ଭାରତ ଯାତ୍ରାକୁ ଆମେରିକାର ମନା, ବଳାତ୍କାର-ଆତଙ୍କବାଦ ଘଟଣା ବଢୁଥିବା କହିଲା…

ଓ୍ବାଶିଂଟନ, ୨୬।୧ : ଆମେରିକାର ଜୋ ବାଇଡେନ ପ୍ରଶାସନ ଏହାର ନାଗରିକମାନଙ୍କୁ ଜମ୍ମୁ-କଶ୍ମୀରରେ କରୋନା, ବଳାତ୍କାର ଏବଂ ଆତଙ୍କବାଦ ଘଟଣା ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ଭାରତକୁ ଯାତ୍ର କରିବା ନେଇ ମନା କରିଛନ୍ତି। ଭାରତ ଯାତ୍ରା ଉପରେ ପୁନର୍ବିଚାର କରିବାକୁ ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।
ପୂର୍ବରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆମେରିକା ଭାରତ ଯାତ୍ରା ନେଇ ଲେବୁଲ-୩ସ୍ତରୀୟ ସ୍ବାସ୍ଥ୍ୟ ନୋଟିସ୍‌ ଜାରି କରିଥିଲା।

ଆମେରିକା କହିଛି ଯେ, ଆତଙ୍କବାଦ ଏବଂ ଅଶାନ୍ତି ଦୃଷ୍ଟିରୁ ଆମେରିକାର ନାଗରିକମାନେ ଜମ୍ମୁ-କଶ୍ମୀରର ପୂର୍ବ ଲଦାଖ ଅଞ୍ଚଳ ଏବଂ ଏହାର ରାଜଧାନୀ ଲେହ ବ୍ୟତୀତ ଅନ୍ୟ ଅଞ୍ଚଳକୁ ଯାତ୍ରା କରିବା ଉଚିତ ନୁହେଁ। ଭାରତ-ପାକିସ୍ଥାନ ସୀମାର ୧୦ କିଲୋମିଟର ମଧ୍ୟରେ ଯାତ୍ରା କରିବାକୁୂ ଆମେରିକା ଏହାର ନାଗରିକଙ୍କୁ ବାରଣ କରିଛି। ଏସବୁ ଅଞ୍ଚଳରେ ସଶସ୍ତ୍ର ସଂଘର୍ଷର ଆଶଙ୍କା ରହିଥିବା ଆମେରିକାର ଯାତ୍ରା ପରାମର୍ଶ ସତର୍କ ସୂଚନାରେ ଉଲ୍ଲେଖ କରାଯାଇଛି।

ଆମେରିକା ପାକିସ୍ତାନ ଯାତ୍ରାକୁ ପରାମର୍ଶ ବେୁଲ-୩ସ୍ତରରେ ରଖିଛି। ଆମେରିକା କହିଛି ଯେ ପାକିସ୍ତାନରେ ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦୀ ହିଂସା ବଢ଼ିବାରେ ଲାଗିଛି। କେବଳ ଏତିକି ନୁହେଁ ପାକିସ୍ତାନର କିଛି ଅଞ୍ଚଳରେ ଜୀବନ ଉପରେ ବିପଦ ଯଥେଷ୍ଟ ବୃଦ୍ଧି ପାଇଛି।

ସେହିପରି ଆମେରିକା ଏହାର ନାଗରିକମାନଙ୍କୁ ବାଲୁଚିସ୍ତାନ ଏବଂ ଖାଇବର ପାସ୍ତୁତନଖୱା ପ୍ରଦେଶକୁ ନ ଯିବାକୁ କହିଛି। ଏହି ଅଞ୍ଚଳରେ ଆତଙ୍କବାଦ ଏବଂ ଅପହରଣ ଘଟଣା ଘଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶ ରକେଟରେ ତ୍ରିରଙ୍ଗାକୁ ରଖି ଆମେରିକା, ଜାପାନ ପତାକା ହଟାଇଲା ରୁଷିଆ

ନୂଆଦିଲ୍ଲୀ,୪।୩: ରୁଷିଆ ସରକାରଙ୍କ ମହାକାଶ ଏଜେନ୍ସି ଆମେରିକା, ଜାପାନ ସମେତ ଅନ୍ୟ କିଛି ଦେଶର ପତାକା ହଟାଇ ଦେଇଛି। କିନ୍ତୁ ସ୍ପେସ୍‌ପୋର୍ଟ ବାଇକୋନୁରରେ ଥିବା ବିରାଟ...

ଟ୍ରମ୍ପଙ୍କ ଘରେ ଚଢାଉ: ନ୍ୟୁକ୍ଲିୟର ତଥ୍ୟ ଖୋଜିବାକୁ ପହଞ୍ଚିଥିଲା ଏଫବିଆଇ!

ୱାଶିଂଟନ,୧୨ ।୮: ଆମେରିକା ଯାଞ୍ଚ ଏଜେନ୍ସି ଏଫବିଆଇ ଦ୍ୱାରା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ଘରେ ଚଢାଉକୁ ନେଇ ଏକ ବଡ ତଥ୍ୟ...

ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

କଲମ୍ବୋ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ବହୁମତ ଆଡକୁ ଆଗେଇ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସବୁଆଡୁ ଆସୁଛି ଶୁଭେଚ୍ଛାର ବାର୍ତ୍ତା। ଏହି ଅବସରରେ...

ବୋତଲରେ ବନ୍ଦ କରି ୭୪ ବିଲୁପ୍ତ ପ୍ରଜାତି ଶୁଆ ଚୋରା ଚାଲାଣ: ବନ୍ଦର ଅଧିକାରୀଙ୍କ ହାତରେ ପଡ଼ିଲା ଧରା

ପାପୁଆ,୨୧।୧୧: ଇଣ୍ଡୋନେସିଆର ପାପୁଆ ବନ୍ଦରରେ ପ୍ଲାଷ୍ଟିକ୍‌ ବୋତଲରେ ବନ୍ଦ ଥିବା ୭୪ ବିଲୁପ୍ତ ପ୍ରଜାତିର ଶୁଆ ଚୋରା ଚାଲାଣ ହେଉଥିବା ସମୟରେ ଧରା ପଡ଼ିଛି। ବନ୍ଦର...

ଇମ୍ରାନଙ୍କ ଐତିହାସିକ ରାଲିକୁ ମନେ ରଖିବେ ଆଗାମୀ ପିଢ଼ି: ପିଟିଆଇ ନେତା…

ଇସଲାମାବାଦ,୭।୩ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୁଧବାର ପଞ୍ଜାବରେ ଏକ ଐତିହାସିକ ରାଲିରେ ଦଳର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଇମ୍ରାନଙ୍କ ପାର୍ଟି...

‘ଓ୍ବାଲର୍‌ଡସ୍‌ ବ୍ରାଇଟେଷ୍ଟ’ ଷ୍ଟୁଡେଣ୍ଟ ନତାଶା

ଓ୍ବାଶିଂଟନ୍‌, ୮।୨: ‘ଓ୍ବାଲର୍‌ଡସ୍‌ ବ୍ରାଇଟେଷ୍ଟ୍‌’ ଷ୍ଟୁଡେଣ୍ଟ ସୂଚୀର ଶୀର୍ଷରେ ରହିଛନ୍ତି ଭାରତୀୟ-ଆମେରରିକୀୟ ନତାଶା ପେରିଆନାୟାଗମ। ଆମେରିକାର ଜନ୍ସ ହୋପକିନ୍ସ ସେଣ୍ଟର ଫର୍‌ ଟ୍ୟାଲେଣ୍ଟେଡ୍‌ ୟୁଥ୍‌ (ସିଟିଓ୍ବାଇ)...

ବିଶ୍ୱ ସ୍ତରରେ ବଢ଼ିବେ ୨୫ ଲକ୍ଷ ବେକାର

ଜାତିସଂଘ,୨୨ା୧: ସାରା ବିଶ୍ୱରେ ବେକାରି ସମସ୍ୟା ଏବେ ଉତ୍କଟ ହେଉଛି। ୨୦୨୦ରେ ବେକାରି ହାର ବଢ଼ିବା ସହ ଏହି ସଂଖ୍ୟାରେ ଆଉ ୨୫ ଲକ୍ଷ ବେକରୀ...

ଜୈବିକ ଅସ୍ତ୍ରଶସ୍ତ୍ର ମାମଲାରେ ରୁଷିଆକୁ ସମର୍ଥନ କଲା ଚାଇନା…

ମସ୍କୋ/ବେଜିଂ,୩।୧୧ : ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ୟୁଏନଏସସିରେ ପାରିତ ହୋଇଥିବା ଅନ୍ୟ ଏକ ପ୍ରସ୍ତାବରୁ ନିଜକୁ ଦୂରେଇ ରଖିଛି। ଜୈବିକ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ନେଇ...

Advertisement
Archives

Model This Week