମିଳିଲେ ଅନେକେ କେଉଁ ଏକ ବେଳାଭୂମିକୁ କିଛିଦିନ ପାଇଁ ବୁଲିଯିବାକୁ ପ୍ଲାନିଂ କରିଥାନ୍ତି। ଯଦି ଆପଣ ବି ସେମିତି କିଛି ଯୋଜନା କରୁଥାନ୍ତି, ତା’ହେଲେ ଦକ୍ଷିଣ ଗୋଆରେ ଥିବା ଉଟୋର୍ଡା ବିଚ୍‌ ବା ବେଳାଭୂମି ଆପଣଙ୍କ ପାଇଁ ଏକ ବେଷ୍ଟ ଡେଷ୍ଟିନେଶନ ହେବ। କାରଣ ଏହି ବେଳାଭୂମିର ପରିବେଶ ଆକର୍ଷଣୀୟ ହେବାସହ ବେଶ୍‌ ପରିଷ୍କାର,ପରିଚ୍ଛନ୍ନ ମଧ୍ୟ। ଏହାଛଡ଼ା ପର୍ଯ୍ୟଟକଙ୍କୁ ଆନନ୍ଦ ଦେବା ପାଇଁ ଏଠାରେ ବିଭିନ୍ନ ପ୍ରକାର ଜଳକ୍ରୀଡ଼ାର ମଧ୍ୟ ସୁବିଧା ଯୋଗାଇ ଦିଆଯାଇଥାଏ। ଖାସ୍‌ ସେଥିପାଇଁ ତ ଟୁରିଷ୍ଟ ସିଜନ୍‌ ଆସିଗଲେ ଏଠାରେ ପର୍ଯ୍ୟଟକଙ୍କର ଭିଡ଼ ବଢ଼ିବାକୁ ଲାଗେ।

ବିଚ୍‌ରେ ଜଳକ୍ରୀଡ଼ାର ଆନନ୍ଦ
ଉଟୋର୍ଡା ବିଚ୍‌ରେ ପର୍ଯ୍ୟଟକ ଚାହିଁଲେ ଡଲ୍‌ଫିନ୍‌ ବୋଟ୍‌ ଟ୍ରିପ୍‌, ଓ୍ବାଟର୍‌ ସ୍କିଂ, ଓ୍ବିଣ୍ଡ ସର୍ଫିଙ୍ଗ୍‌ ଭଳି ଆନନ୍ଦଦାୟକ ଜଳକ୍ରୀଡ଼ାର ଭରପୂର ମଜା ନେଇପାରିବେ। ଏଥିସହିତ ଉକ୍ତ ବେଳାଭୂମିରେ ସାଇକ୍ଲିଂ କରିବାର ନିଆରା ଅନୁଭୂତି ବି ପାଇପାରିବେ। ଫିଶିଂ ପାଇଁ ଏଠି ଯଥେଷ୍ଟ ସୁବିଧା ରହିଛି। ତା’ଛଡ଼ା ଏଠାରେ ପର୍ଯ୍ୟଟକଙ୍କ ଦେହ ଓ ମନକୁ ଫୂର୍ତ୍ତି କରିବା ପାଇଁ ବିଭିନ୍ନ ପ୍ରକାର ସ୍ପା’ର ବ୍ୟବସ୍ଥା ବି ଅଛି।

ନିକଟସ୍ଥ ପର୍ଯ୍ୟଟନସ୍ଥଳୀ
ଉଟୋର୍ଡା ବେଳାଭୂମିରେ ବୁଲିବା ସହ ପର୍ଯ୍ୟଟକ ଚାହିଁଲେ ନିକଟରେ ଥିବା କିଛି ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ବି ବୁଲି ଦେଖିପାରିବେ। ଯେମିତିକି-

* ମଜୋର୍ଡା ବିଚ୍‌: ଉଟୋର୍ଡା ବିଚ୍‌ଠାରୁ ମାତ୍ର ଅଳ୍ପ କିଛି କି.ମି. ଦୂରରେ ରହିଛି ଏହି ବିଚ୍‌। ଏହା ମଧ୍ୟ ଏକ ଆକର୍ଷଣୀୟ ବେଳାଭୂମି। ବିଶେଷକରି ଲଭର୍ସ ତଥା ଦମ୍ପତିମାନଙ୍କ ଗହଣରେ ଏହି ବିଚ୍‌ର ବେଶ୍‌ ଲୋକପ୍ରିୟତା ରହିଛି।

* କୋଲଭା ବିଚ୍‌: ଦକ୍ଷିଣ ଗୋଆର ଏହା ଏକ ସୁନ୍ଦର ବେଳାଭୂମି। ଉଟୋର୍ଡା ବିଚ୍‌ଠାରୁ ମାତ୍ର ଅଳ୍ପ କିଛି ଦୂରରେ ରହିଛି ଏହି ବେଳାଭୂମି। ପର୍ଯ୍ୟଟକ ଏଠାରେ ବି ଜଳକ୍ରୀଡ଼ାର ମଜା ନେବା ସହ ସି-ଫୁଡ୍‌ ଖାଇବାର ଅପୂର୍ବ ଆନନ୍ଦ ପାଇ ପାରିବେ।

* ଥ୍ରୀ କିଙ୍ଗ୍ସ ଚାପେଲ୍‌: ଏହା ହେଉଛି ଏକ ଚର୍ଚ୍ଚ। ଏହି ଚର୍ଚ୍ଚ ସହିତ ଅନେକ ଐତିହାସିକ କଥାର ସମ୍ପର୍କ ରହିଛି। ପର୍ଯ୍ୟଟକ ଏଠାକୁ ବୁଲିଯାଇ ସେସବୁକୁ ଜାଣିବାର ସୁଯୋଗ ପାଇପାରିବେ।

* ନାଭାଲ୍‌ ଆଭିଏଶନ ମ୍ୟୁଜିୟମ: ଉଟୋର୍ଡା ବିଚ୍‌ ନିକଟରେ ଥିବା ଏହି ମ୍ୟୁଜିୟମ୍‌ ଆଡ଼େ ମଧ୍ୟ ପର୍ଯ୍ୟଟକ ଚାହିଁଲେ ବୁଲିଯାଇପାରିବେ। ନାଭାଲ୍‌ ସମ୍ପର୍କିତ ଅନେକ ତଥ୍ୟ ଜାଣିବାର ସୁଯୋଗ ଏଠି ରହିଛି।

କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ଯିବାର ସୁବିଧା ଥିଲେ ହେଁ ଅକ୍ଟୋବରରୁ ଫେବୃୟାରୀ ହେଉଛି ଏଠାକୁ ବୁଲିଯିବାର ସବୁଠୁ ଭଲ ସମୟ। କାରଣ ଏହି ସମୟରେ ଗୋଆରେ ଟୁରିଷ୍ଟ ସିଜନ୍‌ ଆରମ୍ଭ ହୋଇଥାଏ। ତା’ଛଡ଼ା ଏହି ସମୟ ଭିତରେ ଏଠାକାର ଜଳବାୟୁ ବୁଲାବୁଲି କରିବାକୁ ସମ୍ପୂର୍ଣ୍ଣ ଅନୁକୂଳ ରହିଥାଏ। ସେହିପରି ଏଠାକୁ ଯିବା ପାଇଁ ସଡ଼କପଥ, ରେଳପଥ ତଥା ଆକାଶପଥର ମଧ୍ୟ ଭଲ ସୁବିଧା ରହିଛି। ନିଜ ବଜେଟକୁ ଦେଖି ପର୍ଯ୍ୟଟକ ଯେଉଁଥିରେ ସୁବିଧା ସେଥିରେ ଆରାମରେ ଯାଇ ଏହି ବିଚ୍‌ରେ ପହଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri