Posted inଫୁରସତ

ଆପଣଙ୍କ ଫୋନ୍‌ ଅନ୍ୟ କେହି ଦେଖୁଛନ୍ତି କି? ଆପଣାନ୍ତୁ ଏହି ଉପାୟ, ପାସ୍‌ଓ୍ବାର୍ଡ ନ ପଡ଼ି ମଧ୍ୟ ଖୋଲିବନି

ଆପଣ ନ ଥିବା ସମୟରେ ଆପଣଙ୍କ ଫୋନ୍‌ ଅନ୍ୟ କେହି ଦେଖୁଛନ୍ତି କି? ସେ ସାଙ୍ଗସାଥୀ ହୁଅନ୍ତୁ କି ଆଉ କେହି। ଏମିତି କି ଆପଣ ମଧ୍ୟ ସେମାନଙ୍କୁ ମନା ବି କରିପାରିବେନି ଯେ, ସେ ଆପଣଙ୍କ ଫୋନ୍‌ ଛୁଅନ୍ତୁ ବୋଲି। କେହି କାହାର ବ୍ୟକ୍ତିଗତ ତଥ୍ୟ ନ ଦେଖିବା ଉଚିତ୍‌। ଏମିତି ସମସ୍ୟାର ସମ୍ମୁଖୀନ ହେଉଥିଲେ ଏକ ଉପାୟ ଅବଲମ୍ବନ କରନ୍ତୁ, ଯେମିତି ଆପଣଙ୍କ ଫୋନ୍‌ କେହି ଦେଖିପାରିବେନି। ପାସ୍‌ଓ୍ବାର୍ଡ ନ ପଡ଼ିଥିଲେ ମଧ୍ୟ ଆପଣଙ୍କ ଅନୁମତି ବିନା ଏହାକୁ କେହି ବ୍ୟବହାର କରିପାରିବେ ନାହିଁ। ଜାଣନ୍ତୁ ଏ ସମ୍ପର୍କରେ…

ସ୍କ୍ରିନ୍‌ କିମ୍ବା ସ୍କ୍ରିନ୍‌ ପିନ୍‌ ନାମକ ଏକ ଫିଚର ସ୍ମାର୍ଟଫୋନ୍‌ରେ ଅଛି। ଏହାକୁ ବ୍ୟବହାର କରିବା ପରେ ଆପଣଙ୍କ ବିନା ଅନୁମତିରେ କେହି ଫୋନ୍‌ ଛୁଇଁପାରିବେ ନାହିଁ। ଏହି ଫିଚର ଆଣ୍ଡ୍ରଏଡ୍‌ ୫.୦ରେ ଉପଲବ୍ଧ। ଏହି ସ୍କ୍ରିନ୍‌ିଂ ପିନ୍‌ରେ ଯେକୌଣସି ଆପ୍‌ ଲକ୍‌ କିମ୍ବା ପିନ୍‌ କରିପାରିବେ। ଏହା କରିବା ପରେ ସେହି ଆପ୍‌ ବ୍ୟତୀତ ଅନ୍ୟ କୌଣସି ଆପ୍‌ ଆପଣଙ୍କ ବିନା ଅନୁମତିରେ ଖୋଲିବ ନାହିଁ।
ଯଦି ଆପଣ ଇନ୍‌ଷ୍ଟାଗ୍ରାମ ବ୍ୟବହାର କରିବାକୁ କାହାକୁ ଆପଣଙ୍କ ଫୋନ୍‌ ଦେଉଛନ୍ତି ତେବେ ସେଥିରେ ଥିବା ଆପ୍‌ ଲକ୍‌ କିମ୍ବା ପିନ୍‌ କରନ୍ତୁ। ଏହା ପରେ ଇନ୍‌ଷ୍ଟାଗ୍ରାମ ବ୍ୟତୀତ ଅନ୍ୟ କେହି କୌଣସି ଆପ୍‌ ଖୋଲିବାରେ ସକ୍ଷମ ହେବେ ନାହିଁ।

ପ୍ରଥମେ ଫୋନ୍‌ ସେଟିଂକୁ ଯାଆନ୍ତୁ। ସେଟିଂରେ ଆପଣ ସିକ୍ୟୁରିଟି ଏବଂ ଲକ୍‌ସ୍କ୍ରିନ୍‌ର ଅପଶନ ବା ବିକଳ୍ପ ଦେଖିବାକୁ ପାଇବେ। ଏଥିରେ କ୍ଲିକ୍‌ କରନ୍ତୁ। ବର୍ତ୍ତମାନ ସିକ୍ରେଟ୍‌ ସମ୍ବନ୍ଧୀୟ ଅନେକ ଅପ୍‌ଶନ ଏଥିରେ ଦେଖାଯିବ। ତଳେ ଥିବା ସ୍କ୍ରିନ୍‌ କିମ୍ବା ସ୍କ୍ରିନ୍‌ ପିନିଙ୍ଗ ନାମକ ଏକ ଅପ୍‌ଶନ ଦେଖିବାକୁ ପାଇବେ। ଏହା ଉପରେ ଟ୍ୟାପ୍‌ କରନ୍ତୁ ଏବଂ ଏହାକୁ ଟର୍ନ ଅନ୍‌ କରନ୍ତୁ।


ଆପଣ ବ୍ୟବହାର କରିବାକୁ ଚାହଁୁଥିବା ପିନ୍‌ କରିବା ପାଇଁ ପ୍ରଥମେ ପିନ୍‌ ଅନ୍‌ କରନ୍ତୁ। ପରେ ଏହାକୁ ବନ୍ଦ କରି ରିସେଣ୍ଟ ଆପ୍‌କୁ ଯାଆନ୍ତୁ। ଏଠାରେ ପିନ୍‌ କରିବାକୁ ଚାହୁଁଥିବା ଆପ୍‌ ଉପରେ କ୍ଲିକ୍‌ କରନ୍ତୁ। ଏହା ପରେ ପିନ୍‌ ଅପ୍‌ଶନ ଚୟନ କରନ୍ତୁ। ବର୍ତ୍ତମାନ ପିନ୍‌ ହୋଇଥିବା ଆପ୍‌ ବ୍ୟତୀତ ଆଉ କିଛି ଖୋଲିବ ନାହିଁ।

କେମିତି ହଟାଇବେ ଏହି ପିନ୍‌ ଅପ୍‌ଶନ
ଆପଣଙ୍କୁ ଉଭୟ ହୋମ୍‌ ଏବଂ ବ୍ୟାକ୍‌ ବଟନ ଏକାସାଙ୍ଗରେ ଦବାଇବାକୁ ପଡ଼ିବ। ପିନ୍‌ ଅପ୍‌ଶନ ହଟାଇବାକୁ ଲକ୍‌ ସ୍କ୍ରିନ୍‌ ପାସଓ୍ବାର୍ଡ ବ୍ୟବହାର କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri