ସାନିଟାଇଜର ବ୍ୟବହାର କରୁଥିଲେ

ପରିଷ୍କାର ପରିଚ୍ଛନ୍ନ ରହିବା ଏକ ସୁସ୍ଥ ଜୀବନର ମୂଳ କଥା। ବିଶେଷକରି ଖାଦ୍ୟ ଗ୍ରହଣ କରିବା ପୂର୍ବରୁ ହାତ ସଫା କରିବା ନିହାତି ଆବଶ୍ୟକ। ବର୍ତ୍ତମାନ କରୋନା ମହାମାରୀ ଆସିବା ପରଠୁ ସମସ୍ତେ ଏଥିପ୍ରତି ବିଶେଷ ସଜାଗ ରହୁଛନ୍ତି। ହେଲେ ସଂକ୍ରମଣ ଭୟରେ ବାରମ୍ବାର ହ୍ୟାଣ୍ଡଓ୍ବାଶ୍‌ କିମ୍ବା ସାନିଟାଇଜର୍‌ ବ୍ୟବହାର କରିବା ଦ୍ୱାରା ବିଭିନ୍ନ ତ୍ୱଚାଜନିତ ସମସ୍ୟା ଦେଖିବାକୁ ମିଳୁଛି। ଏମିତିରେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେଲେ ଜୀବାଣୁମୁକ୍ତ ରହିବା ସହ ତ୍ୱଚା ମଧ୍ୟ କୋମଳ ରହିବ ଜାଣି ରଖନ୍ତୁ …

ହାତକୁ ବାରମ୍ବାର ଧୋଇବା କିମ୍ବା ଅଧିକ ସାନିଟାଇଜର ଲଗାଇବା ଦ୍ୱାରା ଚର୍ମ ଡ୍ରାଏ ହୋଇଯାଏ। କେବଳ ଏତିକି ନୁହେଁ, କେତେକ ସାନିଟାଇଜରରେ ମିଶୁଥିବା କେମିକାଲ୍ସ, ଆର୍ଟିଫିସିଆଲ୍‌ ଫ୍ରାଗ୍ନାନ୍ସ, କଲର ଆଦି ହାତର ଚର୍ମକୁ ଡ୍ରାଏ କରିଦିଏ। ଫଳସ୍ବରୂପ ହାତର ତ୍ୱଚା ଶୁଖି ଜାକି ହୋଇଯିବା ଭଳି ଦେଖାଯାଏ। ଏଭଳି ସମସ୍ୟା ଉପୁଜୁଥିଲେ ମଶ୍ଚରାଇଜର୍‌ଯୁକ୍ତ ସାବୁନ ବା ହାଣ୍ଡ ଓ୍ବାଶ୍‌ ବ୍ୟବହାର କରନ୍ତୁ। ହାତ ଧୋଇବା ପରେ ଏହାକୁ ପୋଛି ଭେସ୍‌ଲିନ କିମ୍ବା ମଶ୍ଚରାଇଜର୍‌ ଆଦି ଲଗାନ୍ତୁ। ଏଥିପାଇଁ ହ୍ୟାଣ୍ଡ କ୍ରିମ୍‌ ମଧ୍ୟ ବେଶ୍‌ ଉପଯୋଗୀ।

ହାତର ଡ୍ରାଏନେସ୍‌ ଦୂର କରି ହାତକୁ ନରମ ଏବଂ ମୁଲାୟମ ରଖିବା ଲାଗି ଅଳ୍ପ ନଡ଼ିଆ ତେଲ ନେଇ ଦୁଇ ପାପୁଲିରେ ଲଗାଇ ଧୀରେ ଧୀରେ ମସାଜ କରନ୍ତୁ। ଏହା ଏକ ପ୍ରାକୃତିକ ମଶ୍ଚରାଇଜର ଭାବେ କାର୍ଯ୍ୟ କରିଥାଏ।
ଏସବୁ ବ୍ୟବହାର ଦ୍ୱାରା ମଧ୍ୟ କୌଣସି ଲାଭ ହେଉ ନାହିଁ ଏବଂ ହାତ ଡ୍ରାଏ ହୋଇ କୌଣସି ଦାଗ ବା ପ୍ୟାଚେସ୍‌ ଦେଖାଯାଉଛି ତେବେ ତାହା ଏଗ୍‌ଜିମା ଭଳି ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି। ତେଣୁ ଅବହେଳା ନ କରି ତୁରନ୍ତ କୌଣସି ସ୍କିନ୍‌ ଡାକ୍ତରଙ୍କ ପରାମର୍ଶ ନେଇ ଏହାର ଚିକିତ୍ସା କରାଇ ନିଅନ୍ତୁ।

ଶୀତଦିନେ ସ୍କିନ୍‌ ଡ୍ରାଏ ହେବା ଏକ ସାଧାରଣ ସମସ୍ୟା। ଏମିତିରେ ବାରମ୍ବାର ହ୍ୟାଣ୍ଡ ଓ୍ବାଶ୍‌ କରିବା କିମ୍ବା ସାନିଟାଇଜର୍‌ ବ୍ୟବହାର କରିବା ଦ୍ୱାରା ଏହି ସମସ୍ୟା ଅଧିକ ହୋଇପାରେ। ତେଣୁ ଏପରି ନ ହେବା ଲାଗି ସୁରକ୍ଷା ଦୃଷ୍ଟିରୁ ବିକଳ୍ପ ଭାବେ ଆପଣ ଗ୍ଲୋବ୍ସ ବ୍ୟବହାର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri