ସାନିଟାଇଜର ବ୍ୟବହାର କରୁଥିଲେ

ପରିଷ୍କାର ପରିଚ୍ଛନ୍ନ ରହିବା ଏକ ସୁସ୍ଥ ଜୀବନର ମୂଳ କଥା। ବିଶେଷକରି ଖାଦ୍ୟ ଗ୍ରହଣ କରିବା ପୂର୍ବରୁ ହାତ ସଫା କରିବା ନିହାତି ଆବଶ୍ୟକ। ବର୍ତ୍ତମାନ କରୋନା ମହାମାରୀ ଆସିବା ପରଠୁ ସମସ୍ତେ ଏଥିପ୍ରତି ବିଶେଷ ସଜାଗ ରହୁଛନ୍ତି। ହେଲେ ସଂକ୍ରମଣ ଭୟରେ ବାରମ୍ବାର ହ୍ୟାଣ୍ଡଓ୍ବାଶ୍‌ କିମ୍ବା ସାନିଟାଇଜର୍‌ ବ୍ୟବହାର କରିବା ଦ୍ୱାରା ବିଭିନ୍ନ ତ୍ୱଚାଜନିତ ସମସ୍ୟା ଦେଖିବାକୁ ମିଳୁଛି। ଏମିତିରେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେଲେ ଜୀବାଣୁମୁକ୍ତ ରହିବା ସହ ତ୍ୱଚା ମଧ୍ୟ କୋମଳ ରହିବ ଜାଣି ରଖନ୍ତୁ …

ହାତକୁ ବାରମ୍ବାର ଧୋଇବା କିମ୍ବା ଅଧିକ ସାନିଟାଇଜର ଲଗାଇବା ଦ୍ୱାରା ଚର୍ମ ଡ୍ରାଏ ହୋଇଯାଏ। କେବଳ ଏତିକି ନୁହେଁ, କେତେକ ସାନିଟାଇଜରରେ ମିଶୁଥିବା କେମିକାଲ୍ସ, ଆର୍ଟିଫିସିଆଲ୍‌ ଫ୍ରାଗ୍ନାନ୍ସ, କଲର ଆଦି ହାତର ଚର୍ମକୁ ଡ୍ରାଏ କରିଦିଏ। ଫଳସ୍ବରୂପ ହାତର ତ୍ୱଚା ଶୁଖି ଜାକି ହୋଇଯିବା ଭଳି ଦେଖାଯାଏ। ଏଭଳି ସମସ୍ୟା ଉପୁଜୁଥିଲେ ମଶ୍ଚରାଇଜର୍‌ଯୁକ୍ତ ସାବୁନ ବା ହାଣ୍ଡ ଓ୍ବାଶ୍‌ ବ୍ୟବହାର କରନ୍ତୁ। ହାତ ଧୋଇବା ପରେ ଏହାକୁ ପୋଛି ଭେସ୍‌ଲିନ କିମ୍ବା ମଶ୍ଚରାଇଜର୍‌ ଆଦି ଲଗାନ୍ତୁ। ଏଥିପାଇଁ ହ୍ୟାଣ୍ଡ କ୍ରିମ୍‌ ମଧ୍ୟ ବେଶ୍‌ ଉପଯୋଗୀ।

ହାତର ଡ୍ରାଏନେସ୍‌ ଦୂର କରି ହାତକୁ ନରମ ଏବଂ ମୁଲାୟମ ରଖିବା ଲାଗି ଅଳ୍ପ ନଡ଼ିଆ ତେଲ ନେଇ ଦୁଇ ପାପୁଲିରେ ଲଗାଇ ଧୀରେ ଧୀରେ ମସାଜ କରନ୍ତୁ। ଏହା ଏକ ପ୍ରାକୃତିକ ମଶ୍ଚରାଇଜର ଭାବେ କାର୍ଯ୍ୟ କରିଥାଏ।
ଏସବୁ ବ୍ୟବହାର ଦ୍ୱାରା ମଧ୍ୟ କୌଣସି ଲାଭ ହେଉ ନାହିଁ ଏବଂ ହାତ ଡ୍ରାଏ ହୋଇ କୌଣସି ଦାଗ ବା ପ୍ୟାଚେସ୍‌ ଦେଖାଯାଉଛି ତେବେ ତାହା ଏଗ୍‌ଜିମା ଭଳି ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି। ତେଣୁ ଅବହେଳା ନ କରି ତୁରନ୍ତ କୌଣସି ସ୍କିନ୍‌ ଡାକ୍ତରଙ୍କ ପରାମର୍ଶ ନେଇ ଏହାର ଚିକିତ୍ସା କରାଇ ନିଅନ୍ତୁ।

ଶୀତଦିନେ ସ୍କିନ୍‌ ଡ୍ରାଏ ହେବା ଏକ ସାଧାରଣ ସମସ୍ୟା। ଏମିତିରେ ବାରମ୍ବାର ହ୍ୟାଣ୍ଡ ଓ୍ବାଶ୍‌ କରିବା କିମ୍ବା ସାନିଟାଇଜର୍‌ ବ୍ୟବହାର କରିବା ଦ୍ୱାରା ଏହି ସମସ୍ୟା ଅଧିକ ହୋଇପାରେ। ତେଣୁ ଏପରି ନ ହେବା ଲାଗି ସୁରକ୍ଷା ଦୃଷ୍ଟିରୁ ବିକଳ୍ପ ଭାବେ ଆପଣ ଗ୍ଲୋବ୍ସ ବ୍ୟବହାର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?