ପାକିସ୍ତାନକୁ ଚେତାବନୀ ଦେଲା ଆମେରିକା

ଓ୍ବାଶିଂଟନ,୨୫।୧୨- ଅନ୍ତିମ ଚରଣରେ ପହଞ୍ଚତ୍ଥିବା ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ଜାରି ରଖିଛି। ଆମେରିକାର ଓ୍ବାଲ ଷ୍ଟ୍ରିଟ୍‌ ସାମ୍ବାଦିକ ଡାନିଏଲ ପର୍ଲଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଓମାର ସଇଦଙ୍କୁ ଜେଲ୍‌ରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପାକିସ୍ତାନର ସିନ୍ଧ ହାଇ କୋର୍ଟ। ୨୦୦୨ରେ ଘଟିଥିବା ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଓମାରଙ୍କୁ ଚଳିତ ବର୍ଷ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ। ଏହାସତ୍ତ୍ୱେ ତାଙ୍କୁ ଜେଲରେ ରଖାଯାଇଥିଲା। ଏହି ନିଷ୍ପତ୍ତି ବିରୋଧରେ ଅପିଲ କରାଯିବା ପରେ ଓମାରଙ୍କୁ ଛାଡ଼ିବାକୁ ସିନ୍ଧ ହାଇ କୋର୍ଟ ନିର୍ଦ୍ଦେଶ ଦେଇଛି।

ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ଯଡ଼ିତ ଥିବା ଓମାରଙ୍କୁ ଜେଲ୍‌ରୁ ଛାଡ଼ିବାକୁ ପାକିସ୍ତାନର ଏକ ହାଇ କୋର୍ଟ ଦେଇଥିବା ନିର୍ଦ୍ଦେଶ ପାଇଁ ଗଭୀର ଚିନ୍ତିତ। ଆମେ ନିଶ୍ଚିତ କରିବାକୁ ଚାହୁଁ ଯେ, ସାମ୍ବାଦିକ ପର୍ଲଙ୍କ ହତ୍ୟାକାରୀଙ୍କୁ ଏପର୍ଯ୍ୟନ୍ତ ଜେଲ୍‌ରୁ ଛଡ଼ା ଯାଇ ନାହିଁ ବୋଲି ଆମେରିକା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଆର୍‌ସି ଭୟ: ବାଂଲାଦେଶ ସୀମାରେ ୩ ସପ୍ତାହରେ ୩ ଶହରୁ ଅଧିକ ଅବୈଧ ପ୍ରବାସୀ ଅଟକ

ଢ଼ାକା,୨୪।୧୧: ଭାରତ ସରକାରଙ୍କ ପକ୍ଷରୁ ସାରା ଦେଶରେ ଏନ୍‌ଆର୍‌ସି ଲାଗୁ କରାଯିବା ନେଇ ଘୋଷଣା ହେବା ପରେ ଭାରତରେ ଅବୈଧ ଭାବେ ରହିଥିବା ୩ ଶହରୁ...

ସ୍ପେସ୍‌ ହୋମ ଦେବ ସୁଖଦ ଅନୁଭୂତି

ନ୍ୟୁୟର୍କ: ବିଶ୍ୱବ୍ରହ୍ମାଣ୍ଡର ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେବ ମହାକାଶ। ଅର୍ଥାତ୍‌ ଜଣେ ଚାହିଁଲେ ମହକାଶକୁ ଯାଇପାରିବ। ସେଠାରୁ ଉପଭୋଗ କରିପାରିବ ପୃଥିବୀର ମନୋରମ ଦୃଶ୍ୟ। ହଁ...

ଇମ୍ରାନ୍‌ଙ୍କ ହେଲିକପ୍ଟର କଲା ଜରୁରୀକାଳୀନ ଅବତରଣ…

ଇସଲାମାବାଦ,୯।୧୦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ହେଲିକପ୍ଟରରେ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହାକୁ ଜରୁରୀକାଳୀନ ଅବତରଣ କରାଯାଇଛି।ତାଙ୍କୁ ରାୱଲପିଣ୍ଡିରେ ଜରୁରୀକାଳୀନ ଅବତରଣ...

ପାକିସ୍ତାନରେ ଶିଖ୍‌ ଯୁବକଙ୍କୁ ହତ୍ୟା

ଇସ୍‌ଲାମାବାଦ,୫।୧: ପାକିସ୍ତାନର ପେଶାୱାରଠାରେ ଜଣେ ଶିଖ୍‌ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ରବୀନ୍ଦ୍ର ସିଂହ। ଚାମକାନି ପୋଲିସ ଷ୍ଟେସନ ଅଞ୍ଚଳରୁ ରବୀନ୍ଦ୍ରଙ୍କ ମୃତଦେହ ମିଳିଛି।...

କରୋନା ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ ବ୍ୟବହାର କରିବାକୁ ମନା କଲା ୟୁରୋପିୟନ ୟୁନିୟନ

ଫ୍ରାନ୍ସ,୨୮।୫: କରୋନା ଭାଇରସର ଚିକିତ୍ସା ପାଇଁ କିଛି ଦେଶ ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧ ବ୍ୟବାହର କରୁଥିବା ବେଳେ ବୁଧବାର ୟୁରୋପିୟନ ୟୁନିୟନ ଏହାକୁ ବ୍ୟାନ କରିଛନ୍ତି। ଏହାକୁ...

ଚାକିରି ଛାଡ଼ିଲେ ବାୟୁସେନା ଯବାନ

କଲମ୍ବୋ,୨୪ା୭: ଶ୍ରୀଲଙ୍କାରେ ଲୋକଙ୍କ ଅସୁବିଧା ଦିନକୁ ଦିନ ବଢ଼ିବାରେ ଲାଗିଛି। ସ୍ବାଧୀନତା ପରଠାରୁ ଦେଶ ବର୍ତ୍ତମାନ ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି।...

ଦୀର୍ଘ ୮ ମାସ ପରେ ବାଂଲାଦେଶରୁ ଭାରତକୁ ମିଳିବ ବିମାନ ସେବା

ଢାକା,୧୮ ।୧୦: କରୋନା ମହାମାରୀ ସଂକ୍ରମଣ ବଢି ଚାଲିଥିଲେ ବି ଏବେ ସାରା ବିଶ୍ୱରେ ସାଧାରଣ ଜୀବନଯାତ୍ରା ସ୍ୱାଭାବିକ ହେବାରେ ଲାଗିଛି । ଭାରତରେ ଟ୍ରେନ୍...

ଚାଇନା ହସ୍ପିଟାଲରେ ଲୋକଙ୍କ କରୁଣ ଚିତ୍କାର…

ବେଜିଂ,୨୯।୧୨ : ଚାଇନାରେ କରୋନା ସଂକ୍ରମଣ ପରିସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ହସ୍ପିଟାଲ ଏବଂ ଶ୍ମଶାନରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ...

Advertisement
Archives

Model This Week